କାଜାନ ଠାରେ ଆଜି ଷୋଡ଼ଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି । ଚଳିତ ବର୍ଷ ଏହା ସେମାନଙ୍କର ଦ୍ୱିତୀୟ ସାକ୍ଷାତ । ଏହା ପୂର୍ବରୁ ୨୦୨୪ ଜୁଲାଇ ମାସରେ ମସ୍କୋଠାରେ ୨୨ତମ ବାର୍ଷିକ ଶିଖର ସମ୍ମିଳନୀରେ ଦୁଇ ନେତାଙ୍କ ମଧ୍ୟରେ ଭେଟ ହୋଇଥିଲା ।

 

ଷୋଡ଼ଶ ବ୍ରିକ୍ସ ଶିଖର ସମ୍ମିଳନୀକୁ ଆମନ୍ତ୍ରଣ କରିଥିବାରୁ ରାଷ୍ଟ୍ରପତି ପୁତିନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ସେ ବ୍ରିକ୍ସରେ ରୁଷର ଅଧ୍ୟକ୍ଷତାକୁ ପ୍ରଶଂସା କରିଥିଲେ । ବହୁପକ୍ଷୀୟ ସୁଦୃଢ଼ତା, ଶତତ ବିକାଶକୁ ଆଗେଇନେବା ଏବଂ ବୈଶ୍ୱିକ ପ୍ରଶାସନିକ ସଂସ୍କାର ସପକ୍ଷରେ ରୁଷର ପ୍ରଚେଷ୍ଟାକୁ ମଧ୍ୟ ପ୍ରଶଂସା କରିଥିଲେ । ଦୁଇ ନେତା ରାଜନୈତିକ, ଆର୍ଥିକ, ପ୍ରତିରକ୍ଷା, ଶକ୍ତି ଏବଂ ଲୋକଙ୍କ ସହ ଲୋକଙ୍କ ସମ୍ପର୍କ ରକ୍ଷା ଆଦି କ୍ଷେତ୍ରରେ ପାରସ୍ପରିକ ସହଯୋଗର ସମୀକ୍ଷା କରିଥିଲେ । ଆଗାମୀ ଦିନରେ ହେବାକୁ ଥିବା ବାଣିଜ୍ୟ, ଆର୍ଥିକ ଓ ସାଂସ୍କୃତିକ ବ୍ୟାପାର ଭାରତ-ରୁଷିଆ ଆନ୍ତଃ ସରକାରୀ କମିଶନ ବୈଠକକୁ ସେମାନେ ସ୍ୱାଗତ କରିଥିଲେ । ନୂଆଦିଲ୍ଲୀରେ ୨୦୨୪ ନଭେମ୍ବରରେ ଏହି ବୈଠକ ହେବ । 

ବହୁପକ୍ଷୀୟ ମଞ୍ଚ, ବିଶେଷ କରି ବ୍ରିକ୍ସ ଅବସରରେ ଭାରତ-ରୁଷ୍‌ର ଭାଗିଦାରୀତା ଉପରେ ନେତାମାନେ ମତ ବିନିମୟ କରିଥିଲେ । ଏବେ ଚାଲିଥିବା ୟୁକ୍ରେନ ଯୁଦ୍ଧ ସହ ପାରସ୍ପରିକ ସ୍ୱାର୍ଥ ଥିବା ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗରେ ଉଭୟ ନେତା ମତ ବିନିମୟ କରିଥିଲେ । ବିବାଦର ସମାଧାନ କେବଳ ଆଲୋଚନା ଓ କୂଟନୀତି ମାଧ୍ୟମରେ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ଦୋହରାଇଥିଲେ ।

 

ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ଓ ବିଶେଷ ରଣନୀତିକ ଭାଗିଦାରୀତାକୁ ଅଧିକ ସୁଦୃଢ଼ କରିବା ଉପରେ ଦୁଇ ନେତା ସହମତ ହୋଇଥିଲେ । ଯାହାକି ବର୍ତ୍ତମାନର ଭୂ-ରାଜନୈତିକ ଅନିଶ୍ଚିତତା ମଧ୍ୟରେ ନମନୀୟତା ଦେଖାଉଛି ଏବଂ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରୁଛି ।

୨୩ତମ ବାର୍ଷିକ ଶିଖର ସମ୍ମିଳନୀ ଅବସରରେ ଭାରତ ଆସିବାକୁ ରାଷ୍ଟ୍ରପତି ପୁତିନଙ୍କୁ ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ ଜଣାଇଥିଲେ ।

 

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
FDI inflows into India cross $1 trillion, establishes country as key investment destination

Media Coverage

FDI inflows into India cross $1 trillion, establishes country as key investment destination
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 9, 2024
December 09, 2024

Appreciation for Innovative Solutions for Sustainable Development in India under PM Modi