ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦ ମଇ, ୨୦୨୬ରେ ରୋମଠାରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି ।
ଦୁଇ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ଆଲୋଚନା ଏବଂ ଦ୍ୱିପାକ୍ଷିକ ସହଯୋଗର ଉଲ୍ଲେଖନୀୟ ପ୍ରଗତି ଓ ବିବିଧତାକୁ ସ୍ୱାଗତ କରିଛନ୍ତି । ସେମାନେ ଭାରତ-ଇଟାଲୀ ରଣନୀତିକ ସହଭାଗୀତାକୁ ସ୍ୱତନ୍ତ୍ର ରଣନୀତିକ ସହଭାଗୀତା ସ୍ତରକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନିୟମିତ ମନ୍ତ୍ରୀସ୍ତରୀୟ ଓ ପ୍ରତିଷ୍ଠାନ ସ୍ତରୀୟ ବୈଠକ ଏବଂ ବହୁପାକ୍ଷିକ କାର୍ଯ୍ୟକ୍ରମ ଅବସରରେ ଏବଂ ଅନ୍ୟ ସମୟରେ ନେତାମାନଙ୍କର ବାର୍ଷିକ ବୈଠକ ଆୟୋଜନ ଲାଗି ସେମାନେ ସହମତ ହୋଇଛନ୍ତି ।
ଦୁଇ ନେତା ଭାରତ-ଇଟାଲୀ ଭାଗୀଦାରୀର ସମସ୍ତ ଦିଗକୁ ନେଇ ବ୍ୟାପକ ଆଲୋଚନା କରିଥିଲେ। ଉଭୟ ନେତା ମିଳିତ ରଣନୀତିକ କାର୍ଯ୍ୟ ଯୋଜନା ୨୦୨୫-୨୦୨୯ର ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗରେ ହୋଇଥିବା ପ୍ରଗତି ସମୀକ୍ଷା କରିଥିଲେ। ବାଣିଜ୍ୟ ଓ ନିବେଶ, ପ୍ରତିରକ୍ଷା ଓ ସୁରକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଗବେଷଣା ଓ ନବସୃଜନ, ମହାକାଶ, ଶକ୍ତି, ଏଆଇ ଓ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ସଂସ୍କୃତି ଏବଂ ଲୋକ ସମ୍ପର୍କ କ୍ଷେତ୍ରରେ ସହଯୋଗକୁ ଆହୁରି ବିସ୍ତାର କରିବାକୁ ଉଭୟ ନେତା ସହମତ ହୋଇଥିଲେ। ମିଳିତ ରଣନୀତିକ କାର୍ଯ୍ୟ ଯୋଜନାର ନିୟମିତ ସମୀକ୍ଷା କରିବା ପାଇଁ ସେମାନେ ଏକ ବୈଦେଶିକ ମନ୍ତ୍ରୀସ୍ତରୀୟ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ ।
ଦ୍ୱିପାକ୍ଷିକ ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କରେ ନବୀକରଣ ହୋଇଥିବା ଗତି, ବର୍ଦ୍ଧିତ ନିବେଶ ଏବଂ ଦୀର୍ଘକାଳୀନ ସହଯୋଗକୁ ମଜବୁତ କରିବା ପାଇଁ ପ୍ରୟାସ ଉପରେ ନେତାମାନେ ଧ୍ୟାନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ, ସେମାନେ ଗତ ବର୍ଷ ତିନୋଟି ବ୍ୟବସାୟିକ ମଞ୍ଚ ମଧ୍ୟରେ ବୈଠକକୁ ସ୍ୱାଗତ କରିଥିଲେ। ସେମାନେ ପ୍ରତିରକ୍ଷା, ଡିଜିଟାଲ୍, ଶକ୍ତି ପରିବର୍ତ୍ତନ, ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ସ ଭଳି କ୍ଷେତ୍ରର ପ୍ରତିନିଧିତ୍ୱ କରୁଥିବା ମନୋନିତ ଇଟାଲୀୟ ଏବଂ ଭାରତୀୟ ସିଇଓଙ୍କୁ ମଧ୍ୟ ଭେଟିଥିଲେ। ୨୦୨୯ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦ ବିଲିୟନ ୟୁରୋକୁ ବିସ୍ତାର କରିବାର ମିଳିତ ଲକ୍ଷ୍ୟ ବିଷୟରେ ଉଭୟ ନେତା ଉଲ୍ଲେଖ କରିଥିଲେ । ସେମାନେ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାରଣରୁ ସୃଷ୍ଟି ହେଉଥିବା ସୁଯୋଗକୁ ଉପଯୋଗ କରିବା ଲାଗି ସହମତ ହୋଇଥିଲେ ଏବଂ ଏହାର ଶୀଘ୍ର କାର୍ଯ୍ୟକାରିତା ପାଇଁ ଆହ୍ୱାନ କରିଥିଲେ।

ମନ୍ତ୍ରୀସ୍ତରୀୟ ଓ ସରକାରୀ ଆଲୋଚନା, ପାରସ୍ପରିକ ବନ୍ଦର ଗସ୍ତ ଏବଂ ପ୍ରତିରକ୍ଷା ବାହିନୀର ନିୟମିତ କାର୍ଯ୍ୟ ମାଧ୍ୟମରେ ପ୍ରତିରକ୍ଷା ସହଯୋଗକୁ ଆହୁରି ଘନିଷ୍ଠ କରିବା ଉପରେ ଦୁଇ ନେତା ସନ୍ତୋଷ ପ୍ରକାଶ କରିଥିଲେ। ପ୍ରତିରକ୍ଷା ଉତ୍ପାଦଗୁଡ଼ିକର ସହ-ଡିଜାଇନ୍, ସହ-ବିକାଶ ଏବଂ ସହ-ଉତ୍ପାଦନରେ ସହଯୋଗ ଲାଗି ଏକ ଶିଳ୍ପ ରୂପରେଖ, ମିଳିତ ଆଗ୍ରହ ଘୋଷଣାନାମା ସ୍ୱାକ୍ଷରକୁ ସେମାନେ ସ୍ୱାଗତ କରିଥିଲେ।
