ମହାରାଷ୍ଟ୍ରରେ ୧୦ଟି ସରକାରୀ ମେଡିକାଲ କଲେଜର ଉଦଘାଟନ
ଡକ୍ଟର ବାବାସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନ ବନ୍ଦରର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ଶିରିଡି ବିମାନବନ୍ଦରରେ ନୂତନ ସମନ୍ୱିତ ଟର୍ମିନାଲ କୋଠାର ଶିଳାନ୍ୟାସ
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍କିଲ୍ସ , ମୁମ୍ବାଇ ଏବଂ ବିଦ୍ୟା ସମୀକ୍ଷା କେନ୍ଦ୍ର , ମହାରାଷ୍ଟ୍ର ଉଦଘାଟିତ
ମହାରାଷ୍ଟ୍ରରେ ପ୍ରକଳ୍ପ ଗୁଡିକର ଶୁଭାରମ୍ଭ ଭିତ୍ତିଭୂମି ବୃଦ୍ଧି କରିବ, ଯୋଗାଯୋଗକୁ ପ୍ରୋତ୍ସାହିତ କରିବ ଏବଂ ଯୁବକମାନଙ୍କୁ ସଶକ୍ତ କରିବ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାରାଷ୍ଟ୍ରରେ ୭୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଆଜିର ପ୍ରକଳ୍ପଗୁଡ଼ିକ ମଧ୍ୟରେ ନାଗପୁରସ୍ଥିତ ଡକ୍ଟର ବାବାସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନବନ୍ଦରର ଉନ୍ନତିକରଣ ଏବଂ ଶିରିଡି ବିମାନବନ୍ଦରରେ ନୂତନ ସମନ୍ୱିତ ଟର୍ମିନାଲ କୋଠାର ଶିଳାନ୍ୟାସ ଅନ୍ତର୍ଭୁକ୍ତ । ଶ୍ରୀ ମୋଦୀ ମହାରାଷ୍ଟ୍ରର ୧୦ଟି ସରକାରୀ ମେଡିକାଲ କଲେଜ କାର୍ଯ୍ୟର ଶୁଭାରମ୍ଭ କରିବା ସହ ମୁମ୍ବାଇର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍କିଲ୍ସ (ଆଇଆଇଏସ୍‌) ଏବଂ ମହାରାଷ୍ଟ୍ରର ବିଦ୍ୟା ସମୀକ୍ଷା କେନ୍ଦ୍ର (ଭିଏସକେ)ର ଉଦଘାଟନ କରିଥିଲେ ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାରାଷ୍ଟ୍ରକୁ ନାଗପୁର ବିମାନବନ୍ଦରର ଆଧୁନିକୀକରଣ ଏବଂ ସମ୍ପ୍ରସାରଣ ଏବଂ ଶିରିଡି ବିମାନବନ୍ଦର ପାଇଁ ଏକ ନୂତନ ଟର୍ମିନାଲ କୋଠା ନିର୍ମାଣ ସମେତ ୧୦ଟି ନୂତନ ମେଡିକାଲ କଲେଜ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ପ୍ରଦାନ କରାଯାଉଛି । ଆଜିର ବିକାଶମୂଳକ ପ୍ରକଳ୍ପ ପାଇଁ ସେ ମହାରାଷ୍ଟ୍ରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

୩୦,୦୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ପାଇଁ ତାଙ୍କର ମୁମ୍ବାଇ ଏବଂ ଥାନେ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମେଟ୍ରୋ ନେଟୱାର୍କର ସମ୍ପ୍ରସାରଣ, ବିମାନବନ୍ଦରର ଉନ୍ନତିକରଣ, ରାଜପଥ ପ୍ରକଳ୍ପ, ଭିତ୍ତିଭୂମି, ସୌର ଶକ୍ତି ଏବଂ ଟେକ୍ସଟାଇଲ ପାର୍କ ଭଳି ହଜାର ହଜାର କୋଟି ଟଙ୍କାର ବିକାଶ ପ୍ରକଳ୍ପ ପୂର୍ବରୁ ବିଭିନ୍ନ ଜିଲ୍ଲାରେ ଆରମ୍ଭ କରାଯାଇଛି ବୋଲି ଉଲ୍ଲେଖ କରିଥିଲେ । କୃଷକ, ମତ୍ସ୍ୟଜୀବୀ ଏବଂ ପଶୁପାଳକମାନଙ୍କ ପାଇଁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ମହାରାଷ୍ଟ୍ରରେ ଭାରତର ସର୍ବବୃହତ କଣ୍ଟେନର ବନ୍ଦର ୱାଧୱାନ ବନ୍ଦରର ଶିଳାନ୍ୟାସ ମଧ୍ୟ କରାଯାଇଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ମହାରାଷ୍ଟ୍ର ଇତିହାସରେ କେବେ ବି ବିଭିନ୍ନ କ୍ଷେତ୍ରରେ ଏତେ ଦ୍ରୁତ ଗତିରେ ବିକାଶ ହୋଇନାହିଁ ବୋଲି ସେ କହିଥିଲେ ।

