ପୋଲାଣ୍ଡର ପ୍ରମୁଖ ଭାରତବିଦ୍ ମାନଙ୍କ ଏକ ଗ୍ରୁପକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି ।

ଏହି ଗ୍ରୁପରେ ଅଛନ୍ତି:

ପୋଲାଣ୍ଡର ପ୍ରମୁଖ ସଂସ୍କୃତ ବିଦ୍ୱାନ ପ୍ରଫେସର ମାରିଆ ଖ୍ରୀଷ୍ଟୋଫର ବ୍ୟରସ୍କି ଏବଂ ୱାର୍ସ ବିଶ୍ୱବିଦ୍ୟାଳୟର ପ୍ରଫେସର ଏମେରିଟସ । ପ୍ରଫେସର ବ୍ୟରସ୍କି ଭାରତରେ ୧୯୯୩ରୁ ୧୯୯୬ ପର୍ଯ୍ୟନ୍ତ ପୋଲାଣ୍ଡର ରାଷ୍ଟ୍ରଦୂତ ଭାବେ କାମ କରିଥିଲେ ଏବଂ ୨୦୨୨ ମାର୍ଚ୍ଚରେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ପ୍ରଫେସର ମୋନିକା ବ୍ରୋୱାରଜିକ୍‌, ପୋଲାଣ୍ଡର ପ୍ରସିଦ୍ଧ ହିନ୍ଦୀ ବିଦ୍ୱାନ ଏବଂ ପୋଜନାନସ୍ଥିତ  ଆଦାମ ମିକିୱିଜ୍ ବିଶ୍ୱବିଦ୍ୟାଳୟର ଡିପାର୍ଟମେଣ୍ଟ ଅଫ ଏସିଆନ ଷ୍ଟଡିଜର ମୁଖ୍ୟ ଅଛନ୍ତି । ୨୦୨୩ ମସିହାରେ ଫିଜିରେ ଅନୁଷ୍ଠିତ ଦ୍ୱାଦଶ ବିଶ୍ୱ ହିନ୍ଦୀ ସମ୍ମେଳନରେ ତାଙ୍କୁ ବିଶ୍ୱ ହିନ୍ଦୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ପ୍ରଫେସର ହାଲିନା ମାର୍ଲେୱଜ୍‌, ପୋଲାଣ୍ଡରେ ଭାରତୀୟ ଫିଲୋସୋପିର ପ୍ରମୁଖ ବିଦ୍ୱାନ ଏବଂ କ୍ରାକୋ ସ୍ଥିତ ଜାଗିଲୋନିଆନ ବିଶ୍ୱବିଦ୍ୟାଳୟରେ ଇନଷଟିଚ୍ୟୁଟ ଅଫ ଓରିଏଣ୍ଟାଲ ଷ୍ଟଡିଜ୍‌ର ମୁଖ୍ୟ ଅଛନ୍ତି ।

 

ପ୍ରଫେସର ଡାନୁଟା ଷ୍ଟାସିକ୍‌, ପୋଲାଣ୍ଡର ପ୍ରସିଦ୍ଧ ଭାରତବିଦ୍ ଏବଂ ୱାର୍ସ ବିଶ୍ୱବିଦ୍ୟାଳୟର ସାଉଥ୍ ଏସିଆ ଷ୍ଟଡିଜ୍ ବିଭାଗର ପୂର୍ବତନ ମୁଖ୍ୟ ।

ପ୍ରଫେସର ପ୍ରେଜମାଇସ୍ଲ, ପୋଲାଣ୍ଡର ଜଣାଶୁଣା ଭାରତବିଦ୍ ଏବଂ ରୋକ୍ଲା ବିଶ୍ୱବିଦ୍ୟାଳୟର ଇଣ୍ଡିଆନ ଷ୍ଟଡିଜ୍ ବିଭାଗର ମୁଖ୍ୟ ।

ଭାରତୀୟ ବିଷୟ ଉପରେ ସେମାନଙ୍କର ଗଭୀର ଉତ୍ସାହକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେମାନଙ୍କ କାର୍ଯ୍ୟ ଏବଂ ଶିକ୍ଷାଗତ ଅନସ୍ନ୍‌ାନ ଭାରତ -ପୋଲାଣ୍ଡ ମଧ୍ୟରେ ସଂସ୍କୃତିଗତ ବନ୍ଧୁତ୍ୱକୁ ଦୃଢ଼ କରିବା ସହ ପାରସ୍ପରିକ ବୁଝାମଣାକୁ ପ୍ରୋତ୍ସାହିତ କରୁଛି । ପୋଲାଣ୍ଡରେ ବିଗତ ଦିନରୁ ଅର୍ଥାତ ଉନବିଂଶ ଶତାବ୍ଦୀରୁ ଭାରତବିଦ ମାନଙ୍କ କାର୍ଯ୍ୟ ଜାରି ରହିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PLI schemes, design in India and manufacturing excellence are transforming the architectural lighting industry

Media Coverage

How PLI schemes, design in India and manufacturing excellence are transforming the architectural lighting industry
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 28, 2026
July 28, 2026

From Factories to Space & High-Speed Rail: How PM Modi’s Vision is Rewiring India’s Future