ଚେକ୍ ରିପବ୍ଲିକ୍‌ର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ପେଟର ଫିୟାଲା ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଶିଖର ସମ୍ମିଳନୀ ୨୦୨୪ରେ ଅଂଶଗ୍ରହଣ କରିବା ପାଇଁ ୯ - ୧୧ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜେକ୍ ରିପବ୍ଲିକ୍‌ର ପ୍ରଧାନମନ୍ତ୍ରୀ ଫିଆଲାଙ୍କୁ ସାକ୍ଷାତ କରିଛନ୍ତି । ବିଶେଷ କରି ଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ବିଜ୍ଞାନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଇବା ପାଇଁ ଦୁଇ ନେତା ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ଅନେକ ଚେକ୍ କମ୍ପାନୀ ପ୍ରତିରକ୍ଷା, ରେଳବାଇ ଏବଂ ବିମାନ ଚଳାଚଳ କ୍ଷେତ୍ରରେ ଭାରତୀୟ ନିର୍ମାତା ମାନଙ୍କ ସହ ଭାଗିଦାରୀ କରିଛନ୍ତି । ସେ ଏହା ମଧ୍ୟ ଆଲୋକପାତ କରିଥିଲେ ଯେ ଭାରତୀୟ ଅଭିବୃଦ୍ଧି କାହାଣୀ ଏବଂ ଚେକ୍ ରିପବ୍ଲିକର ମଜବୁତ ଶିଳ୍ପ ଭିତ୍ତିଭୂମି ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଦୁଇଟି ଆଦର୍ଶ ଅଂଶୀଦାର ତିଆରି କରିଛି ।

ଭାରତ - ଚେକିଆ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ ଉଦ୍ଭାବନ ଉପରେ ଭାରତ - ଚେକିଆ ରଣନୈତିକ ଭାଗିଦାରୀ ପାଇଁ ମିଳିତ ବିବୃତି ଗ୍ରହଣକୁ ଉଭୟ ନେତା ସ୍ୱାଗତ କରିଥିଲେ । ଷ୍ଟାର୍ଟଅପ୍ ଏବଂ ଇନୋଭେସନ୍‌, ସାଇବର ସିକ୍ୟୁରିଟି, ଡିଜିଟାଲ ଡୋମେନ୍‌, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ପ୍ରତିରକ୍ଷା, ଆଣବିକ ଶକ୍ତି ଏବଂ ବୃତ୍ତାକାର ଅର୍ଥନୀତି ଭଳି କ୍ଷେତ୍ରରେ ଉଭୟ ଦେଶର ପରିପୂରକତାକୁ ଉପଯୋଗ କରିବା ଏହି ମିଳିତ ବିବୃତିର ଉଦ୍ଦେଶ୍ୟ ।

ପ୍ରଧାନମନ୍ତ୍ରୀ ଫିୟାଲା ଜୟପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ଯେଉଁଠାରେ ନିମ୍ସ ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନଜନକ କାଉସା ଡକ୍ଟରେଟ୍ ଡିଗ୍ରୀରେ ସମ୍ମାନିତ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Budget 2026-27 lays blueprint for a future-ready digital ecosystem

Media Coverage

Budget 2026-27 lays blueprint for a future-ready digital ecosystem
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 2, 2026
February 02, 2026

Citizens Celebrate PM Modi's Roadmap to Prosperity: Budget 2026 Drives Investment, Jobs, and Sustainable Growth for Every Indian