ଐତିହାସିକ କେନ-ବେତୱା ନଦୀ ସଂଯୋଗ ବୁଝାମଣାପତ୍ର ସ୍ୱାକ୍ଷରିତ
ଭାରତର ପ୍ରଗତି ଓ ଆତ୍ମ ନିର୍ଭରଶୀଳତା ଜଳ ନିରାପତ୍ତା ଓ ଜଳ ସଂଯୋଗ ଉପରେ ନିର୍ଭରଶୀଳ: ପ୍ରଧାନମନ୍ତ୍ରୀ
ଜଳର ମାନ ପରୀକ୍ଷାକୁ ଅତି ଗୁରୁତର ସହିତ ଗ୍ରହଣ କରାଯାଇଛି: ଶ୍ରୀ ମୋଦୀ

ବିଶ୍ୱ ଜଳଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ‘ଜଳଶକ୍ତି ଅଭିଯାନ’ର ‘କ୍ୟାଚ ଦି ରେନ୍‌’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍‌-ବେଟୁଆ ନଦୀ ସଂଯୋଗ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଏବଂ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଐତିହାସିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ନଦୀ ସଂଯୋଗ ଯୋଜନାରେ ଜାତୀୟସ୍ତରର ଏହା ପ୍ରଥମ ପ୍ରକଳ୍ପ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଆଜି ମଧ୍ୟ ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜସ୍ଥାନ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୁଜରାଟର ସରପଞ୍ଚ ଓ ୱାର୍ଡ ପଞ୍ଚମାନଙ୍କ ସହ ମତବିନିମୟ କରିଛନ୍ତି ।

 

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆନ୍ତର୍ଜାତିକ ଜଳ ଦିବସରେ କ୍ୟାଚ ଦି ରେନ୍‌ର ଶୁଭାରମ୍ଭ ସହିତ କେନ-ବେତୱା ସଂଯୋଗ କେନାଲ ଖନନ ପାଇଁ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନଦୀ ସଂଯୋଗ ସ୍ୱପ୍ନକୁ ସାକାର କରିବା ପାଇଁ ଆଜିର ଚୁକ୍ତିନାମା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏହି ଦୁଇ ନଦୀ ମଧ୍ୟରେ ସଂଯୋଗ ସ୍ଥାପନ ହେଲେ ମଧ୍ୟପ୍ରଦେଶ ଏବଂ ଉତର ପ୍ରଦେଶର ଲକ୍ଷ ଲକ୍ଷ ପରିବାର ଉପକୃତ ହେବେ । ଜଳ ନିରାପତା ଓ ସଫଳ ଜଳ ପରିଚାଳନା ବିନା ଦ୍ରୁତ ପ୍ରଗତି ସମ୍ଭବ ନୁହେଁ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ବିକାଶ ଲକ୍ଷ୍ୟ ଓ ଏହାର ଆତ୍ମନିର୍ଭରଶୀଳତା ଆମ ଜଳସମ୍ପଦ ଏବଂ ଜଳସଂଯୋଗର ସଫଳତା ଉପରେ ନିର୍ଭରଶୀଳ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ପ୍ରଗତି ସହିତ ତାଳଦେଇ ସମାନଭାବେ ଜଳସମ୍ପଦ ବଢିଚାଲିଛି। ଭବିଷ୍ୟତ ପିଢିର ଜଳ ଆବଶ୍ୟକତା ପୂରଣ କରିବା ଦାୟିତ୍ୱ ବର୍ତ୍ତମାନ ପିଢି ଉପରେ ନ୍ୟସ୍ତ । ଭାରତ ସରକାର ନିଜର ନୀତି ଓ ନିଷ୍ପତ୍ତିରେ ଜଳ ପ୍ରଶାସନ ଓ ସୁପରିଚାଳନାକୁ ଅଗ୍ରାଧିକାର ପ୍ରଦାନ କରିଛନ୍ତି । ଗତ ୬ବର୍ଷ ମଧ୍ୟରେ ଏ କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ।

ସେ କହିଛନ୍ତି ଯେ, କୃଷି ସିଞ୍ଚାଇ ଯୋଜନା, ସବୁ କ୍ଷେତକୁ ପାଣି, ପ୍ରତି ଜଳବିନ୍ଦୁରେ ଅଧିକ ଫସଲ ଅମଳ, ନମାମୀ ଗଙ୍ଗେ, ଜଳଜୀବନ ମିଶନ ଓ ଅଟଳ ଭୂଜଳ ଯୋଜନା ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଜଳପରିଚାଳନା ଓ ସଂରକ୍ଷଣ ପାଇଁ କାର୍ଯ୍ୟ କରୁଛନ୍ତି । ଏସବୁ ଯୋଜନାରେ ବିଭିନ୍ନ କାମ ଦୃତଗତିରେ ଚାଲିଥିବା ପ୍ରଧାନମନ୍ତ୍ରୀ ସୂଚାଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ଭାରତ ଯେତେ ଭଲ ଭାବରେ ବର୍ଷା ଜଳର ପରିଚାଳନା କରିବ, ଭୂତଳ ଜଳ ଉପରେ ନିର୍ଭରଶୀଳତା ସେତେ କମ୍ ହେବ । ସେଥିପାଇଁ କ୍ୟାଚ ଦି ରେନ ବା ବର୍ଷା ପାଣିକୁ ସାଇତି ରଖ ଅଭିଯାନ ଆରମ୍ଭ ହୋଇଛି ଏବଂ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ, ଉଭୟ ସହର ଓ ଗ୍ରାମାଞ୍ଚଳକୁ ଜଳଶକ୍ତି ଅଭିଯାନରେ ସାମିଲ କରାଯାଇଛି । ମୌସୁମୀ ବର୍ଷା ଆଗମନ ପର୍ଯ୍ୟନ୍ତ ଦେଶରେ ଜଳ ସଂରକ୍ଷଣ ଉଦ୍ୟମକୁ ତ୍ୱରାନ୍ୱିତ କରିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି ।

