ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀମତୀ ଉମା ସଚଦେବାଙ୍କୁ ଭେଟିଥିଲେ । ୯୦ ବର୍ଷ ବୟସ୍କା ଉମା ତାଙ୍କ ସ୍ୱାମୀ ଅବସରପ୍ରାପ୍ତ କର୍ଣ୍ଣେଲ ଏଚ୍.କେ ସଚଦେବାଙ୍କ ଦ୍ୱାରା ଲିଖିତ ୩ ଟି ପୁସ୍ତକର କପି ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ।
ଏକାଧିକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଜି ଶ୍ରୀମତୀ ଉମା ସଚଦେବା ଜୀଙ୍କ ସହ ମୋର ଏକ ସ୍ମରଣୀୟ ଆଲୋଚନା ହୋଇଥିଲା । ତାଙ୍କୁ ୯୦ ବର୍ଷ ବୟସ ହୋଇଛି ଏବଂ ସେ ବହୁତ ଶକ୍ତିଶାଳୀ ଏବଂ ଆଶାବାଦୀ ମନୋଭାବରେ ଆଶୀର୍ବାଦ ପ୍ରାପ୍ତ ହୋଇଛନ୍ତି । ତାଙ୍କ ସ୍ୱାମୀ ଅବସରପ୍ରାପ୍ତ କର୍ଣ୍ଣେଲ ଏଚ୍.କେ ସଚଦେବା ଜଣେ ସମ୍ମାନସ୍ପଦ ବ୍ୟକ୍ତି ଥିଲେ । ଉମା ଜୀ ହେଉଛନ୍ତି ଜେନେରାଲ୍ ବେଦମଲିକ୍ ଜୀଙ୍କ ମାଉସୀ ।”
“ଉମା ଜୀ ମୋତେ ତାଙ୍କ ସ୍ୱାମୀଙ୍କ ଦ୍ୱାରା ଲିଖିତ ୩ ଟି ପୁସ୍ତକର କପି ଦେଇଛନ୍ତି । ସେଥିମଧ୍ୟରୁ ଦୁଇଟି ଗୀତା ସହିତ ଜଡିତ ଏବଂ ତୃତୀୟଟି ‘ରକ୍ତ ଏବଂ ଲୁହ' ଶୀର୍ଷକ ହେଉଛି ଅବସରପ୍ରାପ୍ତ କର୍ଣ୍ଣେଲ ଏଚ୍.କେ ସଚଦେବାଙ୍କ ବିଭାଜନ ସମୟର ଦୁଃଖଦ ଘଟଣାର ଅନୁଭୂତି ଏବଂ ତାଙ୍କ ଜୀବନ ଉପରେ ଏହାର ପ୍ରଭାବ ।”
“ଆମେ ୧୪ ଅଗଷ୍ଟକୁ ବିଭାଜନର ଭୟଙ୍କର ଦିବସ ରୂପେ ପାଳନ କରିବାକୁ ଭାରତର ନିଷ୍ପତ୍ତି ବିଷୟରେ ଆଲୋଚନା କରିଥିଲୁ, ବିଭାଜନ ଯୋଗୁଁ ଯେଉଁମାନେ କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ, ସେମାନେ ଜୀବନକୁ ବାଜି ଲଗାଇ ଜାତୀୟ ପ୍ରଗତିରେ ସହଯୋଗ କରିଥିଲେ । ସେମାନେ ମାନବିକ ସ୍ଥିରତା ଏବଂ ଧୈର୍ଯ୍ୟକୁ ଦର୍ଶାଇଛନ୍ତି ।”
Today I had a memorable interaction with Smt. Uma Suchdeva Ji. She is 90 years old and is blessed with great vigour and a spirit of optimism. Her husband, Colonel (Retd) HK Suchdeva was a widely respected veteran. Uma Ji is the aunt of General @Vedmalik1 Ji. pic.twitter.com/DMM3dyfgZO
— Narendra Modi (@narendramodi) October 7, 2022