ନିକଟରେ ମରାଠୀ ଭାଷାକୁ ଏକ ଶାସ୍ତ୍ରୀୟ ଭାଷା ଭାବରେ ସ୍ୱୀକୃତି ମିଳିବା କଥା ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ କୌଣସି ଭାଷାକୁ ଉଚିତ ସମ୍ମାନ ମିଳେ, ସେତେବେଳେ ତାହା କେବଳ ଶବ୍ଦ ହୋଇ ନଥାଏ ବରଂ ଏହା ଯୋଗୁଁ ସମଗ୍ର ପିଢ଼ିକୁ ସ୍ୱର ମିଳିଥାଏ । ଏହା ଦ୍ୱାରା କୋଟି କୋଟି ମରାଠୀ ଭାଇଭଉଣୀ ମାନଙ୍କର ସ୍ୱପ୍ନ ପୂରଣ ହୋଇଛି ବୋଲି ସେ କହିଛନ୍ତି । ମହାରାଷ୍ଟ୍ରର ଲୋକମାନେ ମରାଠୀ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବାରୁ ଉତ୍ସବ ପାଳନ କରୁଛନ୍ତି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମହାରାଷ୍ଟ୍ରର ବିଭିନ୍ନ ଗ୍ରାମର ଲୋକଙ୍କଠାରୁ ସେ ପ୍ରସନ୍ନତାର ଏବଂ କୃତଜ୍ଞତାର ବାର୍ତ୍ତା ପାଉଛନ୍ତି । ଶ୍ରୀ ମୋଦୀ କହିଥିଲେ ଯେ ମରାଠୀକୁ ଶାସ୍ତ୍ରୀୟ ଭାଷା ଭାବରେ ସ୍ୱୀକୃତି ଦେବା ତାଙ୍କ କାର୍ଯ୍ୟ ନୁହେଁ ବରଂ ମହାରାଷ୍ଟ୍ରବାସୀଙ୍କ ଆଶୀର୍ବାଦର ଫଳ । ଛତ୍ରପତି ଶିବାଜୀ ମହାରାଜ, ବାବା ସାହେବ ଆମ୍ବେଦକର, ଜ୍ୟୋତିବା ଫୁଲେ ଏବଂ ସାବିତ୍ରୀବାଇ ଫୁଲେଙ୍କ ଭଳି ବିଶିଷ୍ଟ ବ୍ୟକ୍ତିଙ୍କ ଆଶୀର୍ବାଦ ଯୋଗୁଁ ମହାରାଷ୍ଟ୍ରରେ ପ୍ରଗତି କାର୍ଯ୍ୟ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତକାଲି ହରିୟାଣା ଏବଂ ଜାମ୍ମୁ – କାଶ୍ମୀରର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶିତ ହୋଇଛି ଏବଂ ହରିୟାଣାର ଭୋଟରମାନେ ଦେଶର ଲୋକଙ୍କ ମନୋଭାବକୁ ସ୍ପଷ୍ଟ ଭାବରେ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ଦୁଇ ଥର ସଫଳ ହେବା ପରେ ହରିୟାଣାରେ କ୍ରମାଗତ ତୃତୀୟ ଥର ପାଇଁ ବିଜୟ ଐତିହାସିକ ଥିଲା ।

ଯେଉଁମାନେ ବିଭାଜନ ରାଜନୀତି କରନ୍ତି ଏବଂ ବ୍ୟକ୍ତିଗତ ଫାଇଦା ପାଇଁ ଭୋଟରଙ୍କୁ ବିଭ୍ରାନ୍ତ କରନ୍ତି ସେମାନଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦୀ ଚେତାବନୀ ଦେଇଛନ୍ତି । ଭାରତରେ ମୁସଲମାନମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରି ସେମାନଙ୍କୁ ଭୋଟ୍ ବ୍ୟାଙ୍କରେ ପରିଣତ କରିବାର ପ୍ରୟାସ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ଏବଂ ନିଜ ଫାଇଦା ପାଇଁ ହିନ୍ଦୁ ଧର୍ମରେ ଜାତିବାଦରେ ଲିପ୍ତ ଥିବା ଲୋକଙ୍କ ପ୍ରତି ମଧ୍ୟ ସେ କ୍ଷୋଭ ପ୍ରକାଶ କରିଥିଲେ । ରାଜନୈତିକ ଫାଇଦା ପାଇଁ ଯେଉଁମାନେ ଭାରତରେ ହିନ୍ଦୁ ସମାଜକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୋଧରେ ଶ୍ରୀ ମୋଦୀ ଚେତାବନୀ ଦେଇଛନ୍ତି । ମହାରାଷ୍ଟ୍ରର ଲୋକମାନେ ସମାଜକୁ ଭାଙ୍ଗିବା ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ଗତ ୧୦ ବର୍ଷ ମଧ୍ୟରେ ଦେଶର ବିକାଶ ପାଇଁ ଆଧୁନିକ ଭିତ୍ତିଭୂମି ସୃଷ୍ଟି ନିମନ୍ତେ ସରକାର ମହାଯଜ୍ଞ ଆରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ରାଜ୍ୟରେ ୧୦ଟି ନୂତନ ମେଡିକାଲ କଲେଜର ଉଦଘାଟନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଆଜି ଆମେ କେବଳ କୋଠା ନିର୍ମାଣ କରୁନାହୁଁ ବରଂ ଏକ ସୁସ୍ଥ ଏବଂ ସମୃଦ୍ଧ ମହାରାଷ୍ଟ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରୁଛୁ । ଥାନେ, ଅମ୍ବରନାଥ, ମୁମ୍ବାଇ, ନାସିକ, ଜାଲନା, ବୁଲଧାନା, ହିଙ୍ଗୋଲି, ୱାଶିମ, ଅମରାବତୀ, ଭଙ୍କଦାରା ଏବଂ ଗଡ଼ଚିରୋଲି ଜିଲ୍ଲା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସେବାକେନ୍ଦ୍ରରେ ପରିଣତ ହେବ । ୧୦ଟି ନୂଆ ମେଡିକାଲ କଲେଜ ମହାରାଷ୍ଟ୍ରରେ ୯୦୦ ମେଡିକାଲ ସିଟ୍ ଯୋଡ଼ିବା ସହ ରାଜ୍ୟରେ ମୋଟ ମେଡିକାଲ ସିଟ୍ ସଂଖ୍ୟା ପ୍ରାୟ ୬୦୦୦ରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଲାଲକିଲ୍ଲାରୁ ୭୫,୦୦୦ ନୂଆ ମେଡିକାଲ ସିଟ୍ ଯୋଡିବା ପାଇଁ ତାଙ୍କର ସଂକଳ୍ପକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର କାର୍ଯ୍ୟକ୍ରମ ଏ ଦିଗରେ ଏକ ବଡ଼ ପଦକ୍ଷେପ ।

ସରକାର ଡାକ୍ତରୀ ଶିକ୍ଷାକୁ ସହଜ କରାଯାଇଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାରାଷ୍ଟ୍ରର ଯୁବକମାନଙ୍କ ପାଇଁ ନୂତନ ଦ୍ୱାର ଖୋଲାଯାଇଛି । ଗରିବ ଓ ମଧ୍ୟବିତ୍ତ ପରିବାରର ଅନେକ ପିଲା ଯେପରି ଡାକ୍ତର ହୁଅନ୍ତି ଏବଂ ସେମାନଙ୍କ ସ୍ୱପ୍ନ ପୂରଣ ହୁଏ ତାହା ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି । ଶ୍ରୀ ମୋଦୀ କହିଥିଲେ ଯେ ଏମିତି ଏକ ସମୟ ଥିଲା, ଯେତେବେଳେ ଏଭଳି ସ୍ୱତନ୍ତ୍ର ଅଧ୍ୟୟନ ପାଇଁ ମାତୃଭାଷାରେ ପୁସ୍ତକ ଉପଲବ୍ଧ ନ ହେବା ଏକ ବଡ଼ ଆହ୍ୱାନ ଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଏହି ଭେଦଭାବକୁ ଶେଷ କରିଛନ୍ତି ଏବଂ ଏବେ ମହାରାଷ୍ଟ୍ରର ଯୁବକମାନେ ମରାଠୀ ଭାଷାରେ ଡାକ୍ତରୀ ପାଠ ପଢ଼ିପାରିବେ । ମାତୃଭାଷାରେ ପାଠ ପଢ଼ି ଯୁବପିଢ଼ି ଡାକ୍ତର ହେବାର ସ୍ୱପ୍ନ ପୂରଣ କରିବେ ବୋଲି ସେ କହିଛନ୍ତି ।

ଜୀବନକୁ ଆରାମଦାୟକ କରିବା ପାଇଁ ଦାରିଦ୍ର‌୍ୟ ବିରୋଧରେ ଲଢ଼ିବା ନିମନ୍ତେ ସରକାରଙ୍କ ପ୍ରୟାସ ଏକ ବଡ଼ ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦାରିଦ୍ର‌୍ୟକୁ ରାଜନୀତିର ଇନ୍ଧନ କରିବା ପାଇଁ ପୂର୍ବ ସରକାରମାନେ ଯେଉଁ କାର୍ଯ୍ୟ କରୁଥିଲେ, ତାହାକୁ ସମାଲୋଚନା କରି ସେ କହିଥିଲେ ଯେ ତାଙ୍କ ସରକାର ଏକ ଦଶନ୍ଧି ମଧ୍ୟରେ ୨୫ କୋଟି ଲୋକଙ୍କୁ ଦାରିଦ୍ର‌୍ୟରୁ ବାହାର କରିଛନ୍ତି । ଦେଶରେ ସ୍ୱାସ୍ଥ୍ୟ ସେବାର ପରିବର୍ତ୍ତନ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ଆଜି ପ୍ରତ୍ୟେକ ଗରିବ ବ୍ୟକ୍ତିଙ୍କ ପାଖରେ ମାଗଣା ଚିକିତ୍ସା ପାଇଁ ଆୟୁଷ୍ମାନ କାର୍ଡ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ନିକଟରେ ୭୦ ବର୍ଷରୁ ଅଧିକ ବୟସ୍କ ଲୋକମାନଙ୍କୁ ମଧ୍ୟ ମାଗଣା ଚିକିତ୍ସା ଉବଲବ୍ଧ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଜନ ଔଷଧି କେନ୍ଦ୍ରରେ ଅତ୍ୟାବଶ୍ୟକ ଔଷଧ ଅତ୍ୟନ୍ତ କମ୍ ମୂଲ୍ୟରେ ଉପଲବ୍ଧ ହେଉଛି ଏବଂ ହୃଦ୍ ରୋଗୀଙ୍କ ପାଇଁ ଷ୍ଟେଣ୍ଟ ୮୦- ୮୫ ପ୍ରତିଶତ ଶସ୍ତା ହୋଇଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ କର୍କଟ ଚିକିତ୍ସା ପାଇଁ ଆବଶ୍ୟକ ଔଷଧର ମୂଲ୍ୟ ମଧ୍ୟ ସରକାର ହ୍ରାସ କରିଛନ୍ତି । ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସଂଖ୍ୟା ବୃଦ୍ଧି ଯୋଗୁଁ ଚିକିତ୍ସା ଶସ୍ତା ହୋଇଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ ଆଜି ମୋଦୀ ସରକାର ଅତି ଗରିବ ଲୋକଙ୍କୁ ସାମାଜିକ ସୁରକ୍ଷାର ଏକ ଦୃଢ଼ ଢାଲ ଦେଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ , ଯେତେବେଳେ ଏକ ଦେଶର ଯୁବକମାନେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହୁଅନ୍ତି , ବିଶ୍ୱ ସେତେବେଳେ ଏକ ଦେଶ ଉପରେ ବିଶ୍ୱାସ କରେ । ଆଜିର ଯୁବ ଭାରତର ଆତ୍ମବିଶ୍ୱାସ ଦେଶ ପାଇଁ ଏକ ନୂତନ ଭବିଷ୍ୟତର କାହାଣୀ ଲେଖୁଛି ବୋଲି ସେ ଉଲ୍ଲେଖ କରିଥିଲେ ଏବଂ ବିଶ୍ୱ ସମୁଦାୟ ଭାରତକୁ ମାନବ ସମ୍ବଳର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ ଦେଖୁଛି ଏବଂ ସମଗ୍ର ବିଶ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସଫ୍ଟୱେର ବିକାଶରେ ବିପୁଳ ସୁଯୋଗ ରହିଛି ବୋଲି ଆଲୋକପାତ କରିଥିଲେ । ଭାରତର ଯୁବକମାନଙ୍କୁ ଏହି ସୁଯୋଗ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ସରକାର ସେମାନଙ୍କ ଦକ୍ଷତାକୁ ବିଶ୍ୱସ୍ତରୀୟ ମାନଦଣ୍ଡ ସହ ଯୋଡ଼ିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ଶିକ୍ଷା ଢାଞ୍ଚାକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ବିଦ୍ୟା ସମୀକ୍ଷା କେନ୍ଦ୍ର ସମେତ ମହାରାଷ୍ଟ୍ରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଏବଂ ମୁମ୍ବାଇରେ ଭାରତୀୟ ଦକ୍ଷତା ପ୍ରତିଷ୍ଠାନର ଉଦଘାଟନ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଠାରେ ଯୁବ ବ୍ୟକ୍ତିଙ୍କ ପ୍ରତିଭାକୁ ବଜାର ଚାହିଦା ସହିତ ଯୋଡ଼ିବା ପାଇଁ ଭବିଷ୍ୟତଭିତ୍ତିକ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହାବ୍ୟତୀତ, ଶ୍ରୀ ମୋଦୀ ଯୁବବର୍ଗଙ୍କୁ ପେଡ୍ ଇଣ୍ଟର୍ନସିପ୍ ପ୍ରଦାନ କରିବା ପାଇଁ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ, ଯାହା ଭାରତର ଇତିହାସରେ ପ୍ରଥମ, ଯେଉଁଠାରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଇଣ୍ଟର୍ନସିପ୍ ସମୟରେ ୫,୦୦୦ ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରାଯିବ । ଏହି ଅଭିଯାନର ଏକ ଅଂଶ ହେବା ପାଇଁ ହଜାର ହଜାର କମ୍ପାନୀ ପଞ୍ଜୀକରଣ କରୁଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି , ଯାହା ଯୁବକମାନେ ମୂଲ୍ୟବାନ ଅଭିଜ୍ଞତା ହାସଲ କରିବାରେ ସହାୟକ ହେବ ଏବଂ ସେମାନଙ୍କ ପାଇଁ ନୂତନ ସୁଯୋଗ ଉନ୍ମୁକ୍ତ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବବର୍ଗଙ୍କ ପାଇଁ ଭାରତର ପ୍ରୟାସ ଉଲ୍ଲେଖନୀୟ ଫଳାଫଳ ପ୍ରଦାନ କରୁଛି । ଭାରତର ଶିକ୍ଷାନୁଷ୍ଠାନଗୁଡ଼ିକ ବିଶ୍ୱର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମାନଙ୍କ ସହ ସମକକ୍ଷ ହୋଇଛି ବୋଲି ସେ କହିଥିଲେ ଏବଂ ଗତକାଲି ବିଶ୍ୱ ବିଶ୍ୱବିଦ୍ୟାଳୟ ତାଲିକା ପ୍ରକାଶିତ ହୋଇଥିବା ବେଳେ ତାହାର ତଥ୍ୟ ଅନୁଯାୟୀ ଭାରତରେ ଉଚ୍ଚଶିକ୍ଷା ଓ ଗବେଷଣାର ବୃଦ୍ଧି ପାଉଥିବା ଗୁଣବତ୍ତା ଉପରେ ଆଲୋକପାତ କରିଥିଲେ ।

ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିବାରୁ ଏବେ ବିଶ୍ୱର ନଜର ଭାରତ ଉପରେ ରହିଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ଅର୍ଥନୈତିକ ପ୍ରଗତି ଦ୍ୱାରା ଆସିଥିବା ନୂତନ ସୁଯୋଗ, ବିଶେଷ କରି ଅନେକ ଦଶନ୍ଧି ଧରି ଅବହେଳିତ ଥିବା କ୍ଷେତ୍ର ଗୁଡ଼ିକରେ ଆସିଥିବା ସୁଯୋଗ ସମ୍ପର୍କରେ ଉଲ୍ଲେଖ କରି "ବିଶ୍ୱ ଅର୍ଥନୀତିର ଭବିଷ୍ୟତ ଭାରତରେ ଅଛି" ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ । ସେ ପର୍ଯ୍ୟଟନର ଉଦାହରଣ ଦେଇଥିଲେ ଏବଂ ଅତୀତରେ ମହାରାଷ୍ଟ୍ରର ଅମୂଲ୍ୟ ଐତିହ୍ୟ, ସୁନ୍ଦର ପ୍ରାକୃତିକ ସ୍ଥଳୀ ଏବଂ ଆଧ୍ୟାତ୍ମିକ କେନ୍ଦ୍ରଗୁଡିକୁ ସମ୍ପୂର୍ଣ୍ଣ ରୂପେ ଉପଯୋଗ କରି ରାଜ୍ୟକୁ ଏକ ବିଲିୟନ ଡଲାର ଅର୍ଥନୀତିରେ ବିକଶିତ କରିବା ପାଇଁ ସେ ପ୍ରୋତ୍ସାହିତ କରିବା ସହିତ ହରାଇଥିବା ସୁଯୋଗ ବିଷୟରେ ଦର୍ଶାଇଥିଲେ ।

ବର୍ତ୍ତମାନର ସରକାରରେ ଉଭୟ ବିକାଶ ଓ ଐତିହ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଭାରତର ସମୃଦ୍ଧ ଅତୀତରୁ ପ୍ରେରଣା ପାଇ ଏକ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶିରିଡି ବିମାନ ବନ୍ଦରର ନୂତନ ଟର୍ମିନାଲ, ନାଗପୁର ବିମାନବନ୍ଦରର ଆଧୁନିକୀକରଣ ଏବଂ ମହାରାଷ୍ଟ୍ରରେ ଚାଲିଥିବା ଅନ୍ୟାନ୍ୟ ବିକାଶ ମୂଳକ ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ । ଶିରିଡି ବିମାନ ବନ୍ଦରରେ ନୂତନ ଟର୍ମିନାଲ ସାଇବାବାଙ୍କ ଭକ୍ତମାନଙ୍କୁ ଦେଶ ବିଦେଶରୁ ଅଧିକ ପର୍ଯ୍ୟଟକଙ୍କୁ ଏଠାକୁ ଆକର୍ଷିତ କରିବ ବୋଲି ସେ କହିଛନ୍ତି । ସେ ଉନ୍ନତ ସୋଲାପୁର ବିମାନବନ୍ଦରର ଉଦଘାଟନ ବିଷୟରେ ମଧ୍ୟ କହିଥିଲେ ଯାହା ଦ୍ୱାରା ବର୍ତ୍ତମାନ ଶ୍ରଦ୍ଧାଳୁମାନେ ନିକଟସ୍ଥ ଆଧ୍ୟାତ୍ମିକ ସ୍ଥଳ ଯଥା ଶନି ଶିଙ୍ଗନାପୁର, ତୁଲଜା ଭବାନୀ ଏବଂ କୈଳାସ ମନ୍ଦିର ପରିଦର୍ଶନ କରିବାକୁ ସକ୍ଷମ ହେବେ , ଫଳରେ ମହାରାଷ୍ଟ୍ରର ପର୍ଯ୍ୟଟନ ଅର୍ଥନୀତିକୁ ପ୍ରୋତ୍ସାହନ ମିଳିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

"ଆମ ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତି ଏବଂ ପ୍ରତ୍ୟେକ ନୀତି କେବଳ ଗୋଟିଏ ଲକ୍ଷ୍ୟ ପାଇଁ ସମର୍ପିତ - ବିକଶିତ ଭାରତ " ବୋଲି ଶ୍ରୀ ମୋଦୀ କହିଥିଲେ । ଗରିବ, କୃଷକ, ଯୁବକ ଓ ମହିଳା ମାନଙ୍କର କଲ୍ୟାଣ ହେଉଛି ସରକାରଙ୍କ ଦୃଷ୍ଟିକୋଣ ବୋଲି ସେ କହିଥିଲେ । ତେଣୁ ପ୍ରତ୍ୟେକ ଉନ୍ନୟନମୂଳକ ପ୍ରକଳ୍ପ ଗରିବ ଗ୍ରାମବାସୀ, ଶ୍ରମିକ ଓ କୃଷକଙ୍କ ଉଦ୍ଦେଶ୍ୟରେ ସମର୍ପିତ ବୋଲି ସେ ଉଲ୍ଲେଖ କରିଥିଲେ । ଶିରିଡି ବିମାନ ବନ୍ଦରରେ ନିର୍ମିତ ହେବାକୁ ଥିବା ପୃଥକ କାର୍ଗୋ କମ୍ପେ୍ଲକ୍ସ କୃଷକମାନଙ୍କୁ ବହୁତ ସାହାଯ୍ୟ କରିବ କାରଣ ବିଭିନ୍ନ ପ୍ରକାର କୃଷିଜାତ ଦ୍ରବ୍ୟ ଦେଶ ବିଦେଚୁ ରପ୍ତାନି ହୋଇପାରିବ ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଶିରିଡି, ଲାସଲଗାଓଁ, ଅହଲ୍ୟାନଗର ଏବଂ ନାସିକର କୃଷକମାନେ ପିଆଜ, ଅଙ୍ଗୁର, ପିଜୁଳି ଏବଂ ଡାଳିମ୍ବ ଭଳି ଉତ୍ପାଦକୁ ସହଜରେ ବଡ଼ ବଜାରକୁ ପରିବହନ କରି ଏହି କାର୍ଗୋ କମ୍ପେ୍ଲକ୍ସରୁ ଉପକୃତ ହେବେ ।

