ପ୍ରଧାନମନ୍ତ୍ରୀ ଆଜି ମହାରାଷ୍ଟ୍ର ପୁଣେଠାରେ କେତେକ ବିକାଶ ମୂଳକ ପ୍ରକଳ୍ପ ଶିଳାନ୍ୟାସ କରିବା ସହ ଉଦ୍‌ଘାଟନ ମଧ୍ୟ କରିଛନ୍ତି
ପୁଣେ ମେଟ୍ରୋରେ ଶେଷ ହୋଇଥିବା ସେକ୍ସନରେ ମେଟ୍ରୋ ଟ୍ରେନ ଯାତ୍ରାର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି
ପିଏମଏୱାଇ ଅଧୀନରେ ନିର୍ମିତ ହେବାକୁ ଥିବା ଓ ସମ୍ପୂର୍ଣ୍ଣ ହୋଇଥିବା ଆବାସସ୍ଥଳୀ ଶିଳାନ୍ୟାସ ଓ ହସ୍ତାନ୍ତର କାର୍ଯ୍ୟ ସମ୍ପନ୍ନ କରିଛନ୍ତି ।
ବର୍ଜ୍ୟରୁ ଶକ୍ତି କାରଖାନା କରିଛନ୍ତି ଉଦ୍‌ଘାଟନ
“ପୁଣେ ଏକ ଚଳଚଞ୍ଚଳ ନଗରୀ ଯାହାଦେଶର ଅର୍ଥନୀତିକୁ ଗତି ପ୍ରଦାନ କରିଛି ଓ ସମଗ୍ର ଦେଶର ଯୁବା ଶକ୍ତିଙ୍କ ସ୍ୱପ୍ନକୁ ସାକାର କରୁଛି”
“ଆଧୁନିକ ଭାରତର ମେଟ୍ରୋ ନୂତନ ଜୀବନ ରେଖା ପାଲଟିଛି”
“ସ୍ୱାଧୀନତା ପରଠାରୁ ମହାରାଷ୍ଟ୍ରର ଶିଳ୍ପ ବିକାଶ ଭାରତର ଶିଳ୍ପ ବିକାଶ ନିମନ୍ତେ ରାସ୍ତା ଉନ୍ମକ୍ତ କରିଛି”
“ସେ ଗରିବ ହେଉ ବା ମଧ୍ୟବିତ୍ ଶ୍ରେଣୀ ସମସ୍ତଙ୍କ ସ୍ୱପ୍ନ୍ନ ସାକାର କରିବା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧.୦୮.୨୦୨୩) ପୁଣେ ମେଟ୍ରୋର ସମ୍ପୂର୍ଣ୍ଣ ହୋଇଥିବା ସେକ୍ସନରେ ପତାକା ଦେଖାଇ ମେଟ୍ରୋ ଟ୍ରେନର ଶୁଭାରମ୍ଭ କରାଇଛନ୍ତି । ସେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପିମ୍ପ୍ରିଂ ଛିନ୍ଦୱାର ପୌର ମହାନିଗମ ପିସିଏମ୍‌ସି ଅଧୀନରେ ନିର୍ମିତ ୧୨୮୦ ଗୃହ ଓ ପୁଣେ ପୌରନିଗମ ଅଧୀନରେ ନିର୍ମିତ ୨୬୫୦ ପିଏମ୍‌ଏୱାଇ ଆବାସ ହିତାଧିକାରୀମାନଙ୍କୁ ହସ୍ତାନ୍ତର କରିଛନ୍ତି । ଏହାଛଡା ପିସିଏମ୍‌ସି ଦ୍ୱାରା ନିର୍ମିତ ହେବାକୁ ଥିବା ୧୧୯୦ ଓ ପୁଣେ ମହାନଗର ଆଞ୍ଚଳିକ ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ମିତ ହେବାକୁ ଥିବା ୬୪୦୦ ଆବାସସ୍ଥଳୀର ଶିଳାନ୍ୟାସ କରିଛନ୍ତି । ଏହାଛଡା ପ୍ରଧାନମନ୍ତ୍ରୀ ମଧ୍ୟ ପିସିଏମ୍‌ସି ଦ୍ୱାରା ୩୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ବର୍ଜ୍ୟରୁ ଶକ୍ତି କାରାଖାନାର ମଧ୍ୟ ଉଦ୍‌ଘାଟନ କରିଛନ୍ତି । 

 

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଗଷ୍ଟ ହେଉଛି ଉତ୍ସବ ଓ ବିପ୍ଳବର ମାସ। ପୁଣେ ନଗରୀ ସ୍ୱାଧୀନତା ସଂଗ୍ରାମର ଅବଦାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାଲ ଗଙ୍ଗାଧର ତିଳକଙ୍କ ସମେତ ଦେଶର ଅନେକ ସ୍ୱାଧୀନତା ସଂଗ୍ରାମୀ ଏଠାରୁ ବାହାରିଛନ୍ତି । ଆଜି ମଧ୍ୟ ଆନ୍ନା ବାହୁ ସାଠେ ଜନ୍ମାବାର୍ଷିକୀ ଓ ସେ ବାବାସାହେବ ଆମ୍ବେଦକରଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇଥିବା ଜଣେ ବିଶିଷ୍ଟ ସମାଜ ସଂସ୍କାରକ ଥିଲେ ବୋଲି ଶ୍ରୀ ମୋଦି କହିଥିଲେ । ଏପରିକି ଆଜି ମଧ୍ୟ ଅନେକ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ତାଙ୍କର ସାହିତ୍ୟକୃତି ଓ ଆଦର୍ଶ ଉପରେ ଗବେଷଣା କରୁଛନ୍ତି ଓ ତାହା ସମସ୍ତଙ୍କ ପାଇଁ ଉତ୍ସାହର ଉତ୍ସ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ପୁଣେ ଏକ ଚଳଚଞ୍ଚଳ ନଗରୀ ଓ ତାହା ସମଗ୍ର ଭାରତର ଯୁବାଗୋଷ୍ଠୀର ସ୍ୱପ୍ନକୁ ସାକାର କରିବା ସହ ଅର୍ଥନୀତିକୁ ମଧ୍ୟ ଗତି ପ୍ରଦାନ କରିଛି । ଆଜିର ୧୫ହଜାର କୋଟି ଟଙ୍କାର ପ୍ରକଳ୍ପ ଏହି ପରିଚୟକୁ ଆହୁରି ମଜବୁତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସହରାଞ୍ଚଳ ମଧ୍ୟବିତ୍ତ ଶ୍ରେଣୀଙ୍କ ଗୁଣାତ୍ମକ ଜୀବନକୁ ନେଇ ସରକାର ବ୍ୟସ୍ତ ଅଛନ୍ତି। ପାଞ୍ଚବର୍ଷ ଆଗରୁ ଆରମ୍ଭ ହୋଇଥିବା ମେଟ୍ରୋର ୨୪ କିଲୋମିଟର ଟ୍ରାକରେ ଚଳାଚଳ ଆରମ୍ଭ ହୋଇଛି ବୋଲି ସେ କହିଥିଲେ । 

ପ୍ରତ୍ୟେକ ସହରରେ ରହୁଥିବା ଲୋକମାନଙ୍କ ଜୀବନମାନର ଉନ୍ନତି ଆଣିବା ନିମନ୍ତେ ସାଧାରଣ ପରିବହନ ଭିତ୍ତିଭୂମିରେ ଉନ୍ନତି ଆଣିବା ଉପରେ ଶ୍ରୀ ମୋଦୀ ଗୁରୁତ୍ୱ ଆରୋପ କରିଥିଲେ । ସେଥିପାଇଁ ମେଟ୍ରୋ ବ୍ୟବସ୍ଥା ସମ୍ପ୍ରସାରିତ ହେବା ସହ ନୂତନ ଫ୍ଲାଇ ଓଭର ନିର୍ମିତ ହେଉଛି ଓ କିପରି ଟ୍ରାଫିକ ଆଲୋକ ବ୍ୟବସ୍ଥା ହ୍ରାସ କରାଯିବା ତା ଉପରେ ଗୁରୁତ୍ୱ ଦିଆଯାଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ମସିହା ପୂର୍ବରୁ ଦେଶରେ ମେଟ୍ରୋ ନେଟୱାର୍କ ମାତ୍ର ୨୫୦ କିଲୋମିଟର ଥିବାବେଳେ ସେଥିରୁ ଅଧିକାଂଶ ଦିଲ୍ଲୀ ମଧ୍ୟରେ ସୀମିତ ରହିଥିଲା । ମାତ୍ର ଆଜି ମେଟ୍ରୋ ଲାଇନ ଆଠ ଶହ କିଲୋମିଟର ସମ୍ପୂର୍ଣ୍ଣ ହୋଇଥିଲାବେଳେ ଏକ ହଜାର କିଲୋମିଟର ପର୍ଯ୍ୟନ୍ତ ନୂତନ ଲାଇନ କାର୍ଯ୍ୟ ଚାଲୁ ରହିଛି । ୨୦୧୪ ପର୍ଯ୍ୟନ୍ତ ମେଟ୍ରେ ଚଳାଚଳ କେବଳ ପାଂଚଟି ନଗରୀ ମଧ୍ୟରେ ସୀମାବଦ୍ଧ ରହିଥିବାବେଳେ ଆଜି ପୁଣେ, ନାଗପୁର ଓ ମୁମ୍ବାଇ ସମେତ ୨୦ଟି ସହରରେ ଚଳାଚଳ କରୁଛି । ମେଟ୍ରୋ ଆଧୁନିକ ଭାରତର ନୂତନ ଜୀବନରେଖା ନଗରଗୁଡିକ ନିମନ୍ତେ ପାଲଟିଛି ବୋଲି କହି ପ୍ରଧାନମନ୍ତ୍ରୀ ପୁଣେ ଭଳି ସହରରେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ନିମନ୍ତେ ମେଟ୍ରୋ ସମ୍ପ୍ରସାରଣର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

 

 ଶ୍ରୀ ମୋଦୀ ସହରୀ ଜୀବନର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ସ୍ୱଚ୍ଛତାର ଉନ୍ନତି ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସ୍ୱଚ୍ଛ ଭାରତ ଅଭିଯାନ କେବଳ ଶୌଚାଳୟ ନିର୍ମାଣ ମଧ୍ୟରେ ସୀମିତ ନୁହେଁ, ବର୍ଜ୍ୟ ପରିଚାଳନା ମଧ୍ୟ ଏହାର ଅନ୍ୟ ଏକ ଦିଗ ବୋଲି ସେ କହିଥିଲେ । ଆବର୍ଜନାର ପାହାଡ ଏବେ ଅଭିଯାନ ଜରିଆରେ ସଫା କରାଯାଉଛି । ପିମ୍ପ୍ରିଂ-ଛିନ୍ଦୱାର ପୌର ମହାନଗମ(ପିସିଏମ୍‌ସି) ଅଧୀନରେ ପ୍ରତିଷ୍ଠିତ ବର୍ଜ୍ୟରୁ ଶକ୍ତି କାରଖାନା ଖୁବ୍ ଉପକାରୀ ହେବ ବୋଲି ସେ ବୁଝାଇଥିଲେ । 

