ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲର ରିଓ ଡି ଜେନେରୋରେ ବ୍ରିକ୍ସ ସମ୍ମିଳନୀ ଅବସରରେ ବହୁଜାତୀୟ ରାଷ୍ଟ୍ର ବୋଲିଭିଆର ରାଷ୍ଟ୍ରପତି ଲୁଇସ ଆର୍ସେ କାଟାକୋରାଙ୍କୁ ଭେଟିଛନ୍ତି ।

 

ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିଛନ୍ତି ଏବଂ ହାସଲ ହୋଇଥିବା ଅଗ୍ରଗତି ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ  ଗୁରୁତ୍ୱପୂର୍ଣ୍ଣ ଖଣିଜ, ବ୍ୟାପାର ଓ ବାଣିଜ୍ୟ, ଡିଜିଟାଲ ସାର୍ବଜନୀନ ଭିତ୍ତଭୂମି ଏବଂ ୟୁପିଆଇ, ସ୍ୱାସ୍ଥ୍ୟ ଏବଂ ଔଷଧ, ପାରମ୍ପରିକ ଔଷଧ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ, ତାଲିମ ଏବଂ କ୍ଷମତା ନିର୍ମାଣ କ୍ଷେତ୍ରରେ ସହଯୋଗ ଉପରେ ଆଲୋଚନା କରିଛନ୍ତି । ଉଭୟ ନେତା ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ସହଯୋଗ ବୃଦ୍ଧି ଏବଂ ଏହି କ୍ଷେତ୍ରରେ ସ୍ଥାୟୀ ତଥା ପାରସ୍ପରିକ ଲାଭଦାୟକ ସହଭାଗିତା ବିକାଶ କରିବାର ସମ୍ଭାବନାକୁ ସ୍ୱୀକାର କରିଛନ୍ତି । ସେମାନେ ଆଇଟିଇସି ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅଧୀନରେ କ୍ୱିକ ଇମ୍ପାକ୍ଟ ପ୍ରୋଜେକ୍ଟ ଏବଂ କ୍ଷମତା ନିର୍ମାଣ ପଦକ୍ଷେପ ସମେତ ଦୁଇ ଦେଶ ମଧ୍ୟରେ ଚାଲିଥିବା ବିକାଶ ସହଯୋଗ ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି ।

 

ମାର୍ଚ୍ଚ-ଏପ୍ରିଲ ୨୦୨୫ରେ ବୋଲିଭିଆର ଲାଜ୍ ପାଜ୍ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ଘଟିଥିବା ଭୟଙ୍କର ବନ୍ୟା ପରିପ୍ରେକ୍ଷୀରେ ବୋଲିଭିଆ ଲୋକଙ୍କ ସହିତ ଭାରତ ଏକାଠି ଛିଡା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏଥିସହ ସେ ଅନ୍ତର୍ଜାତୀୟ ସୌର ମେଣ୍ଟରେ ଯୋଗଦାନ ପାଇଁ ବୋଲିଭିଆକୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ ।

 

୬ ଅଗଷ୍ଟ ୨୦୨୫ରେ ବୋଲିଭିଆ ସ୍ୱାଧୀନତାର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଦେଶର ଦ୍ୱିଶତବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ସେଠାକାର ଜନସାଧାରଣ ଏବଂ ସରକାରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How GST 2.0 changed India’s car market and boosted small car sales

Media Coverage

How GST 2.0 changed India’s car market and boosted small car sales
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 19, 2026
May 19, 2026

Exports Up, Economy Strong, World Collaborating: PM Modi's Reforms Delivering Jobs, Growth & Green Future