ପିଏମ-କିଷାନର ୨୦ତମ କିସ୍ତି ପ୍ରଦାନ ସହ ଦେଶବ୍ୟାପୀ ୯.୭ କୋଟିରୁ ଅଧିକ ଚାଷୀଙ୍କୁ ୨୦,୫୦୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ
ସରକାର କୃଷକଙ୍କ ଜୀବନ ପରିବର୍ତ୍ତନ, ଆୟ ବୃଦ୍ଧି, ଚାଷ ଖର୍ଚ୍ଚ ହ୍ରାସ ପାଇଁ ପୂର୍ଣ୍ଣ ଶକ୍ତିରେ କାର୍ଯ୍ୟ କରୁଛି, ଆମେ ବିହନ ଠାରୁ ବଜାର ପର୍ଯ୍ୟନ୍ତ ଚାଷୀଙ୍କ ସହିତ ଠିଆ ହୋଇଛୁ: ପ୍ରଧାନମନ୍ତ୍ରୀ
ଯେକେହି ଭାରତ ଉପରେ ଆକ୍ରମଣ କରିବ ସେ ନର୍କରେ ମଧ୍ୟ ସୁରକ୍ଷିତ ରହିବ ନାହିଁ: ପ୍ରଧାନମନ୍ତ୍ରୀ
ଅପରେସନ ସିନ୍ଦୁର ସମୟରେ, ଭାରତର ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ଶକ୍ତି ସମଗ୍ର ବିଶ୍ୱ ଦେଖିଥିଲା: ପ୍ରଧାନମନ୍ତ୍ରୀ
ଆମ ଚାଷୀଙ୍କ ସ୍ୱାର୍ଥ, କ୍ଷୁଦ୍ର ଶିଳ୍ପ ଆମ ପାଇଁ ସର୍ବୋପରି, ସରକାର ଏହି ଦିଗରେ ଯଥାସମ୍ଭବ ପ୍ରୟାସ କରୁଛି: ପ୍ରଧାନମନ୍ତ୍ରୀ
ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି, ତେଣୁ ଆମକୁ ଆମ ଅର୍ଥନୈତିକ ହିତ ସମ୍ପର୍କରେ ସଚେତନ ରହିବା ଆବଶ୍ୟକ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀରେ ପ୍ରାୟ ୨,୨୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଶ୍ରାବଣ ମାସରେ ବାରାଣସୀର ପରିବାର ସହ ସାକ୍ଷାତ କରି ତାଙ୍କର ହୃଦୟସ୍ପର୍ଶୀ ଭାବନା ପ୍ରକାଶ କରିଛନ୍ତି । ବାରାଣସୀର ଲୋକଙ୍କ ସହିତ ତାଙ୍କର ଗଭୀର ଭାବପ୍ରବଣ ସମ୍ପର୍କକୁ ଉଲ୍ଲେଖ କରି ଶ୍ରୀ ମୋଦୀ ସହରର ପ୍ରତ୍ୟେକ ପରିବାର ସଦସ୍ୟଙ୍କୁ ତାଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ଶୁଭେଚ୍ଛା ଜଣାଇଛନ୍ତି । ପବିତ୍ର ଶ୍ରାବଣ ମାସରେ ଭିଡିଓ କନଫରେନ୍ସ ମାଧ୍ୟମରେ ଦେଶବ୍ୟାପୀ କୃଷକମାନଙ୍କ ସହିତ ସଂଯୋଗ ସ୍ଥାପନ କରି ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅପରେସନ ସିନ୍ଦୂର ପରେ ଏହା ତାଙ୍କର ପ୍ରଥମ ବାରାଣସୀ ଗସ୍ତ । ସେ ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇ କହିଛନ୍ତି ଯେ, ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଶ୍ରୀ ମୋଦୀ ଘଟଣାରେ ପୀଡିତ ପରିବାରମାନଙ୍କ ବିଶେଷକରି ସେଇ ଶିଶୁ ଓ ଝିଅମାନଙ୍କ ଦୁଃଖ ଓ ବେଦନା ପ୍ରତି ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି । ସେ ମନ୍ତବ୍ୟ ଦେଇଛନ୍ତି ଯେ, ତାଙ୍କ ହୃଦୟ ଦୁଃଖରେ ଗଭୀର ଭାବରେ ଭାରାକ୍ରାନ୍ତ ଥିଲା ଓ ସେ ସମୟରେ ସେ ସମସ୍ତ ଶୋକସନ୍ତପ୍ତ ପରିବାରକୁ ସେମାନଙ୍କର ଦୁଃଖ ସହ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରିବାକୁ ବାବା ବିଶ୍ୱନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଝିଅମାନଙ୍କ ସିନ୍ଦୂରର ପ୍ରତିଶୋଧ ନେବା ପାଇଁ ସେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହୋଇଛି । ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହା କେବଳ ଭଗବାନ ମହାଦେବଙ୍କ ଆଶୀର୍ବାଦ ଦ୍ୱାରା ସମ୍ଭବ ହୋଇପାରିଛି ଏବଂ ଅପରେସନ ସିନ୍ଦୂରର ସଫଳତାକୁ ଭଗବାନ ମହାଦେବଙ୍କ ପାଦରେ ସମର୍ପିତ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ କିଛି ଦିନ ଧରି ସେ ବାରାଣସୀରେ ଗଙ୍ଗାଜଳ ବହନ କରୁଥିବା ଶିବଭକ୍ତମାନଙ୍କର ଦିବ୍ୟ ରୂପ ଅନୁଭବ କରୁଥିଲେ, ବିଶେଷକରି ଶ୍ରାବଣ ମାସର ପ୍ରଥମ ସୋମବାରରେ, ଯେତେବେଳେ ଭକ୍ତମାନେ ବାବା ବିଶ୍ୱନାଥଙ୍କ ପବିତ୍ର ଜଳାଭିଷେକ କରିବାକୁ ଯାତ୍ରା ଆରମ୍ଭ କରିଥିଲେ । ସେ ଗୌରୀ କେଦାରନାଥରୁ ଗଙ୍ଗାଜଳ ବହନ କରୁଥିବା ଯାଦବ ଭାଇମାନଙ୍କର ମନୋରମ ଦୃଶ୍ୟ ଉପରେ ମନ୍ତବ୍ୟ ଦେଇ ଏହାକୁ ଏକ ପ୍ରକୃତ ମନମୋହକ ଦୃଶ୍ୟ ବୋଲି ବର୍ଣ୍ଣନା କରିଛନ୍ତି । ଡମ୍ବରୁର ଶବ୍ଦ, ଗଳିଗୁଡ଼ିକରେ ସ୍ପନ୍ଦନଶୀଳ ଉତ୍ସାହ ଭଳି ପରିବେଶକୁ ସେ ବିରଳ ଅନୁଭୂତି ବୋଲି ବ୍ୟାଖ୍ୟା କରିଛନ୍ତି । ଶ୍ରୀ ମୋଦୀ ପବିତ୍ର ଶ୍ରାବଣ ମାସରେ ବାବା ବିଶ୍ୱନାଥ ଏବଂ ମାର୍କଣ୍ଡେୟ ମହାଦେବଙ୍କୁ ଦର୍ଶନ କରିବାକୁ ଆନ୍ତରିକ ଇଚ୍ଛା ପ୍ରକାଶ କରିଥିଲେ । ହେଲେ, ସେ ଉଲ୍ଲେଖ କରିଛନ୍ତି ଯେ, ଭକ୍ତମାନଙ୍କର ପ୍ରବଳ ଭିଡ଼ ଥିବାରୁ ତାଙ୍କର ଉପସ୍ଥିତି ମହାଦେବ ଭକ୍ତମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ କିମ୍ବା ସେମାନଙ୍କ ଦର୍ଶନରେ ବାଧା ଉପୁଜି ପାରେ, ତେଣୁ ଏଠାରୁ ହିଁ ଭଗବାନ ଭୋଲେନାଥ ଏବଂ ମା ଗଙ୍ଗାଙ୍କୁ ପ୍ରଣାମ କରିଛନ୍ତି ।

 

କିଛି ଦିନ ପୂର୍ବେ ତାମିଲନାଡୁର ଏକ ହଜାର ବର୍ଷ ପୁରୁଣା ସ୍ମାରକୀ ଏବଂ ଭାରତର ଶୈବ ପରମ୍ପରାର ଏକ ପ୍ରାଚୀନ କେନ୍ଦ୍ର ଐତିହାସିକ ଗଙ୍ଗେଇକୋଣ୍ଡା ଚୋଳପୁରମ ମନ୍ଦିର ଗସ୍ତକୁ ମନେ ପକାଇ ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଏହି ମନ୍ଦିର ପ୍ରସିଦ୍ଧ ରାଜା ରାଜେନ୍ଦ୍ର ଚୋଳଙ୍କ ଦ୍ୱାରା ନିର୍ମିତ ହୋଇଥିଲା, ଯିଏ ଉତ୍ତର ଭାରତରୁ ଗଙ୍ଗାଜଳ ଆଣି ଉତ୍ତର ଏବଂ ଦକ୍ଷିଣକୁ ପ୍ରତୀକାତ୍ମକ ଭାବରେ ଏକତ୍ର କରିଥିଲେ । ସେ ଉଲ୍ଲେଖ କରିଛନ୍ତି ଯେ, ଏକ ହଜାର ବର୍ଷ ପୂର୍ବେ, ଭଗବାନ ଶିବଙ୍କ ପ୍ରତି ତାଙ୍କର ଭକ୍ତି ଏବଂ ଶୈବ ପରମ୍ପରା ପ୍ରତି ପ୍ରତିବଦ୍ଧତା ମାଧ୍ୟମରେ, ରାଜେନ୍ଦ୍ର ଚୋଳ "ଏକ ଭାରତ, ଶ୍ରେଷ୍ଠ ଭାରତ" ର ଦୃଷ୍ଟିକୋଣ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଆଜି, କାଶୀ-ତାମିଲ ସଙ୍ଗମମ ଭଳି ପଦକ୍ଷେପ ମାଧ୍ୟମରେ, ସେହି ଐତିହ୍ୟକୁ ଆଗକୁ ବଢ଼ାଯାଉଛି । ସେ କହିଛନ୍ତି ଯେ, ତାଙ୍କର ସମ୍ପ୍ରତି ଗଙ୍ଗେଇକୋଣ୍ଡା ଚୋଳପୁରମ ଗସ୍ତ ସମୟରେ, ସେ ଗଙ୍ଗାଜଳକୁ ତାଙ୍କ ସହିତ ବହନ କରିଥିଲେ ଏବଂ ମା’ ଗଙ୍ଗାଙ୍କ ଆଶୀର୍ବାଦରେ, ଏକ ଗଭୀର ପବିତ୍ର ପରିବେଶରେ ପୂଜା କରାଯାଇଥିଲା । ସେ କହିଛନ୍ତି ଯେ, ଏପରି ଉତ୍ସବପୂର୍ଣ୍ଣ ଅବସର ଦେଶରେ ଏକତାର ଭାବନାକୁ ପ୍ରଜ୍ଜ୍ୱଳିତ କରେ, ଯାହା ଅପରେସନ ସିନ୍ଦୂର ଭଳି ମିଶନକୁ ସଫଳତା ଦିଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୪୦ କୋଟି ଭାରତୀୟଙ୍କ ଏକତା ଅପରେସନ ସିନ୍ଦୂରର ଶକ୍ତି ପାଲଟିଥିଲା ।

 

ବାରାଣସୀରେ ଆୟୋଜିତ ହେଉଥିବା ବୃହତ୍‌ କୃଷକ ମହୋତ୍ସବର ପାଳନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ-କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶବ୍ୟାପୀ ୧୦ କୋଟି ଚାଷୀ ଭାଇ ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୧,୦୦୦ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ସେ ଆହୁରି ସୂଚନା ଦେଇଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ୨,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରାଯାଇଛି । ଶ୍ରୀ ମୋଦୀ ମନ୍ତବ୍ୟ ଦେଇ କହିଛନ୍ତି ଯେ, ବାବାଙ୍କ ଆଶୀର୍ବାଦରେ, ବାରାଣସୀରେ ବିକାଶର ଅବିରତ ଧାରା ପ୍ରବାହିତ ହେଉଛି । ସେ ଉପସ୍ଥିତ ସମସ୍ତଙ୍କୁ ଏବଂ ଦେଶର ଚାଷୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ଉଲ୍ଲେଖ କରିଛନ୍ତି ଯେ, କିଛି ଦିନ ପୂର୍ବରୁ ବାରାଣସୀ ସଂସଦ ସଦସ୍ୟ ପର୍ଯ୍ୟଟନ ଗାଇଡ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ, କାଶୀ ସଂସଦ ସଦସ୍ୟ ଫଟୋଗ୍ରାଫି ପ୍ରତିଯୋଗିତା ଏବଂ ସାଂସଦ ରୋଜଗାର ମେଳା ଭଳି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଏହି ପଦକ୍ଷେପଗୁଡ଼ିକର ସଫଳତା ପାଇଁ ସେ ତାଙ୍କର ଶୁଭେଚ୍ଛା ଜଣାଇଥିଲେ । ସେ ଏପରି ସୂଚନାମୂଳକ ଓ ଉଦ୍ୟମଶୀଳ ପ୍ରୟାସ ପାଇଁ ପ୍ରଶାସନକୁ ମଧ୍ୟ ପ୍ରଶଂସା କରିଛନ୍ତି ।

 

କୃଷକମାନଙ୍କ ସମୃଦ୍ଧି ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛି ବୋଲି ଦୃଢ଼ୋକ୍ତି ପ୍ରକାଶ କରି ଶ୍ରୀ ମୋଦୀ କହିଛନ୍ତି ଯେ, ପୂର୍ବ ସରକାରଗୁଡ଼ିକ ସମୟରେ କୃଷକଙ୍କ ନାମରେ କୌଣସି ଘୋଷଣା ହେଲେ ମଧ୍ୟ ତାହା କେବଳ ଘୋଷଣାରେ ରହିଯାଉଥିଲା ପୂରଣ ହୋଇପାରୁ ନଥିଲା । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ସେମାନଙ୍କ ସରକାର ତାଙ୍କର ପ୍ରତିଶ୍ରୁତି ପୂରଣ କରୁଛି । ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାର ପ୍ରମାଣ ଭାବରେ ପ୍ରଧାନମନ୍ତ୍ରୀ-କିଷାନ ସମ୍ମାନ ନିଧି ଯୋଜନାକୁ ଉଲ୍ଲେଖ କରିଥିଲେ ।

 

