ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆର୍ଜଣ୍ଟିନାର ରାଷ୍ଟ୍ରପତି ଜାଭିଏର୍ ମିଲେଇଙ୍କୁ ଭେଟିଛନ୍ତି । କାସା ରୋସାଡାରେ ପହଞ୍ଚିବା ପରେ ରାଷ୍ଟ୍ରପତି ମିଲେଇ ତାଙ୍କର ଭବ୍ୟ ସ୍ୱାଗତ କରିଥିଲେ । ଗତ କାଲି ବ୍ୟୁନସ୍ ଏୟାର୍ସରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କର ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ୫୭ ବର୍ଷର ବ୍ୟବଧାନ ପରେ ଜଣେ ଭରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆର୍ଜେଣ୍ଟିନାକୁ ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ । ଭାରତ - ଆର୍ଜେଣ୍ଟିନା ସମ୍ପର୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ, କାରଣ ଉଭୟ ଦେଶ କୂଟନୈତିକ ସମ୍ପର୍କ ସ୍ଥାପନର ୭୫ ବର୍ଷ ପାଳନ କରୁଛନ୍ତି । ତାଙ୍କୁ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ପ୍ରଦାନ କରାଯାଇଥିବା ଭବ୍ୟ ଆତିଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମିଲେଇଙ୍କୁ ଧନ୍ୟବାଦ ଜଣାଇଥିଲେ ।

 

ଦୁଇ ନେତା ସୀମିତ ଏବଂ ପ୍ରତିନିଧିମଣ୍ଡଳ ସ୍ତରୀୟ ଫରମାର୍ଟରେ ସାକ୍ଷାତ କରିଥିଲେ । ସେମାନେ ବ୍ୟାପକ ଆଲୋଚନା କରିଥିଲେ ଏବଂ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ପରିସର ସମୀକ୍ଷା କରିଥିଲେ । ସେମାନେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ତୈଳ ଏବଂ ଗ୍ୟାସ, ପ୍ରତିରକ୍ଷା, ପରମାଣୁ ଶକ୍ତି, କୃଷି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, କୃଷିରେ ଡ୍ରୋନ୍ ବ୍ୟବହାର, ମତ୍ସ୍ୟଚାଷ ଏବଂ ବିଦ୍ୟୁତ ପରିବହନ ଲାଇନର ନିରୀକ୍ଷଣ, ଆଇସିଟି, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ୟୁପିଆଇ, ଅନ୍ତରୀକ୍ଷ, ରେଳବାଇ, ଔଷଧ, କ୍ରୀଡା ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ । ଉଭୟ ନେତା ଚାଲିଥିବା ଆର୍ଥିକ ସହଯୋଗର ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଦ୍ୱିପାକ୍ଷିକ ବାଣିଜ୍ୟ ସ୍ଥିର ଗତିରେ ଥିବା ବେଳେ, ବାଣିଜ୍ୟିକ ସମ୍ପର୍କର ପୂର୍ଣ୍ଣ ସମ୍ଭାବନାକୁ ଉପଯୋଗ କରିବା ପାଇଁ ଦୁଇ ପକ୍ଷକୁ ବାଣିଜ୍ୟ ବିବିଧତା ଉପରେ କାର୍ଯ୍ୟ କରିବାକୁ ପଡିବ । ଏହି ପରିପ୍ରେକ୍ଷୀରେ, ସେମାନେ ଇଣ୍ଡିଆ-ମର୍କୋସୁର୍ ବାଣିଜ୍ୟ ଚୁକ୍ତି ସମ୍ପ୍ରସାରଣ ଉପରେ ମଧ୍ୟ ଆଲୋଚନା କରିଥିଲେ ।

 

ପ୍ରଧାନମନ୍ତ୍ରୀ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର କଡା ନିନ୍ଦା କରିଥିବାରୁ ରାଷ୍ଟ୍ରପତି ମିଲେଇଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇରେ ଭାରତ ପାଇଁ ଆର୍ଜେଣ୍ଟିନାର ଏକତାକୁ ପ୍ରଶଂସା କରିଥିଲେ । ଆତଙ୍କବାଦ ମାନବତା ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରିଛି ବୋଲି ଦୁଇ ନେତା ସହମତ ହୋଇଥିଲେ । ସେମାନେ ଏହି ବିପଦ ବିରୁଦ୍ଧରେ ବିଶ୍ୱସ୍ତରୀୟ ସଂଗ୍ରାମକୁ ମଜବୁତ କରିବା ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ।

ଉଭୟ ନେତା ରଣନୈତିକ ସହଭାଗିତାକୁ ମଜବୁତ କରିବା ପାଇଁ ଏକତ୍ର କାର୍ଯ୍ୟ ଜାରି ରଖିବାକୁ ସହମତ ହୋଇଥିଲେ । ସେମାନେ ଗ୍ଲୋବାଲ ସାଉଥ ଚିନ୍ତାକୁ ଅଧିକ ସ୍ୱର ଦେବାକୁ ଆହ୍ୱାନ କରିଥିଲେ ।

 

ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ଶେଷ କରିବା ପୂର୍ବରୁ ବ୍ୟୁନସ୍ ଏୟାର୍ସରେ ମହାତ୍ମା ଗାନ୍ଧୀ ଏବଂ ରବିନ୍ଦ୍ରନାଥ ଟାଗୋରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ରାଷ୍ଟ୍ରପତି ମିଲେଇ ଆର୍ଜେଣ୍ଟିନାର ଐତିହାସିକ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ରାଷ୍ଟ୍ରପତି ମିଲେଇଙ୍କୁ ପାରସ୍ପରିକ ସୁବିଧାଜନକ ସମୟରେ ଭାରତ ଗସ୍ତରେ ଆସିବାକୁ ନିମନ୍ତ୍ରଣ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026