ଭାରତ ନିଜର ଶକ୍ତି ଆବଶ୍ୟକତା ପାଇଁ ଆତ୍ମନିର୍ଭର ହେବା ରାସ୍ତାରେ ଚାଲିଛି: ପ୍ରଧାନମନ୍ତ୍ରୀ
ସୌର ଶକ୍ତି କ୍ଷେତ୍ରରେ ଆଜି ଭାରତ ବିଶ୍ୱର ଶୀର୍ଷ ୫ ଦେଶରେ ସାମିଲ ହୋଇଛି: ପ୍ରଧାନମନ୍ତ୍ରୀ
ଆତ୍ମନିର୍ଭର ଭାରତ ପାଇଁ ଶକ୍ତି ଓ ସେମିକଣ୍ଡକ୍ଟର ଆବଶ୍ୟକ, ଏଥିରେ ଆସାମର ବହୁତ ବଡ଼ ଭୂମିକା: ପ୍ରଧାନମନ୍ତ୍ରୀ
ଆମେ ଆସାମର ପରିଚୟକୁ ନିରନ୍ତର ମଜବୁତ କରୁଛୁ: ପ୍ରଧାନମନ୍ତ୍ରୀ

ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରତା କମ୍ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି, ଆସାମର ଗୋଲାଘାଟ ସ୍ଥିତ ନୁମାଲିଗଡ଼ ରିଫାଇନାରୀ ଲିମିଟେଡ (ଏନଆରଏଲ)ରେ ଆସାମ ବାୟୋ ଇଥାନଲ ପ୍ଲାଣ୍ଟର ଉଦଘାଟନ ପଲିପ୍ରୋପାଇଲିନ ୟୁନିଟର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆସାମର ସମସ୍ତ ଜନସାଧାରଣଙ୍କୁ ଶାରଦୀୟ ଦୁର୍ଗାପୂଜାର ହାର୍ଦ୍ଦିକ ଶୁଭକାମନା ଜଣାଇଥିଲେ । ସେ ମହାନ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଶ୍ରୀମନ୍ତ ଶଙ୍କରଦେବଙ୍କ ଜୟନ୍ତୀର ମହତ୍ୱକୁ ସ୍ୱୀକାର କରିଥିଲେ ଏବଂ ପୂଜ୍ୟ ଗୁରୁଜନଙ୍କୁ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ କି, ସେ ବିଗତ ଦୁଇ ଦିନ ଧରି ପୂର୍ବୋତ୍ତର କ୍ଷେତ୍ରରେ ରହିଛନ୍ତି। ଯେତେବେଳେ ବି ସେ ଏହି ଅଞ୍ଚଳକୁ ଆସନ୍ତି ତାଙ୍କୁ ଅସାଧାରଣ ସ୍ନେହ ଓ ଆଶୀର୍ବାଦ ମିଳିଥାଏ । ସେ ଆସାମର ଏହି ଅଞ୍ଚଳରେ ଅନୁଭୂତ ଉଷ୍ମତା ଏବଂ ଆପଣାପଣକୁ ଉଲ୍ଲେଖ କରିବା ସହ ଲୋକଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ।

ଶ୍ରୀ ମୋଦୀ କହିଥିଲେ, ଆଜିର ଦିନ ବିକଶିତ ଆସାମ ଓ ବିକଶିତ ଭାରତର ଯାତ୍ରାରେ ଏକ ମହତ୍ତ୍ଵପୂର୍ଣ୍ଣ ପର୍ଯ୍ୟାୟ । ସେ ଘୋଷଣା କରିଥିଲେ ଆସାମକୁ ପ୍ରାୟ ୧୮ ହଜାର କୋଟି ଟଙ୍କାର ପ୍ରକଳ୍ପ ଆବଣ୍ଟିତ କରାଯାଇଛି । ଆଜିର ଦିନରେ ସେ ଦରାଙ୍ଗରେ ଥିଲେ, ଯେଉଁଠାରେ ସେ ଯୋଗାଯୋଗ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ କି, ବର୍ତ୍ତମାନ ଥିବା ସ୍ଥାନରେ ସେ ଶକ୍ତି ସୁରକ୍ଷା ସମ୍ପର୍କିତ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି, ଯାହାକି ଆସାମର ବିକାଶ ରାସ୍ତାକୁ ଆହୁରି ମଜବୁତ କରିବ ।

 

