ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତିୟାନଜିନରେ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ ଅବସରରେ ମିଆଁମାରର ରାଜ୍ୟ ସୁରକ୍ଷା ଏବଂ ଶାନ୍ତି କମିଶନର ଅଧ୍ୟକ୍ଷ ବରିଷ୍ଠ ଜେନେରାଲ ମିନ୍ ଅଙ୍ଗ ହ୍ଲାଇଙ୍ଗଙ୍କ ସହ ସାକ୍ଷାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଭାରତ ଏହାର ପଡୋଶୀ ପ୍ରଥମ, ଆକ୍ଟ ଇଷ୍ଟ ଏବଂ ହିନ୍ଦ-ପ୍ରଶାନ୍ତ ମହାସାଗର ନୀତିର ଅଂଶ ଭାବରେ ମିଆଁମାର ସହିତ ସମ୍ପର୍କକୁ ଗୁରୁତ୍ୱ ଦିଏ । ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଛନ୍ତି ଏବଂ ବିକାଶ ସହଭାଗୀତା, ପ୍ରତିରକ୍ଷା ତଥା ସୁରକ୍ଷା, ସୀମା ପରିଚାଳନା ଏବଂ ସୀମା ବାଣିଜ୍ୟ ପ୍ରସଙ୍ଗ ସମେତ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ ଦିଗ ଉପରେ ଆଗକୁ ବଢ଼ିବା ବିଷୟରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଚାଲୁଥିବା ସଂଯୋଗ ପ୍ରକଳ୍ପଗୁଡିକର ଅଗ୍ରଗତି ଦୁଇ ଦେଶର ଲୋକଙ୍କ ମଧ୍ୟରେ ଉତ୍ତମ ପାରସ୍ପରିକ ସମ୍ପର୍କକୁ ପ୍ରୋତ୍ସାହିତ କରିବ, ସେହିପରି ଭାରତର ଆକ୍ଟ ଇଷ୍ଟ ନୀତି ଅନୁଯାୟୀ କ୍ଷେତ୍ରୀୟ ସହଯୋଗ ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବ ।

ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ, ମିଆଁମାରରେ ଆଗାମୀ ନିର୍ବାଚନ ସମସ୍ତ ଅଂଶୀଦାରଙ୍କୁ ସାମିଲ କରି ଏକ ନିରପେକ୍ଷ ଏବଂ ସମାବେଶୀ ଉପାୟରେ ଅନୁଷ୍ଠିତ ହେବ । ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ଭାରତ ମିଆଁମାର ନେତୃତ୍ୱାଧୀନ ଏବଂ ମିଆଁମାର ମାଲିକାନାଧୀନ ଶାନ୍ତି ପ୍ରକ୍ରିୟାକୁ ସମର୍ଥନ କରେ, ଯାହା ପାଇଁ ଶାନ୍ତିପୂର୍ଣ୍ଣ ଆଲୋଚନା ଏବଂ ପରାମର୍ଶ ହେଉଛି ଏକମାତ୍ର ଉପାୟ ।

ପ୍ରଧାନମନ୍ତ୍ରୀ ମିଆଁମାରର ବିକାଶମୂଳକ ଆବଶ୍ୟକତାକୁ ସମର୍ଥନ କରିବା ପାଇଁ ଭାରତର ତତ୍ପରତାକୁ ପୁନର୍ବାର ଦୋହରାଇଛନ୍ତି ।
Senior General Min Aung Hlaing and I held talks in Tianjin. Myanmar is a vital pillar of India’s Act East and Neighbourhood First Policies. We both agreed that there is immense scope to boost ties in areas like trade, connectivity, energy, rare earth mining and security. pic.twitter.com/Sxs32TsiTK
— Narendra Modi (@narendramodi) August 31, 2025
ကျွန်ုပ်သည် ဗိုလ်ချုပ်မှူးကြီး မင်းအောင်လှိုင်နှင့် တီယန်ကျင်းမြို့တွင် တွေ့ဆုံဆွေးနွေးခဲ့ကြပါသည်။မြန်မာနိုင်ငံသည် အိန္ဒိယနိုင်ငံ၏ အရှေ့နှင့် ထိတွေ့ဆက်ဆံရေးမူဝါဒ နှင့်အိမ်နီးချင်းဦးစားပေးရေးမူဝါဒ များ၏ အရေးပါတဲ့ မဏ္ဍိုင်တစ်ခု ဖြစ်ပါတယ်။ ကုန်သွယ်ရေး၊ ချိတ်ဆက်ဆောင်ရွက်ရေး၊… pic.twitter.com/xjn6ozMEXE
— Narendra Modi (@narendramodi) August 31, 2025


