“ରାଜସ୍ଥାନ ଏକ ରାଜ୍ୟ ଯାହାର ଅତୀତ ଗୌରବୋଜ୍ଜ୍ୱଳ, ବର୍ତ୍ତମାନ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଭବିଷ୍ୟତ ସମ୍ଭାବନାମୟ”
“ରାଜସ୍ଥାନର ଇତିହାସ ଆମକୁ ସାହସ, ଗୌରବ ଓ ବିକାଶର ସହିତ ବଢିବାକୁ ଶିକ୍ଷା ଦିଏ”
“ଅତୀତରେ ଯେଉଁସବୁ ଅଞ୍ଚଳ ବଞ୍ଚିତ ହୋଇ ରହିଥିଲା ଓ ଅନଗ୍ରସର ବର୍ଗର ଲୋକେ ଥିଲେ ସେମାନଙ୍କ ବିକାଶକୁ ଦେଶ ଆଜି ଅଗ୍ରାଧିକାର ଦେଉଛି”
ଗତକାଲି ଅନୁଷ୍ଠିତ ସ୍ୱଚ୍ଛତା କାର୍ଯ୍ୟକ୍ରମର ସଫଳତା ପାଇଁ ସେ ଦେଶବାସୀଙ୍କୁ ସାଧୁବାଦ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚିତ୍ତୋଡଗଡ ଓ ରାଜସ୍ଥାନରେ ପ୍ରାୟ ୭୦୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ ଓ ଶୁଭ ଦେଇଛନ୍ତି । ଏହି ପ୍ରକଳ୍ପ ମଧ୍ୟରେ ରହିଛି ମେହେଷଣା-ଭଟିଣ୍ଡା-ଗୁରୁଦାସପୁର ଗ୍ୟାସ୍ ପାଇପ୍‌ଲାଇନ, ଆବୁ ରୋଡରେ ଏଚପିସିଏଲ୍‌ର ଏଲ୍‌ପିଜି ପ୍ଲାଣ୍ଟ, ଆଜମେର ଆଇଓସିଏଲ ବଟଲିଂ ପ୍ଲାଣ୍ଟର ଅତିରିକ୍ତ ଭଣ୍ଡାରଣ ସୁବିଧା, ରେଳବାଇ ଓ ସଡକ ପ୍ରକଳ୍ପ, ନାଥଦ୍ୱାରାରେ ପର୍ଯ୍ୟଟନ ସୁବିଧା ଓ କୋଟାରେ ଆଇଆଇଆଇସିର ସ୍ଥାୟୀ କ୍ୟାମ୍ପସ୍ ।

 

ଏହି ଅବସରରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ପବିତ୍ର ଜୟନ୍ତୀରେ ଏସବୁ ପ୍ରକଳ୍ପର ଶୁଭାରମ୍ଭ ଓ ଉଦ୍‌ଘାଟନ ଏକ ବିରଳ ସଂଯୋଗ । ଗତକାଲି ସମଗ୍ର ଦେଶରେ ହୋଇଥିବା ସ୍ୱଚ୍ଛତା ଅଭିଯାନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏବେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଗତକାଲି  ଅନୁଷ୍ଠିତ ସ୍ୱଚ୍ଛତା କାର୍ଯ୍ୟକ୍ରମର ସଫଳତା ପାଇଁ ସେ ଦେଶବାସୀଙ୍କୁ ସାଧୁବାଦ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପରିଚ୍ଛନ୍ନତା, ଆତ୍ମନିର୍ଭରଶୀଳତା ଓ ପ୍ରତିଯୋଗିତାମୂଳକ ବିକାଶ ସମ୍ପର୍କରେ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶର ସ୍ମୃତିଚାରଣ କରି କହିଥିଲେ ଯେ ବିଗତ ନ’ବର୍ଷ ଧରି ଭାରତ ଏହି ପଥ ଅନୁସରଣ କରି ଚାଲିଛି । ବାପୁଙ୍କ ଏହି ନୀତିର ପରିପ୍ରସାର ଦିଗରେ ସରକାର ଉଦ୍ୟମ ଜାରି ରଖିଛନ୍ତି । ଆଜି ଯେଉଁ ୭୦୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ତାହା ଏହି ଉଦ୍ୟମର ଫଳ ବୋଲି ସେ କହିଥିଲେ ।

ସେ ଆହୁରି କହିଥିଲେ ଯେ ଦେଶର ଗ୍ୟାସଭିତ୍ତିକ ଅର୍ଥନୀତିକୁ ସୁଦୃଢ କରିବାକୁ ସମଗ୍ର ଦେଶରେ ଗ୍ୟାସ ପାଇପ ଲାଗିନ ବିଛାଇବା କାମ ଅଭୂତପୂର୍ବ ଭାବେ ଚାଲିଛି । ପାଲି-ହନୁମାନଗଡ ସେକ୍ସନକୁ  ଆଜି ଲୋକାର୍ପିତ କରାଯାଇଛି । ଏହା ମେହେଷଣା-ଭଟିଣ୍ଡା-ଗୁରୁଦାସପୁର ପାଇପ ଲାଇନର ଅଂଶ ବିଶେଷ । ଏହା ଫଳରେ ରାଜସ୍ଥାନରେ ଶିଳ୍ପାୟନ ବଢିବ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ମଧ୍ୟ ଲୋକଙ୍କୁ ରୋଷେଇ ପାଇଁ  ଗ୍ୟାସ ପାଇପ ଲାଇନ ଦେବାରେ ସହାୟକ ହୋଇପାରିବ ।

 

ପ୍ରଧାନମନ୍ତ୍ରୀ ମଧ୍ୟ ଆଜି କେତେକ ରେଳ ଓ ସଡକପଥର ଶୁଭାରମ୍ଭ ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେ ମେୱାର ଅଞ୍ଚଳରେ  ସଡକ ଓ ରେଳପଥର ସୁବିଧା ସ୍ଥାନୀୟ ଲୋକଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିବ । ସେମାନଙ୍କ ଜୀବନ ସହଜ ହେବ । ଏହି ପ୍ରକଳ୍ପ ସମ୍ପୃକ୍ତ ଅଞ୍ଚଳରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । କୋଟାରେ ନୂଆ ଆଇଆଇଆଇଟି କ୍ୟାମ୍ପସ୍ ପ୍ରତିଷ୍ଠା ଫଳରେ ଏହି ସହରରେ ଶିକ୍ଷା ଭିତ୍ତିଭୂମି ସୁଦୃଢ ହୋଇ ଏହା ଏକ ପ୍ରମୁଖ ଶିକ୍ଷା ହବ୍‌ରେ ପରିଣତ ହେବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଯେ ରାଜସ୍ଥାନର ଏକ ଗୌରବାଜ୍ଜ୍ୱଳ ଇତିହାସ, ବର୍ତ୍ତମାନର ପ୍ରଚୁର ସାମର୍ଥ୍ୟ ଓ ଭବିଷ୍ୟତର ଅପାର ସମ୍ଭାବନା ରହିଛି । ନାଥଦ୍ୱାର ପର୍ଯ୍ୟଟନ ଓ ସାଂସ୍କୃତିକ କେନ୍ଦ୍ର ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଜୟପୁର ଗୋବିନ୍ଦଦେବ ଜୀ ମନ୍ଦିର, ସିକରର ଖଟୁ ଶ୍ୟାମ ମନ୍ଦିର ଓ ରାଜସମନ୍ଦର ନାଥ ଦ୍ୱାରା ଟୁରିଷ୍ଠ ସର୍କିଟର ଏକ ଅଂଶ । ଏହା ରାଜସ୍ଥାନର ଗୌରବ ବୃଦ୍ଧି କରିବ ଏବଂ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେବ ।

ଚିତ୍ତୋଡଗଡ ନିକଟସ୍ଥ ସୱରିୟା ସେଠ ମନ୍ଦିର ପ୍ରଭୁ କୃଷ୍ଣଙ୍କ ପାଇଁ ଉତ୍ସର୍ଗୀକୃତ । ଏହା ଏକ ଆଧ୍ୟାତ୍ମିକ ଓ ତୀର୍ଥକ୍ଷେତ୍ର । ଏହି ମନ୍ଦିରରେ ସୱରିୟା ସେଠ୍‌ଙ୍କ ପୂଜା କରିବାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଓ ଉପାସକ  ଆସିଥାନ୍ତି । ବ୍ୟବସାୟୀ ଗୋଷ୍ଠୀଙ୍କ ମଧ୍ୟରେ ସୱରିୟା ସେଠ୍‌ଙ୍କର ଭକ୍ତ ଓ ଅନୁଗାମୀଙ୍କ ସଂଖ୍ୟା ଅଧିôକ । ସ୍ୱଦେଶ ଦର୍ଶନ ଯୋଜନାରେ ଏହି ମନ୍ଦିରର ବିକାଶ କରାଯାଇ ଭକ୍ତଙ୍କ ନିମନ୍ତେ ଅଧିକ ସୁବିଧା ସୁଯୋଗ କରାଯାଇଛି । ମନ୍ଦିର ନିକଟରେ ଏକ ୱାଟର-ଲେଜର ଶୋ, ଏକ ପର୍ଯ୍ୟଟକ ସୁବିଧା କେନ୍ଦ୍ର, ଏକ ରଙ୍ଗଭୂମି  ଓ ଏକ ଅତ୍ୟାଧୁନିକ ଭୋଜନାଳୟ (କାଫେଟେରିଆ) ନିର୍ମାଣ କରାଯାଇଛି । ଏସବୁ ସୁବିଧା ସୁଯୋଗ ସେଠାକୁ ଯାଉଥିବା ଭକ୍ତ ଓ ଦର୍ଶନାର୍ଥୀଙ୍କୁ ଅଧିକ ସୁବିଧା ଯୋଗାଇବା ବୋଲି ପ୍ରଧାନମନ୍ତ୍ରୀ ଆଶବ୍ୟକ୍ତ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ରାଜସ୍ଥାନର ବିକାଶକୁ କେନ୍ଦ୍ର ସରକାର ବିଶେଷ ଅଗ୍ରାଧିକାର ଦେଉଛନ୍ତି ।   ରାଜସ୍ଥାନରେ ଏକ୍ସପ୍ରେସ ସଡକ, ରାଜପଥ, ରେଳପଥ ଆଦି ଭିତ୍ତିଭୂମିକ ବିକାଶ କାମ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ ହେଉଛି । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ସଡକ, ଅମୃତସର -ଜାମନଗର ଏକ୍ସପ୍ରେସ ସଡକ ଭଳି ପ୍ରକଳ୍ପ ରାଜସ୍ଥାନର ଲଜିଷ୍ଟିକ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିବ । ଉଦୟପୁର-ଜୟପୁର  ବନ୍ଦେ ଭାରତ ଟ୍ରେନ ଦୁଇ ସହରର ରେଳଯାତ୍ରୀଙ୍କ ସୁବିଧା ପାଇଁ ନିକଟରେ ଚଳାଚଳ ଆରମ୍ଭ କରିଛି ବୋଲି ସେ ସୂଚାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜସ୍ଥାନର ଭାରତମାଳା ପ୍ରକଳ୍ପ ଦ୍ୱାରା ସବୁଠୁ ଅଧିକ ଲାଭବାନ ହେବ ।

ଶ୍ରୀ ମୋଦୀ ଆହୁରି କହିଥିଲେ ଯେ “ରାଜସ୍ଥାନ ଇତିହାସ ଆମକୁ ଶିକ୍ଷା ଦେଉଛି ଯେ ଆମେ ସାହସ, ଗୌରବ ଓ ବିକାଶ ସହିତ ଆଗକୁ ବଢି ପାରିବା ଉଚିତ ।” ଭାରତ ମଧ୍ୟ ଆଜି ସେଇ ନୀତିରେ ଗତି କରୁଛି । ସମସ୍ତଙ୍କ ଉଦ୍ୟମକ୍ରମେ ଆମେ ଏକ ବିକଶିତ ଭାରତ ଗଠନରେ ଲାଗିଛୁ । ଅତୀତରେ ଯେଉଁ ଅଞ୍ଚଳ ଓ ବର୍ଗ ଅନଗ୍ରସର ତଥା ଅବହେଳିତ ହୋଇ ରହିଥିଲେ  ସେ ସବୁର ବିକାଶକୁ ଭାରତ ସରକାର ଅଗ୍ରାଧିକାର ଦେଇ କାର୍ଯ୍ୟ କରୁଛନ୍ତି ।

 

ଦେଶର ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ବିଗତ ପାଞ୍ଚବର୍ଷ ଧରି ଦେଶର ବିଭିନ୍ନ ‌ଅନଗ୍ରସର ଜିଲ୍ଲାରେ ସଫଳତାର ସହ କାର୍ଯ୍ୟକାରୀ ହେଉଛି । ଏହା ଦ୍ୱାରା ସମ୍ପୃକ୍ତ ଜିଲ୍ଲାର ସାମାଜିକ ଓ ଆର୍ଥିକ ସ୍ଥିତି ବଦଳୁଛି । ମେୱାଡ ଓ ରାଜସ୍ଥାନ ଅଞ୍ଚଳର ଅନେକ ଜିଲ୍ଲା ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇ ବିକଶିତ ହେଉଛି । ଏବେ ଆକାଂକ୍ଷୀ ଜିଲ୍ଲାର ସଫଳତାକୁ ଦେଖି କେନ୍ଦ୍ର ସରକାର ଦେଶର ଅନଗ୍ରସର ବ୍ଲକଗୁଡିକୁ ବାଛି ସେସବୁର ବିକାଶ ପାଇଁ ପ୍ରୟାସ କରୁଛନ୍ତି । ଆଗକୁ ଏହି ଯୋଜନାରେ ରାଜସ୍ଥାନର ଅନେକ ବ୍ଲକ ସାମିଲ ହେବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଅନଗ୍ରସର ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ସଶକ୍ତ/ସମର୍ଥ ଗ୍ରାମ କାର୍ଯ୍ୟକ୍ରମ  ଆରମ୍ଭ କରିଛନ୍ତି । ଦେଶର ସୀମାନ୍ତବର୍ତ୍ତୀ ଗ୍ରାମ ଯାହା ଦେଶର ଶେଷତମ ଗ୍ରାମ ଭାବେ ବିବେଚିତ ହୁଏ ସେଗୁଡିକୁ ପ୍ରଥମ ଗ୍ରାମର ମାନ୍ୟତା ଦେଇ ବିକଶିତ କରିବା କାମ ଆରମ୍ଭ ହୋଇଛି । ଏହି ଯୋଜନାରେ ରାଜସ୍ଥାନର ଅନେକ ସୀମାନ୍ତ ଗ୍ରାମ ବିକଶିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପୃଷ୍ଠଭୂମି: ଗ୍ୟାସଭିତ୍ତିକ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ପାଇଁ ମେହେଷଣା-ଭଟିଣ୍ଡା-ଗୁରୁଦାସପୁର ଗ୍ୟାସ ପାଇପ ଲାଇନକୁ ପ୍ରଧାନମନ୍ତ୍ରୀ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପାଇପ୍ ଲାଇନ ୪୫୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ସେହିଭଳି ଆବୁ ରୋଡଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉତ୍ସର୍ଗୀକୃତ ଏଲ୍‌ପିଜି ପ୍ଲାଣ୍ଟକୁ ଏଚ୍‌ପିସିଏଲ ୪୫୦୦କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିଛି । ଏଥିରେ ବର୍ଷକୁ ୮୬ଲକ୍ଷ ସିଲିଣ୍ଡର ଭର୍ତ୍ତି ହୋଇ ଗ୍ରାହକଙ୍କୁ ଯୋଗାଇ ଦେଇହେବ । ଏହା ଫଳରେ ଗ୍ୟାସ ପରିବହନ ପାଇଁ ଟ୍ରକ ଓ ଟ୍ୟାଙ୍କର ଯାତ୍ରା ବାର୍ଷିକ ୦.୭୫ ନିୟୁତ କିମି ହ୍ରାସ ପାଇବ । ଏହା ଦ୍ୱାରା ବର୍ଷକୁ ୦.୫ ନିୟୁତ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ କମିବ। ପ୍ରଧାନମନ୍ତ୍ରୀ ମଧ୍ୟ ଆଇଓସିସିଏଲର ଅଜମେରସ୍ଥିତ ବଟଲିଂ ପ୍ଲାଣ୍ଟର ଅତିରିକ୍ତ ଭଣ୍ଡାର ବ୍ୟବସ୍ଥାକୁ ଉଦ୍‌ଘାଟନ କରିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଦରହ-ଝଲାୱାର-ତିନଧାର ସେକ୍‌ସନର ୪ଲେନ୍ ବିଶିଷ୍ଟ ରାସ୍ତା (ଜାତୀୟ ରାଜପଥ-୫୨)କୁ ଉଦ୍‌ଘାଟନ କରିଥିଲେ । ଏହି ରାସ୍ତା ୧୪୮୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । କୋଟା ଓ ଝଲାୱାଗ ଜିଲ୍ଲାର ଖଣିଜ ପଦାର୍ଥ ବାହାରକୁ ପରିବହନ କରିବାରେ ଏହି ରାସ୍ତା ବିଶେଷ ସହାୟକ ହେବ । ଏହାଛଡା ପ୍ରଧାନମନ୍ତ୍ରୀ ସୱାଇ-ମାଧୋପୁର ରାସ୍ତାର ରେଳବାଇ ଓଭରବ୍ରିଜ ଓ ଏହି ସଡକକୁ ଚାରିଲେନ କରିବାକୁ ଶିଳାନ୍ୟାସ କରିଛନ୍ତି । ଏହା ଫଳରେ ଏହି ସଡକରେ ଟ୍ରାଫିକ ଭିଡ ହ୍ରାସ ପାଇବ ।