ଆସାମ ଭାରତର ଶକ୍ତି କ୍ଷମତାକୁ ଦୃଢ଼ କରୁଥିବା ଭୂମି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆସାମରୁ ଉତ୍ପାଦିତ ପେଟ୍ରୋଲିୟମ ଉତ୍ପାଦ ରାଷ୍ଟ୍ରର ବିକାଶରେ ମହତ୍ତ୍ଵପୂର୍ଣ୍ଣ ଯୋଗଦାନ ଦେଉଛି । ପ୍ରଧାନମନ୍ତ୍ରୀ କହିଥିଲେ କି ତାଙ୍କ ସରକାର ଏହି କ୍ଷମତାକୁ ନୂତନ ଶୀର୍ଷତାରେ ପହଞ୍ଚାଇବାକୁ ପ୍ରତିବଦ୍ଧ । ଶ୍ରୀ ମୋଦୀ କହିଥିଲେ କି, ବର୍ତ୍ତମାନର ସ୍ଥାନରେ ପହଞ୍ଚିବା ପୂର୍ବରୁ ସେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ, ଯେଉଁଠାରେ ସେ ବାଉଁଶରୁ ବାୟୋ-ଇଥାନଲ ପ୍ରସ୍ତୁତ କରିବାକୁ ଥିବା ଏକ ଆଧୁନିକ ପ୍ଲାଣ୍ଟର ଉଦଘାଟନ କରିଥିଲେ ଏବଂ ଏହାକୁ ଆସାମର ଗର୍ବ ବୋଲି ବର୍ଣ୍ଣନା କରିଥିଲେ । ଇଥାନଲ ପ୍ଲାଣ୍ଟର ଉଦଘାଟନ ସହିତ ସେ ଏକ ପଲିପ୍ରୋପାଇଲିନ ୟୁନିଟର ଶିଳାନ୍ୟାସ ବି କରିଥିଲେ । ସେ ଏହା ଜୋର ଦେଇ କହିଥିଲେ କି, ପ୍ରକଳ୍ପ ଗୁଡ଼ିକ ଆସାମର ଔଦ୍ୟୋଗିକ ବିକାଶକୁ ବଢ଼ାଇବ, ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବ ତଥା କୃଷକ ଓ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ । ସେ ଏହି ପଦକ୍ଷେପ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, “ଭାରତ ବର୍ତ୍ତମାନର ଦୁନିଆରେ ସବୁଠାରୁ ଦ୍ରୁତଗତିରେ ବଢ଼ୁଥିବା ପ୍ରମୁଖ ଅର୍ଥନୀତି ।”ସେ କହିଥିଲେ, ଦେଶ ଯେପରି ଆଗକୁ ଆଗକୁ ବଢ଼ୁଛି, ସେହିପରି ବିଜୁଳି, ଗ୍ୟାସ ଏବଂ ଇନ୍ଧନର ଆବଶ୍ୟକତା ମଧ୍ୟ ବଢ଼ୁଛି । ସେ ଜୋର ଦେଇ କହିଥିଲେ କି ଭାରତ ଦୀର୍ଘଦିନ ଧରି ନିଜର ଶକ୍ତି ଆବଶ୍ୟକତା ପୂରଣ କରିବାକୁ ବିଦେଶୀ ସ୍ରୋତ ଉପରେ ନିର୍ଭର କରୁଛି ଏବଂ ଅଶୋଧିତ ତୈଳ ଏବଂ ଗ୍ୟାସ ଆମଦାନି କରୁଛି । ଏହାର ପରିଣାମ ସ୍ୱରୂପ, ଭାରତକୁ ଅନ୍ୟ ଦେଶକୁ ବାର୍ଷିକ ଲକ୍ଷ କୋଟି ଟଙ୍କା ଦେବାକୁ ପଡ଼ୁଛି, ଯାହାଦ୍ୱାରା ବିଦେଶୀ ରାଷ୍ଟ୍ରର ଆୟ ଓ ରୋଜଗାର ବୃଦ୍ଧି ପାଉଛି । ଶ୍ରୀ ମୋଦୀ ଜୋର ଦେଇ କହିଥିଲେ କି ଏହି ସ୍ଥିତିରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ସେ ଦୃଢ଼ତାର ସହ କହିଥିଲେ କି ଭାରତ ଏବେ ନିଜ ଶକ୍ତି ଆବଶ୍ୟକତା ପାଇଁ ଆତ୍ମନିର୍ଭର ହେବା ରାସ୍ତାରେ ଚାଲିଛି ।

ଭାରତ ନିଜ ସବୁଜ ଶକ୍ତି କ୍ଷମତା ବଢ଼ାଇବା ସହିତ ଅଶୋଧିତ ତୈଳ ଏବଂ ଗ୍ୟାସର ଭଣ୍ଡାର ଖୋଜିବା କାମ ଜାରି ରଖିଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ‘ସମୁଦ୍ର ମନ୍ଥନ’ ବାବଦରେ ଲାଲକିଲ୍ଲାରୁ ସେ କରିଥିବା ଘୋଷଣାକୁ ମନେ ପକାଇଥିଲେ । ସେ ବିଶେଷଜ୍ଞଙ୍କ ଆକଳନକୁ ଉଲ୍ଲେଖ କରିଥିଲେ କି ଭାରତର ସମୁଦ୍ରରେ ପ୍ରଚୁର ତେଲ ଓ ଗ୍ୟାସର ଭଣ୍ଡାର ଥାଇପାରେ । ପ୍ରଧାନମନ୍ତ୍ରୀ ରାଷ୍ଟ୍ରର ବିକାଶ ପାଇଁ ଏହି ସମ୍ବଳର ଉପଯୋଗକୁ ସୁନିଶ୍ଚିତ କରିବା ପାଇଁ ‘ନ୍ୟାସନାଲ ଡିପ୍ ୱାଟର ଏକ୍ସପ୍ଲୋରେସନ ମିଶନ’ର ଶୁଭାରମ୍ଭ କଥା ମଧ୍ୟ ଉଲ୍ଲେଖ କରିଥିଲେ ।

 

