ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୁଏତର ଅମୀର ମହାମହିମ ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାହଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ଥିଲା। ବାୟନ ପ୍ୟାଲେସରେ ପହଞ୍ଚିବା ପରେ ଶ୍ରୀ ମୋଦୀଙ୍କୁ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା ଏବଂ କୁଏତର ପ୍ରଧାନମନ୍ତ୍ରୀ ମହାମହିମ ଅହମ୍ମଦ ଅଲ-ଅବଦୁଲ୍ଲା ଅଲ-ଅହମ୍ମଦ ଅଲ-ସବା ତାଙ୍କୁ ସ୍ୱାଗତ କରିଥିଲେ।

 

ଦୁଇ ନେତା ଉଭୟ ଦେଶ ମଧ୍ୟରେ ଦୃଢ଼ ଐତିହାସିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ସ୍ମରଣ କରିଥିଲେ ଏବଂ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବୃଦ୍ଧି ତଥା ଗଭୀର କରିବା ପାଇଁ ସେମାନଙ୍କର ପୂର୍ଣ୍ଣ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଏହି ପରିପ୍ରେକ୍ଷୀରେ, ସେମାନେ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ "ରଣନୀତିକ ଭାଗିଦାରୀ" ସ୍ତରକୁ ଉନ୍ନୀତ କରିବାକୁ ରାଜି ହୋଇଥିଲେ।

କୁଏତରେ ୧୦ ଲକ୍ଷରୁ ଅଧିକ ପ୍ରବାସୀ ଭାରତୀୟଙ୍କ କଲ୍ୟାଣ ସୁନିଶ୍ଚିତ କରିଥିବାରୁ ପ୍ରଧାନମନ୍ତ୍ରୀ ମହାମହିମ ଅମୀରଙ୍କୁ ଧନ୍ୟବାଦ ଜଣାଇଥିଲେ। କୁଏତର ବିକାଶରେ ବୃହତ ଏବଂ ସକ୍ରିୟ ଭାରତୀୟ ସମୁଦାୟର ଅବଦାନକୁ ମହାମହିମ ଅମୀର ପ୍ରଶଂସା କରିଥିଲେ।

 

କୁଏତ ଦ୍ୱାରା ନିଜର ଭିଜନ ୨୦୩୫କୁ ପୂରଣ କରିବା ଲାଗି କରାଯାଉଥିବା ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ଚଳିତ ମାସ ଆରମ୍ଭରେ ଜିସିସି ଶିଖର ସମ୍ମିଳନୀର ସଫଳ ଆୟୋଜନ ଲାଗି ମହାମହିମ ଅମୀରଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଗତକାଲି ଆରବିୟାନ ଗଲ୍ଫ କପର ଉଦଘାଟନୀ ସମାରୋହରେ ତାଙ୍କୁ ‘ସମ୍ମାନିତ ଅତିଥି’ ରୂପରେ ଆମନ୍ତ୍ରଣ କରିବା ଲାଗି ମଧ୍ୟ ଅମିରଙ୍କୁ କୃତଜ୍ଞତା ଜଣାଇଥିଲେ । ମହାମହିମ ଅମୀର ପ୍ରଧାନମନ୍ତ୍ରୀଙ୍କ ଭାବନା ପାଇଁ କୃତଜ୍ଞତା ବ୍ୟକ୍ତ କରିଥିଲେ ଏବଂ କୁଏତ ଓ ଉପସାଗରୀୟ କ୍ଷେତ୍ରରେ ଏକ ମୂଲ୍ୟବାନ ଭାଗିଦାର ରୂପେ ଭାରତର ଭୂମିକାକୁ ପ୍ରଶଂସା କରିଥିଲେ। ମହାମହୀମ ଅମୀର କୁଏତ ଭିଜନ ୨୦୩୫କୁ ସାକାର କରିବା ଦିଗରେ ଭାରତର ବଡ଼ ଭୂମିକା ଓ ଯୋଗଦାନ ପାଇଁ ଆଶା ବ୍ୟକ୍ତ କରିଥିଲେ।

ମହାମହିମ ଅମୀରଙ୍କୁ ଭାରତ ଆସିବା ପାଇଁ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ କରିଥିଲେ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From welfare to opportunity: How DPI 2.0 and AI will unlock India’s productivity

Media Coverage

From welfare to opportunity: How DPI 2.0 and AI will unlock India’s productivity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 28, 2026
June 28, 2026

From Digital India to Defence, PM Modi’s Vision for a Viksit Bharat Powering India’s Progress