ମଙ୍ଗଳବାର ଦିନ କାନାଡର କାନନାସକିସରେ ଅନୁଷ୍ଠିତ ହୋଇଥିବା ଜି-୭ ବୈଠକ ପରିପ୍ରେକ୍ଷୀରେ କୋରିଆ ରିପ୍ଲବିକ ରାଷ୍ଟ୍ରପତିଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହୋଇଛନ୍ତି । କୋରିଆ ମୁଖ୍ୟ ଲି ଜାଏ ମୟୁଙ୍ଗ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ମୋଦୀ ଆଲୋଚନା କରିଛନ୍ତି । ବାଣିଜ୍ୟ, ପୁଞ୍ଜି ନିବେଶ, ପ୍ରଯୁକ୍ତି ବିଦ୍ୟା, ଗ୍ରୀନ ହାଇଡ୍ରୋଜେନ, ଜାହାଜ ନିର୍ମାଣ ପରି ବିଭିନ୍ନ କ୍ଷେତ୍ରରେ ଉଭୟ କୋରିଆ ଓ ଭାରତ ମିଳିତ ଭାବେ କାମ କରିବେ ବୋଲି କୁହାଯାଇଛି । ସୋସିଆଲ ଗଣମାଧ୍ୟମ ଏକ୍ସରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କାନାଡାରେ କୋରିଆ ମୁଖ୍ୟ ଲି ମୟୁଙ୍ଗଙ୍କ ସହ ତାଙ୍କର ଭଲ କଥାବାର୍ତା ହୋଇଛି । ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମିଳିତ ଭାବେ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
President Mr. Lee Jae-myung and I had a very good meeting in Canada. India and the Republic of Korea seek to work together in sectors like commerce, investment, technology, green hydrogen, shipbuilding and more. @Jaemyung_Lee pic.twitter.com/rh4JiEIabE
— Narendra Modi (@narendramodi) June 17, 2025


