ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଙ୍କକରେ ବିମ୍ସଟେକ ଶିଖର ସମ୍ମିଳନୀ ଅବସରରେ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସଙ୍କୁ ସାକ୍ଷାତ କରିଛନ୍ତି ।
ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ଏବଂ ପ୍ରଗତିଶୀଳ ବାଂଲାଦେଶ ପାଇଁ ଭାରତର ସମର୍ଥନକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ସମ୍ପର୍କ ପ୍ରତି ଭାରତର ଲୋକାଭିମୁଖୀ ଆଭିମୁଖ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ସହଯୋଗ ଉଭୟ ଦେଶର ଜନସାଧାରଣଙ୍କ ପାଇଁ ଉଲ୍ଲେଖନୀୟ ଲାଭ ଆଣିଛି । ବାଂଲାଦେଶ ସହ ଏକ ସକାରାତ୍ମକ ଏବଂ ଗଠନମୂଳକ ସମ୍ପର୍କ ସ୍ଥାପନ କରିବା ପାଇଁ ଭାରତର ଇଚ୍ଛା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ପରିବେଶକୁ ଖରାପ କରୁଥିବା ମନ୍ତବ୍ୟକୁ ଏଡ଼ାଇବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ସୀମାରେ ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ପାଇଁ ବିଶେଷ କରି ରାତିରେ ଆଇନର କଡ଼ାକଡ଼ି କାର୍ଯ୍ୟକାରିତା ଏବଂ ବେଆଇନ ସୀମା ପାର ରୋକିବା ଜରୁରୀ। ଆମ ସମ୍ପର୍କର ସମୀକ୍ଷା ଏବଂ ଆଗକୁ ନେବା ପାଇଁ ଦ୍ୱିପାକ୍ଷିକ ବ୍ୟବସ୍ଥା ଉପଯୁକ୍ତ ହୋଇପାରିବ।
ହିନ୍ଦୁମାନଙ୍କ ସମେତ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ସମ୍ବନ୍ଧୀୟ ଭାରତର ଚିନ୍ତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ ସେମାନଙ୍କ ବିରୋଧରେ ହୋଇଥିବା ଅତ୍ୟାଚାର ମାମଲାର ଗଭୀର ତଦନ୍ତ କରିବା ସହିତ ବାଂଲାଦେଶ ସରକାର ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବେ ବୋଲି ଆଶା ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ ବାଂଲାଦେଶକୁ ବିମ୍ସଟେକ ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ ଏବଂ ଫୋରମ୍ ଏହାର ନେତୃତ୍ୱରେ ଆଞ୍ଚଳିକ ସହଯୋଗକୁ ଆହୁରି ଆଗକୁ ବଢ଼ାଇବାକୁ ଆଗ୍ରହୀ ବୋଲି କହିଥିଲେ । ବିମ୍ସଟେକ ଢାଞ୍ଚା ସମେତ ଆଞ୍ଚଳିକ ସମନ୍ୱୟକୁ ଆଗେଇ ନେବା ପାଇଁ ପରାମର୍ଶ ଏବଂ ସହଯୋଗ ବୃଦ୍ଧି କରିବାକୁ ନେତାମାନେ ରାଜି ହୋଇଥିଲେ।
ପ୍ରଧାନମନ୍ତ୍ରୀ ତାଙ୍କର ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସ୍ୱାର୍ଥସମ୍ପନ୍ନ ସମସ୍ତ ସମସ୍ୟାର ସମାଧାନ ଗଠନମୂଳକ ଆଲୋଚନା ମାଧ୍ୟମରେ ଜାରି ରହିବ ଏବଂ ସେମାନଙ୍କର ଦୀର୍ଘକାଳୀନ ତଥା ପାରସ୍ପରିକ ଲାଭଦାୟକ ସମ୍ପର୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦ୍ୱିପାକ୍ଷିକ ଭାବରେ ସମାଧାନ କରାଯିବ ।
Met Mr. Muhammad Yunus, Chief Adviser of the interim government of Bangladesh. India remains committed to a constructive and people-centric relationship with Bangladesh.
— Narendra Modi (@narendramodi) April 4, 2025
I reiterated India’s support for peace, stability, inclusivity and democracy in Bangladesh. Discussed… pic.twitter.com/4UQgj8aohf
বাংলাদেশের অন্তর্বর্তীকালীন সরকারের প্রধান উপদেষ্টা জনাব মুহাম্মদ ইউনূসের সাথে সাক্ষাৎ করেছি। ভারত বাংলাদেশের সাথে একটি গঠনমূলক ও জনকেন্দ্রিক সম্পর্কের প্রতি প্রতিশ্রুতিবদ্ধ।
— Narendra Modi (@narendramodi) April 4, 2025
আমি বাংলাদেশে শান্তি, স্থিতিশীলতা, অন্তর্ভুক্তি ও গণতন্ত্রের প্রতি ভারতের সমর্থন পুনর্ব্যক্ত করেছি।… pic.twitter.com/RVbR5WQ9nu


