ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲାଣ୍ଡର ପୂର୍ବ ପ୍ରଧାନମନ୍ତ୍ରୀ ଶ୍ରୀ ଥାକସିନ୍ ସିନାୱାତ୍ରାଙ୍କୁ ବ୍ୟାଙ୍କକ୍ରେ ଭେଟିଛନ୍ତି । ଉଭୟ ନେତା ଭାରତ ଓ ଥାଇଲାଣ୍ଡ ମଧ୍ୟରେ ରକ୍ଷା, ବ୍ୟାପାର, ସଂସ୍କୃତି ଏବଂ ଅନ୍ୟ କ୍ଷେତ୍ରରେ ଥିବା ସହଯୋଗର ଅପାର ସମ୍ଭାବନା ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି:
“ଥାଇଲାଣ୍ଡର ପୂର୍ବ ପ୍ରଧାନମନ୍ତ୍ରୀ ଶ୍ରୀ ଥାକସିନ୍ ସିନାୱାତ୍ରାଙ୍କୁ ଭେଟି ଅତ୍ୟନ୍ତ ଖୁସି ହେଲି । ଶାସନ ଓ ନୀତି ନିର୍ମାଣ ସମ୍ବନ୍ଧିତ ପ୍ରସଙ୍ଗରେ ତାଙ୍କର ବ୍ୟାପକ ଅନୁଭବ ରହିଛି । ସେ ଭାରତର ବହୁତ ଭଲ ବନ୍ଧୁ ଏବଂ ଅଟଳଜୀଙ୍କ ସହ ତାଙ୍କର ବହୁତ ମଧୁର ସମ୍ପର୍କ ଥିଲା ।
ଶ୍ରୀ ସିନାୱାତ୍ରା ଏବଂ ମୁଁ ଭାରତ ଓ ଥାଇଲାଣ୍ଡ ସହଯୋଗ ଏବଂ ଆମର ଦୁଇ ଦେଶର ଜନସାଧାରଣଙ୍କର କିପରି ଫାଇଦା ହେବ ସେ ନେଇ ବିସ୍ତୃତ ଭାବେ ଆଲୋଚନା କଲୁ । ଆମେ ରକ୍ଷା, ବ୍ୟାପାର, ସଂସ୍କୃତି ଏବଂ ଅନ୍ୟ କ୍ଷେତ୍ରରେ ଥିବା ସହଯୋଗର ଅପାର ସମ୍ଭାବନା ପ୍ରସଙ୍ଗରେ ଆଲୋଚନା କରିଛୁ ।
@ThaksinLive ”
It was a delight to meet Mr. Thaksin Shinawatra, the former Prime Minister of Thailand. He has extensive experience in matters relating to governance and policy making. He is also a great friend of India and had a very warm relationship with Atal Ji.
— Narendra Modi (@narendramodi) April 3, 2025
Mr. Shinawatra and I talked… pic.twitter.com/jBJDZx6Ziw