ଉଭୟ ଦେଶର ଗବେଷକ ଓ ବୈଜ୍ଞାନିକ ପ୍ରତିଷ୍ଠାନ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କ ଉପରେ ନେତାମାନେ ସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ଇଟାଲୀୟ ମହାକାଶ ସଂସ୍ଥା ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ ମଧ୍ୟରେ ଚାଲିଥିବା ସହଯୋଗ ଏବଂ ବ୍ୟବସାୟିକ ମହାକାଶ ସହଯୋଗକୁ ସୁଦୃଢ଼ କରିବା ପାଇଁ ପ୍ରୟାସକୁ ସ୍ୱାଗତ କରିଥିଲେ। ସେମାନେ ଏଆଇ, ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଧିକ ସହଯୋଗ ପାଇଁ ମଧ୍ୟ ଆହ୍ୱାନ କରିଥିଲେ, ଯାହା ଭାରତର ପ୍ରତିଭାବାନ ଶ୍ରମଶକ୍ତି ଏବଂ ଇଟାଲୀର ପ୍ରଯୁକ୍ତିବିଦ୍ୟା ଦକ୍ଷତାକୁ ସମନ୍ୱିତ କରିବ ।
ଆତଙ୍କବାଦ ବିପଦର ମୁକାବିଲା ପାଇଁ ସେମାନେ ନିଜର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଉଭୟ ନେତା ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସ୍ତରରେ ସହଯୋଗ ଜାରି ରଖିବାକୁ ସହମତ ହୋଇଥିଲେ। ସେମାନେ ନଭେମ୍ବର ୨୦୨୫ରେ ଗ୍ରହଣ କରାଯାଇଥିବା ଆତଙ୍କବାଦର ଆର୍ଥିକ ସହାୟତା ପ୍ରତିରୋଧ ପାଇଁ ମିଳିତ ପଦକ୍ଷେପ କାର୍ଯ୍ୟକାରୀ କରିବାରେ ସନ୍ତୋଷ ପ୍ରକାଶ କରିଥିଲେ।

ଉଭୟ ନେତା ଇଟାଲୀରେ ଭାରତୀୟ ପ୍ରବାସୀମାନଙ୍କର ମୂଲ୍ୟବାନ ଅବଦାନକୁ ସ୍ୱୀକାର କରିଛନ୍ତି ଏବଂ ଛାତ୍ର, ଗବେଷକ ଏବଂ ଶିକ୍ଷାବିତମାନଙ୍କର ଗମନାଗମନକୁ ସୁଗମ କରିବାକୁ ସହମତ ହୋଇଛନ୍ତି। ସେମାନେ ୨୦୨୭କୁ ‘‘ଭାରତ ଓ ଇଟାଲୀ ମଧ୍ୟରେ ସଂସ୍କୃତି ଏବଂ ପର୍ଯ୍ୟଟନ ବର୍ଷ’’ ଭାବରେ ପାଳନ କରିବାକୁ ସହମତ ହୋଇଛନ୍ତି। ସେମାନେ ଗୁଜରାଟର ଲୋଥାଲରେ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ଲେକ୍ସର ବିକାଶ ଏବଂ ଭାରତରୁ ନର୍ସମାନଙ୍କ ନିଯୁକ୍ତି ପାଇଁ ଭାରତ ଓ ଇଟାଲୀ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି।
ଉଭୟ ନେତା ସୁଦୃଢ଼ ପ୍ରକଳ୍ପ ମାଧ୍ୟମରେ ଯୋଗାଯୋଗ ଭିତ୍ତିଭୂମି ନିର୍ମାଣ ପାଇଁ ସେମାନଙ୍କର ତୀବ୍ର ଇଚ୍ଛା ପ୍ରକାଶ କରିଥିଲେ ଏବଂ ଭାରତ - ମଧ୍ୟପ୍ରାଚ୍ୟ - ୟୁରୋପ ଆର୍ଥିକ କରିଡର (ଆଇଏମଇସି) କାର୍ଯ୍ୟକାରୀ କରିବା ଲାଗି ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଉଭୟ ନେତା ଇଟାଲୀରେ ଭାରତୀୟ ପ୍ରବାସୀମାନଙ୍କର ମୂଲ୍ୟବାନ ଅବଦାନକୁ ସ୍ୱୀକାର କରିଛନ୍ତି ଏବଂ ଛାତ୍ର, ଗବେଷକ ଏବଂ ଶିକ୍ଷାବିତମାନଙ୍କର ଗମନାଗମନକୁ ସୁଗମ କରିବାକୁ ସହମତ ହୋଇଛନ୍ତି। ସେମାନେ ୨୦୨୭କୁ ‘‘ଭାରତ ଓ ଇଟାଲୀ ମଧ୍ୟରେ ସଂସ୍କୃତି ଏବଂ ପର୍ଯ୍ୟଟନ ବର୍ଷ’’ ଭାବରେ ପାଳନ କରିବାକୁ ସହମତ ହୋଇଛନ୍ତି। ସେମାନେ ଗୁଜରାଟର ଲୋଥାଲରେ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ଲେକ୍ସର ବିକାଶ ଏବଂ ଭାରତରୁ ନର୍ସମାନଙ୍କ ନିଯୁକ୍ତି ପାଇଁ ଭାରତ ଓ ଇଟାଲୀ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି।