ଜଳ ଶପଥ କାର୍ଯକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ସରପଞ୍ଚ ଓ ଜିଲ୍ଲାପାଳମାନଙ୍କ ଗୁରୁ ଦାୟିତ୍ୱ କଥା ସ୍ମରଣ କରାଇ ଦେଇଛନ୍ତି । ଦେଶବ୍ୟାପୀ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ସମସ୍ତେ ଯେପରି ଶପଥ ନିଅନ୍ତି, ତାହା ନିଶ୍ଚିତ କରିବାକୁ ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମ ସ୍ୱାଭାବ ଯେତେବେଳେ ବଦଳିଯାଏ, ବିଶେଷକରି ଜଳର ବ୍ୟବହାର ଉପଯୋଗ ଘେନି ଆମ ବ୍ୟବହାରରେ ଯେତେବେଳେ ପରିବର୍ତନ ଘଟେ, ସେତେବେଳେ ପ୍ରକୃତି ମଧ୍ୟ ଆମକୁ ସାହାଯ୍ୟ କରିଥାଏ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ଷାଜଳ ଅମଳ ବ୍ୟତୀତ ନଦୀ ଜଳର ସୁପରିଚାଳନ ଘେନି ଆମ ଦେଶରେ ଦଶନ୍ଧି ଦଶନ୍ଧି ଧରି ଚର୍ଚ୍ଚା ହୋଇଆସୁଛି । ଦେଶକୁ ଜଳସଙ୍କଟର ରକ୍ଷା କରିବା ପାଇଁ ଏ ଦିଗରେ ଏବେ ଦ୍ରୁତଗତିରେ କାମ କରିବାର ଆବଶ୍ୟକତା ରହିଛି । କେନ-ବେଟୁଆ ନଦୀ ସଂଯୋଗ ପ୍ରକଳ୍ପ ଏହି ବୃହତର ଲକ୍ଷ୍ୟର ଅଂଶବିଶେଷ । ଏହି ପ୍ରକଳ୍ପକୁ ବାସ୍ତବ ରୂପ ଦେବାରେ ସହଯୋଗ ଯୋଗାଇ ଥିବାରୁ ସେ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମାତ୍ର ୧.୫ବର୍ଷ ଆଗରୁ ଆମର ୧୯ କୋଟି ଗ୍ରାମୀଣ ପରିବାର ମଧ୍ୟରୁ ୩.୫କୋଟି ପରିବାର ପାଇପ ଯୋଗେ ପାନୀୟ ଜଳର ସୁବିଧା ପାଇଥିଲେ । ଜଳ ଜୀବନ ମିଶନ କାର୍ଯ୍ୟକାରୀ ହେବା ପରେ ପ୍ରାୟ ୪କୋଟି ନୂଆ ପରିବାର ଏହି ପାନୀୟ ଜଳ ସୁବିଧା ଅତି କମ୍ ସମୟରେ ପାଇପାରିଛନ୍ତି । ଏହି ସଫଳତାରେ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହିତ ଜଳଜୀବନ ମିଶନର ସଫଳତା ପଛରେ ଥିବା ଜନ ସହଯୋଗ ଓ ସ୍ଥାନୀୟ ସ୍ୱାୟତ ଶାସନ ସଂସ୍ଥାଗୁଡିକର ଭୂମିକାକୁ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଏକ ସରକାର ଦେଶରେ ଜଳର ମାନ ପରୀକ୍ଷାକୁ ଅତ୍ୟନ୍ତ ଗୁରୁତର ସହ ଗ୍ରହଣ କରି ସେ ଦିଗରେ କାମ କରୁଛନ୍ତି । ଏହି ଜଳ ପରୀକ୍ଷଣ ଅଭିଯାନରେ ଗ୍ରାମାଞ୍ଚଳ ଭଉଣୀ ଓ ଝିଅମାନଙ୍କୁ ଅଂଶୀଦାର କରାଯାଇଛି । କରୋନା ମହାମାରୀ ସଂକ୍ରମଣ ସମୟରେ ପ୍ରାୟ ୪.୫ଲକ୍ଷ ମହିଳାଙ୍କୁ ଜଳ ପରୀକ୍ଷଣ ତାଲିମ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ଗ୍ରାମରେ ଅତି କମ୍‌ରେ ୫ ଜଣ ତାଲିମପ୍ରାପ୍ତ ମହିଳାଙ୍କୁ ପାଣି ପରୀକ୍ଷା ପାଇଁ ରଖାଯାଇଛି । ଜଳ ଶାସନରେ ମହିଳାମାନଙ୍କର ଅଧିକ ଅଂଶଗ୍ରହଣ ଫଳରେ ଏ କ୍ଷେତ୍ରରେ ଆହୁରି ଭଲ ଫଳ ନିଶ୍ଚିତ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership