Over 2.6 crore families provided with piped drinking water connection under Jal Jeevan Mission
Access to piped drinking water would improve the health of poor families : PM
These water projects would resolve the water scarcity and irrigation issues in Vidhyanchal : PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ବିନ୍ଧ୍ୟାଞ୍ଚଳ ଅନ୍ତର୍ଗତ ସୋନଭଦ୍ର ଜିଲ୍ଲାର ମିର୍ଜାପୁରଠାରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଭିଡିଓ କନଫରେନ୍ସ ଜରିଆରେ ଶିଳାନ୍ୟାସ ସମାରୋହରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଜଳ ଓ ପରିମଳ କମିଟି/ପାଣି କମିଟିର ସଦସ୍ୟମାନଙ୍କ ସହ ମତ ବିନିମୟ ମଧ୍ୟ କରିଥିଲେ । କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅବସରରେ ଉପସ୍ଥିତ ଥିଲେ ।

ଯେଉଁ ପ୍ରକଳ୍ପ ନିମନ୍ତେ ପ୍ରଧାନମନ୍ତ୍ରୀ ଆଜି (22.11.2020) ଶିଳାନ୍ୟାସ କରିଛନ୍ତି, ତାହା ଜିଲ୍ଲାର 2995ଟି ଗ୍ରାମର ଘରଗୁଡିକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବ । ଏହାଦ୍ବାରା ପ୍ରାୟ 42 ଲକ୍ଷ ଲୋକ ଉପକୃତ ହେବେ । ଏହିସବୁ ଗ୍ରାମରେ ଗ୍ରାମ୍ୟ ଜଳ ଓ ପରିମଳ କମିଟି ଓ ପାଣି କମିଟିମାନ ଗଠନ କରାଯାଇଛି । ସେମାନେ ଏହି ପ୍ରକଳ୍ପର କାର୍ଯ୍ୟକାରିତା ଓ ରକ୍ଷଣାବେକ୍ଷଣ ଦାୟିତ୍ଵ ତୁଲାଇବେ । ଏହି ପ୍ରକଳ୍ପ ବାବଦକୁ ପ୍ରାୟ 5,555 କୋଟି 38 ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି । ଆଗାମୀ 24 ମାସ ମଧ୍ୟରେ ପ୍ରକଳ୍ପ ସଂପୂର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରାୟ ଦେଢବର୍ଷ ପୂର୍ବରୁ ଆରମ୍ଭୁ ହୋଇଥିବା ଜଳଜୀବନ ମିଶନ ଜରିଆରେ 2 କୋଟି 60 ଲକ୍ଷରୁ ଅଧିକ ପରିବାରକୁ ପାଇପ ଜଳ ସଂଯୋଗ ଦିଆଯାଇଛି । ଏଥିରେ ଉତ୍ତରପ୍ରଦେଶର ଲକ୍ଷାଧିକ ପରିବାର ରହିଛନ୍ତି । ଜଳ ଜୀବନ ମିଶନ ଯୋଗୁଁ ଆମର ଗ୍ରାମାଞ୍ଚଳ ମା ଭଉଣୀମାନେ ଖୁବ ସୁବିଧାରେ ନିଜ ଘରେ ପାନୀୟ ଜଳ ପାଇପାରୁଛନ୍ତି । ଏଥିଯୋଗୁଁ କଲେରା, ଟାଇଫଡ଼ ଓ ମସ୍ତିସ୍କ ଜ୍ଵର ଭଳି ଅନେକ ଦୂଷିତ ଜଳବାହିତ ରୋଗରୁ ରକ୍ଷା ମିଳିପାରୁଛି । ବିନ୍ଧ୍ୟାଞ୍ଚଳ ବା ବୁନ୍ଦେଲଖଣ୍ଡ ଅଞ୍ଚଳରେ ପ୍ରଚୁର ଧନ ସମ୍ପଦ ଥିବା ସତ୍ଵେ ଅନେକ ସମସ୍ୟା ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ଏହିସବୁ ଅଞ୍ଚଳରେ ଅନେକ ନଦନଦୀ ଥିବା ସତ୍ଵେ ଏହା ମରୁଡି ପ୍ରପୀଡିତ ଓ ଶୁଷ୍କାଞ୍ଚଳ ହୋଇ ରହିଥିବାରୁ ଏଠାକାର ଅଧିବାସୀମାନଙ୍କୁ କାମ ଅନ୍ଵେଷଣରେ ବାହାରକୁ ଯିବାକୁ ପଡୁଛି । ଏହିସବୁ ପ୍ରକଳ୍ପଗୁଡିକ ଯୋଗୁଁ ଜଳାଭାବ ଓ ସେଚ ସମସ୍ୟାର ସମାଧାନ ହେବା ସହ ଦ୍ରୁତ ବିକାଶ ସାଧନ ହୋଇପାରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିନ୍ଧ୍ୟାଞ୍ଚଳର ଅଧିକାଂଶ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ସୁବିଧା ହେବା ପରେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଭଲ ହେବା ସହ ସେମାନଙ୍କ ଶାରୀରିକ ଓ ମାନସିକ ଅଭିବୃଦ୍ଧି ଘଟିବ । ଜଣେ ନିଷ୍ପତ୍ତି ନେବାର ସ୍ଵାଧୀନତା ପାଇ ଗ୍ରାମର ବିକାଶ କଲେ ଏଥିପ୍ରତି ଗ୍ରାମବାସୀଙ୍କ ଆସ୍ଥା ମଧ୍ୟ ଦୃଢ ହେବ । ଆତ୍ମନିର୍ଭର ଭାରତ ଆତ୍ମନିର୍ଭର ଗ୍ରାମରୁ ହିଁ ଶକ୍ତି ପାଇବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଯେଉଁ ପ୍ରକଳ୍ପ ନିମନ୍ତେ ପ୍ରଧାନମନ୍ତ୍ରୀ ଆଜି (22.11.2020) ଶିଳାନ୍ୟାସ କରିଛନ୍ତି, ତାହା ଜିଲ୍ଲାର 2995ଟି ଗ୍ରାମର ଘରଗୁଡିକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବ । ଏହାଦ୍ବାରା ପ୍ରାୟ 42 ଲକ୍ଷ ଲୋକ ଉପକୃତ ହେବେ । ଏହିସବୁ ଗ୍ରାମରେ ଗ୍ରାମ୍ୟ ଜଳ ଓ ପରିମଳ କମିଟି ଓ ପାଣି କମିଟିମାନ ଗଠନ କରାଯାଇଛି । ସେମାନେ ଏହି ପ୍ରକଳ୍ପର କାର୍ଯ୍ୟକାରିତା ଓ ରକ୍ଷଣାବେକ୍ଷଣ ଦାୟିତ୍ଵ ତୁଲାଇବେ । ଏହି ପ୍ରକଳ୍ପ ବାବଦକୁ ପ୍ରାୟ 5,555 କୋଟି 38 ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି । ଆଗାମୀ 24 ମାସ ମଧ୍ୟରେ ପ୍ରକଳ୍ପ ସଂପୂର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରାୟ ଦେଢବର୍ଷ ପୂର୍ବରୁ ଆରମ୍ଭୁ ହୋଇଥିବା ଜଳଜୀବନ ମିଶନ ଜରିଆରେ 2 କୋଟି 60 ଲକ୍ଷରୁ ଅଧିକ ପରିବାରକୁ ପାଇପ ଜଳ ସଂଯୋଗ ଦିଆଯାଇଛି । ଏଥିରେ ଉତ୍ତରପ୍ରଦେଶର ଲକ୍ଷାଧିକ ପରିବାର ରହିଛନ୍ତି । ଜଳ ଜୀବନ ମିଶନ ଯୋଗୁଁ ଆମର ଗ୍ରାମାଞ୍ଚଳ ମା ଭଉଣୀମାନେ ଖୁବ ସୁବିଧାରେ ନିଜ ଘରେ ପାନୀୟ ଜଳ ପାଇପାରୁଛନ୍ତି । ଏଥିଯୋଗୁଁ କଲେରା, ଟାଇଫଡ଼ ଓ ମସ୍ତିସ୍କ ଜ୍ଵର ଭଳି ଅନେକ ଦୂଷିତ ଜଳବାହିତ ରୋଗରୁ ରକ୍ଷା ମିଳିପାରୁଛି । ବିନ୍ଧ୍ୟାଞ୍ଚଳ ବା ବୁନ୍ଦେଲଖଣ୍ଡ ଅଞ୍ଚଳରେ ପ୍ରଚୁର ଧନ ସମ୍ପଦ ଥିବା ସତ୍ଵେ ଅନେକ ସମସ୍ୟା ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି ଯେ, ଏହିସବୁ ଅଞ୍ଚଳରେ ଅନେକ ନଦନଦୀ ଥିବା ସତ୍ଵେ ଏହା ମରୁଡି ପ୍ରପୀଡିତ ଓ ଶୁଷ୍କାଞ୍ଚଳ ହୋଇ ରହିଥିବାରୁ ଏଠାକାର ଅଧିବାସୀମାନଙ୍କୁ କାମ ଅନ୍ଵେଷଣରେ ବାହାରକୁ ଯିବାକୁ ପଡୁଛି । ଏହିସବୁ ପ୍ରକଳ୍ପଗୁଡିକ ଯୋଗୁଁ ଜଳାଭାବ ଓ ସେଚ ସମସ୍ୟାର ସମାଧାନ ହେବା ସହ ଦ୍ରୁତ ବିକାଶ ସାଧନ ହୋଇପାରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିନ୍ଧ୍ୟାଞ୍ଚଳର ଅଧିକାଂଶ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ସୁବିଧା ହେବା ପରେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଭଲ ହେବା ସହ ସେମାନଙ୍କ ଶାରୀରିକ ଓ ମାନସିକ ଅଭିବୃଦ୍ଧି ଘଟିବ । ଜଣେ ନିଷ୍ପତ୍ତି ନେବାର ସ୍ଵାଧୀନତା ପାଇ ଗ୍ରାମର ବିକାଶ କଲେ ଏଥିପ୍ରତି ଗ୍ରାମବାସୀଙ୍କ ଆସ୍ଥା ମଧ୍ୟ ଦୃଢ ହେବ । ଆତ୍ମନିର୍ଭର ଭାରତ ଆତ୍ମନିର୍ଭର ଗ୍ରାମରୁ ହିଁ ଶକ୍ତି ପାଇବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ମହାମାରୀ ସତ୍ଵେ ଏକ ଦାୟିତ୍ଵବାନ ସରକାରର କାର୍ଯ୍ୟ କରିବା ସହ ସଂସ୍କାର ବ୍ୟବସ୍ଥା ଜାରି ରଖିଥିବା ଯୋଗୁଁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି । ବିଭିନ୍ନ ଅଞ୍ଚଳରେ ହୋଇଥିବା ବିକାଶ ଅବତାରଣ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏଲପିଜି ସିଲିଣ୍ଡର ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ, ମିର୍ଜାପୁରରେ ସୌରଶକ୍ତି ପ୍ରକଳ୍ପ ଓ ଜଳସେଚନ ପ୍ରକଳ୍ପଗୁଡିକୁ ସଂପୂର୍ଣ୍ଣ କରିବା ଏବଂ ଅନାବାଦି ଜମିରେ ସୌରପ୍ରକଳ୍ପର ପ୍ରତିଷ୍ଠା ଯୋଗୁଁ ଚାଷୀମାନଙ୍କୁ ଅତିରିକ୍ତ ଆୟର ସୁବିଧା ମିଳିପାରିଛି । ସ୍ଵାମୀତ୍ଵ ଯୋଜନାର ଅବତାରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବାସଗୃହ ଓ ଜମିଜମାର ସତ୍ଵାଧିକାର ଏହାର ମାଲିକମାନଙ୍କୁ ଦିଆଯିବା ଫଳରେ ସତ୍ଵାଧିକାର ଦାବି ଅଧିକ ମଜବୁତ ହୋଇଛି । ଏହାଫଳରେ ବେଆଇନ, ଜବରଦଖଲ ସମସ୍ୟା ଦୂରୀଭୂତ ହେବା ସହ ଅନେକ ଆବଶ୍ୟକସ୍ଥଳେ ଜମିଜମା ବନ୍ଧକ ରଖି ଋଣ ମଧ୍ୟ ନେଇପାରିବେ । ସେ ଅଞ୍ଚଳର ଆଦିବାସୀମାନଙ୍କ ବିକାଶ ଲାଗି କେତେକ ସ୍ଵତନ୍ତ୍ର ଯୋଜନା ଲାଗୁ କରାଯାଇଛି ଓ ତାହାର ସୁଫଳ ସେମାନେ ପାଉଥିବା ଶ୍ରୀ ମୋଦୀ କହିଛନ୍ତି । ଉତ୍ତରପ୍ରଦେଶ ସମେତ ଏହିସବୁ ଅଞ୍ଚଳରେ ଶହ ଶହ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି । ପ୍ରତ୍ୟେକ ଆଦିବାସୀ ଅଧ୍ୟୁଷିତ ବ୍ଲକଗୁଡିକରେ ବନଜାତ ସାମଗ୍ରୀ ଆଧାରିତ ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି । ଜିଲ୍ଲା ଖଣିଜ ପାଣ୍ଠି ସ୍ଥାପନ ହେବା ଦ୍ଵାରା ଆଦିବାସୀ ଅଞ୍ଚଳରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ନେଇ ଅର୍ଥର କୌଣସି ଅଭାବ ରହୁନାହିଁ । ଉତ୍ତରପ୍ରଦେଶରେ ଏହି ପାଣ୍ଠି ଅଧୀନରେ ପ୍ରାୟ 800 କୋଟି ଟଙ୍କା ଆଦାୟ କରାଯାଇ 6 ହଜାର ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି ।

ପ୍ରଧାନମନ୍ତ୍ରୀ କରୋନା ପ୍ରତି ସତର୍କ ରହିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏବେବି ବିପଦ ଟଳି ନଥିବାରୁ ନିଷ୍ଠାର ସହ କେତେକ ମୌଳିକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ।     

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI schemes attract ₹2.4 lakh crore investments, create over 14 lakh jobs till March 2026

Media Coverage

PLI schemes attract ₹2.4 lakh crore investments, create over 14 lakh jobs till March 2026
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights the qualities of an ideal and truly excellent individual
July 22, 2026

Prime Minister Shri Narendra Modi shared a Sanskrit Subhashitam today, highlighting the qualities of an ideal and truly excellent individual in fulfilling personal, social, and national duties.

The Prime Minister wrote on X;


"परकार्येषु युक्तात्मा स्वकार्ये क्षिप्रसाधनम्।

सुहृत्कार्येषु निर्वृत्ती राजकार्येषु विक्रमः ।। "

The person who devotes themselves wholeheartedly to the tasks of others, completes their own personal duties with speed and efficiency, carries out tasks for friends selflessly, and demonstrates their full valor and courage in fulfilling national duties, only such a person is truly excellent.