ଉଭୟ ନେତା ସୁଦୃଢ଼ ପ୍ରକଳ୍ପ ମାଧ୍ୟମରେ ଯୋଗାଯୋଗ ଭିତ୍ତିଭୂମି ନିର୍ମାଣ ପାଇଁ ସେମାନଙ୍କର ତୀବ୍ର ଇଚ୍ଛା ପ୍ରକାଶ କରିଥିଲେ ଏବଂ ଭାରତ - ମଧ୍ୟପ୍ରାଚ୍ୟ - ୟୁରୋପ ଆର୍ଥିକ କରିଡର (ଆଇଏମଇସି) କାର୍ଯ୍ୟକାରୀ କରିବା ଲାଗି ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ଦୁଇ ନେତା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ବିକାଶ, ଭାରତ-ୟୁରୋପୀୟ ସଂଘ ସମ୍ପର୍କ ଏବଂ ପଶ୍ଚିମ ଏସିଆ ଓ ୟୁରୋପରେ ସଂଘର୍ଷ ସମେତ ପାରସ୍ପରିକ ହିତ ବିଶ୍ୱ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଜାରି ରହିଥିବା ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଲୋଚନା ଓ କୂଟନୀତିର ମାର୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଇଟାଲୀ ସରକାର ଓ ଲୋକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ଆତିଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ମେଲୋନିଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହିତ ପାରସ୍ପରିକ ସୁବିଧାଜନକ ସମୟରେ ଭାରତ ଗସ୍ତ କରିବାକୁ ପ୍ରଧାନମନ୍ତ୍ରୀ ମେଲୋନିଙ୍କୁ ନିମନ୍ତ୍ରଣ କରିଥିଲେ।
The talks with Prime Minister Meloni were excellent. Her commitment to furthering the India-Italy friendship is commendable. Bilateral ties between our nations have advanced significantly in sectors like trade, space, technology and more. In order to further deepen linkages, we… pic.twitter.com/0Q6m7C9Sub
— Narendra Modi (@narendramodi) May 20, 2026
PM Meloni and I reviewed the progress on the India-Italy Joint Strategy Action Plan 2025-2029. We agreed that investment and economic linkages have to be strengthened even further. The India-EU FTA presents a historic opportunity to do so. We even talked about areas such as… pic.twitter.com/q44wAiRMbZ
— Narendra Modi (@narendramodi) May 20, 2026
I colloqui con il Primo Ministro Meloni sono stati eccellenti. Il suo impegno nel promuovere l'amicizia tra India e Italia è encomiabile. I legami bilaterali tra le nostre nazioni hanno compiuto progressi significativi in settori come il commercio, lo spazio, la tecnologia e… pic.twitter.com/Rr40MXzVZZ
— Narendra Modi (@narendramodi) May 20, 2026
Il Primo Ministro Meloni ed io abbiamo esaminato i progressi del Piano d'Azione Strategico Congiunto India-Italia 2025-2029. Abbiamo concordato sulla necessità di rafforzare ulteriormente gli investimenti e i legami economici. L'accordo di libero scambio tra India e UE… pic.twitter.com/8rvMRPjvuc
— Narendra Modi (@narendramodi) May 20, 2026


