ବ୍ରାଜିଲର ରିଓ ଡି ଜେନେରୋରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ ତାରିଖରେ ଆର୍ଜେଣ୍ଟିନାର ରାଷ୍ଟ୍ରପତି ଜାଭିଏର ମିଲେଇଙ୍କୁ ଭେଟିଛନ୍ତି ।

ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଦ୍ୱିପାକ୍ଷିକ ବୈଠକ । ତୃତୀୟ ଥର ଐତିହାସିକ ବିଜୟ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ମିଲେଇ ଅଭିନନ୍ଦନ ଜଣାଇଥିଲେ । ରାଷ୍ଟ୍ରପତି ମିଲେଇ ମଧ୍ୟ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ । ଦୁଇ ନେତା ପ୍ରଶାସନ ଏବଂ ଏହି କ୍ଷେତ୍ରରେ ଥିବା ଅଭିଜ୍ଞତରା ଉପରେ ମତ ବିନିମୟ କରିଥିଲେ । ବିଗତ କେଇ ବର୍ଷ ମଧ୍ୟରେ ଦୁଇ ସକ୍ରିୟ ଗଣତନ୍ତ୍ର ମଧ୍ୟରେ ରଣନୀତିକ ସହଭାଗିତା ବ୍ୟାପକ ହୋଇଥିବାରୁ ଦୁଇ ନେତା ସନ୍ତୋଷ ପ୍ରକାଶ କରିଥିଲେ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ଆର୍ଥିକ ସମ୍ପର୍କ ବୃଦ୍ଧି ପାଇଛି ଏବଂ ଆର୍ଜେଣ୍ଟିନାର ପ୍ରମୁଖ ପାଞ୍ଚଟି ବାଣିଜ୍ୟିକ ସହଯୋଗୀଙ୍କ ମଧ୍ୟରେ ଭାରତ ସ୍ଥାନ ପାଇଛି ।

 

ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଫାର୍ମାସ୍ୟୁଟିକାଲ୍ସ, ପ୍ରତିରକ୍ଷା, ଲିଥିଅମ୍‌, ତୈଳ, ଗ୍ୟାସ. ତୈଳ ଭଳି ସମ୍ବେଦନଶୀଳ ଖଣିଜ,, ସାଧାରଣ ଆଣବିକ ଶକ୍ତି,ମହାକାଶ, କୃଷି, ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ଇନଫର୍ମେସନ ଟେକ୍ନୋଲୋଜି କ୍ଷେତ୍ରରେ ବ୍ୟାପକ ହୋଇପାରିଛି । ଆର୍ଜେଣ୍ଟିନା ଦ୍ୱାରା ନିକଟରେ ନିଆଯାଇଥିବା ଆର୍ଥିକ ସଂସ୍କାର ପ୍ରସଙ୍ଗରେ ଉଭୟ ନେତା ମଧ୍ୟ ଆଲୋଚନା କରିଥିଲେ ।

ଉଭୟ ନେତା ମଧ୍ୟ ବର୍ତ୍ତମାନର ଅନେକ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଦୁଇ ଦେଶର ଲୋକଙ୍କ ପାରସ୍ପରିକ ଲାଭ ପାଇଁ ରଣନୀତିକ ସହଭାଗିତାକୁ ଅଧିକ ଘନିଷ୍ଠ କରିବାକୁ ଦୁଇ ନେତା ସହମତ ହୋଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auckland's Sky Tower lights up in India's tricolour as PM Modi begins historic New Zealand visit

Media Coverage

Auckland's Sky Tower lights up in India's tricolour as PM Modi begins historic New Zealand visit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional