ଗଙ୍ଗା ଏକ୍ସପ୍ରେସ ୱେ ମିରଟ, ହାପୁର,ବୁଲେନ୍ଦସହର, ଆମରୋହା, ସମ୍ବଲ, ବାଦାଉନ୍‌, ଶାହାଜାନପୁର, ହରଦୋଇ, ଉନାଡ, ରାୟବରେଲୀ, ପ୍ରତାପଗଡ ଏବଂ ପ୍ରୟାଗରାଜ ଦେଇଯିବ
ଆସନ୍ତାକାଲି ଶହୀଦ ଦିବସ ପଡୁଥିବା ପଣ୍ଡିତ ରାମପ୍ରସାଦ ବିସ୍‌ମିଲ, ଆସଫାକ ଉଲ୍ଲା ଖାଁ, ଠାକୁର ରୋଶନ ସିଂଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
“ଗଙ୍ଗା ଏକ୍ସପ୍ରେସ ୱେ ଉତ୍ତରପ୍ରଦେଶ ପ୍ରଗତିର ନୂତନ ରାସ୍ତା ଦେଖାଇବ”
“ଯେତେବେଳେ ସମଗ୍ର ଉତ୍ତରପ୍ରଦେଶ ପ୍ରଗତି କରେ, ଦେଶରେ ବିକାଶ ହୁଏ, ସେ ଦୃଷ୍ଟିରୁ ଡବଲ ଇଞ୍ଜିନ ସରକାର ଉତ୍ତରପ୍ରଦେଶର ବିକାଶ ପାଇଁ ଉଦ୍ଦିଷ୍ଟ”
“ସମାଜରେ ଯିଏ ବି ପଛରେ ପଡିଛି ଓ ଅନଗ୍ରସର ରହିଛି ସେମାନଙ୍କୁ ବିକାଶର ସୁବିଧା ଉପଲବ୍ଧ କରାଇବା ହେଉଛି ସରକାରଙ୍କ ପ୍ରାଥମିକତା । ସେହି ଭାବନା ଆମରକୃଷି ଓ କୃଷକନୀତିରେ ପ୍ରତିଫଳିତ”
“ଉତ୍ତରପ୍ରଦେଶରେ ଲୋକ କହୁଛନ୍ତି -ୟୁପି ପ୍ଲସ ଯୋଗୀ ବହୁତ ହୈ ଉପଯୋଗୀ-ୟୁପିୱାଇଓଜିଆଇ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ଶାହାଜାହାନପୁର ଗଙ୍ଗା ଏକ୍ସପ୍ରେସ ୱେର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟ ନାଥ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ବି.ଏଲ ବର୍ମା  ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ଉପସ୍ଥିତ ଥିଲେ ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କୋକରୀ ଘଟଣାରେ ବିପ୍ଳବ ରାମପ୍ରସାଦ ବିସମିଲ, ଆସଫାକ୍‌ଉଲ୍ଲା ଖାଁ ଏବଂ ରୋଶନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସ୍ଥାନୀୟ ଉପଭାଷାରେ ପ୍ରଧାନମନ୍ତ୍ରୀ ଦାମୋଦର ସ୍ୱରୂପ (ବିଦ୍ରୋହୀ) ରାଜବାହାଦୁର ଭିକଲ ଏବଂ ଅଗ୍ନିବେଶ ଶୁଳ୍କା ସ୍ୱାଧୀନତା ସଂଗ୍ରାମର କବିଗଣଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । “ଆସନ୍ତାକାଲି ରାମପ୍ରସାଦ ବିସମିଲ, ଆସଫାକ ଉଲ୍ଲାଖାଁ, ଠାକୁର ରୋଶନ ସିଂଙ୍କ ଶହୀଦ ଦିବସ । ଏହି ଶାହାଜାହାନପୁର ତିନି ସୁପୁତ୍ରଙ୍କୁ ବ୍ରିଟିଶ ଶାସନ ପ୍ରତି ଆହ୍ୱାନ ଦେଇଥିବାରୁ ଡିସେମ୍ବର ୧୯ତାରିଖ ଦିନ ଫାଶୀ ଦିଆଯାଇଥିଲା । ଏହି ବୀରମାନଙ୍କ ପ୍ରତି ଆମର ବଡ ଋଣ ଅଛି । ଯେଉଁମାନେ ଭାରତରେ ସ୍ୱାଧୀନତା ପାଇଁ ଅମୂଲ୍ୟ ବଳିଦାନ ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମା’ ଗଙ୍ଗା ହେଉଛନ୍ତି ପ୍ରତ୍ୟେକ ଶୁଭ ଓ ପ୍ରଗତିର ଉତ୍ସ । ମା’ ଗଙ୍ଗା ସମସ୍ତଙ୍କୁ ଖୁସି ଦେଇ ଦୁଃଖକଷ୍ଟ ନେଇଯାଇଥାନ୍ତି । ସେହିପରି ଗଙ୍ଗା ଏକ୍ସପ୍ରେସ ୱେ ଉତ୍ତରପ୍ରଦେଶର ନୂତନ ବିକାଶର ଦ୍ୱାର ଉନ୍ମୁକ୍ତ କରିବ । ଏହା ରାଜ୍ୟର ପାଞ୍ଚଟି ବରଦାନର ଉତ୍ସ ହେବ ।  ଏକ୍ସପ୍ରେସ ୱେ, ନୂତନ ବିମାନଘାଟୀ ଏବଂ ରେଳପଥର ନଜିର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଥମ ବରଦାନ ହେଉଛି ଲୋକମାନଙ୍କୁ ସମୟ ବଂଚାଇବା, ଦ୍ୱିତୀୟ ବରଦାନ ହେଉଛି ଜନସାଧାରଣଙ୍କ ଅସୁବିଧା ଓ କଷ୍ଟଲାଘବ କରିବା, ତୃତୀୟ ବରାଦନା ହେଉଛି ଉତ୍ତରପ୍ରଦେଶର ସମ୍ପଦର ସୁବିନିଯୋଗ, ଚତୁର୍ଥ ହେଲା ଉତ୍ତରପ୍ରଦେଶର ସାମର୍ଥ୍ୟ ବୃଦ୍ଧି ଓ ପଂଚମ ବରଦାନ ହେଉଛି ଉତ୍ତରପ୍ରଦେଶର ସର୍ବାଙ୍ଗୀନ ସମୃଦ୍ଧି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଧୁନିକ ଭିତ୍ତିଭୂମି ଯାହା ଏବେ ଉତ୍ତରପ୍ରଦେଶରେ ବିକଶିତ ହୋଇଛି । ତାହା ଯଥାର୍ଥ ବିନିଯୋଗ ହୋଇଛି । “ଆପଣମାନେ ଦେଖିଥିବେ, ଆଗରୁ ଜନସାଧାରଣଙ୍କ ଅର୍ଥ କିପରି ଖର୍ଚ୍ଚ ହେଉଥିଲା, ମାତ୍ର ଆଜି ଉତ୍ତରପ୍ରଦେଶରେ ଅର୍ଥ ରାଜ୍ୟର ବିକାଶ ଦିଗରେ ବିନିଯୋଗ ହେଉଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ସମଗ୍ର ଉତ୍ତରପ୍ରଦେଶର ବିକାଶ ହୁଏ, ସେତେବେଳେ ଦେଶର ମଧ୍ୟ ପ୍ରଗତି ହୋଇଥାଏ । ସେ ଦୃଷ୍ଟିରୁ ଡବଲ ଇଞ୍ଜିନ ସରକାର ଉତ୍ତରପ୍ରଦେଶ ବିକାଶରେ ସହାୟକ ହୋଇଛି । ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ ମନ୍ତ୍ରକୁ ଆଧାର କରି ଆମେ ଉତ୍ତରପ୍ରଦେଶର ବିକାଶ ପାଇଁ ନିଷ୍ଠାପର ଉଦ୍ୟମ କରୁଛୁ  ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ପାଂଚବର୍ଷ ତଳର ପରିସ୍ଥିତିକୁ ସ୍ମରଣ କରାଇ କହିଥିଲେ ଯେ ଅଳ୍ପ କେତେକ ଅଞ୍ଚଳକୁ ଛାଡିଦେଲେ ଉତ୍ତରପ୍ରଦେଶର ଅନେକ ସହର ଓ ଗ୍ରାମରେ ବିଦ୍ୟୁତ ଶକ୍ତି ନ ଥିଲା । ମାତ୍ର ଡବଲ ଇଞ୍ଜିନ ସରକାର କେବଳ କେବଳ ଅଶୀ ଲକ୍ଷ ବିଦ୍ୟୁତ ସଂଯୋଗ ଦେଇନାହାନ୍ତି ବରଂ ଆଗ ଅପେକ୍ଷା ଅନେକ ସ୍ଥାନକୁ ବିଦ୍ୟୁତ ସଂଯୋଗ  ଯୋଗାଇ ଦେଇଛନ୍ତି । ସେ କହିଥିଲେ ଯେ ୩୦ଲକ୍ଷରୁ ଅଧିକ ଗରିବ ଲୋକ ପକ୍କା ଘର ପାଇଛନ୍ତି ଓ ଏହି ପ୍ରକ୍ରିୟା ଅବଶିଷ୍ଟ ହିତାଧିକାରୀ ପାଇବା ପର୍ଯ୍ୟନ୍ତ ଜାରି ରହିବ । ଶାହାଜାହାନପୁରରେ ମଧ୍ୟ ୫୦ହଜାର ପକ୍କା ଘର ତିଆରି ହୋଇଛି ।