ପ୍ରଧାନମନ୍ତ୍ରୀ ଏହା ଉଲ୍ଲେଖ କରିଥିଲେ କି ଭାରତ ସବୁଜ ଶକ୍ତି ଓ ନବୀକରଣୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦ୍ରୁତ ଗତିରେ ପ୍ରଗତି କରୁଛି । ସେ କହିଥିଲେ, ଏକ ଦଶନ୍ଧି ପୂର୍ବେ ଭାରତ ସୌରଶକ୍ତି ଉତ୍ପାଦନରେ ବହୁତ ପଛରେ ରହିଥିଲା । ଯଦିଓ ଆଜି ଭାରତ ସୌରଶକ୍ତି ଉତ୍ପାଦନରେ ବିଶ୍ୱର ଶୀର୍ଷ ପାଞ୍ଚ ଦେଶ ମଧ୍ୟରେ ସାମିଲ ରହିଛି ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ, “ପରିବର୍ତ୍ତିତ ସମୟରେ, ତେଲ ଏବଂ ଗ୍ୟାସ ଉପରେ ନିର୍ଭରତା କମ କରିବା ପାଇଁ ଭାରତକୁ ବୈକଳ୍ପିକ ଇନ୍ଧନର ଆବଶ୍ୟକତା ରହିଛି ।” ସେ ଇଥାନଲକୁ ଏକ ବ୍ୟବହାର୍ଯ୍ୟ ବିକଳ୍ପ ଭାବେ ବତାଇଥିଲେ । ବାଉଁଶରୁ ଇଥାନଲ ପ୍ରସ୍ତୁତ କରିବାକୁ ଥିବା ଏକ ପ୍ଲାଣ୍ଟର ସେ ଆଜି ଉଦଘାଟନ କରିଛନ୍ତି । ସେ ଏହା ଜୋର୍ ଦେଇଥିଲେ କି ଏହି ପଦକ୍ଷେପ ଦ୍ୱାରା ଆସାମର କୃଷକ ଏବଂ ଜନଜାତି ସମୁଦାୟଙ୍କର ବହୁତ ଫାଇଦା ହେବ ।

ଶ୍ରୀ ମୋଦୀ କହିଥିଲେ, ବାୟୋ-ଇଥାନଲ ପ୍ଲାଣ୍ଟର ପରିଚାଳନା ପାଇଁ ବାଉଁଶର ନିରନ୍ତର ଯୋଗାଣକୁ ସୁନିଶ୍ଚିତ କରାଯାଉଛି । ସେ ଏହା ଜୋର ଦେଇ କହିଥିଲେ ସରକାର ସ୍ଥାନୀୟ କୃଷକମାନଙ୍କୁ ବାଉଁଶ ଚାଷ ପାଇଁ ସହଯୋଗ ଦେବ ଏବଂ ସିଧାସଳଖ ସେମାନଙ୍କ ଠାରୁ ଏହା କ୍ର୍ରୟ କରିବ । ସେ କହିଥିଲେ କି ଅଞ୍ଚଳରେ ବାଉଁଶର ଚିପିଙ୍ଗ ସମ୍ପର୍କିତ ଛୋଟ ଛୋଟ ୟୁନିଟ ସ୍ଥାପନ କରାଯିବ । ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳରେ ବାର୍ଷିକ ପ୍ରାୟ ୨ ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଘୋଷଣା କରିଥିଲେ । ସେ ଜୋର ଦେଇ କହିଥଲେ, ଏହି ଗୋଟିଏ ପ୍ଲାଣ୍ଟରେ ହଜାର ହଜାର ଲୋକଙ୍କୁ ଫାଇଦା ମିଳିବ ।

ଭାରତ ବର୍ତ୍ତମାନ ବାଉଁଶରୁ ଇଥାନଲ ଉତ୍ପାଦନ କରୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ପୂର୍ବ ସମୟର କଥା ମନେ ପକାଇ ଦେଇଥିଲେ ଯେ, ଯେତେବେଳେ ବିରୋଧୀ ଦଳ ନେତୃତ୍ୱାଧୀନ ସରକାର ସମୟରେ ବାଉଁଶ କାଟିବା ପାଇଁ ଜେଲଦଣ୍ଡ ହେବାର ସମ୍ଭାବନା ଥିଲା । ସେ ଗୁରୁତ୍ୱାରୋପ କରିଥିଲେ ଯେ, ଆଦିବାସୀ ସମ୍ପ୍ରଦାୟର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ଥିବା ବାଉଁଶ ଉପରେ ପ୍ରତିବନ୍ଧକ ଲାଗୁ ହୋଇଥିଲା । ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ବର୍ତ୍ତମାନର ସରକାର ବାଉଁଶ କାଟିବା ଉପରେ ପ୍ରତିବନ୍ଧକ ହଟାଇ ଦେଇଛନ୍ତି ଏବଂ ଏହି ନିଷ୍ପତ୍ତି ବର୍ତ୍ତମାନ ଉତ୍ତର-ପୂର୍ବାଞ୍ଚଳର ଲୋକମାନଙ୍କୁ ଯଥେଷ୍ଟ ଲାଭାନ୍ୱିତ କରୁଛି ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଲୋକମାନେ ସେମାନଙ୍କ ଦୈନନ୍ଦିନ ଜୀବନରେ ବାଲ୍‌ଟି, ମଗ, ବାକ୍ସ, ଚେୟାର, ଟେବୁଲ ଏବଂ ପ୍ୟାକେଜିଂ ସାମଗ୍ରୀ ଭଳି ବିଭିନ୍ନ ପ୍ରକାର ପ୍ଲାଷ୍ଟିକ ଜିନିଷ ବ୍ୟବହାର କରନ୍ତି। ଏହି ସମସ୍ତ ଉତ୍ପାଦ ପାଇଁ ପଲିପ୍ରୋପାଇଲିନ ଆବଶ୍ୟକ, ଯାହା ବିନା ଆଧୁନିକ ଜୀବନ କଳ୍ପନା କରିବା କଷ୍ଟକର । ସେ ଆଲୋକପାତ କରିଥିଲେ ଯେ, ପଲିପ୍ରୋପାଇଲିନ କାର୍‌ପେଟ୍‌, ରସି, ବ୍ୟାଗ, ଫାଇବର, ମାସ୍କ, ମେଡିକାଲ କିଟ ଏବଂ ବସ୍ତ୍ର ତିଆରି ପାଇଁ ବ୍ୟବହୃତ ହୁଏ ଏବଂ ଅଟୋମେଟିଭ କ୍ଷେତ୍ରରେ ସହିତ ଚିକିତ୍ସା ଏବଂ କୃଷି ଉପକରଣ ଉତ୍ପାଦନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଶ୍ରୀ ମୋଦୀ ଘୋଷଣା କରିଥିଲେ ଯେ ଆସାମକୁ ଏକ ଆଧୁନିକ ପଲିପ୍ରୋପାଇଲିନ ପ୍ଲାଣ୍ଟର ଉପହାର ମିଳିଛି । ସେ କହିଥିଲେ ଯେ ଏହି ପ୍ଲାଣ୍ଟ ‘ମେକ ଇନ୍ ଇଣ୍ଡିଆ ଆସାମ’ ଏବଂ ‘ମେକ ଇନ୍ ଇଣ୍ଡିଆ’ର ମୂଳଦୁଆକୁ ମଜବୁତ କରିବ ଏବଂ ଏହି ଅଞ୍ଚଳର ଅନ୍ୟାନ୍ୟ ଉତ୍ପାଦନ ଶିଳ୍ପକୁ ମଧ୍ୟ ପ୍ରୋତ୍ସାହିତ କରିବ ।

ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ଯେପରି ଆସାମ ଏହାର ପାରମ୍ପରିକ ଗମୋସା ଏବଂ ପ୍ରସିଦ୍ଧ ଏରି ଏବଂ ମୁଗା ରେଶମ ପାଇଁ ଜଣାଶୁଣା, ସେହିପରି ରାଜ୍ୟର ପରିଚୟରେ ଏବେ ପଲିପ୍ରୋପାଇଲିନରୁ ତିଆରି ବସ୍ତ୍ର ମଧ୍ୟ ଅନ୍ତର୍ଭୁକ୍ତ ହେବ ।

ଦେଶ ଆତ୍ମନିର୍ଭର ଭାରତ ଅଭିଯାନ ପ୍ରତି ଅସାଧାରଣ ପ୍ରତିବଦ୍ଧତା ପ୍ରଦର୍ଶନ କରୁଛି ଏବଂ ଆସାମ ଏହାର ପ୍ରମୁଖ କେନ୍ଦ୍ର ମଧ୍ୟରୁ ଗୋଟିଏ, ଏହା ଉପରେ ଗୁରୁତ୍ୱ ଦେଇ ଶ୍ରୀ ମୋଦୀ ଆସାମର କ୍ଷମତା ଉପରେ ଦୃଢ଼ ବିଶ୍ୱାସ ପ୍ରକାଶ କରି କହିଥିଲେ ଯେ, ରାଜ୍ୟକୁ ଏକ ପ୍ରମୁଖ ଜାତୀୟ ପଦକ୍ଷେପ - ସେମିକଣ୍ଡକ୍ଟର ମିଶନ ପାଇଁ ଚୟନ କରାଯାଇଛି । ସେ ବ୍ୟାଖ୍ୟା କରିଥିଲେ ଯେ, ଆସାମ ଉପରେ ତାଙ୍କର ବିଶ୍ୱାସ ଏହାର ପ୍ରମାଣିତ ସମ୍ଭାବନାରୁ ଉତ୍ପନ୍ନ ହୋଇଛି । ଆସାମର ଚା, ଯାହା ଏକଦା ଉପନିବେଶବାଦୀ ସମୟରେ ଅପେକ୍ଷାକୃତ ଭାବରେ ଅଜ୍ଞାତ ଥିଲା, ଆସାମର ମାଟି ଏବଂ ଲୋକମାନେ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡରେ ରୂପାନ୍ତରିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ନୂଆ ଯୁଗରେ ଭାରତର ଆତ୍ମନିର୍ଭରଶୀଳତା ଦୁଇଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ନିର୍ଭର କରେ: ଶକ୍ତି ଓ ସେମିକଣ୍ଡକ୍ଟର, ଏବଂ ଆସାମ ଉଭୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବ୍ୟାଙ୍କ କାର୍ଡ ଏବଂ ମୋବାଇଲ ଫୋନଠାରୁ ଆରମ୍ଭ କରି କାର, ବିମାନ ଏବଂ ମହାକାଶ ମିଶନ ପର୍ଯ୍ୟନ୍ତ, ପ୍ରତ୍ୟେକ ଇଲେକ୍ଟ୍ରୋନିକ ଉପକରଣର ମୂଳ ଏକ ଛୋଟ ଇଲେକ୍ଟ୍ରୋନିକ୍ ଚିପ୍‌ରେ ରହିଛି । ସେ ଗୁରୁତ୍ୱାରୋପ କରିଥିଲେ ଯେ, ଯଦି ଭାରତ ଏହି ଉତ୍ପାଦଗୁଡିକୁ ଘରୋଇ ଭାବରେ ଉତ୍ପାଦନ କରିବାକୁ ଚାହୁଁଛି, ତେବେ ଏହାକୁ ନିଜ ଚିପ୍‌ସ୍ ମଧ୍ୟ ଉତ୍ପାଦନ କରିବାକୁ ପଡିବ । ଏହାକୁ ହାସଲ କରିବା ପାଇଁ ଭାରତ ସେମିକଣ୍ଡକ୍ଟର ମିଶନ ଆରମ୍ଭ କରିଛି । ଆସାମ ଏହି ପଦକ୍ଷେପର ଏକ ପ୍ରମୁଖ ଆଧାର । ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ମୋରିଗାଓଁରେ ୨୭,୦୦୦ କୋଟି ଟଙ୍କାର ନିବେଶ ସହିତ ଏକ ସେମିକଣ୍ଡକ୍ଟର କାରଖାନ ଦ୍ରୁତ ଗତିରେ ନିର୍ମାଣ କରାଯାଉଛି । ଏହା ଆସାମ ପାଇଁ ଏକ ବଡ ଗର୍ବର ବିଷୟ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ବିରୋଧୀ ଦଳ ଦୀର୍ଘ ସମୟ ଧରି ଦେଶକୁ ଶାସନ କରିଥିଲେ ଏବଂ ଆସାମରେ କିଛି ଦଶନ୍ଧି ଧରି କ୍ଷମତାରେ ରହିଥିଲେ । ସେହି ବର୍ଷଗୁଡିକରେ ବିକାଶର ଗତି ମନ୍ଥର ଥିଲା ଏବଂ ଆସାମର ସାଂସ୍କୃତିକ ଐତିହ୍ୟ ଆହ୍ୱାନର ସମ୍ମୁଖୀନ ହୋଇଥିଲା । ସେ ଉଲ୍ଲେଖ କରିଥିଲେ ଯେ, କେନ୍ଦ୍ର ଏବଂ ରାଜ୍ୟରେ ତାଙ୍କ ସରକାର ଏବେ ଆସାମର ପାରମ୍ପରିକ ପରିଚୟକୁ ସଶକ୍ତ କରିବା ସହିତ ଏହାକୁ ଏକ ଆଧୁନିକ ପ୍ରୋଫାଇଲ ସହ ସଂଯୋଜିତ କରୁଛନ୍ତି । ଶ୍ରୀ ମୋଦୀ ଆସାମ ଏବଂ ଉତ୍ତର-ପୂର୍ବରେ ବିଚ୍ଛିନ୍ନତାବାଦ, ହିଂସା ଏବଂ ବିବାଦ ଆଣିବା ପାଇଁ ବିରୋଧୀ ଦଳକୁ ସମାଲୋଚନା କରିଥିଲେ, କିନ୍ତୁ ତାଙ୍କ ଦଳ ଆସାମକୁ ବିକାଶ ଏବଂ ଐତିହ୍ୟରେ ସମୃଦ୍ଧ ରାଜ୍ୟରେ ପରିଣତ କରୁଛି । ବର୍ତ୍ତମାନର ସରକାର ହିଁ ଆସାମୀୟ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ସେ ସନ୍ତୋଷ ପ୍ରକାଶ କରିଥିଲେ ଯେ, ଆସାମ ସରକାର ଦ୍ରୁତ ଗତିରେ ନୂତନ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରୁଛି ଏବଂ ସ୍ଥାନୀୟ ଭାଷାରେ ଶିକ୍ଷାକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରୁଛି ।

 

ଶ୍ରୀ ମୋଦୀ ଆହୁରିମଧ୍ୟ କହିଛନ୍ତି ଯେ, ବିରୋଧୀ ଦଳ ଉତ୍ତର-ପୂର୍ବ ଏବଂ ଆସାମର ମହାନ ସନ୍ତାନମାନଙ୍କୁ ଉପଯୁକ୍ତ ସ୍ୱୀକୃତି ଦେବାରେ ବିଫଳ ହୋଇଛି । ଏହି ଭୂମି ବୀର ଲାଚିତ ବୋରଫୁକନଙ୍କ ପରି ବୀର ଯୋଦ୍ଧାମାନଙ୍କୁ ଜନ୍ମ ଦେଇଛି, କିନ୍ତୁ ବିରୋଧୀ ଦଳ ତାଙ୍କୁ କେବେବି ତାଙ୍କର ପ୍ରକୃତ ସମ୍ମାନ, ଯାହାର ସେ ହକ୍‌ଦାର ଥବଲେ, ତାହା ଦେଇନାହିଁ । ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ କହିଛନ୍ତି ଯେ, ବର୍ତ୍ତମାନର ସରକାର ଲାଚିତ ବୋରଫୁକନଙ୍କ ଐତିହ୍ୟକୁ ଯଥାର୍ଥ ସମ୍ମାନ ଦେଇଛି । ସେ ସୂଚନା ଦେଇଥିଲେ ଯେ, ତାଙ୍କର ୪୦୦ତମ ଜୟନ୍ତୀ ଜାତୀୟ ସ୍ତରରେ ପାଳନ କରାଯାଇଛି ଏବଂ ତାଙ୍କ ଜୀବନୀ ୨୩ଟି ଭାଷାରେ ପ୍ରକାଶିତ ହୋଇଛି । ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ତାଙ୍କୁ ଜୋରହାଟର ଲାଚିତ ବୋରଫୁକନଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର ସୁଯୋଗ ମିଳିଛି । ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ, ବିରୋଧୀ ଯେଉଁମାନଙ୍କୁ ଅବହେଳା କରିଥିଲେ, ସେମାନଙ୍କୁ ବର୍ତ୍ତମାନର ସରକାର ମହତ୍ୱପୂର୍ଣ୍ଣ ସ୍ଥାନ ଦେଇଛି ।

ଶିବସାଗରର ଐତିହାସିକ ରଙ୍ଗ ଘର ଦୀର୍ଘ ଦିନ ଧରି ଅବହେଳିତ ହୋଇ ରହିଥିଲା ଏବଂ ବର୍ତ୍ତମାନର ସରକାର ଏହାର ନବୀକରଣ କାର୍ଯ୍ୟ କରିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାର ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥାନ ବାତାଦ୍ରବାକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ କାର୍ଯ୍ୟ କରୁଛି । ବାରଣାସୀର କାଶୀ ବିଶ୍ୱନାଥ ଧାମ ପରିସର ଏବଂ ଉଜ୍ଜୟୀନର ମହାକାଳ ମହାଲୋକର ବିକାଶ ସହିତ ତୁଳନା କରି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ, ଆସାମରେ ଏକ ମାଆ କାମାକ୍ଷା କରିଡର ମଧ୍ୟ ବିକଶିତ କରାଯାଉଛି ।