ସ୍ୱାଧୀନତା ପରଠାରୁ ମହାରାଷ୍ଟ୍ରର ଶିଳ୍ପ ବିକାଶ ଭାରତର ଶିଳ୍ପ ବିକାଶ ପାଇଁ ରାସ୍ତା ଦେଖାଇଛି ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ । ଶିଳ୍ପ ବିକାଶକୁ ଆଗେଇ ନେବା ପାଇଁ ମହାରାଷ୍ଟରେ ବ୍ୟାପକ ପୁଞ୍ଜିନିବେଶ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ହେଉଛି । ସେ ଏହି ଅବସରରେ ନୂତନ ରାଜପଥ ଓ ରେଳରାସ୍ତାର ସମ୍ପ୍ରସାରଣର ଦୃଷ୍ଟାନ୍ତ ଦେବା ସହ ୨୦୧୪ ମସିହା ପୂର୍ବ ସମୟ ତୁଳନାରେ ବାରଗୁଣ ପୁଞ୍ଜିନିବେଶ ଅଧିକ ହୋଇଛି ବୋଲି କହିଥିଲେ । ମହାରାଷ୍ଟ୍ର୍ରର ଅନେକ ନଗରୀ ପଡେଶୀ ରାଜ୍ୟର ଆର୍ଥିକ ପେଣ୍ଠସ୍ଥଳୀ ସହ ସଂଯୋଗ କରାଯାଉଛି । ମୁମ୍ବାଇ-ଅହମ୍ମଦାବାଦ ଉଚ୍ଚଗତି ସମ୍ପନ୍ନ ରେଳ ଉଭୟ ମହାରାଷ୍ଟ୍ର ଓ ଗୁଜରାଟ ପାଇଁ ସୁବିଧାଜନକ ହେବ । 

 

ଦିଲ୍ଲୀ-ମୁମ୍ବାଇ ଆର୍ଥିକ କରିଡର ମହାରାଷ୍ଟ୍ରକୁ ମଧ୍ୟପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟ ସହ ଉତ୍ତର ଭାରତରେ ସଂଯୋଗ କରିବ । ଜାତୀୟ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ମହାରାଷ୍ଟ୍ର ଓ ଉତ୍ତର ଭାରତ ମଧ୍ୟରେ ରେଳ ସଂଯୋଗୀକରଣ ଅବସ୍ଥାନ୍ତର ଆଣିବ । ଶକ୍ତି ସରବାରାହ ବ୍ୟବସ୍ଥା ମହାରାଷ୍ଟ୍ରକୁ ଛତିଶଗଡ, ତେଲେଙ୍ଗାନା ଓ ଅନ୍ୟାନ୍ୟ ପଡୋଶୀ ରାଜ୍ୟ ସହ ସଂଯୋଗ କରିବା ସହ ଏହା ଶିଳ୍ପ, ତେଲ ଓ ବାଷ୍ପ ପାଇପଲାଇନ ଔରଙ୍ଗାବାଦ, ଶିଳ୍ପ ନଗରୀ, ନଭି ମୁମ୍ବାଇ ବିମାନବନ୍ଦର ଓ ସେଣ୍ଡ୍ରା ବିଡକିନ ଶିଳ୍ପ ଉଦ୍ୟାନ ଇତ୍ୟାଦିର ଶ୍ରୀ ମୋଦୀ ଊଉଦାରହଣ ଦେଇଥିଲେ । ମହାରାଷ୍ଟ୍ର ଅର୍ଥନୀତିରେ ନୂତନ ଜୀବନ ଶକ୍ତି ସଂଚାର କରାଇବାରେ ଏହି ସବୁ ପ୍ରକଳ୍ପର ସାମର୍ଥ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 ରାଜ୍ୟଗୁଡିକ ବିକାଶ ସହ ସରକାର ଜାତୀୟ ବିକାଶ ମନ୍ତ୍ରରେ ଆଗେଇ ଚାଲିଛନ୍ତି । “ଯେତେବେଳେ ମହାରାଷ୍ଟ୍ରର ବିକାଶ ହେବ ଭାରତର ବିକାଶ ହେବ । ଯେତେବେଳେ ଭାରତର ଅଭିବୃଦ୍ଧି ଘଟିବ, ସେତେବେଳେ ମହାରାଷ୍ଟ୍ର ମଧ୍ୟ ସୁବିଧା ପାଇବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ନବୋନ୍ମେଷ ଓ ଷ୍ଟାର୍ଟ ଅପ ଭାରତର ପରିଚୟ ହୋଇଥିବାବେଳେ ଭାରତରେ ଷ୍ଟାର୍ଟଅପ୍ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି ଯାହା ମାତ୍ର କେଇ ଶହ ନଅବର୍ଷ ପୂର୍ବରୁ ଥିଲା ବୋଲି ଶ୍ରୀ ମୋଦୀ କହିଥିଲେ । ଏସବୁର ସଫଳତାର ଶ୍ରେୟ ସେ ଡିଜିଟାଲ ଭିତ୍ତିଭୂମିର ଆଧାରଶୀଳା ରଖିଥିବା ପୁଣେ ସହରର ଭୂମିକାକୁ ପ୍ରଶଂସା କରିଥିଲେ । “ଶସ୍ତା ଡାଟା, କମ୍ ବ୍ୟୟ ସାପେକ୍ଷ ଫୋନ ଓ ଇଣ୍ଟରନେଟ ସୁବିଧା ପ୍ରତି ଗ୍ରାମକୁ ପହଂଚୁଥିବାରୁ ଏହି କ୍ଷେତ୍ର ମଜବୁତ ହୋଇଛି । ଭାରତ ଫାଇଭ-ଜି କ୍ଷେତ୍ରରେ ଦ୍ରୁତଗତିରେ ବିଶ୍ୱର ଅନ୍ୟାନ୍ୟ ଦେଶ ସହ ଆଗେଇଛି ବୋଲି କହି ଫିନଟେକ, ଏଗ୍ରିଟେକ ଓ ବାୟୋଟେକ ପୁଣେକୁ ସୁବିଧା ଯୋଗାଇଛି ବୋଲି କହିଥିଲେ । 

 

ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ଓ ବେଙ୍ଗାଲୁରୁରେ ରାଜନୀତିକ ସ୍ୱାର୍ଥପରତାର ଫଳାଫଳ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । ସେ କର୍ଣ୍ଣାଟକ ଓ ରାଜସ୍ଥାନରେ ବିକାଶ ବାଧିତ ହେବା ନେଇ ଦୁଃଖ ପ୍ରକାଶ କରିଥିଲେ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଦେଶକୁ ଆଗକୁ ନେବାକୁ ହେଲେ ନୀତି, ନିଷ୍ଠା ଓ ନିୟମ ସମାନଭାବେ ଗୁରୁତ୍ୱପୂର୍ଣ୍ଣ । ଏହା ବିକାଶର ଅବସ୍ଥା ନିର୍ଦ୍ଧାରଣ କରିବା ପାଇଁ ନିର୍ଣ୍ଣୟାକ । ସେ କହିଥିଲେ ଯେ ୨୦୨୪ ମସିହାରେ ଦଶବର୍ଷ ପୂର୍ବ ସମୟରେ ଦୁଇଟି ଯୋଜନା ଜରିଆରେ କେବଳ ଆଠଲକ୍ଷ ଘର ନିର୍ମିତ ହୋଇଥିଲା । ସେଥିରୁ ମହାରାଷ୍ଟ୍ରର ୫୦ହଜାର ଘର ସମେତ ଦୁଇଲକ୍ଷ ଘରକୁ ହିତାଧିକାରୀମାନେ ନିମ୍ନମାନ ଯୋଗୁଁ ଅଗ୍ରାହ୍ୟ କରିଥିଲେ ।                                 

 ମାତ୍ର ୨୦୧୪ରେ ତାଙ୍କ ସରକାର କ୍ଷମତାସୀନ ହେବା ପରେ ସରକାର ସଠିକ ଅଭିପ୍ରାୟ ନେଇ ନୀତିର ପରିବର୍ତ୍ତନ କରିଥିଲେ । ଗତ ନଅ ବର୍ଷ ମଧ୍ୟରେ ସରକାର ଚାରି କୋଟିରୁ ଅଧିକ ପକ୍‌କା ଘର ଗ୍ରାମାଞ୍ଚଳ ଓ ସହରରେ ନିର୍ମାଣ କରିଛନ୍ତି । ସେଥିରୁ କେବଳ ୭୫ଲକ୍ଷ ସହରାଞ୍ଚଳ ଗରିବ ଲୋକଙ୍କ ପାଇଁ ତିଆରି ହୋଇଛି । ସେଗୁଡିକ ନିର୍ମାଣର ଗୁଣାତ୍ମକମାନ ରକ୍ଷା ସହ କିପରି ସ୍ୱଚ୍ଛତା ରକ୍ଷା କରାଯାଇଛି ସେ ସମ୍ପର୍କରେ ସେ ସୂଚନା ଦେଇଥିଲେ । ସେ ଘରଗୁଡିକର ମୂଲ୍ୟ କେବଳ କେତେ ଲକ୍ଷରେ ସୀମିତ ନୁହଁ, ଦେଶର କୋଟି କୋଟି ମହିଳା ଗତ ନଅ ବର୍ଷ ମଧ୍ୟରେ ଲକ୍ଷପତି ହୋଇ ପାରିଥିବା ଶ୍ରୀ ମୋଦୀ ପ୍ରକାଶ କରିଥିଲେ । ଯେଉଁମାନେ ନୂତନ ଆବାସ ଖଣ୍ଡିଏ ଲେଖାଏଁ ପାଇଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । 

 

“ସେ ଗରିବ ହେଉ କିମ୍ବା ମଧ୍ୟବିତ୍ତଶ୍ରେଣୀ ପରିବାରର ପ୍ରତ୍ୟେକଙ୍କ ସ୍ୱପ୍ନ ସାକାର କରିବା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି ବୋଲି ସେ କହିଥିଲେ । ଗୋଟିଏ ସ୍ୱପ୍ନ ସାକାର କରିବା ଦ୍ୱାରା ଅନେକ ସଂକଳ୍ପ ଆରମ୍ଭ ହୁଏ ଓ ଏହା ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଏକ ଗତିକୁ ଜନ୍ମ ଦିଏ । ଆମେ ଆପଣମାନଙ୍କ ପିଲାଙ୍କ ଯତ୍ନ ନେଉ, ଆପଣଙ୍କ ମାତାପିତା ଓ ଭବିଷ୍ୟତ ପିଢିର ଯତ୍ନ ନେଉ ବୋଲି ଶ୍ରୀ ମୋଦି କହିଥିଲେ । ଯେଉଁମାନେ ନୂତନ ଆବାସ ଖଣ୍ଡିଏ ଲେଖାଏଁ ପାଇଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । 

ଉଦ୍‌ବୋଧନ ସମାପନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ମରାଠୀ ଉକ୍ତିକୁ ଉଦ୍ଧାର କରି କହିଥିଲେ ଯେ, ସରକାରଙ୍କ ଉଦ୍ୟମ କେବଳ ଏକ ଉନ୍ନତ ଆଜି ନୁହେଁ ଏକ ଉନ୍ନତ ଆସନ୍ତାକାଲି ପାଇଁ ମଧ୍ୟ କାର୍ଯ୍ୟ କରିବା ଦରକାର । ଏକ ବିକଶିତ ଭାରତ ଗଠନ ସଂକଳ୍ପର ଏହି ଭାବନା ମଧ୍ୟ ଆଇନତଃ ପ୍ରଜୁର୍ଯ୍ୟ । ଯେପରି ମହାରାଷ୍ଟ୍ରରେ ଅନେକ ଦଳ ଗୋଟିଏ କାରଣ ପାଇଁ ଏକାଠି ହୋଇଛନ୍ତି, ସେମାନେ ସେହିପରି କାର୍ଯ୍ୟ ସଂଘବଦ୍ଧଭାବେ କରିବା ଦରକାର । “ପ୍ରତ୍ୟେକଙ୍କ ଅଂଶଗ୍ରହଣ ଦ୍ୱାରା ମହାରାଷ୍ଟ୍ରର ଉନ୍ନତି ଲକ୍ଷ୍ୟ ନେଇ ମହାରାଷ୍ଟ୍ର ଦ୍ରୁତଗତିରେ ଆଗେଇବା ଉଚିତ ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ । 

ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ରମୋ ବୈଶ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଧେ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଶ୍ରୀ ଅଜିତ ପାୱାର ଏବଂ ମହାରାଷ୍ଟ୍ର ସରକାରଙ୍କ ଅନ୍ୟାନ୍ୟ ମନ୍ତ୍ରୀଗଣ ଏହି ଅବସରରେ ଉପସ୍ଥିତ ଥିଲେ ।

 ପୃଷ୍ଠଭୂମି : ପ୍ରଧାନମନ୍ତ୍ରୀ ପୁଣେ ମେଟ୍ରୋ ପ୍ରଥମ ପଯ୍ୟାୟରେ ସମ୍ପୂର୍ଣ୍ଣ ସେକ୍ସନର ଦୁଇଟି କରିଡରରେ ମେଟ୍ରୋ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଦୁଇଟି ସେକ୍ସନ ହେଲା ଫୁଗେୱାଡି ଷ୍ଟେସନରୁ ସିଭିଲ କୋର୍ଟ ଷ୍ଟେସନ ଏବଂ ଗରୱାର କଲେଜ ଷ୍ଟେସନରୁ ରୁବି ହଲ କ୍ଲିନିକ ଷ୍ଟେସନ । ଏହାର ଶିଳାନ୍ୟାସ ମଧ୍ୟ ୨୦୧୬ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା । ଏହି ନୂତନ ସେକ୍ସନ ପୁଣେର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯଥା ଶିବାଜୀ ନଗର, ସିଭିଲ କୋର୍ଟ, ପୁଣେ ପୌର ମହା ନିଗମ କାର୍ଯ୍ୟାଳୟ, ପୁଣେ ଆରଟିଓ ଓ ପୁଣେ ରେଳ ଷ୍ଟେସନକୁ ସଂଯୋଗ କରିବ । ଏହା ଦେଶରେ ନାଗରିକମାନଙ୍କୁ ଆଧୁନିକ ଓ ପରିବେଶ ଅନୁକୂଳ ଦ୍ରୁତ ସହରାଞ୍ଚଳ ପରିବହନ ପଦ୍ଧତି ଉପଲବ୍ଧ କରାଇବା ନେଇ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ପରିପ୍ରକାଶ ଅଟେ । 

 

କେତେକ ମେଟ୍ରୋ ଷ୍ଟେସନର ପରିପାଟୀ ଛତ୍ରପତି ଶିବାଜୀ ମହାରାଜଙ୍କ ଜୀବନଦର୍ଶନ ଦ୍ୱାରା ଅନୁପ୍ରାଣିତ ହୋଇଛି । ଛତ୍ରପତି ଶମ୍ଭାଜୀ ଉଦ୍ୟାନ ମେଟ୍ରୋ ଷ୍ଟେସନ ଏବଂ ଡେକାନ ଜିମ୍ ଖାନା ମେଟ୍ରୋ ଷ୍ଟେସନର ଏକ ଅନନ୍ୟ ପରିପାଟୀ ଛତ୍ରପତି ଶିବାଜୀ ମହାରାଜାଙ୍କ ସୈନିକଙ୍କ ପଗଡି ଢାଞ୍ଚାରେ ନିର୍ମିତ ହୋଇଛି । ଯାହାକୁ “ମାଭଲା ପ୍ରଗଡି” ମଧ୍ୟ କୁହାଯାଏ । ଶିବାଜୀ ନଗର ଭୂମିତଳ ମେଟ୍ରୋ ଷ୍ଟେସନର ଅଭିନବ ପରିପାଟୀ ଛତ୍ରପତି ଶିବାଜୀ ମହାରାଜଙ୍କ ଦ୍ୱାରା ନିର୍ମିତ ଦୁର୍ଗର ଚିତ୍ର ପ୍ରଦାନ କରିଥାଏ । 

ଆଉ ଏକ ଅନନ୍ୟ ବୈଶିଷ୍ଠ୍ୟ ହେଉଛି ସିଭିଲ କୋର୍ଟ ମେଟ୍ରୋ ଷ୍ଟେସନ । ଏହା ଦେଶର ସବୁଠାରୁ ଗଭୀର ୩୩. ୧ ମିଟର । ଏହି ଷ୍ଟେସନ ଛାତ ଏପରି ତିଆରି ହୋଇଛି ଯେ ସୂର୍ଯ୍ୟାଲୋକ ସିଧା ପ୍ଲାଟଫର୍ମ ଉପରେ ପଡିବ । 

ସମସ୍ତଙ୍କ ପାଇଁ ଆବାସ ଅଭିଯାନ ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପିିସିଏମସି ଦ୍ୱାରା ନିର୍ମିତ ୧୨୮୦ ଆବାସ ଓ ପୁଣେ ପୌର ମହାନିଗର ନିଗମ ଦ୍ୱାରା ନିର୍ମିତ ୨୬୫୦ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ହସ୍ତାନ୍ତର କରିବା ସହ ପିଏମ୍‌ଏୱାଇ ଯୋଜନା ଅଧୀନରେ ୧୧୯୦ଘର ଓ ପୁଣେ ମେଟ୍ରୋ ପଲିଟାନ ଅଞ୍ଚଳ ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ମିତ ୬୪୦୦ଘରର ଶିଳାନ୍ୟାସ ମଧ୍ୟ କରିଛନ୍ତି ।

 ପ୍ରଧାନମନ୍ତ୍ରୀ ବର୍ଜ୍ୟରୁ ଶକ୍ତି କାରଖାନା ମଧ୍ୟ ଉଦ୍‌ଘାଟନ କରିଛନ୍ତି । ପିମ୍ପ୍ରିଂ-ଛିନ୍ଦୱାର ପୌର ମହାନିଗମ (ପିସିଏମ୍‌ସି) ଏହାକୁ ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିଛି । ଏହା ବାର୍ଷିକ ୨.୫ ଲକ୍ଷ ମେଟ୍ରିକ ଟନ୍ ବର୍ଜ୍ୟରୁ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବ । 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Small towns emerge big growth driver for connected TV in India

Media Coverage

Small towns emerge big growth driver for connected TV in India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates H.E. President Hakainde Hichilema on re-election as President of Zambia
August 20, 2026

The Prime Minister, Shri Narendra Modi, has extended his heartiest congratulations to President H.E. Hakainde Hichilema on his re-election as the President of Zambia.

The Prime Minister said that India greatly values its multifaceted partnership with Zambia.

Shri Modi expressed his desire to work together with President Hakainde Hichilema to further strengthen the relations between India and Zambia under his leadership.

The Prime Minister said in a X post;

“Heartiest Congratulations to President Hakainde Hichilema on being re-elected as the President of Zambia.

India greatly values its multifaceted partnership with Zambia and I look forward to working together to further strengthen our relations under his leadership.

@HHichilema”