ପ୍ରଥମଥର ପାଇଁ ଦଳିତ, ବଞ୍ôଚତ ଓ ଅନଗ୍ରସରମାନଙ୍କୁ ତାଙ୍କ ଦ୍ୱାରା ଅଗ୍ରାଧିକାର ଦିଆଯାଉଛି ବୋଲି ସେ କହିଥିଲେ । ସମାଜରେ ଯିଏ ପଛରେ ପଡିଛି ଓ ଅନଗ୍ରସର ରହିଛି ସେମାନଙ୍କୁ ବିକାଶର ସୁବିଧା ଉପଲବ୍ଧ କରାଇବା  ହେଉଛି ସରକାରଙ୍କ ପ୍ରାଥମିକତା  । ସେହି ଭାବନା ଆମ କୃଷି ଓ କୃଷି ନୀତିରେ ପ୍ରତିଫଳିତ ।”

ପ୍ରଧାନମନ୍ତ୍ରୀ ଦେଶର ଐତିହ୍ୟ ଓ ବିକାଶକୁ ବାଧା ଦେଲାଭଳି କାର୍ଯ୍ୟର ସମାଲୋଚନା କରିଥିଲେ । ସେଭଳି ଲୋକମାନେ ଗରିବ ଓ ସାଧାରଣ ଲୋକଙ୍କୁ ସେମାନଙ୍କ ଉପରେ ନିର୍ଭରଶୀଳ ହେବାକୁ ଚାହୁଁଛନ୍ତି । “ଏହି ଲୋକମାନଙ୍କ ବାବା ବିଶ୍ୱନାଥଙ୍କ କାଶୀର ବିରାଟ ଧାମ ନିର୍ମାଣ ନେଇ ଅସୁବିଧା ହେଉଛି । ସେମାନଙ୍କର ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ନେଇ ଅସୁବିଧା ହେଉଛି । ଗଙ୍ଗାଜୀଙ୍କ ସ୍ୱଚ୍ଛତା ଅଭିଯାନ ପାଇଁ ସେମାନଙ୍କ ଅସୁବିଧା ହେଉଛି । ଏମାନେ ସେହିଲୋକ ଯେଉଁମାନେ ସେନାର ଆତଙ୍କ ମୁକାବିଲା ନେଇ ପ୍ରଶ୍ନ ଉଠାଉଛନ୍ତି । ସେମାନେ ଭାରତୀୟ ବିଜ୍ଞାନୀ ମାନେ ବିକଶିତ କରିଥିବା କରୋନା ଟିକା ଉପରେ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ଆଗରୁ ଥିବା ଖରାପ ଆଇନ ଶୃଙ୍ଖଳା ପରିସ୍ଥିତିରେ ଏବେ ପରିବର୍ତ୍ତନ ଆସିଛି । ପ୍ରଧାନମନ୍ତ୍ରୀ ଏକ ସୂତ୍ର  ଦେଇଥିଲେ  ୟୁ.ପି.ୱାଇ. ଓ ଜି.ଆଇ ୟୁପି ପ୍ଲସ ଯୋଗୀ ବହୁତ ହୈ ଉପଯୋଗୀ ।