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ସେମାନଙ୍କ ସରକାର ଭବିଷ୍ୟତ ପିଢ଼ି ପାଇଁ ଆସାମର ସମୃଦ୍ଧ ସଂସ୍କୃତି ଏବଂ ଇତିହାସ ସହିତ ଜଡିତ ଅନେକ ପ୍ରତୀକ ଏବଂ ସ୍ଥାନଗୁଡିକୁ ସକ୍ରିୟ ଭାବରେ ସଂରକ୍ଷଣ କରୁଛି । ଏହି ପଦକ୍ଷେପ କେବଳ ଆସାମର ଐତିହ୍ୟକୁ ଲାଭାନ୍ୱିତ କରୁନାହିଁ ବରଂ, ରାଜ୍ୟରେ ପର୍ଯ୍ୟଟନର ପରିସରକୁ ମଧ୍ୟ ସମ୍ପ୍ରସାରିତ କରୁଛି । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଆସାମରେ ପର୍ଯ୍ୟଟନ ବୃଦ୍ଧି ପାଇବା ସହିତ ଏହା ଯୁବପିଢ଼ିଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ   ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଜାରି ବିକାଶ ପ୍ରୟାସ ମାଧ୍ୟମରେ, ଆସାମ ଏକ ଆହ୍ୱାନର ସମ୍ମୁଖୀନ ହୋଉଛି, ତାହା ହେଉଛି, ଅବୈଧ ଅନୁପ୍ରବେଶ । ସେ ମନ୍ତବ୍ୟ ଦେଇଥିଲେ ଯେ, ବିରୋଧୀ ସରକାରଙ୍କ କାର୍ଯ୍ୟକାଳରେ, ଅନୁପ୍ରବେଶକାରୀଙ୍କୁ ଜମି ବଣ୍ଟନ କରାଯାଇଥିଲା ଏବଂ ଅବୈଧ ଜବରଦଖଲକୁ ସୁରକ୍ଷା ଦିଆଯାଇଥିଲା । ସେ ଅଭିଯୋଗ କରିଥିଲେ ଯେ, ଭୋଟ ବ୍ୟାଙ୍କ ରାଜନୀତି ପାଇଁ ବିରୋଧୀ ଦଳ ଆସାମର ଜନସଂଖ୍ୟାଗତ ସନ୍ତୁଳନକୁ ବିପର୍ଯ୍ୟସ୍ତ କରିଦେଇଥିଲେ । ଶ୍ରୀ ମୋଦୀ ଦୃଢ଼ୋକ୍ତି କରିଥିଲେ ଯେ, ସେମାନଙ୍କ ସରକାର, ଆସାମବାସୀଙ୍କ ସହଯୋଗରେ ସକ୍ରିୟ ଭାବରେ ଏହି ସମସ୍ୟାର ସମାଧାନ କରୁଛି । ସେ ଉଲ୍ଲେଖ କରିଥିଲେ ଯେ, ସରକାର ଅନୁପ୍ରେବେଶକାରୀଙ୍କଠାରୁ ଜମି ପୁନରୁଦ୍ଧାର କରୁଛି ଏବଂ ଆବଶ୍ୟକୀୟ ଆଦିବାସୀ ପରିବାରକୁ ଜମି ପଟା ବଣ୍ଟନ କରୁଛି । ସେ ମିଶନ ବସୁନ୍ଧରା ପାଇଁ ଆସାମ ସରକାରଙ୍କ ପ୍ରଶଂସା କରିଥିଲେ, ଯାହା ଅଧୀନରେ ଲକ୍ଷ ଲକ୍ଷ ପରିବାର ପୂର୍ବରୁ ଜମି ପଟା ପାଇସାରିଛନ୍ତି । ସେ ଆହୁରିମଧ୍ୟ କହିଥିଲେ ଯେ, କିଛି ଆଦିବାସୀ ଅଞ୍ଚଳରେ ଅହୋମ, କୋଚ ରାଜବଂଶୀ ଏବଂ ଗୋର୍‌ଖା ସମ୍ପ୍ରଦାୟର ଭୂମି ଅଧିକାରକୁ ସ୍ୱୀକୃତି ଦିଆଯାଇଛି ଏବଂ ସେମାନଙ୍କୁ ସଂରକ୍ଷିତ ବର୍ଗ ତାଲିକାରେ ସାମିଲ କରାଯାଇଛି । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଆଦିବାସୀ ସମ୍ପ୍ରଦାୟ ଦ୍ୱାରା ସମ୍ମୁଖୀନ ହେଉଥିବା ଐତିହାସିକ ଅନ୍ୟାୟକୁ ସଂଶୋଧନ କରିବା ପାଇଁ ତାଙ୍କ ଦଳ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ।

