ବ୍ରାଜିଲର ରିଓ ଡି ଜେନେରୋରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ନଭେମ୍ବର ୧୯ ତାରିଖରେ ଚିଲୀର ରାଷ୍ଟ୍ରପତି ମହାମହିମ ଶ୍ରୀ ଗାବ୍ରିଏଲ ବୋରିକ ଫଣ୍ଟଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ।

ଦୁଇ ନେତା ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ବାବଦରେ ଆଲୋଚନା କରିବା ସହ ସହଯୋଗକୁ ବୃଦ୍ଧି କରିବା ପାଇଁ ବିଭିନ୍ନ କ୍ଷେତ୍ରକୁ ଚିହ୍ନଟ କରିଥିଲେ । ଡିଜିଟାଲ ସାର୍ବଜନୀକ ମୌଳିକ ଢାଞ୍ଚା, ସ୍ୱାସ୍ଥ୍ୟସେବା, ଆଇଟି, ବିଜ୍ଞାନ ଏବଂ ପ୍ରାଦ୍ୟୋଗିକୀ, ଅନ୍ତରୀକ୍ଷ, ନବୀକରଣ ଶକ୍ତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତର କ୍ଷମତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହି ସମସ୍ତ କ୍ଷେତ୍ରରେ ଚିଲୀର ସହ ଅନୁଭବ ବାଣ୍ଟିବାକୁ ମଧ୍ୟ ସେ ଆଗ୍ରହ ପ୍ରକାଶ କରିଥିଲେ ।

 

ଦୁଇ ପକ୍ଷ ମହତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ଏବଂ ପାରସ୍ପରିକ ଲାଭ ପାଇଁ ମିଳିମିଶି କାମ କରିବାକୁ ସହମତ ହୋଇଥିଲେ । ଭାରତ-ଚିଲୀ ଅଗ୍ରାଧିକାର ବାଣିଜ୍ୟ ଚୁକ୍ତିନାମା (ପିଟିଏ)ର ବିସ୍ତାର ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ଅଗ୍ରଗତି ଘଟିଥିବାରୁ ଦୁଇ ନେତା ସନ୍ତୋଷ ପ୍ରକାଶ କରିଥିଲେ ।  ପିଟିଏକୁ ଅଧିକ ବିସ୍ତାର କରିବାକୁ ସୁଯୋଗର ସଦବ୍ୟବହାର ପାଇଁ ମଧ୍ୟ ଉଭୟ ନେତା ସହମତ ହୋଇଥିଲେ । ଚିଲୀର ଉଦ୍ୟୋଗ କ୍ଷେତ୍ରକୁ ସହାୟତା କରିବାକୁ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଔଷଧୀୟ ଉତ୍ପାଦ, ଇଞ୍ଜିନିୟରିଂ ସାମଗ୍ରୀ, ଅଟୋମୋବାଇଲ ଏବଂ ରସାୟନ ଯୋଗାଇଦେବାକୁ ଭାରତର ଆଗ୍ରହ ବାବଦରେ ପ୍ରଧାନମନ୍ତ୍ରୀ ଜଣାଇଥିଲେ ।

ଦୁଇ ନେତା ଶିକ୍ଷା, ସଂସ୍କୃତି ଏବଂ ପାରମ୍ପରିକ ଜ୍ଞାନ କ୍ଷେତ୍ରରେ ସହଯୋଗର ସମ୍ଭାବନା ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ । ନିୟମିତ ଯୋଗାଯୋଗରେ ରହିବା ସହ ପାରସ୍ପରିକ ସହଯୋଗକୁ ଅଧିକ ସୁଦୃଢ଼ କରିବାକୁ ଦୁଇ ନେତା ସହମତ ହୋଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indonesia To Dubai, IITs And IIMs Are Going Global: The Strategy Behind India's Overseas Campuses

Media Coverage

Indonesia To Dubai, IITs And IIMs Are Going Global: The Strategy Behind India's Overseas Campuses
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 9, 2026
July 09, 2026

PM Modi Leading India's Economic, Cultural & Diplomatic Renaissance