ଏହି ଏକ୍ସପ୍ରେସୱେ ର ଉତ୍ସାହ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ସଂଯୋଗୀକରଣ ଦୂରଦୃଷ୍ଟିକୁ ଭିତ୍ତିକରି ଦିଆଯାଇଥିଲା।  ୫୯୪କିଲୋମିଟର ବ୍ୟାପି ୬ଲେନ୍ ବିଶିଷ୍ଟ ଏହି ଏକ୍ସପ୍ରେସ ୱେ ୩୬,୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ । ମିରଟର ବିଦାଉଲି ଗ୍ରାମରୁ ଆରମ୍ଭ ହୋଇ ପ୍ରୟାଗରାଜଚ ଜୁଦାପୁର ଭଣ୍ଡୁପର୍ଯ୍ୟନ୍ତ ଯିବ। ଏହା ମିରଟ, ଭାପୁର, ବୁଲେନ୍ଦସର,ଆମରୋହା, ସମ୍ବଲ, ବାଦାଉନ୍‌, ଶାହାଜାନପୁର, ହରଦୋଇ, ଉନାଡ, ରାୟବରେଲୀ, ପ୍ରତାପଗଡ ଏବଂ ପ୍ରୟାଗରାଜ ପର୍ଯ୍ୟନ୍ତ ଯିବ । କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଏହା ଉତ୍ତରପ୍ରଦେଶର  ସବୁଠାରୁ ଦୀର୍ଘତମ ଏକ୍ସପ୍ରେସ ୱେ ହେବ । ଶାହାଜାନପୁରଠାରେ ୩.୫କିଲୋମିଟର ଦୀର୍ଘ ଏୟାର ଷ୍ଟ୍ରିପ୍ ମଧ୍ୟ ଜରୁରୀକାଳୀନ ବିମାନ ଉଡାଣ ଓ ଅବତରଣ ବ୍ୟବସ୍ଥା ରହିବ । ଏକ୍ସପ୍ରେସ ୱେ ସହ ଏକ ଶିଳ୍ପ ଅଳିନ୍ଦ ମଧ୍ୟ ହେବାର ପ୍ରସ୍ତାବ ରହିଛି ।

 ଏହି ଏକ୍ସପ୍ରେସ ୱେ ଶିଳ୍ପ ବିକାଶ, ବାଣିଜ୍ୟ, କୃଷି, ପର୍ଯ୍ୟଟନ ଇତ୍ୟାଦି କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ଦେବ । ଏହା ସେହି ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶରେ ମଧ୍ୟ ସହାୟକ ହେବ ।

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Gyan Bharatam Portal Houses Over 88,800 Manuscripts, Government Informs Lok Sabha

Media Coverage

Gyan Bharatam Portal Houses Over 88,800 Manuscripts, Government Informs Lok Sabha
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses delight as Sarnath is inscribed on the UNESCO World Heritage List
July 25, 2026

Prime Minister Shri Narendra Modi today expressed that it is a proud moment for every Indian, sharing his delight that Sarnath in Uttar Pradesh has been inscribed on the UNESCO World Heritage List.

He noted that Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

Shri Modi highlighted that this recognition celebrates India’s profound civilisational and spiritual heritage. The Prime Minister observed that it will also inspire more people across the world to come to Sarnath and connect with the ideals of Lord Buddha.

In a post on X, the Prime Minister shared:

 "A proud moment for every Indian!

Delighted that Sarnath in Uttar Pradesh has been inscribed on the UNESCO World Heritage List.

Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

This recognition celebrates India’s profound civilisational and spiritual heritage. It will also inspire more people across the world to come to Sarnath and connect with the ideals of Lord Buddha.

@UNESCO"