ପ୍ରଧାନମନ୍ତ୍ରୀ କହିଥିଲେ, “ଆମ ସରକାରଙ୍କ ବିକାଶ ମନ୍ତ୍ର ହେଉଛି “ନାଗରିକ ଦେବୋ ଭବ”, ଅର୍ଥାତ ନାଗରିକମାନେ ଅସୁବିଧାର ସମ୍ମୁଖୀନ ହେବା ଉଚିତ ନୁହେଁ, କିମ୍ବା ମୌଳିକ ଆବଶ୍ୟକତା ପାଇଁ ସେମାନଙ୍କୁ ଏଣେ ତେଣେ ଦୌଡିବା ଉଚିତ ନୁହେଁ ।” ବିରୋଧୀ ଦଳର ଦୀର୍ଘ ଶାସନରେ ଗରିବମାନଙ୍କୁ ଅବହେଳିତ କରାଯାଇଥିଲା ଏବଂ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଇଥିଲା, କାରଣ ନିର୍ବାଚନ ଲାଭ ପାଇଁ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ତୁଷ୍ଟିକରଣ ଦ୍ୱାରା ଶାସନ ପରିଚାଳିତ ହେଉଥିଲା । ଶ୍ରୀ ମୋଦୀ ଦୃଢ଼ୋକ୍ତି କରିଥିଲେ ଯେ, ସେମାନଙ୍କ ଦଳ ତୁଷ୍ଟିକରଣ ଉପରେ ନୁହେଁ, ବରଂ ସନ୍ତୁଷ୍ଟି ପୁରେ ଧ୍ୟାନ କେନ୍ଦ୍ରୀତ କରୁଛି ଏବଂ ଏହା ନିଶ୍ଚିତ କରେ ଯେକୌଣସି ଗରିବ ବ୍ୟକ୍ତି କିମ୍ବା ଅଞ୍ଚଳ ପଛୁଆ ହୋଇ ରହିନଯାଉ । ସେ ଆଲୋକପାତ କରିଥିଲେ ଯେ, ଆସାମରେ ଗରିବଙ୍କ ପାଇଁ ସ୍ଥାୟୀ ଘର ନିର୍ମାଣ ଦ୍ରୁତ ଗତିରେ ଚାଲିଛି ଏବଂ ପୂର୍ବରୁ ୨୦ ଲକ୍ଷରୁ ଅଧିକ ଘର ଯୋଗାଇ ଦିଆଯାଇଛି । ଏହାଛଡା ଆସାମରେ ପ୍ରତ୍ୟେକ ଘରକୁ ଟ୍ୟାପ ପାଣି ଯୋଗାଣ ପଦକ୍ଷେପ ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।

 

ପ୍ରଧାନମନ୍ତ୍ରୀ କହିଥିଲେ, “ଆମ ସରକାରଙ୍କ ବିକାଶ ମନ୍ତ୍ର ହେଉଛି “ନାଗରିକ ଦେବୋ ଭବ”, ଅର୍ଥାତ ନାଗରିକମାନେ ଅସୁବିଧାର ସମ୍ମୁଖୀନ ହେବା ଉଚିତ ନୁହେଁ, କିମ୍ବା ମୌଳିକ ଆବଶ୍ୟକତା ପାଇଁ ସେମାନଙ୍କୁ ଏଣେ ତେଣେ ଦୌଡିବା ଉଚିତ ନୁହେଁ ।” ବିରୋଧୀ ଦଳର ଦୀର୍ଘ ଶାସନରେ ଗରିବମାନଙ୍କୁ ଅବହେଳିତ କରାଯାଇଥିଲା ଏବଂ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଇଥିଲା, କାରଣ ନିର୍ବାଚନ ଲାଭ ପାଇଁ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ତୁଷ୍ଟିକରଣ ଦ୍ୱାରା ଶାସନ ପରିଚାଳିତ ହେଉଥିଲା । ଶ୍ରୀ ମୋଦୀ ଦୃଢ଼ୋକ୍ତି କରିଥିଲେ ଯେ, ସେମାନଙ୍କ ଦଳ ତୁଷ୍ଟିକରଣ ଉପରେ ନୁହେଁ, ବରଂ ସନ୍ତୁଷ୍ଟି ପୁରେ ଧ୍ୟାନ କେନ୍ଦ୍ରୀତ କରୁଛି ଏବଂ ଏହା ନିଶ୍ଚିତ କରେ ଯେକୌଣସି ଗରିବ ବ୍ୟକ୍ତି କିମ୍ବା ଅଞ୍ଚଳ ପଛୁଆ ହୋଇ ରହିନଯାଉ । ସେ ଆଲୋକପାତ କରିଥିଲେ ଯେ, ଆସାମରେ ଗରିବଙ୍କ ପାଇଁ ସ୍ଥାୟୀ ଘର ନିର୍ମାଣ ଦ୍ରୁତ ଗତିରେ ଚାଲିଛି ଏବଂ ପୂର୍ବରୁ ୨୦ ଲକ୍ଷରୁ ଅଧିକ ଘର ଯୋଗାଇ ଦିଆଯାଇଛି । ଏହାଛଡା ଆସାମରେ ପ୍ରତ୍ୟେକ ଘରକୁ ଟ୍ୟାପ ପାଣି ଯୋଗାଣ ପଦକ୍ଷେପ ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।

ଆସାମ ଚା ବଗିଚାରେ କାମ କରୁଥିବା ଭାଇ ଭଉଣୀମାନଙ୍କୁ ତାଙ୍କ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡିକ ସିଧାସଳଖ ଲାଭ ପହଞ୍ଚାଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ଚା ବଗିଚା ଶ୍ରମିକମାନଙ୍କ କଲ୍ୟାଣ ସରକାରଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା । ସେ ଉଲ୍ଲେଖ କରିଥିଲେ ଯେ, ଚା ବଗିଚାରେ କାମ କରୁଥିବା ମହିଳା ଏବଂ ଶିଶୁମାନେ ମହିଳା ସ୍ୱାସ୍ଥ୍ୟ ଏବଂ ଶିଶୁ ଶିକ୍ଷା ଉପରେ ବିଶେଷ ଧ୍ୟାନ ଦେଇ ଲକ୍ଷ୍ୟଭିତ୍ତିକ ସହାୟତା ପାଉଛନ୍ତି । ପ୍ରଧାନମନ୍ତ୍ରୀ ଉଲ୍ଲେଖ  କରିଥିଲେ ଯେ, ସରକାର ଏହି ଅଞ୍ଚଳରେ ମାତୃ ଏବଂ ଶିଶୁ ମୃତ୍ୟୁହାର ହ୍ରାସ କରିବା ପାଇଁ ଯୋଜନାଗୁଡିକୁ ସକ୍ରିୟ ଭାବରେ କାର୍ଯ୍ୟକାରୀ କରୁଛନ୍ତି । ସେ ମନ୍ତବ୍ୟ ଦେଇଥିଲେ ଯେ, ବିରୋଧୀଙ୍କ କାର୍ଯ୍ୟକାଳରେ ଚା ବଗିଚା ଶ୍ରମିକମାନଙ୍କୁ ଚା କମ୍ପାନୀ ପରିଚାଳନାର ଦୟାରେ ଛାଡି ଦିଆଯାଇଥିଲା । ଅନ୍ୟପକ୍ଷରେ ସେମାନଙ୍କର ସରକାର ତାଙ୍କର ବାସସ୍ଥାନ ଆବଶ୍ୟକତା ପୂରଣ କରୁଛି, ବିଦ୍ୟୁତ ଏବଂ ପାଣି ସଂଯୋଗ ସୁନିଶ୍ଚିତ କରୁଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଉଛି । ସେ ଦୃଢ଼ୋକ୍ତି କରିଥିଲେ ଯେ, ଏହି କଲ୍ୟାଣକାରୀ ପଦକ୍ଷେପଗୁଡିକରେ କୋଟି କୋଟି ଟଙ୍କା ବିନିଯୋଗ କରାଯାଉଛି ।

