ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲର ରିଓ ଡି ଜେନେରୋରେ ବ୍ରିକ୍ସ ସମ୍ମିଳନୀ ଅବସରରେ ଉରୁଗୁଏର ରାଷ୍ଟ୍ରପତି ୟାମାଣ୍ଡୁ ଓରସିଙ୍କ ସହ ସାକ୍ଷାତ କରିଛନ୍ତି ।

ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ଉପରେ ଆଲୋଚନା କରିଛନ୍ତି । ସେମାନେ ଡିଜିଟାଲ ସହଯୋଗ, ଆଇସିଟି, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ୟୁପିଆଇ, ପ୍ରତିରକ୍ଷା, ରେଳବାଇ, ସ୍ୱାସ୍ଥ୍ୟ ଏବଂ ଔଷଧ, କୃଷି, ଶକ୍ତି, ସଂସ୍କୃତି ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ କ୍ଷେତ୍ରରେ ସହଯୋଗର ସମୀକ୍ଷା କରିଛନ୍ତି । ତେବେ ଏହି ଆଲୋଚନାର ଏକ ପ୍ରମୁଖ ବିଷୟ ଥିଲା ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶକୁ ସୁଦୃଢ଼ କରିବା । ଉଭୟ ପକ୍ଷ ଭାରତ-ମରକୋରସୁର ବାଣିଜ୍ୟ ଚୁକ୍ତିନାମାର ସମ୍ପ୍ରସାରଣରେ ଆଗ୍ରହ ପ୍ରକାଶ କରିଛନ୍ତି । ଏହାର ଲକ୍ଷ୍ୟ ଅଧିକ ଆର୍ଥିକ ସମ୍ଭାବନା ଏବଂ ବାଣିଜ୍ୟ ପରିପୂରକତାକୁ ଉନ୍ମୋଚନ କରିବା ।

 

ପହଲଗାମରେ ନିକଟରେ ହୋଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର କଡା ନିନ୍ଦା କରିଥିବାରୁ ରାଷ୍ଟ୍ରପତି ଓରସିଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ । ଏଥିସହ ଆତଙ୍କବାଦର ସମସ୍ତ ରୂପ ଏବଂ କାର୍ଯ୍ୟକଳାପ ବିରୋଧରେ ଲଢ଼େଇରେ ଭାରତ ସହିତ ଉରୁଗୁଏର ସମର୍ଥନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ବୈଠକରେ ଏକ ଭବିଷ୍ୟମୁଖୀ ଦ୍ୱିପାକ୍ଷିକ ସହଭାଗିତା ବିକାଶ ପାଇଁ ଉଭୟ ଦେଶର ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରାଯାଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament on verge of history, says PM Modi, as it readies to take up women's bills

Media Coverage

Parliament on verge of history, says PM Modi, as it readies to take up women's bills
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Dr. Babasaheb Ambedkar in the Parliament complex
April 14, 2026

The Prime Minister, Shri Narendra Modi has paid homage to Dr. Babasaheb Ambedkar in the Parliament complex earlier today.

The Prime Minister wrote on X;

“Paid homage to Dr. Babasaheb Ambedkar in the Parliament complex earlier today.”