 ପ୍ରଧାନମନ୍ତ୍ରୀ ଆଜି ଯେଉଁ ସବୁ ପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି ସେଥିରେ ରହିଛି ଚିତ୍ତୋଡଗଡ-ନିମୁଚ ରେଳପଥର ଦୋହରୀକରଣ ଏବଂ କୋଟା-ଚିତ୍ତେରାଗଡ ରେଳପଥର ବିଦ୍ୟୁତ୍‌କରଣ । ଏହି ଦୁଇ ପ୍ରକଳ୍ପ ପାଇଁ ମୋଟ ୬୫୦କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ଫଳରେ ରାଜସ୍ଥାନରେ ପର୍ଯ୍ୟଟନ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ।

ସେହିପରି ନାଥଦ୍ୱାର ଠାରେ ସ୍ୱଦେଶ ଦର୍ଶନ ଯୋଜନାରେ ନିର୍ମିତ ପର୍ଯ୍ୟଟନ ଭିତ୍ତିଭୂମିକୁ ପ୍ରଧାନମନ୍ତ୍ରୀ ଆଜି ଉଦ୍‌ଘାଟନ କରିଛନ୍ତି । ସନ୍ଥ ବଲ୍ଲବାଚାର୍ଯ୍ୟଙ୍କ ଦ୍ୱାରା ପ୍ରବର୍ତ୍ତିତ ପୁଷ୍ଟିମାର୍ଗର ପ୍ରମୁଖ ପୀଠ ଭାବେ ନାଥଦ୍ୱାରା ପରିଚିତ ଏବଂ ସେଠାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଯାଇଥାନ୍ତି । ସେଠାରେ ଏକ ଆଧୁନିକ ସଂସ୍କୃତି କେନ୍ଦ୍ର ଓ ଇଣ୍ଟରପ୍ରିଟେସନ ସେଣ୍ଟର ନିର୍ମାଣ କରାଯାଇଛି । ସେହି କେନ୍ଦ୍ରରେ ଭକ୍ତ ଓ ତୀର୍ଥଯାତ୍ରୀମାନେ ପ୍ରଭୁ ଶ୍ରୀନାଥଜୀଙ୍କର ଜୀବନର ବିଭିନ୍ନ ଦିଗ ବିଷୟରେ ତଥ୍ୟ ଜାଣିବାକୁ ପାଇବେ । ପ୍ରଧାନମନ୍ତ୍ରୀ ମଧ୍ୟ କୋଟାଠାରେ ଭାରତୀୟ ସୂଚନା ପ୍ରଯୁକ୍ତି ପ୍ରତିଷ୍ଠାନ ଆଇଆଇଆଇଟିର ସ୍ଥାୟୀ କ୍ୟାମ୍ପସକୁ ଆଜି ଜାତି ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views

Media Coverage

Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 21, 2026
April 21, 2026

Aatmanirbhar Bharat Goes Global: PM Modi Turns India into Manufacturing Superpower & Innovation Powerhouse