ପ୍ରଧାନନ୍ତ୍ରୀ କହିଥିଲେ, “ଆସାମରେ ବିକାଶର ଏକ ନୂତନ ଯୁଗ ଆରମ୍ଭ ହୋଇଛି ଏବଂ ଆସାମ ବାଣିଜ୍ୟ ଏବଂ ପର୍ଯ୍ୟଟନର ଏକ ପ୍ରମୁଖ କେନ୍ଦ୍ର ହେବାକୁ ଯାଉଛି ।” ବିକାଶ ପ୍ରକଳ୍ପ ପାଇଁ ସମସ୍ତଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଏକ ବିକଶିତ ଆସାମ ଏବଂ ଏକ ବିକଶିତ ଭାରତ ଗଠନ ପାଇଁ ସାମୂହିକ ସଂକଳ୍ପ ଦୋହରାଇବା ସହ ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟ ଶେଷ କରିଥିଲେ ।

 ଏହି କାର୍ଯ୍ୟକ୍ରମରେ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, ଶ୍ରୀ ହରଦୀପ ସିଂହ ପୁରୀଙ୍କ ସମେତ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଗୋଲାଘାଟର ନୁମାଲିଗଡରେ ନୁମାଲିଗଡ ରିଫାଇନାରୀ ଲିମିଟେଡ (ଏନ୍‌ଆରଏଲ୍)ରେ ଆସାମ ବାୟୋଇଥାନଲ ପ୍ଲାଣ୍ଟର ଉଦ୍‌ଘାଟନ କରିଥିଲେ। ଯାହାର ଉଦ୍ଦେଶ୍ୟ ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବା ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବା ।

ପ୍ରଧାନମନ୍ତ୍ରୀ ନୁମାଲିଗଡ ରିଫାଇପାରୀ ଲିମିଟେଡ (ଏନ୍‌ଆର୍‌ଏଲ୍‌)ରେ ପଲିପ୍ରୋପାଇଲିନ ପ୍ଲାଣ୍ଟର ଶିଳାନ୍ୟାସ ମଧ୍ୟ କରିଥିଲେ, ଯାହା ଆସାମର ପେଟ୍ରୋକେମିକାଲ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ । ଏହା ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏହି ଅଞ୍ଚଳର ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶ ମଧ୍ୟ ତ୍ୱାରାନ୍ୱିତ ହେବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
International tourist arrivals to India increased from 1.31 crore in 2014 to 2.06 crore in 2024

Media Coverage

International tourist arrivals to India increased from 1.31 crore in 2014 to 2.06 crore in 2024
NM on the go

Nm on the go

Always be the first to hear from the PM. Get the App Now!
...
Prime Minister announces fast-track courts for paper leak cases to safeguard the future of youth
July 23, 2026

Prime Minister Shri Narendra Modi today emphasized that nothing is more important than the welfare and future of the youth.

The Prime Minister stated that the government has decided to set up fast-track courts to ensure swift and stringent punishment for those involved in paper leaks. Shri Modi noted that he has directed the concerned authorities and officials to take all necessary steps in this regard, adding that this continues a series of measures aimed at safeguarding the interests of students.

The Prime Minister firmly asserted that those who try to harm the future of the youth will not be spared.

In a post on X, the Prime Minister shared:

"Nothing is more important than the welfare and future of our youth!

We have decided to set up fast-track courts to ensure swift and stringent punishment for those involved in paper leaks. Have directed the concerned authorities and officials to take all necessary steps in this regard. This continues our series of steps for safeguarding the interests of students.

Those who try to harm the future of our youth will not be spared.

देश के युवाओं का हित और उनका भविष्य हमारी सर्वोच्च प्राथमिकता है।

पेपर लीक के सभी मामलों में दोषियों को जल्द से जल्द कठोर दंड देने के लिए, केस के त्वरित निस्तारण के लिए फास्ट ट्रैक कोर्ट्स का गठन किया जाएगा। इस संबंध में निर्देश दे दिए गए हैं कि संबंधित विभाग आवश्यक कार्रवाई सुनिश्चित करें।

विद्यार्थियों के हितों को सुरक्षित करने के लिए, सरकार द्वारा लिए जा रहे निर्णयों की श्रृंखला में ये एक महत्वपूर्ण कदम है।

युवाओं के भविष्य के साथ खिलवाड़ करने वाले किसी भी व्यक्ति को बख्शा नहीं जाएगा।"