୨୦୧୯ରେ ପ୍ରଧାନମନ୍ତ୍ରୀ-କିଷାନ ସମ୍ମାନ ନିଧି ଆରମ୍ଭ ହେବା ସମୟ ମନେ ପକାଇ ଶ୍ରୀ ମୋଦୀ କହିଛନ୍ତି ଯେ, କିଛି ପ୍ରମୁଖ ବିରୋଧୀ ଦଳ ବିଭିନ୍ନ ଗୁଜବ ପ୍ରଚାର କରିଥିଲେ। କେତେକ କହିଥିଲେ ଯେ ନିର୍ବାଚନ ପରେ ଏହି ଦେୟ ବନ୍ଦ ହୋଇଯିବ ଏବଂ ଅନ୍ୟ କେତେକ କହିଥିଲେ ଯେ ଦିଆଯାଉଥିବା ଟଙ୍କା ଫେରସ୍ତ ନିଆଯିବ । ସେ ମନ୍ତବ୍ୟ ଦେଇ ଦେଇଛନ୍ତି ଯେ, ଏହା ବିରୋଧୀଙ୍କ ପ୍ରକୃତ ସ୍ୱଭାବକୁ ପ୍ରତିଫଳିତ କରେ, ଯାହା କେବଳ ଚାଷୀ ଏବଂ ଦେଶର ଲୋକଙ୍କୁ ଭ୍ରମିତ କରୁଛି । ଗୋଟିଏ କିସ୍ତି ମଧ୍ୟ ବନ୍ଦ ହୋଇଛି କି ନାହିଁ ବୋଲି ପଚାରିବାରୁ ପ୍ରଧାନମନ୍ତ୍ରୀ ଦୃଢ଼ତାର ସହିତ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ-କିଷାନ ସମ୍ମାନ ନିଧି ବିନା ବାଧାରେ ଜାରି ରହିଛି । ସେ ଉଲ୍ଲେଖ କରିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ୩.୭୫ ଲକ୍ଷ କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି । କେବଳ ଉତ୍ତର ପ୍ରଦେଶରେ ପ୍ରାୟ ୨.୫ କୋଟି ଚାଷୀ ଏହି ଯୋଜନା ଅଧୀନରେ ଉପକୃତ ହୋଇଛନ୍ତି ଏବଂ ୯୦,୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ପାଇଛନ୍ତି । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ବାରାଣସୀର ଚାଷୀମାନେ ପ୍ରାୟ ୯୦୦ କୋଟି ଟଙ୍କା ପାଇଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ଯୋଜନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ସହାୟତା ରାଶି କୌଣସି କାଣ୍ଟଛାଣ୍ଟ କିମ୍ବା କମିଶନ ବିନା ଚାଷୀଙ୍କ ପାଖରେ ପହଞ୍ଚିପାରୁଛି । ସେ କହିଛନ୍ତି ଯେ, ଏହା ତାଙ୍କ ସରକାର ଦ୍ୱାରା ସୃଷ୍ଟି କରାଯାଇଥିବା ଏକ ସ୍ଥାୟୀ ବ୍ୟବସ୍ଥା - ଏଥିରେ କୌଣସି ପ୍ରକାର ଚୋରି ହେବ ନାହିଁ କିମ୍ବା ଗରିବଙ୍କ ଅଧିକାରକୁ ଅବହେଳା କରାଯିବ ନାହିଁ ।

 

"ଯେତେ ପଛୁଆ ଅଞ୍ଚଳ, ସେତେ ଅଧିକ ପ୍ରାଥମିକତା ପାଇବ", ଏହି ବିକାଶ ମନ୍ତ୍ରକୁ ପୁନରାବୃତ୍ତି କରି ଶ୍ରୀ ମୋଦୀ ଘୋଷଣା କରିଛନ୍ତି ଯେ, ଏହି ମାସର ପ୍ରାରମ୍ଭରେ କେନ୍ଦ୍ର ସରକାର ଏକ ପ୍ରମୁଖ ନୂତନ ପଦକ୍ଷେପ - ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନାକୁ ଅନୁମୋଦନ କରିଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ଏହି ଯୋଜନା ପାଇଁ ₹୨୪,୦୦୦ କୋଟି ଆବଣ୍ଟନ କରାଯିବ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହି ପଦକ୍ଷେପର ଧ୍ୟାନ ପୂର୍ବ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ପଛରେ ପଡ଼ିଯାଇଥିବା ଜିଲ୍ଲାଗୁଡ଼ିକ ଉପରେ ରହିବ, ଯେମିତିକି କମ୍‌ କୃଷି ଉତ୍ପାଦନ ଥିବା ଅଞ୍ଚଳ ଏବଂ ଯେଉଁଠାରେ କୃଷକଙ୍କ ଆୟ ସୀମିତ ଥିବ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଉତ୍ତର ପ୍ରଦେଶର ଲକ୍ଷ ଲକ୍ଷ ଚାଷୀଙ୍କୁ ସିଧାସଳଖ ଲାଭ ଦେବ ।

 

"ଆମର ସରକାର ଚାଷୀଙ୍କ ଜୀବନକୁ ପରିବର୍ତ୍ତନ କରିବା, ସେମାନଙ୍କ ଆୟ ବୃଦ୍ଧି କରିବା ଏବଂ ଚାଷ ଖର୍ଚ୍ଚ ହ୍ରାସ କରିବା ପାଇଁ ପୂର୍ଣ୍ଣ ଶକ୍ତିର ସହିତ କାର୍ଯ୍ୟ କରୁଛି, ଆମେ ବିହନରୁ ବଜାର ପର୍ଯ୍ୟନ୍ତ ଚାଷୀଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛୁ", ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ, କ୍ଷେତରେ ପାଣି ପହଞ୍ଚିବା ସୁନିଶ୍ଚିତ କରିବା ପାଇଁ, ସାରା ଦେଶରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଜଳସେଚନ ଯୋଜନା କାର୍ଯ୍ୟକାରୀ କରାଯାଉଛି ।

 

ଶ୍ରୀ ମୋଦୀ ସ୍ୱୀକାର କରିଛନ୍ତି ଯେ, ଅତ୍ୟଧିକ ବର୍ଷା, କୁଆପଥର ବୃଷ୍ଟି କିମ୍ବା ତୁଷାରପାତ ଭଳି ପ୍ରାକୃତିକ ବିପର୍ଯ୍ୟୟ ସର୍ବଦା ଚାଷୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଆସିଛି । ଚାଷୀମାନଙ୍କୁ ଏପରି ଅନିଶ୍ଚିତତାରୁ ରକ୍ଷା କରିବା ପାଇଁ, ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆରମ୍ଭ କରିଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ଏହି ଯୋଜନା ଅଧୀନରେ, ଚାଷୀମାନେ ଏପର୍ଯ୍ୟନ୍ତ ₹୧.୭୫ ଲକ୍ଷ କୋଟିରୁ ଅଧିକ ମୂଲ୍ୟର କ୍ଷତିପୂରଣ ପାଇସାରିଛନ୍ତି ।

 

ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଇବା ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ଦୃଢ଼ୋକ୍ତି ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଧାନ ଏବଂ ଗହମ ଭଳି ପ୍ରମୁଖ ଖାଦ୍ୟ ସାମଗ୍ରୀ ସମେତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ରେ ରେକର୍ଡ ସଂଖ୍ୟକ ବୃଦ୍ଧି କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି, କୃଷକଙ୍କ ଫସଲକୁ ସୁରକ୍ଷିତ ରଖିବା ପାଇଁ, ସରକାର ଦେଶବ୍ୟାପୀ ହଜାର ହଜାର ନୂତନ ଗୋଦାମ ନିର୍ମାଣ କରୁଛନ୍ତି ।

 

କୃଷି ଅର୍ଥନୀତିରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପ୍ରସଙ୍ଗରେ ସରକାରଙ୍କ ଧ୍ୟାନ ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି । ଶ୍ରୀ ମୋଦୀ ସାରା ଭାରତରେ ତିନି କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ସହିତ "ଲକ୍ଷପତି ଦିଦି" ଅଭିଯାନ ଉପରେ ଆଲୋକପାତ କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ୧.୫ କୋଟିରୁ ଅଧିକ ମହିଳା ଏହି ମାଇଲଖୁଣ୍ଟ ହାସଲ କରିସାରିଛନ୍ତି । ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ସରକାରଙ୍କ “ଡ୍ରୋନ୍ ଦିଦି” ପଦକ୍ଷେପ ଲକ୍ଷ ଲକ୍ଷ ମହିଳାଙ୍କ ଆୟକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସରକାର ଆଧୁନିକ କୃଷି ଗବେଷଣାକୁ ସିଧାସଳଖ କ୍ଷେତର ନିକଟତର କରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, "ଲ୍ୟାବ୍ ଟୁ ଲ୍ୟାଣ୍ଡ" ନୀତି ଅନୁଯାୟୀ ଏକ ସ୍ୱତନ୍ତ୍ର ଭାବରେ ଡିଜାଇନ୍ ହୋଇଥିବା ବିକଶିତ କୃଷି ସଂକଳ୍ପ ଅଭିଯାନ ୨୦୨୫ ମସିହାର ମେ’ ଏବଂ ଜୁନ୍ ମାସରେ କରାଯାଇଥିଲା, ଯାହା ମାଧ୍ୟମରେ ୧.୨୫ କୋଟିରୁ ଅଧିକ ଚାଷୀଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରାଯାଇଥିଲା । ସେ ଗୁରୁତ୍ୱାରୋପ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ସମସ୍ତ ନାଗରିକଙ୍କ ପାଖରେ ସହଜରେ ପହଞ୍ଚିବା ନିତାନ୍ତ ଆବଶ୍ୟକ ।