ବାସମତୀ ଚାଉଳର ସର୍ବନିମ୍ନ ରପ୍ତାନି ମୂଲ୍ୟ ଉଚ୍ଛେଦ, ଅଣ-ବାସମତୀ ଚାଉଳର ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବା, ଚାଉଳ ଉପରେ ରପ୍ତାନି ଶୁଳ୍କ ଅଧା ହ୍ରାସ କରିବା ଭଳି କୃଷକଙ୍କ ସ୍ୱାର୍ଥ ପାଇଁ ସରକାର ନିରନ୍ତର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମହାରାଷ୍ଟ୍ରର କୃଷକଙ୍କ ଆୟ ବୃଦ୍ଧି ପାଇଁ ସରକାର ପିଆଜ ଉପରେ ରପ୍ତାନି ଟିକସକୁ ଅଧା ହ୍ରାସ କରିଛନ୍ତି । ସୋରିଷ, ସୋୟାବିନ୍ ଏବଂ ସୂର୍ଯ୍ୟମୁଖୀ ଭଳି ଫସଲର ଅଧିକ ମୂଲ୍ୟ ମାଧ୍ୟମରେ ଭାରତର କୃଷକମାନଙ୍କୁ ଉପକୃତ କରିବା ପାଇଁ ସରକାର ଖାଇବା ତେଲ ଆମଦାନୀ ଉପରେ ୨୦ ପ୍ରତିଶତ ଟିକସ ଲଗାଇବା ଏବଂ ରିଫାଇନ୍ ସୋୟାବିନ୍‌, ସୂର୍ଯ୍ୟମୁଖୀ ଏବଂ ପାମ ତେଲ ଉପରେ ସୀମା ଶୁଳ୍କ ଯଥେଷ୍ଟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ବୟନଶିଳ୍ପକୁ ଯେଉଁଭଳି ଭାବେ ସମର୍ଥନ କରୁଛନ୍ତି, ମହାରାଷ୍ଟ୍ରର କପା ଚାଷୀମାନେ ବହୁତ ଉପକୃତ ହେବେ ।

 

ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାରାଷ୍ଟ୍ରକୁ ସୁଦୃଢ଼ କରିବା ହେଉଛି ବର୍ତ୍ତମାନର ସରକାରଙ୍କ ସଂକଳ୍ପ । ସେ ରାଜ୍ୟର ପ୍ରଗତିରେ ଖୁସି ବ୍ୟକ୍ତ କରିବା ସହ ଆଜିର ସମସ୍ତ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ମହାରାଷ୍ଟ୍ରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଅବସରରେ ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ସି. ପି. ରାଧାକ୍ରିଷ୍ଣନ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ ଭର୍ଚୁଆଲ ଭାବରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ନାଗପୁରସ୍ଥିତ ଡକ୍ଟର ବାବାସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନ ବନ୍ଦରର ଉନ୍ନତିକରଣ ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ ଯାହାର ମୋଟ ଆନୁମାନିକ ପ୍ରକଳ୍ପ ବ୍ୟୟ ପ୍ରାୟ ୭୦୦୦ କୋଟି ଟଙ୍କା ହେବ । ଏହା ଉତ୍ପାଦନ, ବିମାନ ଚଳାଚଳ, ପର୍ଯ୍ୟଟନ, ଲଜିଷ୍ଟିକ୍ ଏବଂ ସ୍ୱାସ୍ଥ୍ୟସେବା ସମେତ ଏକାଧିକ କ୍ଷେତ୍ରର ଅଭିବୃଦ୍ଧି ପାଇଁ ଏକ ଉତପ୍ରେରକ ଭାବରେ କାର୍ଯ୍ୟ କରିବ, ଯାହା ନାଗପୁର ସହର ଏବଂ ବ୍ୟାପକ ବିଦର୍ଭ ଅଞ୍ଚଳକୁ ଉପକୃତ କରିବ ।

ପ୍ରଧାନମନ୍ତ୍ରୀ ଶିରିଡି ବିମାନବନ୍ଦରରେ ୬୪୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନୂତନ ସମନ୍ୱିତ ଟର୍ମିନାଲ କୋଠାର ଶିଳାନ୍ୟାସ କରିଥିଲେ । ଶିରିଡିକୁ ଆସୁଥିବା ଧାର୍ମିକ ପର୍ଯ୍ୟଟକଙ୍କ ପାଇଁ ଏହା ବିଶ୍ୱସ୍ତରୀୟ ସୁବିଧା ଓ ସେବା ଯୋଗାଇଦେବ । ପ୍ରସ୍ତାବିତ ଟର୍ମିନାଲର ନିର୍ମାଣର ବିଷୟବସ୍ତୁ ସାଇବାବାଙ୍କ ଆଧ୍ୟାତ୍ମିକ ନିମ୍ବ ଗଛ ଉପରେ ଆଧାରିତ ।

