ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଜବେକିସ୍ତାନର ସମରକନ୍ଦ ଠାରେ ଋଷ ସଙ୍ଘ ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି । ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ)ର ୨୨ତମ ବୈଠକ ଅବସରରେ ଏହି ଭେଟ ହୋଇଛି ।

ଉଭୟ ନେତା ବିଭିନ୍ନ ସ୍ତରରେ ସମ୍ପର୍କ ସମେତ ଦ୍ୱିପାକ୍ଷିକ ସହଯୋଗ ବଜାୟ ରହିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ଚଳିତ ମାସର ଆରମ୍ଭ ବେଳକୁ ଭ୍ଲାଡିଭଷ୍ଟକ ଠାରେ ଆୟୋଜିତ ପୂର୍ବ ଅର୍ଥନୈତିକ ମଂଚ ବୈଠକ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାକୁ ରାଷ୍ଟ୍ରପତି ପୁଟିନ ପ୍ରଶଂସା କରିଥିଲେ ।

ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସହ ମିଳିତ ସ୍ୱାର୍ଥ ଥିବା କ୍ଷେତ୍ରୀୟ ଓ ବୈଶିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବିଶ୍ୱ ଖାଦ୍ୟ ସୁରକ୍ଷା, ଶକ୍ତି ସୁରକ୍ଷା, ସାର ଉପଲବ୍ଧତା ସମ୍ପର୍କରେ ଆଲୋଚନା କରିବା ସହ ବର୍ତ୍ତମାନର ଭୂ-ରାଜନୈତିକ ସ୍ଥିତି ଯୋଗୁଁ ସୃଷ୍ଟ ପ୍ରସଙ୍ଗଗୁଡିକ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

ୟୁକ୍ରେନରେ ଜାରି ରହିଥିବା ସଂଘର୍ଷ ପରିପ୍ରେକ୍ଷୀର ପ୍ରଧାନମନ୍ତ୍ରୀ ଶତ୍ରୁତାକୁ ଶୀଘ୍ର ସମାପ୍ତ କରି ଆଲୋଚନା ଓ କୂଟନୀତିର ଅବଶ୍ୟକତା ରହିଥିବା ଆହ୍ୱାନକୁ ଦୋହରାଇଥିଲେ ।

କୂଟନୈତିକ ସମ୍ପର୍କ ସ୍ଥାପନର ୭୫ ବର୍ଷ ପୂର୍ତ୍ତି ଅବସରରେ ଉଭୟ ନେତାଙ୍କ ମଧ୍ୟରେ ଚଳିବ ବର୍ଷ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ସେମାନେ ଯୋଗାଯୋଗରେ ରହିବାକୁ ସହମତ ହୋଇଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win