 

ଜନସାଧାରଣଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରି ଶ୍ରୀ ମୋଦୀ କହିଛନ୍ତି, "ଜନଧନ ଯୋଜନା ଅଧୀନରେ, ସାରା ଦେଶରେ ଗରିବ ଲୋକଙ୍କ ପାଇଁ ୫୫ କୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି"। ସେ ସୂଚନା ଦେଇଛନ୍ତି ଯେ, ଏହି ଯୋଜନା ସମ୍ପ୍ରତି ଦଶ ବର୍ଷ ପୂରଣ କରିଛି ଏବଂ ନିୟମ ଅନୁଯାୟୀ, ଦଶ ବର୍ଷ ପରେ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ନୂତନ କେଓ୍ୱାଇସି ଯାଞ୍ଚ ଆବଶ୍ୟକ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଆବଶ୍ୟକତା ପୂରଣ କରିବା ପାଇଁ, ୧ ଜୁଲାଇ ୨୦୨୫ ରୁ ଦେଶବ୍ୟାପୀ ଏକ ଅଭିଯାନ ଆରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କଗୁଡ଼ିକ ଖୋଲା ଯାଇଛି ଏବଂ ପ୍ରାୟ ଏକ ଲକ୍ଷ ଗ୍ରାମ ପଞ୍ଚାୟତରେ ଶିବିର ସ୍ଥାପନ କରାଯାଇଛି, ଫଳରେ ଲକ୍ଷ ଲକ୍ଷ ଲୋକ ସଫଳତାର ସହ ସେମାନଙ୍କର କେୱାଇସି ନବୀକରଣ ପ୍ରକ୍ରିୟା ସମାପ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ବିଳମ୍ବ ନକରି ସେମାନଙ୍କର କେୱାଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ କରିଛନ୍ତି ।

 

ଗ୍ରାମ ପଞ୍ଚାୟତଗୁଡ଼ିକରେ ଆୟୋଜନ କରାଯାଉଥିବା ସ୍ୱତନ୍ତ୍ର ବ୍ୟାଙ୍କ ଶିବିରଗୁଡ଼ିକର ଅତିରିକ୍ତ ଲାଭ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ଶିବିରଗୁଡ଼ିକ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ଅଟଳ ପେନସନ ଯୋଜନା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ପାଇଁ ପଞ୍ଜୀକରଣକୁ ସହଜ କରୁଛି । ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହି ଯୋଜନାଗୁଡ଼ିକ ନାଗରିକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରେ ଏବଂ ସମସ୍ତଙ୍କୁ ଏହି ଶିବିରଗୁଡ଼ିକୁ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି । ଯେଉଁମାନେ ଏପର୍ଯ୍ୟନ୍ତ ଏହି ଯୋଜନାରେ ନାମ ଲେଖାଇ ନାହାଁନ୍ତି ସେମାନଙ୍କୁ ପଞ୍ଜୀକରଣ କରିବାକୁ ଏବଂ ସେମାନଙ୍କର ଜନଧନ ଆକାଉଣ୍ଟ ପାଇଁ କେଓ୍ୱାଇସି ପ୍ରକ୍ରିୟା ସମାପ୍ତ କରିବାକୁ ସେ ଉତ୍ସାହିତ କରିଛନ୍ତି । ପ୍ରଧାନମନ୍ତ୍ରୀ ସେମାନଙ୍କ ଦଳର ସମସ୍ତ ଜନପ୍ରତିନିଧିଙ୍କୁ ଏହି ଅଭିଯାନ ବିଷୟରେ ସକ୍ରିୟ ଭାବରେ ସଚେତନତା ସୃଷ୍ଟି କରିବାକୁ, ବ୍ୟାଙ୍କଗୁଡ଼ିକୁ ସେମାନଙ୍କର ପ୍ରସାର ପ୍ରୟାସରେ ସହାୟତା କରିବାକୁ ଏବଂ ଜନସାଧାରଣଙ୍କ ସର୍ବାଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ଆହ୍ୱାନ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ମହାଦେବଙ୍କ ସହର ବାରାଣସୀରେ ବିକାଶ ଓ ଜନ କଳ୍ୟାଣ ସହିତ ସଂପୃକ୍ତ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ସେ ଶିବଙ୍କ ଅର୍ଥ ବ୍ୟାଖ୍ୟା କରି କହିଲେ ଯେ, "ଶିବ" ଅର୍ଥ ହେଉଛି "ମଙ୍ଗଳ", କିନ୍ତୁ ଏହି ଶିବ ଭୟ ଓ ଅନ୍ୟାୟର ସାମ୍ନା କରିବାବେଳେ ରୌଦ୍ର ରୂପ ଧାରଣ କରନ୍ତି । ଶ୍ରୀ ମୋଦୀ ଦୃଢ଼ତାର ସହିତ କହିଛନ୍ତି ଯେ, ଅପରେସନ ସିନ୍ଦୂର ସମୟରେ ବିଶ୍ୱ ଭାରତର ଏହି ରୁଦ୍ର ରୂପ ଦେଖିଥିଲା ଏବଂ ଘୋଷଣା କରିଥିଲା ଯେ, "ଯେକେହି ଭାରତ ଉପରେ ଆକ୍ରମଣ କରିବ, ପାତାଳର ଗଭୀରତାରେ ଲୁଚିଲେ ମଧ୍ୟ ତାଙ୍କୁ ଛଡ଼ାଯିବ ନାହିଁ"। ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ ଯେ, ଅପରେସନ ସିନ୍ଦୂର ସଫଳତା ସତ୍ତ୍ୱେ, ଦେଶର କିଛି ବ୍ୟକ୍ତି ଏହାକୁ ନେଇ ବିବ୍ରତ ଅଛନ୍ତି । ସେ ବିଶେଷ ଭାବରେ ବିରୋଧୀ ଏବଂ ଏହାର ସହଯୋଗୀ ଦଳଗୁଡ଼ିକୁ ଇଙ୍ଗିତ କରି କହିଛନ୍ତି ଯେ, ଭାରତ ପାକିସ୍ତାନରେ ଆତଙ୍କବାଦୀ ଶିବିରଗୁଡ଼ିକୁ ନଷ୍ଟ କରିଛି ଏହି ସତ୍ୟକୁ ସେମାନେ ହଜମ କରିପାରୁ ନାହାଁନ୍ତି । ଶ୍ରୀ ମୋଦୀ ଦୃଶ୍ୟପଟ୍ଟଗୁଡ଼ିକୁ ଉଲ୍ଲେଖ କରିଥିଲେ, ଯାହା ଦର୍ଶାଉଛି ଯେ, ଭାରତୀୟ ଡ୍ରୋନଗୁଡ଼ିକ କିପରି ଆତଙ୍କବାଦୀ ମୁଖ୍ୟାଳୟକୁ ସଠିକ୍ ଭାବରେ ଲକ୍ଷ୍ୟ ଧାର୍ଯ୍ୟକରି ଧ୍ୱଂସାବଶେଷରେ ପରିଣତ କରିଛି, ଆହୁରି ମଧ୍ୟ ଅନେକ ପାକିସ୍ତାନୀ ବାୟୁସେନା ଘାଟି ସଙ୍କଟଜନକ ଅବସ୍ଥାରେ ରହିଛି । ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ନେତାମାନଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଆତଙ୍କବାଦର ମାଷ୍ଟରମାଇଣ୍ଡମାନେ ଗୋଟିଏ ପଟେ ଶୋକ କରୁଥିବା ବେଳେ, ଏହି ଦଳଗୁଡ଼ିକ ଅନ୍ୟ ପଟେ ଆତଙ୍କବାଦୀଙ୍କ ଅବସ୍ଥା ପାଇଁ ମଧ୍ୟ ଦୁଃଖ ପ୍ରକାଶ କରୁଛନ୍ତି ।

 

ଭାରତର ସଶସ୍ତ୍ର ବାହିନୀର ବୀରତ୍ୱକୁ ବାରମ୍ବାର ଅପମାନିତ କରିବା ପାଇଁ ବିରୋଧୀ ଦଳକୁ କଡ଼ା ସମାଲୋଚନା କରି ଶ୍ରୀ ମୋଦୀ କହିଛନ୍ତି ଯେ, ବିରୋଧୀ ଦଳ “ଅପରେସନ୍ ସିନ୍ଦୂର”କୁ ଏକ “ତମାଶା” ବୋଲି କହିଥିଲେ । ସେ ପଚାରିଛନ୍ତି ଯେ – ସମ୍ମାନ ଓ ବଳିଦାନର ପ୍ରତୀକ ସିନ୍ଦୂର କେବେ ତମାଶା ହୋଇପାରିବ କି? ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ସେନାର ବୀରତା ଓ ଭଉଣୀମାନଙ୍କ ସିନ୍ଦୂର ପାଇଁ ପ୍ରତିଶୋଧ ନେବା ଶପଥକୁ ଏପରି ଭାବେ ଅପମାନିତ କରାଯିବା ଉଚିତ କି?

 

ଭୋଟ-ବ୍ୟାଙ୍କ ଏବଂ ତୁଷ୍ଟିକରଣ ରାଜନୀତିରେ ସାମିଲ ହୋଇଥିବାରୁ ପ୍ରଧାନମନ୍ତ୍ରୀ ବିରୋଧୀ ଦଳକୁ ଆହୁରି କଡା ନିନ୍ଦା କରିଛନ୍ତି । ସେ ସଂସଦରେ ବିରୋଧୀ ନେତାମାନଙ୍କ ଦ୍ୱାରା ଦିଆଯାଇଥିବା ବିବୃତ୍ତି ‘ପହଲଗାମରେ ଆତଙ୍କବାଦୀମାନଙ୍କୁ କାହିଁକି ତୁରନ୍ତ ନିପାତ କରାଯାଇଥିଲା’କୁ ଉଦ୍ଧୃତ କରିଥିଲେ ଏବଂ ପଚାରିଥିଲେ ଯେ, ଭାରତ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଅପେକ୍ଷା କରିବା ଉଚିତ ହୋଇଥାନ୍ତା କି ? ସେ ଜନସାଧାରଣଙ୍କୁ ମନେ ପକାଇ ଦେଇଛନ୍ତି ଯେ, ଏମାନେ ସେହି ବ୍ୟକ୍ତି ଯେଉଁମାନେ ଉତ୍ତର ପ୍ରଦେଶରେ ତାଙ୍କ କାର୍ଯ୍ୟକାଳ ସମୟରେ ଆତଙ୍କବାଦୀଙ୍କୁ କ୍ଲିନ୍ ଚିଟ୍ ଦେଇଥିଲେ ଏବଂ ବୋମା ବିସ୍ଫୋରଣରେ ଜଡିତ ଲୋକଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର କରିଥିଲେ । ସେ ମନ୍ତବ୍ୟ ଦେଇଛନ୍ତି ଯେ, ବର୍ତ୍ତମାନ ଏହି ଦଳଗୁଡ଼ିକ ଆତଙ୍କବାଦୀଙ୍କ ନିପାତ ଏବଂ ଅପରେସନ ସିନ୍ଦୂର ନାମରେ ବିଚଳିତ । ବାରାଣସୀର ପବିତ୍ର ମାଟିରୁ, ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଏହା ଏକ ନୂତନ ଭାରତ - ଯାହା ଭଗବାନ ଭୋଲେନାଥଙ୍କୁ ପୂଜା କରେ ଏବଂ ଦେଶର ଶତ୍ରୁମାନଙ୍କ ସାମ୍ନାରେ କିପରି କାଳ ଭୈରବ ହେବ ତାହା ମଧ୍ୟ ଜାଣେ ।

 

ପ୍ରଧାନମନ୍ତ୍ରୀ କହିଛନ୍ତି, "ଅପରେସନ୍ ସିନ୍ଦୂର’’ ସମୟରେ, ବିଶ୍ୱ ଭାରତର ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ଶକ୍ତି ଏବଂ ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀ, ସ୍ୱଦେଶୀ କ୍ଷେପଣାସ୍ତ୍ର ଏବଂ ଡ୍ରୋନର ପ୍ରଭାବ ଦେଖିଥିଲା, ଯାହା ଏକ ଆତ୍ମନିର୍ଭର ଭାରତର ଶକ୍ତିକୁ ପ୍ରଦର୍ଶନ କରିଥିଲା"। ସେ ବିଶେଷ ଭାବରେ ଭାରତର ବ୍ରହ୍ମୋସ କ୍ଷେପଣାସ୍ତ୍ରର ପ୍ରଭାବ ଉପରେ ଗୁରୁତ୍ୱାରୋପ କରି, ଉଲ୍ଲେଖ କରିଛନ୍ତି ଯେ, ସେମାନଙ୍କର ଉପସ୍ଥିତି ଦେଶର ପ୍ରତ୍ୟେକ ଶତ୍ରୁଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।

 

ଉତ୍ତର ପ୍ରଦେଶର ଜଣେ ସାଂସଦ ଭାବରେ, ଶ୍ରୀ ମୋଦୀ ଗର୍ବ ପ୍ରକାଶ କରିଛନ୍ତି ଯେ, ବ୍ରହ୍ମୋସ କ୍ଷେପଣାସ୍ତ୍ର ଖୁବ୍ ଶୀଘ୍ର ରାଜ୍ୟରେ ନିର୍ମିତ ହେବ । ସେ ଘୋଷଣା କରିଛନ୍ତି ଯେ, ଲକ୍ଷ୍ନୌରେ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଉତ୍ପାଦନ ଆରମ୍ଭ କରାଯାଉଛି, ଏବଂ ଅନେକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଉତ୍ତର ପ୍ରଦେଶ ପ୍ରତିରକ୍ଷା କରିଡରରେ ପ୍ଲାଣ୍ଟ ସ୍ଥାପନ କରୁଛନ୍ତି । ସେ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ, ଆଗାମୀ ବର୍ଷଗୁଡ଼ିକରେ, ଉତ୍ତର ପ୍ରଦେଶରେ ନିର୍ମିତ ଅସ୍ତ୍ରଶସ୍ତ୍ର ଭାରତର ସାମରିକ ଶକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯିବ । ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ପଚାରିଛନ୍ତି ଯେ ସେମାନେ ଏହି ସଫଳତା ପାଇଁ ଗର୍ବ ଅନୁଭବ କରୁଛନ୍ତି କି? ସେ ଘୋଷଣା କରିଛନ୍ତି ଯେ, ଯଦି ପାକିସ୍ତାନ ଆଉ ଏକ ଭୁଲ୍ କାର୍ଯ୍ୟ କରେ, ତେବେ ଉତ୍ତର ପ୍ରଦେଶରେ ନିର୍ମିତ କ୍ଷେପଣାସ୍ତ୍ର ଆତଙ୍କବାଦୀମାନଙ୍କୁ ଧ୍ୱଂସ କରିବ ।

 

ଶିଳ୍ପ ବିକାଶ କ୍ଷେତ୍ରରେ ଉତ୍ତର ପ୍ରଦେଶ ଦ୍ରୁତ ଗତିରେ ଆଗେଇ ଚାଲିଛି ଏବଂ ପ୍ରମୁଖ ଜାତୀୟ ଏବଂ ଅନ୍ତର୍ଜାତୀୟ କମ୍ପାନୀଗୁଡ଼ିକୁ ରାଜ୍ୟରେ ନିବେଶ କରିବାକୁ ଆକର୍ଷିତ କରୁଛି ବୋଲି ବୁଝାଇ ଶ୍ରୀ ମୋଦୀ ଏହି ପରିବର୍ତ୍ତନ ପାଇଁ ସେମାନଙ୍କ ସରକାରଙ୍କ ବିକାଶମୁଖୀ ନୀତିକୁ ଶ୍ରେୟ ଦେଇଛନ୍ତି । ସେ ବର୍ତ୍ତମାନର ପରିସ୍ଥିତିକୁ ପୂର୍ବ ଶାସନ ସହିତ ତୁଳନା କରିଛନ୍ତି, ଯେଉଁଠାରେ ଅପରାଧୀମାନେ ନିର୍ଭୀକ ଭାବରେ କାର୍ଯ୍ୟ କରୁଥିଲେ ଏବଂ ନିବେଶକମାନେ ରାଜ୍ୟରେ ପ୍ରବେଶ କରିବାକୁ ସଂକୋଚ ଅନୁଭବ କରୁଥିଲେ । ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ, ଅପରାଧୀମାନେ ଏବେ ଭୟଭୀତ, ଏବଂ ନିବେଶକମାନେ ଉତ୍ତର ପ୍ରଦେଶର ଭବିଷ୍ୟତ ଉପରେ ବିଶ୍ୱାସ ପ୍ରକଟ କରୁଛନ୍ତି । ପ୍ରଧାନମନ୍ତ୍ରୀ ବିକାଶର ଏହି ଗତି ପାଇଁ ଉତ୍ତର ପ୍ରଦେଶ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି, ବାରାଣସୀରେ ବିକାଶର ମହାନ ଅଭିଯାନ ଅବିରତ ଜାରି ରହିଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି ।

 

ଆଜି ଆରମ୍ଭ ହୋଇଥିବା ଅନେକ ପ୍ରକଳ୍ପ, ଯେପରିକି ଏକ ନୂତନ ରେଳ ଓଭରବ୍ରିଜ୍, ଜଳ ଜୀବନ ମିଶନ ଅଧୀନରେ ପଦକ୍ଷେପ, ବାରାଣସୀରେ ସ୍କୁଲଗୁଡ଼ିକର ପୁନଃନିର୍ମାଣ, ଏକ ହୋମିଓପାଥିକ୍ କଲେଜ ନିର୍ମାଣ ଏବଂ ମୁନସି ପ୍ରେମଚାନ୍ଦଙ୍କ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ପ୍ରୟାସ ଭଳି ଯୋଜନାଗୁଡ଼ିକୁ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ପ୍ରକଳ୍ପଗୁଡ଼ିକ ଏକ ମହାନ, ଦିବ୍ୟ ଏବଂ ସମୃଦ୍ଧ ବାରାଣସୀର ସୃଷ୍ଟିକୁ ତ୍ୱରାନ୍ୱିତ କରିବ । ଏହାକୁ ମା କାଲକା ଦେବୀଙ୍କ ଦ୍ୱାରଦେଶ ଭାବରେ ବର୍ଣ୍ଣନା କରି ସେ କହିଛନ୍ତି ଯେ, ସେବାପୁରୀ ପରିଦର୍ଶନ କରିବା ଏକ ସୌଭାଗ୍ୟର କଥା । ସେ ତାଙ୍କ ପାଦତଳେ ପ୍ରଣାମ କରି ଖୁସି ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି ଯେ, ସରକାର ମା କାଲକା ଧାମକୁ ସୁନ୍ଦର କରି ଏହାକୁ ଅଧିକ ଚମତ୍କାର କରିଛନ୍ତି ଏବଂ ମନ୍ଦିର ପ୍ରବେଶକୁ ମଧ୍ୟ ଉନ୍ନତ କରିଛନ୍ତି । ପ୍ରଧାନମନ୍ତ୍ରୀ ସେବାପୁରୀର ବିପ୍ଳବୀ ଇତିହାସକୁ ମନେ ପକାଇ, ସ୍ୱାଧୀନତା ସଂଗ୍ରାମରେ ଏହାର ଗୁରୁତ୍ୱପୂର୍ଣ୍ଣ ଅବଦାନ ବିଷୟରେ ଉଲ୍ଲେଖ କରିଛନ୍ତି । ସେ ଆଲୋକପାତ କରିଛନ୍ତି ଯେ, ଏହା ସେହି ସେବାପୁରୀ ଯେଉଁଠାରେ ମହାତ୍ମା ଗାନ୍ଧୀଙ୍କ ଦୃଷ୍ଟିକୋଣ ଜୀବନ୍ତ ହୋଇଥିଲା, ପ୍ରତ୍ୟେକ ଘରେ ପୁରୁଷ ଏବଂ ମହିଳାଙ୍କ ହାତରେ ଚରଖା ଥିଲା । ଶ୍ରୀ ମୋଦୀ ଏକ ଅର୍ଥପୂର୍ଣ୍ଣ ସଂଯୋଗ ବିଷୟରେ ମଧ୍ୟ ଉଲ୍ଲେଖ କରି କହିଛନ୍ତ: ଚାନ୍ଦପୁର-ଭାଦୋହୀ ରାସ୍ତା ଭଳି ପ୍ରକଳ୍ପ ମାଧ୍ୟମରେ, ବାରାଣସୀର ବୁଣାକାରମାନେ ଏବେ ଭାଦୋହୀ ସହିତ ଯୋଡ଼ି ହେଉଛନ୍ତି । ସେ କହିଛନ୍ତି ଯେ, ଏହା ବନାରସୀ ରେଶମର କାରିଗର ଏବଂ ଭାଦୋହିର କାରିଗର ଉଭୟଙ୍କୁ ଲାଭ ଦେବ ।

 

ଅର୍ଥନୈତିକ ପ୍ରଗତି ବିଷୟରେ ଆଲୋଚନା କରିବା ସମୟରେ ଶ୍ରୀ ମୋଦୀ ପ୍ରଚଳିତ ବିଶ୍ୱ ପରିସ୍ଥିତି ପ୍ରତି ଦୃଷ୍ଟି ଆକର୍ଷଣ କରି କହିଛନ୍ତି, "ବାରାଣସୀ ହେଉଛି ବୁଦ୍ଧିଜୀବୀଙ୍କ ସହର"। ସେ ଉଲ୍ଲେଖ କରିଛନ୍ତି ଯେ, ବିଶ୍ୱ ଅର୍ଥନୀତି ବର୍ତ୍ତମାନ ଅନେକ ଅନିଶ୍ଚିତତା ଏବଂ ଅସ୍ଥିରତା ବାତାବରଣର ସମ୍ମୁଖୀନ ହେଉଛି । ଏପରି ପରିସ୍ଥିତିରେ, ବିଶ୍ୱର ବିଭିନ୍ନ ଦେଶ ନିଜ ସ୍ୱାର୍ଥ ଉପରେ ଧ୍ୟାନ ଦେଉଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ପଥରେ ଆଗକୁ ଅଗ୍ରସର ହେଉଛି । ତେଣୁ, ଭାରତକୁ ଏହାର ଆର୍ଥିକ ସ୍ୱାର୍ଥ ପ୍ରତି ସଜାଗ ରହିବାକୁ ପଡିବ ବୋଲି ସେ କହିଛନ୍ତି । କୃଷକ ଏବଂ କ୍ଷୁଦ୍ର ଶିଳ୍ପର କଲ୍ୟାଣ ସର୍ବୋପରି ଏବଂ ସରକାର ଏହି ଦିଗରେ ଯଥାସମ୍ଭବ ପ୍ରୟାସ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ନାଗରିକମାନଙ୍କର ମଧ୍ୟ କିଛି ଦାୟିତ୍ୱ ରହିଛି ବୋଲି ବୁଝାଇ ପ୍ରଧାନମନ୍ତ୍ରୀ ସ୍ୱଦେଶୀ ଜିନିଷ ବ୍ୟବହାର ପାଇଁ ପ୍ରତିଜ୍ଞା ନେବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି । ସେ ସ୍ୱଦେଶୀର ସଂଜ୍ଞା ଦେବାକୁ ଯାଇ କହିଛନ୍ତି, ଜଣେ ଭାରତୀୟଙ୍କ ଝାଳ ଏବଂ ପ୍ରୟାସରେ ନିର୍ମିତ ଯେକୌଣସି ଜିନିଷ ହେଉଛି ସ୍ୱଦେଶୀ । ଦେଶକୁ "ଭୋକାଲ୍ ଫର ଲୋକାଲ" ମନ୍ତ୍ର ଗ୍ରହଣ କରିବାକୁ ସେ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ "ମେକ୍ ଇନ୍ ଇଣ୍ଡିଆ" ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଜ୍ଞା କରିବାକୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ, ଆମ ଘରେ ପ୍ରବେଶ କରୁଥିବା ପ୍ରତ୍ୟେକ ନୂତନ ଜିନିଷ ସ୍ୱଦେଶୀ ହେବା ଉଚିତ, ଏବଂ ଏହି ଦାୟିତ୍ୱ ପ୍ରତ୍ୟେକ ଭାରତୀୟ ଗ୍ରହଣ କରିବା ଉଚିତ । ଶ୍ରୀ ମୋଦୀ ପ୍ରତ୍ୟେକ ବ୍ୟବସାୟୀ ଏବଂ ଦୋକାନୀଙ୍କୁ କେବଳ ସ୍ୱଦେଶୀ ଉତ୍ପାଦ ବିକ୍ରୟ ପାଇଁ ପ୍ରତିଜ୍ଞା କରିବାକୁ ଆହ୍ୱାନ କରିଛନ୍ତି, ଏହା ରାଷ୍ଟ୍ରର ପ୍ରକୃତ ସେବା ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆଗାମୀ ପର୍ବପର୍ବାଣୀ ଋତୁରେ ସ୍ୱଦେଶୀ ଉତ୍ପାଦ ବ୍ୟବହାର କରିବାକୁ ସେ ଲୋକମାନଙ୍କୁ ଆହ୍ୱାନ କରିଛନ୍ତି ଏବଂ ଏହା ମହାତ୍ମା ଗାନ୍ଧୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ।

 

ପ୍ରଧାନମନ୍ତ୍ରୀ ଶେଷରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଏକ ବିକଶିତ ଭାରତର ସ୍ୱପ୍ନ କେବଳ ସାମୂହିକ ପ୍ରୟାସ ଦ୍ୱାରା ପୂରଣ ହୋଇପାରିବ । ଆଜି ଉଦଘାଟନ ହୋଇଥିବା ବିକାଶମୂଳକ କାର୍ଯ୍ୟ ପାଇଁ ସେ ପୁଣି ଥରେ ଅଭିନନ୍ଦନ ଜଣାଇଛନ୍ତି।

 

ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ସହିତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଏବଂ ରାଜ୍ୟ ମନ୍ତ୍ରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

 

ପୃଷ୍ଠଭୂମି

 

ଏହି ପ୍ରକଳ୍ପଗୁଡ଼ିକ ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ସହରାଞ୍ଚଳ ବିକାଶ ଏବଂ ସାଂସ୍କୃତିକ ଐତିହ୍ୟ ସମେତ ବହୁବିଧ କ୍ଷେତ୍ରକୁ ପୂରଣ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ବାରାଣସୀରେ ସାମଗ୍ରିକ ସହରାଞ୍ଚଳ ପରିବର୍ତ୍ତନ, ସାଂସ୍କୃତିକ ପୁନରୁଦ୍ଧାର, ଉନ୍ନତ ସଂଯୋଗୀକରଣ ଏବଂ ଜୀବନର ଗୁଣବତ୍ତା ବୃଦ୍ଧି କରିବା ।

 

ବାରାଣସୀରେ ସଡ଼କ ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ସେ ବାରାଣସୀ - ଭାଦୋହୀ ରାସ୍ତା ଏବଂ ଛିତାଉନି - ଶୂଲ ଟଙ୍କେଶ୍ୱର ରାସ୍ତାର ପ୍ରଶସ୍ତୀକରଣ, ସୁଦୃଢ଼ୀକରଣ ଏବଂ ହରଦତ୍ତପୁରରେ ରେଳ ଓଭରବ୍ରିଜ୍ ଉଦଘାଟନ କରିବେ, ଯାହା ଦ୍ୱାରା ମୋହନ ସରାଇ - ଆଦଲପୁରା ରାସ୍ତାରେ ଭିଡ଼ କମ ହେବ । ସେ ଡାଲମାଣ୍ଡି, ଲହରତାରା-କୋଟୱା, ଗଙ୍ଗାପୁର, ବାବତପୁର ସମେତ ଅନେକ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ କରିଡରରେ ବ୍ୟାପକ ରାସ୍ତା ପ୍ରଶସ୍ତୀକରଣ ଏବଂ ସୁଦୃଢ଼ୀକରଣ ତଥା ଲେଭଲ କ୍ରସିଂ 22C ଏବଂ ଖାଲିସପୁର ୟାର୍ଡରେ ରେଳ ଓଭରବ୍ରିଜ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

 

କ୍ଷେତ୍ରଗୁଡ଼ିକରେ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ, ପ୍ରଧାନମନ୍ତ୍ରୀ ସ୍ମାର୍ଟ ବଣ୍ଟନ ପ୍ରକଳ୍ପ ଏବଂ ୮୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭୂସ୍ତରୀୟ ବିଦ୍ୟୁତ୍ ଭିତ୍ତିଭୂମି ଅଧୀନରେ ବିଭିନ୍ନ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ।

 

ପର୍ଯ୍ୟଟନକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ୮ଟି ନଦୀକୂଳ କୁଚ୍ଚା ଘାଟର ପୁନଃବିକାଶ, କାଳିକା ଧାମରେ ବିକାଶ କାର୍ଯ୍ୟ, ଶିବପୁରର ରଙ୍ଗିଲଦାସ କୁଟିଆରେ ପୁଷ୍କରିଣୀ, ଘାଟର ସୌନ୍ଦର୍ଯ୍ୟକରଣ, ଦୁର୍ଗାକୁଣ୍ଡର ପୁନରୁଦ୍ଧାର ଏବଂ ଜଳ ବିଶୋଧନ କାର୍ଯ୍ୟର ଉଦଘାଟନ କରିଛନ୍ତି । ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମସ୍ଥାନ କରଖିୟାଓଁର ବିକାଶ; ସାରନାଥ, ରିଷି ମାଣ୍ଡଭି ଏବଂ ରାମନଗର ଜୋନରେ ସହର ସୁବିଧା କେନ୍ଦ୍ର; ଲାମାହିରେ ମୁନସି ପ୍ରେମଚାନ୍ଦଙ୍କ ପୈତୃକ ଘରର ପୁନଃବିକାଶ ଏବଂ ସଂଗ୍ରହାଳୟର ଉନ୍ନତୀକରଣ ସମେତ ସେ କର୍ଦ୍ଦମେଶ୍ୱର ମହାଦେବ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଛନ୍ତି । ସେ କାଞ୍ଚନପୁରରେ ଏକ ସହରାଞ୍ଚଳ ମିୟାୱାକି ଜଙ୍ଗଲ ବିକାଶ ଏବଂ ଶହୀଦ ଉଦ୍ୟାନ ଏବଂ ୨୧ଟି ଅନ୍ୟ ପାର୍କର ପୁନଃବିକାଶ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ଶିଳାନ୍ୟାସ କରିଛନ୍ତି ।

 

ଏହା ସହିତ, ସାଂସ୍କୃତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଜଳାଶୟଗୁଡ଼ିକୁ ସଂରକ୍ଷଣ କରିବା ପାଇଁ, ପ୍ରଧାନମନ୍ତ୍ରୀ ରାମକୁଣ୍ଡ, ମନ୍ଦାକିନୀ, ଶଙ୍କୁଲଧାରା ଏବଂ ଅନ୍ୟାନ୍ୟ ବିଭିନ୍ନ କୁଣ୍ଡରେ ଜଳ ବିଶୋଧନ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଛନ୍ତି । ଏଥିସହିତ ଚାରୋଟି ଭାସମାନ ପୂଜା ମଞ୍ଚ ସ୍ଥାପନ କରିଛନ୍ତି । ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନ ଅଧୀନରେ ୪୭ଟି ଗ୍ରାମୀଣ ପାନୀୟ ଜଳ ଯୋଜନାର ମଧ୍ୟ ଉଦଘାଟନ କରିଛନ୍ତି ।

 

ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଭଳି ଥିବା ତାଙ୍କର ଦୃଷ୍ଟିକୋଣକୁ ଆଗକୁ ବଢାଇ ପ୍ରଧାନମନ୍ତ୍ରୀ ପୌରାଞ୍ଚଳ ସୀମା ମଧ୍ୟରେ ଥିବା ୫୩ଟି ଉନ୍ନତୀକରଣ ସ୍କୁଲ କୋଠାର ଉଦଘାଟନ କରିଛନ୍ତି । ସେ ଲାଲପୁରର ଜାଖିନିରେ ଏକ ନୂତନ ଜିଲ୍ଲା ପାଠାଗାର ନିର୍ମାଣ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକର ପୁନରୁଦ୍ଧାର ସମେତ ଅନେକ ଶିକ୍ଷାଗତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

 

ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟ କର୍କଟ କେନ୍ଦ୍ର ଏବଂ ହୋମି ଭାବା କର୍କଟ ହସ୍ପିଟାଲରେ ରୋବୋଟିକ୍ ସର୍ଜରୀ ଏବଂ ସିଟି ସ୍କାନ ସୁବିଧା ସମେତ ଉନ୍ନତ ଚିକିତ୍ସା ଉପକରଣ ସ୍ଥାପନର ଉଦଘାଟନ କରିଛନ୍ତି । ସେ ଏକ ହୋମିଓପାଥିକ୍ କଲେଜ ଏବଂ ହସ୍ପିଟାଲର ମଧ୍ୟ ଶିଳାନ୍ୟାସ କରିଛନ୍ତି । ଏହା ସହିତ, ସେ ଏକ ପଶୁ ଜନ୍ମ ନିୟନ୍ତ୍ରଣ କେନ୍ଦ୍ର ଏବଂ ସମ୍ପୃକ୍ତ କୁକୁର ଯତ୍ନ କେନ୍ଦ୍ରର ଉଦଘାଟନ କରିଛନ୍ତି।

 

ବାରାଣସୀରେ ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି ପାଇଁ ତାଙ୍କର ଦୃଷ୍ଟିକୋଣକୁ ଆଗକୁ ବଢାଇ ପ୍ରଧାନମନ୍ତ୍ରୀ ଡକ୍ଟର ଭୀମରାଓ ଆମ୍ବେଦକର କ୍ରୀଡା ଷ୍ଟାଡିୟମରେ ଏକ ସିନ୍ଥେଟିକ୍ ହକି ଟର୍ଫ ଉଦଘାଟନ କରିଛନ୍ତି । ଆଇନ ପ୍ରବର୍ତ୍ତନ କର୍ମଚାରୀଙ୍କ ପାଇଁ ସୁବିଧା ବୃଦ୍ଧି କରି, ପ୍ରଧାନମନ୍ତ୍ରୀ ପ୍ରାଦେଶିକ ସଶସ୍ତ୍ର କନଷ୍ଟାବୁଲରୀ (PAC) ରାମନଗରରେ ୩୦୦ କ୍ଷମତା ବିଶିଷ୍ଟ ଏକ ବହୁମୁଖୀ ହଲ୍ ଉଦଘାଟନ କରିଛନ୍ତି ଏବଂ କ୍ୱିକ୍ ରେସପନ୍ସ ଟିମ୍ (QRT) ବାରାକ୍ ପାଇଁ ଶିଳାନ୍ୟାସ କରିଛନ୍ତି ।

 

କୃଷକ କଲ୍ୟାଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ-କିଷାନର ୨୦ତମ କିସ୍ତି ପ୍ରଦାନ କରିଛନ୍ତି । ଦେଶର ୯.୭ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦,୫୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ସିଧାସଳଖ ସ୍ଥାନାନ୍ତରିତ କରାଯିବ । ଏହି ପ୍ରଦାନ ସହିତ, ଯୋଜନା ଆରମ୍ଭ ହେବା ପରଠାରୁ ଏହି ଯୋଜନାରେ ମୋଟ ବଣ୍ଟନ ୩.୯୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବ ।

 

ପ୍ରଧାନମନ୍ତ୍ରୀ କାଶୀ ସଂସଦ ପ୍ରତିଯୋଗିତା ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ପୋର୍ଟାଲର ମଧ୍ୟ ଉଦଘାଟନ କରିଛନ୍ତି, ଯେଉଁଥିରେ ସ୍କେଚିଂ ପ୍ରତିଯୋଗିତା, ଚିତ୍ରକଳା ପ୍ରତିଯୋଗିତା, ଫଟୋଗ୍ରାଫି ପ୍ରତିଯୋଗିତା, ଖେଳ-କୁଦ ପ୍ରତିଯୋଗିତା, ଜ୍ଞାନ ପ୍ରତିଯୋଗିତା ଏବଂ ରୋଜଗାର ମେଳା ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ବିଭିନ୍ନ ଦିବ୍ୟାଙ୍ଗଜନ ଏବଂ ବୃଦ୍ଧ ହିତାଧିକାରୀଙ୍କୁ ୭,୪୦୦ ରୁ ଅଧିକ ସହାୟକ ଉପକରଣ ବଣ୍ଟନ କରିଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PMAY-U Nears 1.25 Crore Homes: Top 10 States With The Highest PMAY-U Completion Rates

Media Coverage

PMAY-U Nears 1.25 Crore Homes: Top 10 States With The Highest PMAY-U Completion Rates
NM on the go

Nm on the go

Always be the first to hear from the PM. Get the App Now!
...
PM chairs 52nd PRAGATI Meeting
June 24, 2026
PM reviews four key infrastructure projects worth around ₹30,000 crore spanning four states across Road, Power, Industrial Corridor and Metro Rail sectors
PM emphasises use of PM GatiShakti National Master Plan and timely updation of project, utility and infrastructure data on the portal for efficient planning
PM asks Ministries and State Governments to resolve pending issues in a mission-mode manner and ensure close monitoring
PM reviews TB Mukt Bharat Abhiyan and emphasizes need to leverage latest digital technologies including AI
PM reviews grievances related to Cyber Crime and Digital Arrest and stresses timely action, coordinated response and e-Zero FIR registration mechanism

Prime Minister Shri Narendra Modi chaired the 52nd meeting of PRAGATI, the ICT-enabled, multi-modal platform aimed at fostering Pro-Active Governance and Timely Implementation, by seamlessly integrating efforts of the Central and State Governments, earlier today at Seva Teerth.

During the meeting, the Prime Minister reviewed four critical infrastructure projects across the Road, Power, Industrial Corridor and Metro Rail sectors, covering four States and costing around ₹30,000 crore. These projects, important for economic growth, regional connectivity, industrial development and public welfare, were reviewed with focus on timelines, inter-agency coordination, issue resolution and timely completion.

Prime Minister underlined that delays in infrastructure projects not only lead to cost escalation, but also deprive people and industries of timely benefits. He asked the concerned Ministries and State Governments to resolve pending issues in a mission-mode manner and ensure close monitoring at the highest level.

Prime Minister emphasised the use of PM GatiShakti National Master Plan for efficient planning and timely implementation of infrastructure projects. He also underlined the need for regular and timely updation of project details, utilities, infrastructure layers, clearances and other field-level information on the portal. He further emphasised that the platform must reflect the latest ground situation so that bottlenecks can be identified in advance, inter-agency coordination can be improved and decisions can be taken on the basis of reliable, real-time data.

Prime Minister reviewed TB Mukt Bharat Abhiyan and emphasised the need to leverage latest digital technologies including Artificial Intelligence. He suggested a team of NCC cadets and MY Bharat volunteers, for awareness, patient follow-up and community mobilisation.

Prime Minister also reviewed grievances related to Cyber Crime and Digital Arrest. He expressed concern over the rising misuse of digital platforms to defraud citizens and stressed that such matters require coordinated, sensitive and time-bound handling by all concerned agencies. He noted that citizens should not be made to run from one department or agency to another. He also emphasized the need for clear ownership, faster response, better coordination among law enforcement agencies, banks and digital platforms, and stronger public awareness campaigns.

Prime Minister observed that in cases involving cyber fraud, timely action is crucial to prevent financial loss and restore public confidence. He asked all stakeholders to work in close coordination to strengthen prevention, reporting, investigation and grievance redressal mechanisms. He also emphasised that States should work towards enabling e-Zero FIR mechanisms for faster registration and response in cyber fraud cases.