ସମସ୍ତଙ୍କ ପାଇଁ ସୁଲଭ ଏବଂ ସୁଗମ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୁମ୍ବାଇ, ନାସିକ, ଜାଲନା, ଅମରାବତୀ, ଗଡ଼ଚିରୋଲି, ବୁଲଧାନା, ୱାଶିମ, ଭଣ୍ଡାରା, ହିଙ୍ଗୋଲି ଏବଂ ଅମ୍ବରନାଥ (ଥାନେ)ରେ ଅବସ୍ଥିତ ମହାରାଷ୍ଟ୍ରର ୧୦ଟି ସରକାରୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାର ଶୁଭାରମ୍ଭ କରିଥିଲେ । ଅଣ୍ଡର ଗ୍ରାଜୁଏଟ୍ ଏବଂ ପୋଷ୍ଟ ଗ୍ରାଜୁଏଟ୍‌ ସିଟ୍ ବଢ଼ାଇବା ସହ କଲେଜଗୁଡ଼ିକ ଲୋକଙ୍କୁ ସ୍ୱତନ୍ତ୍ର ତୃତୀୟସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରଦାନ କରିବେ ।

ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ପ୍ରଶିକ୍ଷଣ ସହିତ ଏକ ଶିଳ୍ପ-ପ୍ରସ୍ତୁତ କର୍ମଚାରୀ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଭାରତକୁ 'ବିଶ୍ୱର ଦକ୍ଷତା ରାଜଧାନୀ' ଭାବରେ ଅବସ୍ଥାପିତ କରିବାର ଲକ୍ଷ୍ୟରେ ଭାରତୀୟ ଦକ୍ଷତା ପ୍ରତିଷ୍ଠାନ (ଆଇଆଇଏସ୍‌) ମୁମ୍ବାଇକୁ ଉଦଘାଟନ କରିଥିଲେ । ସରକାରୀ – ଘରୋଇ ଭାଗୀଦାରୀ ମଡେଲ ଅଧୀନରେ ସ୍ଥାପିତ ଏହା ଟାଟା ଏଜୁକେସନ ଆଣ୍ଡ ଡେଭଲପମେଣ୍ଟ ଟ୍ରଷ୍ଟ ଏବଂ ଭାରତ ସରକାରଙ୍କ ମିଳିତ ସହଯୋଗରେ ନିର୍ମିତ । ମେକାଟ୍ରୋନିକ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡାଟା ଆନାଲିଟିକ୍ସ, ଇଣ୍ଡଷ୍ଟ୍ରିଆଲ ଅଟୋମେସନ୍ ଓ ରୋବୋଟିକ୍ସ ଭଳି ବିଶେଷ କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଏହି ଅନୁଷ୍ଠାନ ଯୋଜନା କରିଛି ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ବିଦ୍ୟା ସମୀକ୍ଷା କେନ୍ଦ୍ର (ଭିଏସକେ)କୁ ଉଦଘାଟନ କରିଥିଲେ । ଭିଏସକେ ସ୍ମାର୍ଟ ଉପସ୍ଥିତି, ସ୍ୱାଧ୍ୟାୟ ଭଳି ଲାଇଭ୍ ଚାଟବଟ୍ ମାଧ୍ୟମରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ପ୍ରଶାସକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଶୈକ୍ଷିକ ଏବଂ ପ୍ରଶାସନିକ ତଥ୍ୟ ଉପଲବ୍ଧ କରାଇବ । ସମ୍ବଳକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା, ଅଭିଭାବକ ଏବଂ ରାଜ୍ୟ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଉତ୍ତରଦାୟୀ ସମର୍ଥନ ପ୍ରଦାନ କରିବା ପାଇଁ ଏହା ବିଦ୍ୟାଳୟଗୁଡ଼ିକୁ ଉଚ୍ଚ ଗୁଣବତ୍ତା ପ୍ରଦାନ କରିବ । ଏହା ଶିକ୍ଷାଦାନ ଅଭ୍ୟାସ ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷଣକୁ ବୃଦ୍ଧି କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଶିକ୍ଷଣ ସାଧନ ମଧ୍ୟ ଯୋଗାଇବ ।

 

Click here to read full text speech

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM gifts Putin Russian version of Tamil text 'Thirukkural'

Media Coverage

PM gifts Putin Russian version of Tamil text 'Thirukkural'
NM on the go

Nm on the go

Always be the first to hear from the PM. Get the App Now!
...
Text of Prime Minister's Opening Remarks during the 18th BRICS Summit Session: Inclusive Global Governance and Strengthening
September 12, 2026

Your Highness,
Excellencies,
नमस्कार!

भारत में आप सभी का स्वागत और अभिनंदन करते हुए मुझे अत्यंत खुशी हो रही है।

भारत की ब्रिक्स अध्यक्षता people-centric और humanity first approach पर आधारित है। Resilience, Innovation, Cooperation और Sustainability हमारी प्राथमिकताएं रही हैं। इन प्राथमिकताओं के साथ, हमने BRICS सहयोग को सामान्य जन से जोड़ने पर विशेष बल दिया है।

इसी सोच के साथ साढ़े तीन सौ से अधिक बैठकों का आयोजन किया गया। लगभग तीस शहरों में आपकी टीम्स का स्वागत करने का हमें अवसर मिला। भारत की ब्रिक्स अध्यक्षता को सफल बनाने में सक्रिय योगदान और समर्थन के लिए मैं आप सभी का हार्दिक आभार व्यक्त करता हूँ।

