ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ରେ ରିଓ ଡି ଜେନେରୋରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ବ୍ରାଜିଲ ରାଷ୍ଟ୍ରପତି ଶ୍ରୀ ଲୁଇଜ ଇନାସିଓ ଲୁଲା ଦା ସିଲଭାଙ୍କୁ ଭେଟିଛନ୍ତି । ବ୍ରାଜିଲର ଜି-୨୦ ଏବଂ ଆଇବିଏସଏ ଅଧ୍ୟକ୍ଷତାର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ରାଷ୍ଟ୍ରପତି ଲୁଲାଙ୍କୁ ତାଙ୍କ ଆତିଥେୟତା ପାଇଁ ଧନ୍ୟବାଦ ଜଣାଇଥିଲେ । ଦାରିଦ୍ୟ ଓ ବୁଭୁକ୍ଷୁତା ବିରୋଧରେ ବୈଶ୍ୱିକ ମେଣ୍ଟ ପ୍ରତିଷ୍ଠା ଦିଗରେ ବ୍ରାଜିଲର ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ଭାରତର ଦୃଢ଼ ସମର୍ଥନ ଜଣାଇଥିଲେ । ଜି-୨୦ ଟ୍ରୋଇକା ସଦସ୍ୟ ଭାବେ    ପ୍ରଧାନମନ୍ତ୍ରୀ ଜି-୨୦ରେ ବ୍ରାଜିଲ ଦ୍ୱାରା ଆଗତ କାର୍ଯ୍ୟସୂଚୀକୁ ସମର୍ଥନ ଜଣାଇଥିଲେ । ଏହା ଶତତ ବିକାଶ ଏବଂ ବୈଶ୍ୱିକ ପ୍ରଶାସନିକ ସଂସ୍କାର, ଯାହାକି ଗ୍ଲୋବାଲ ସାଉଥର ଉଦବେଗକୁ ଗୁରୁତ୍ୱ ଦେଇଛି ସ୍ଥାନ ପାଇଛି । ଆସନ୍ତା ବର୍ଷ ବ୍ରିକ୍‌ସ ଏବଂ ସିଓପି ୩୦ରେ ବ୍ରାଜିଲର ନେତୃତ୍ୱ ପାଇଁ ସେ ଶୁଭେଚ୍ଛା ଜଣାଇବା ସହ ଭାରତର ସମ୍ପର୍ଣ୍ଣ ସହାୟତା ସକାଶେ ପ୍ରତିଶ୍ରୁତି ଦେଇଥିଲେ ।

 

ବୈଠକ ଅବସରରେ ଭାରତ-ବ୍ରାଜିଲ ରଣନୀତିକ ସହଭାଗିତା ବୃଦ୍ଧି କରିବାକୁ ଆଲୋଚନା ହୋଇଥିଲା । ବିଶେଷ କରି କୃଷି, ପ୍ରତିରକ୍ଷା, ଡିଜିଟାଲ ଟେକ୍ନୋଲୋଜି, ପର୍ଯ୍ୟଟନ, ଜୈବ ଇନ୍ଧନ, ଫାର୍ମାସ୍ୟୁଟିକାଲ୍ସ ଏବଂ ମହକାଶ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଥିଲା ।

 

ଦୁଇ ନେତା ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ଗୁରୁତ୍ୱଥିବା ପ୍ରସଙ୍ଗରେ ଆଲୋଚନା କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi