“ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ଆମର ପ୍ରାଥମିକତା ଏବଂ ଯେଉଁଠାରେ ଆମେ ସରକାର ଗଠନ କରିଛୁ, ଆଦିବାସୀ କଲ୍ୟାଣକୁ ଆମେ ଅଗ୍ରାଧିକାର ଦେଇଛୁ”
“ଆଦିବାସୀ ପିଲାମାନେ ଆଗକୁ ବଢିବା ପାଇଁ ନୂଆ ସୁଯୋଗ ପାଇଛନ୍ତି”
“ଗତ ୭-୮ ବର୍ଷ ମଧ୍ୟରେ ଆଦିବାସୀ କଲ୍ୟାଣ ବଜେଟ୍ ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି”
“ସବକା ପ୍ରୟାସ ସହିତ ଆମେ ଏକ ବିକଶିତ ଗୁଜୁରାଟ ଏବଂ ଏକ ବିକଶିତ ଭାରତ ଗଠନ କରିବୁ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାପି ର ଭାୟାରା ଠାରେ ୧୯୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପଗୁଡିକରେ ବିଚ୍ଚିନ୍ନ ଯୋଗାଯୋଗର ର୍ନିମାଣ ସହିତ ସାପୁତାରା ଠାରୁ ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ଏବଂ ତାପି ଏବଂ ନର୍ମଦା ଜିଲ୍ଲାରେ ୩୦୦ କୋଟିରୁ ଅଧିକ ମୂଲ୍ୟର ଜଳ ଯୋଗାଣ ପ୍ରକଳ୍ପ ଅନ୍ତର୍ଭୁକ୍ତ ।

ଏହି ଅବସରରେ ଉପସ୍ଥିତ ଥିବା ଲୋକଙ୍କ ଉତ୍ସାହ ଏବଂ ସ୍ନେହକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୁଇ ଦଶନ୍ଧି ଧରି ସେମାନଙ୍କ ଶ୍ରଦ୍ଧା ପ୍ରାପ୍ତ ହୋଇଥିବାରୁ ସେ ନିଜକୁ ଆଶୀର୍ବାଦ ଅନୁଭବ କରୁଛନ୍ତି । ସେ କହିଥିଲେ, ଆପଣ ସମସ୍ତେ ଦୂର ଦୂରାନ୍ତରୁ ଏଠାକୁ ଆସିଛନ୍ତି । ତୁମର ଶକ୍ତି, ତୁମର ଉତ୍ସାହ ଦେଖି ମନ ଖୁସି ହୁଏ ଏବଂ ମୋର ଶକ୍ତି ସ୍ତର ବଢିଯାଏ । ମୁଁ ଚେଷ୍ଟା କରୁଛି, ସେ ବକ୍ତବ୍ୟ ଜାରି ରଖି କହିଛନ୍ତି ତୁମର ବିକାଶ ପାଇଁ ଆଗ୍ରହର ସହିତ କାମ କରି ଏହି ଋଣ ପରିଶୋଧ କରିବାକୁ । ଆଜି ବି ତାପି ଏବଂ ନର୍ମଦା ସମେତ ଏହି ସମଗ୍ର ଆଦିବାସୀ ଅଞ୍ଚଳର ବିକାଶ ସହ ଜଡିତ କୋଟି କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଦିବାସୀଙ୍କ ସ୍ୱାର୍ଥ ଏବଂ ଆଦିବାସୀ ସମ୍ପ୍ରଦାୟର କଲ୍ୟାଣକୁ ନେଇ ଦେଶରେ ଦୁଇ ପ୍ରକାର ରାଜନୀତି ଦେଖିବାକୁ ମିଳିଛି । ଗୋଟିଏ ପଟେ ଏମିତି କିଛି ଦଳ ଅଛନ୍ତି ଯେଉଁମାନେ ଆଦିବାସୀଙ୍କ ସ୍ୱାର୍ଥର ଯତ୍ନ ନେଉନାହାଁନ୍ତି ଏବଂ ଆଦିବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବାର ଇତିହାସ ରହିଛି । ଅନ୍ୟ ପଟେ ବିଜେପି ଭଳି ଏକ ଦଳ ଅଛି, ଯିଏ ସର୍ବଦା ଆଦିବାସୀ କଲ୍ୟାଣକୁ ପ୍ରାଧାନ୍ୟ ଦେଇଥାଏ । ସେ କହିଛନ୍ତି, ପୂର୍ବର ସରକାର ଆଦିବାସୀ ପରମ୍ପରାକୁ ଉପହାସ କରୁଥିଲେ, ଅନ୍ୟପକ୍ଷରେ ଆମେ ଆଦିବାସୀ ପରମ୍ପରାକୁ ସମ୍ମାନ ଦେଇଥାଉ, ସେ ବକ୍ତବ୍ୟ ଜାରି ରଖି କହିଛନ୍ତି, ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ଆମର ପ୍ରାଥମିକତା ଏବଂ ଯେଉଁଠାରେ ଆମେ ସରକାର ଗଠନ କରିଛୁ, ଆମେ ଆଦିବାସୀଙ୍କ କଲ୍ୟାଣକୁ ଅଗ୍ରାଧିକାର ଦେଇଛୁ ।

ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମୋର ଆଦିବାସୀ ଭାଇ ଓ ଭଉଣୀମାନଙ୍କର ବିଦ୍ୟୁତ୍‍, ଗ୍ୟାସ୍ ସଂଯୋଗ, ଶୌଚାଳୟ, ଘରକୁ ଯାଉଥିବା ରାସ୍ତା, ନିକଟରେ ଏକ ମେଡିକାଲ୍‌, ଆୟର ମାଧ୍ୟମ ସହିତ ସେମାନଙ୍କର ନିଜସ୍ୱ ପକ୍କା ଘର ଏବଂ ଆଖପାଖରେ ପିଲାଙ୍କ ପାଇଁ ବିଦ୍ୟାଳୟ ରହିବା ଉଚିତ୍‍ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୁଜୁରାଟରେ ଅଭୂତପୂର୍ବ ବିକାଶ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଗୁଜରାଟର ପ୍ରତ୍ୟେକ ଗାଁରେ ଆଜି ୨୪ ଘଣ୍ଟା ବିଦ୍ୟୁତ ଅଛି, କିନ୍ତୁ ପ୍ରଥମ ସ୍ଥାନ ଯେଉଁଠାରେ ପ୍ରତ୍ୟେକ ଗାଁକୁ ବିଦ୍ୟୁତ ସୁବିଧା ସହିତ ସଂଯୋଗ କରାଯାଇଥିଲା, ତାହା ହେଉଛି ଆଦିବାସୀ ଜିଲ୍ଲା । ପ୍ରାୟ ଦେଢ ଦଶନ୍ଧି ପୂର୍ବରୁ ଜ୍ୟୋତିଗ୍ରାମ ଯୋଜନା ଅଧୀନରେ ଡାଙ୍ଗ ଜିଲ୍ଲାର ୩୦୦ ରୁ ଅଧିକ ଗାଁରେ ଶତପ୍ରତିଶତ ବିଦ୍ୟୁତିକରଣ ଲକ୍ଷ୍ୟ ହାସଲ କରାଯାଇଥିଲା । ଡାଙ୍ଗ ଜିଲ୍ଲାର ଏହି ପ୍ରେରଣା ଆମକୁ ଦେଶର ସମସ୍ତ ଗାଁର ବିଦ୍ୟୁତିକରଣ କରିବାକୁ ଆଗେଇ ନେଇଥିଲା ଯେତେବେଳେ ତୁମେ ମୋତେ ପ୍ରଧାନମନ୍ତ୍ରୀ ଭାବରେ ଦିଲ୍ଲୀ ପଠାଇଥିଲ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଦିବାସୀ ଅଞ୍ଚଳରେ କୃଷିକୁ ନୂତନ ଜୀବନ ଦେବା ପାଇଁ ନିଆଯାଇଥିବା ୱାଡି ଯୋଜନା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି । ଶ୍ରୀ ମୋଦୀ ପୂର୍ବ ଅବସ୍ଥାକୁ ମନେ ପକାଇଲେ ଯେତେବେଳେ ଆଦିବାସୀ ଅଞ୍ଚଳରେ ମିଲେଟ-ମକା ଉତ୍ପାଦନ ଏବଂ କ୍ରୟ କରିବା କଷ୍ଟସାଧ୍ୟ ଥିଲା । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ, ଆଜି ଆମ୍ବ, ପିଜୁଳି ଏବଂ ଲେମ୍ବୁ ପରି ଫଳ ସହିତ ଆଦିବାସୀ ଅଞ୍ଚଳରେ କାଜୁ ଚାଷ କରାଯାଉଛି । ଏହି ସକରାତ୍ମକ ପରିବର୍ତ୍ତନ ପାଇଁ ସେ ୱାଡି ଯୋଜନାକୁ ଶ୍ରେୟ ଦେଇଛନ୍ତି ଏବଂ ସୂଚନା ଦେଇଛନ୍ତି ଯେ ଏହି ଯୋଜନା ମାଧ୍ୟମରେ ଆଦିବାସୀ ଚାଷୀଙ୍କୁ ବନ୍ଧ୍ୟା ଜମିରେ ଫଳ, ଶାଗୁଆନ ଏବଂ ବାଉଁଶ ଚାଷ କରିବାରେ ସାହାଯ୍ୟ କରାଯାଇଛି । ସେ କହିଛନ୍ତି, ଆଜି ଏହି କାର୍ଯ୍ୟକ୍ରମ ଗୁଜୁରାଟର ଅନେକ ଜିଲ୍ଲାରେ ଚାଲିଛି । ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି ଯେ ଭାଲସାଦ ଜିଲ୍ଲାରେ ରାଷ୍ଟ୍ରପତି ଡକ୍ଟର ଅବଦୁଲ କଲାମ ଏହାକୁ ଦେଖିବାକୁ ଆସିଥିଲେ ଏବଂ ସେ ଏହି ପ୍ରକଳ୍ପକୁ ବହୁତ ପ୍ରଶଂସା କରିଥିଲେ ।

ଗୁଜୁରାଟରେ ପରିବର୍ତ୍ତିତ ଜଳ ପରିସ୍ଥିତି ବିଷୟରେ ମଧ୍ୟ ଶ୍ରୀ ମୋଦୀ କହିଥିଲେ । ଗୁଜୁରାଟରେ ବିଦ୍ୟୁତ ଗ୍ରୀଡ୍ ଭଳି ୱାଟର ଗ୍ରିଡ୍‍ କାର୍ଯ୍ୟ ହେଉଛି । ତାପି ସମେତ ସମଗ୍ର ଗୁଜୁରାଟରେ ଏକ କେନାଲ ଏବଂ ଉଠା ଜଳସେଚନ ନେଟୱାର୍କ ର୍ନିମାଣ କରାଯାଇଥିଲା । ଦବା କଣ୍ଠ କେନାଲରୁ ଜଳ ଉଠାଯାଇଥିଲା ଏବଂ ତା'ପରେ ତାପି ଜିଲ୍ଲା ଜଳ ସୁବିଧା ବୃଦ୍ଧି ପାଇଲା । ସେ ସୂଚନା ଦେଇଛନ୍ତି ଯେ ଉକାଇ ଯୋଜନା ଶହ ଶହ କୋଟି ଟଙ୍କା ବିନିଯୋଗରେ ର୍ନିମାଣ କରାଯାଉଛି ଏବଂ ଯେଉଁ ପ୍ରକଳ୍ପ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ତାହା ଜଳ ସୁବିଧାକୁ ଆହୁରି ଉନ୍ନତ କରିବ । ଏପରି ଏକ ସମୟ ଥିଲା ଯେତେବେଳେ ଗୁଜୁରାଟର ଏକ ଚତୁର୍ଥାଂଶ ପରିବାରର ଜଳ ସଂଯୋଗ ଥିଲା । ଆଜି ଗୁଜୁରାଟର ୧୦୦% ପରିବାର ପାଇପ ଯୋଗେ ପାନୀୟ ଜଳ ପାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବନବନ୍ଧୁ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଗୁଜୁରାଟରେ ଆଦିବାସୀ ସମାଜର ପ୍ରତ୍ୟେକ ମୌଳିକ ଆବଶ୍ୟକତା ଏବଂ ଆକାଂକ୍ଷା ପୂରଣ କରିବା ପାଇଁ ଏହା ସୃଷ୍ଟି କରାଯାଇଛି ଏବଂ କାର୍ଯ୍ୟକାରୀ ହେଉଛି । ଆଜି ଆମେ ଦେଖୁଛୁ ଯେ ତାପି ଏବଂ ଅନ୍ୟାନ୍ୟ ଆଦିବାସୀ ଜିଲ୍ଲାର ଅନେକ ଝିଅ ଏଠାରେ ସ୍କୁଲ ଏବଂ କଲେଜକୁ ଯାଉଛନ୍ତି । ବର୍ତ୍ତମାନ ଆଦିବାସୀ ସମାଜର ଅନେକ ପୁଅ ଓ ଝିଅ ବିଜ୍ଞାନ ଅଧ୍ୟୟନ କରୁଛନ୍ତି ଏବଂ ଡାକ୍ତର ଏବଂ ଇଞ୍ଜିନିୟର ହୋଇଛନ୍ତି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ମନେ ପକାଇ ଦେଇଛନ୍ତି ଯେ ଯେତେବେଳେ ଏହି ଯୁବକମାନେ ୨୦-୨୫ ବର୍ଷ ପୂର୍ବେ ଜନ୍ମ ହୋଇଥିଲେ, ଉମରଗାମ ଠାରୁ ଅମ୍ବାଜୀ ପର୍ଯ୍ୟନ୍ତ ସମଗ୍ର ଆଦିବାସୀ ଅଞ୍ଚଳରେ ବହୁତ କମ୍ ବିଦ୍ୟାଳୟ ଥିଲା ଏବଂ ବିଜ୍ଞାନ ଅଧ୍ୟୟନ ପାଇଁ ପର୍ଯ୍ୟାପ୍ତ ସୁବିଧା ନଥିଲା । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଗତକାଲି ଗୁଜୁରାଟରେ ଉଦଘାଟିତ ହୋଇଥିବା ମିଶନ୍ ସ୍କୁଲ୍ ଅଫ୍ ଏକ୍ସଲେନ୍ସ ଅଧୀନରେ ଆଦିବାସୀ ତାଲୁକାରେ ପ୍ରାୟ ୪,୦୦୦ ବିଦ୍ୟାଳୟର ଆଧୁନିକୀକରଣ ହେବ ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଆଦିବାସୀ ଅଞ୍ଚଳରେ ୧୦ ହଜାରରୁ ଅଧିକ ବିଦ୍ୟାଳୟ ର୍ନିମାଣ କରାଯାଇଛି, ଏକଲବ୍ୟ ମଡେଲ ସ୍କୁଲ ଏବଂ ଝିଅମାନଙ୍କ ପାଇଁ ସ୍ୱତନ୍ତ୍ର ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ନର୍ମଦା ସ୍ଥିତ ର୍ବିସା ମୁଣ୍ଡା ଆଦିବାସୀ ବିଶ୍ୱବିଦ୍ୟାଳୟ ଏବଂ ଗୋଧ୍ରାର ଶ୍ରୀ ଗୋବିନ୍ଦ ଗୁରୁ ବିଶ୍ୱବିଦ୍ୟାଳୟ ଆଦିବାସୀ ଯୁବକମାନଙ୍କୁ ଉଚ୍ଚଶିକ୍ଷାର ସୁଯୋଗ ପ୍ରଦାନ କରୁଛନ୍ତି । ଆଦିବାସୀ ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି ଲାଗି ବଜେଟ୍ ବର୍ତ୍ତମାନ ଦ୍ୱିଗୁଣିତ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏକଲବ୍ୟ ବିଦ୍ୟାଳୟ ସଂଖ୍ୟା ମଧ୍ୟ ବହୁଗୁଣିତ ହୋଇଛି । ଆମର ଆଦିବାସୀ ପିଲାମାନଙ୍କ ପାଇଁ ଆମେ ଶିକ୍ଷା ସକାଶେ ବିଶେଷ ବ୍ୟବସ୍ଥା କରିଥିଲୁ ଏବଂ ବିଦେଶରେ ପଢିବା ପାଇଁ ଆର୍ଥିକ ସହାୟତା ମଧ୍ୟ ଦେଇଥିଲୁ ବୋଲି ସେ କହିଛନ୍ତି । ଖେଲୋ ଇଣ୍ଡିଆ ଭଳି ଅଭିଯାନ ମାଧ୍ୟମରେ କ୍ରୀଡ଼ାରେ ସ୍ୱଚ୍ଛତା ଆଣିବା ଏବଂ ଆଦିବାସୀ ପିଲାମାନଙ୍କୁ ସେମାନଙ୍କ ସାମର୍ଥ୍ୟର ବିକାଶ ତଥା ଉନ୍ନତି ପାଇଁ ନୂତନ ସୁଯୋଗ ପ୍ରଦାନ କରିବାର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ମଧ୍ୟ ଦୋହରାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଜୁରାଟ ସରକାର ବନବନ୍ଧୁ କଲ୍ୟାଣ ଯୋଜନା ପାଇଁ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ବର୍ତ୍ତମାନ ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଗୁଜୁରାଟ ସରକାର ପୁଣି ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ଏହା ସହିତ ଆଦିବାସୀ ପିଲାମାନଙ୍କ ପାଇଁ ଅନେକ ନୂତନ ବିଦ୍ୟାଳୟ, ଅନେକ ହଷ୍ଟେଲ, ନୂତନ ମେଡିକାଲ କଲେଜ ଏବଂ ନର୍ସିଂ କଲେଜ ମଧ୍ୟ ର୍ନିମାଣ କରାଯିବ । ଏହି ଯୋଜନା ଅଧୀନରେ ସରକାର ଆଦିବାସୀମାନଙ୍କ ପାଇଁ ୨.୫ ଲକ୍ଷରୁ ଅଧିକ ଘର ର୍ନିମାଣ ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଆଦିବାସୀ ଅଞ୍ଚଳରେ ପ୍ରାୟ ଏକ ଲକ୍ଷ ଆଦିବାସୀ ପରିବାରକୁ ୬ ଲକ୍ଷରୁ ଅଧିକ ଘର ଏବଂ ଜମି ପଟ୍ଟା ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମର ସଂକଳ୍ପ ହେଉଛି ଆଦିବାସୀ ସମାଜକୁ ପୁଷ୍ଟିହୀନତାର ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତ କରିବା । ସେଥିପାଇଁ କେନ୍ଦ୍ର ସରକାର ଏକ ବିରାଟ "ପୋଷଣ ଅଭିଯାନ’' ଆରମ୍ଭ କରିଛନ୍ତି ଯାହା ମାଧ୍ୟମରେ ଗର୍ଭାବସ୍ଥାରେ ମା’'ମାନଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବାରେ ସାହାଯ୍ୟ କରିବାକୁ ହଜାର ହଜାର ଟଙ୍କା ଦିଆଯାଉଛି ।  ମିଶନ ଇନ୍ଦ୍ରଧନୁଷ ଅଧୀନରେ ଏକ ବିରାଟ ଅଭିଯାନ ଚାଲିଛି ଯେ ମା’ ଏବଂ ପିଲାମାନେ ଠିକ୍ ସମୟରେ ଟୀକାକରଣ କରିବେ । ବର୍ତ୍ତମାନ ସାରା ଦେଶରେ ଗରିବ ଲୋକଙ୍କୁ ମାଗଣା ରାସନ ଦିଆଯିବାର ଅଢେଇ ବର୍ଷରୁ ଅଧିକ ସମୟ ବିତିଗଲାଣି । ଏଥିପାଇଁ କେନ୍ଦ୍ର ସରକାର ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ଆମ ଦେଶରେ ପ୍ରାୟ ୧୦ କୋଟି ମାଗଣା ଗ୍ୟାସ ସଂଯୋଗ ଆମ ମା’ ଏବଂ ଭଉଣୀମାନଙ୍କୁ ଧୂଆଁ ଦ୍ୱାରା ହେଉଥିବା ରୋଗରୁ ଦୂରେଇ ରହିବା ପାଇଁ ଦିଆଯାଇଛି । ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଲକ୍ଷ ଲକ୍ଷ ଆଦିବାସୀ ପରିବାର ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଇଛନ୍ତି ।

ଭାରତର ସ୍ୱାଧୀନତା ଆନ୍ଦୋଳନର ଇତିହାସରେ ଆଦିବାସୀ ସମ୍ପ୍ରଦାୟର ଭୁଲିଯାଇଥିବା ପରମ୍ପରାକୁ ପୁନଃ ସ୍ଥାପିତ କରିବାରେ ସରକାରଙ୍କ ଉଦ୍ୟମକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଆଦିବାସୀ ସମ୍ପ୍ରଦାୟର ଏକ ସମୃଦ୍ଧ ପରମ୍ପରା ଅଛି । ସେ କହିଛନ୍ତି, ବର୍ତ୍ତମାନ ପ୍ରଥମ ଥର ପାଇଁ ଦେଶ ୧୫ ନଭେମ୍ବରରେ ପ୍ରଭୁ ର୍ବିସା ମୁଣ୍ଡାଙ୍କ ଜନ୍ମ ବାର୍ଷିକୀକୁ ଆଦିବାସୀ ଗର୍ବ ଦିବସ ଭାବେ ପାଳନ କରୁଛି । ଏଥିସହ ସେ କହିଛନ୍ତି ଯେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ସାରା ଦେଶରେ ସଂଗ୍ରହାଳୟ ମାଧ୍ୟମରେ ସଂରକ୍ଷଣ କରାଯାଇ ପ୍ରଦର୍ଶିତ କରାଯାଉଛି । ଆଦିବାସୀ ମନ୍ତ୍ରଣାଳୟ ନଥିବା ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ପ୍ରଥମ ଥର ପାଇଁ ଅଟଳ ଜୀଙ୍କ ସରକାର ଆଦିବାସୀ ମନ୍ତ୍ରଣାଳୟ ଗଠନ କରିଥିଲେ । ଅଟଳ ଜୀଙ୍କ ସରକାରଙ୍କ ସମୟରେ ଗ୍ରାମ ସଡକ ଯୋଜନା ଆରମ୍ଭ ହୋଇଥିଲା, ଯାହା ଦ୍ୱାରା ଆଦିବାସୀ ଅଞ୍ଚଳକୁ ଅନେକ ଲାଭ ମିଳିଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଦିବାସୀମାନଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ଦୂର କରିବା ପାଇଁ ଆମ ସରକାର କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ ଗତ ୮ ବର୍ଷ ମଧ୍ୟରେ ଆଦିବାସୀ କଲ୍ୟାଣ ସହ ଜଡିତ ବଜେଟକୁ ତିନି ଗୁଣରୁ ଅଧିକ ବୃଦ୍ଧି କରାଯାଇଛି ଯାହା ଦ୍ୱାରା ଆମ ଆଦିବାସୀ ଯୁବକମାନଙ୍କ ପାଇଁ ରୋଜଗାର ଏବଂ ଆତ୍ମନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟି ହୋଇଛି ।

ବିକାଶର ଏହି ସହଭାଗିତାକୁ ନିରନ୍ତର ମଜବୁତ କରାଯିବା ଉଚିତ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଆଦିବାସୀ ଯୁବକମାନଙ୍କ ସାମର୍ଥ୍ୟକୁ ବଢାଇବା ପାଇଁ ଡବଲ୍ ଇଞ୍ଜିନ ସରକାର ଉଦ୍ୟମରେ ଯୋଗଦେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସବକା ପ୍ରୟାସ ସହିତ ଆମେ ଏକ ବିକଶିତ ଗୁଜୁରାଟ ଏବଂ ଏକ ବିକଶିତ ଭାରତ ଗଠନ କରିବୁ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ, ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ସାଂସଦ ଶ୍ରୀ ସି ଆର ପାଟିଲ, ଶ୍ରୀ କେସି ପଟେଲ, ଶ୍ରୀ ମନସୁଖ ବାସବ ଏବଂ ଶ୍ରୀ ପ୍ରଭାସ ବାସବ ଏବଂ ଗୁଜୁରାଟର ମନ୍ତ୍ରୀ ଶ୍ରୀ ଋଷିକେଶ ପଟେଲ, ଶ୍ରୀ ନରେଶଭାଇ ପଟେଲ, ଶ୍ରୀ ମୁକେଶଭାଇ ପଟେଲ, ଶ୍ରୀ ଜଗଦୀଶ ପଟେଲ ଏବଂ ଶ୍ରୀ ଜିତୁଭାଇ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"