Friends,

इस वर्ष की ब्रिक्स Summit एक ऐतिहासिक पड़ाव है। हम ब्रिक्स की बीसवीं वर्षगांठ मना रहे हैं। मानव जीवन में बीस वर्ष की आयु, maturity और responsibility के नए चरण का आरंभ होती है। यह वह अवस्था होती है, जब सपनों के साथ जिम्मेदारियाँ जुड़ती हैं, सामर्थ्य को नई दिशा मिलती है।

आज ब्रिक्स भी अपने ‘coming of age’ के क्षण में है। पिछले बीस वर्षों में ब्रिक्स ने वैश्विक मंच पर अपनी विशिष्ट पहचान बनाई है। हम एक-दूसरे के दृष्टिकोण का सम्मान करते हैं और consensus से आगे बढ़ते हैं। हम किसी के विरुद्ध नहीं, बल्कि सबको साथ लेकर चलने की सोच के साथ आगे बढ़ने का प्रयास करते हैं।

अब समय है, कि हम ब्रिक्स में हमारी एकता और सहमति को वैश्विक मंच पर ठोस परिणामों में बदलें। अगले बीस वर्षों के लिए हमें एक नए और ambitious agenda पर काम करना होगा। इसकी शुरुआत हमें अपने खुद के वर्किंग सिस्टम से करनी होगी।

ब्रिक्स की अध्यक्षता हर वर्ष बदलती है, किन्तु इसकी वजह से हमारा institutional momentum नहीं रुकना चाहिए। मैं BRICS Continuity and Implementation Mechanism का प्रस्ताव रखता हूँ। इसके तहत Troika के माध्यम से सभी initiatives और outcomes का follow up हो सकेगा।

हम एक secure digital repository बना सकते हैं। इसमें हर निर्णय के साथ nodal point, समय-सीमा और implementation status दर्ज किया जा सकता है।

Friends,

ब्रिक्स को मजबूत करते हुए, हमें global reform की दिशा भी तय करनी होगी। Global Governance का वर्तमान structure, एक pyramid जैसा दिखाई देता है। इसके ऊपरी भाग में power और decision making केंद्रित हैं, और निचले भाग में वे देश हैं जो इन decisions से प्रभावित तो होते हैं, लेकिन उन्हें आकार नहीं दे पाते।

Global South आज वैश्विक संकटों की front row में है, लेकिन decision-making की back row में। हमें इस “pyramid of privilege” को “platform of partnership” में बदलना है, जहां हर देश की आवाज़ हो, हर सदस्य का stake हो और हर प्रयास के केंद्र में मानवता का विकास हो।

इस उद्देश्य से मैं प्रस्ताव रखता हूँ कि हम मिलकर global governance reform के दस proposals तैयार करें, जिसे हम अगली Summit तक एक BRICS Reform Roadmap का रूप देने का प्रयास कर सकते हैं।

इस roadmap को बनाने में हमें तीन मुख्य पहलुओं- Representation, Responsiveness and Rule-making का ध्यान रखना होगा।

पहला, Representation के संबंध में मैं कहना चाहूंगा, UN Security Council में reform अब और टाला नहीं जा सकता। इस विषय पर text-based negotiations को निश्चित समय-सीमा और स्पष्ट परिणाम से जोड़ना होगा।

उसी तरह, financial institutions में voting power, leadership positions और policy priorities आज की इकोनॉमिक रियेलिटीज़ के अनुसार होनी चाहिए। जो देश global economic growth को गति देते हैं, उन्हें global economic governance को दिशा देने में भी उचित भूमिका मिलनी चाहिए।

दूसरा, Responsiveness। वैश्विक संस्थानों में मानवता का विश्वास तभी बनेगा जब वे समस्याओं का प्रभावी समाधान करने में सक्षम होंगे। हमें collective response के speed, scale और last mile impact पर ध्यान देना होगा।

Seafarers का वैश्विक व्यापार में बहुत बड़ा योगदान है, किन्तु अक्सर मुश्किल समय में उन्हें सहारे की कमी महसूस होती है। मेरा प्रस्ताव है कि क्या हम Seafarers Emergency Support Network बना सकते हैं? इसके माध्यम से संबंधित देशों की Maritime authorities और missions को जोड़ा जाएगा। इससे distress alerts, medical assistance, परिवारों को सूचना तथा evacuation में सहयोग दिया जा सकता है।

और तीसरी मैं कहना चाहता हूँ Rule Making के संबंध में। भविष्य के global rules तय करने में समान भागीदारी सुनिश्चित करना अत्यंत महत्वपूर्ण है।

AI, cyberspace, outer space, biotechnology और critical technologies, भविष्य के अवसरों के साथ भविष्य के नियम भी तय कर रहे हैं।

हमें ग्लोबल साउथ को rule-taker से rule-shaper बनाने के लिए प्रयास करने होंगे। ब्रिक्स के माध्यम से हम ग्लोबल साउथ के देशों के युवा diplomats और policymakers को negotiations skills, practical training और legal expertise प्रदान कर सकते हैं।

सुखद संयोग से आज United Nations Day for South-South Cooperation है। Global South को समर्पित इस दिन पर ऐसा निर्णय लिया जाना विशेष महत्व रखता है। भारत इस विषय में lead लेने के लिए तैयार है।

Friends,

भारत में आयोजित इस ब्रिक्स समिट का संदेश स्पष्ट होना चाहिए: यदि हमारा भविष्य साझा है, तो उसके निर्माण का अधिकार भी साझा होना चाहिए।

From voice to impact. From privilege to partnership.

यही ब्रिक्स at 20 का संकल्प हो।

बहुत-बहुत धन्यवाद।