ଉତ୍ତର-ପୂର୍ବାଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ ବିକାଶ ପଦକ୍ଷେପ (ପିଏମ୍-ଡିଭାଇନ୍) ଯୋଜନାରେ ପ୍ରକଳ୍ପର ଶିଳାନ୍ୟାସ
ସମଗ୍ର ଆସାମରେ ପିଏମଏୱାଇ-ଜି ଅଧୀନରେ ନିର୍ମିତ ପାଖାପାଖି ୫.୫ ଲକ୍ଷ ଘର ଉଦ୍ଘାଟନ କରିଛନ୍ତି
ଆସାମରେ ୧୩୦୦ କୋଟିରୁ ଅଧିକ ମୂଲ୍ୟର ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ
"ଏକ ବିକଶିତ ଭାରତ ପାଇଁ ଉତ୍ତର-ପୂର୍ବର ବିକାଶ ଜରୁରୀ"
"କାଜିରଙ୍ଗା ଜାତୀୟ ଉଦ୍ୟାନ ଅନନ୍ୟ, ସମସ୍ତେ ଏହାକୁ ପରିଦର୍ଶନ କରିବା ଉଚିତ୍"
"ବୀର ଲଚିତ୍ ବଡ଼ଫୁକାନ ଆସାମର ବୀରତ୍ୱ ଏବଂ ସଂକଳ୍ପର ପ୍ରତୀକ"
"ବିକାଶ ବି ଆଉ ଐତିହ୍ୟ ବି" ଆମ ଡବଲ ଇଞ୍ଜିନ ସରକାରଙ୍କ ମନ୍ତ୍ର ହୋଇଛି
ମୋଦି ସମଗ୍ର ଉତ୍ତର-ପୂର୍ବାଞ୍ଚଳକୁ ନିଜର ପରିବାର ବୋଲି ଭାବୁଛନ୍ତି। ସେଥିପାଇଁ ଆମେ ବର୍ଷ ବର୍ଷ ଧରି ଅଟକି ରହିଥିବା ପ୍ରକଳ୍ପ ଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦେଉଛୁ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଜୋରହାଟଠାରେ ୧୭,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଆଜିର ବିକାଶ ପ୍ରକଳ୍ପଗୁଡ଼ିକରେ ସ୍ୱାସ୍ଥ୍ୟ, ତୈଳ ଓ ଗ୍ୟାସ, ରେଳ ଏବଂ ଗୃହ ନିର୍ମାଣ କ୍ଷେତ୍ର ଅନ୍ତର୍ଭୁକ୍ତ ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ପ୍ରବଳ ଜନସମାଗମ ପାଇଁ କୃତଜ୍ଞତା ଜ୍ଞାପନ କରିବା ସହ ରାଜ୍ୟର ୨୦୦ ଟି ବିଭିନ୍ନ ସ୍ଥାନରୁ ୨ ଲକ୍ଷ ଲୋକ ଯୋଗ ଦେଇଥିବା ସ୍ୱୀକାର କରିଥିଲେ । କୋଲାଘାଟବାସୀଙ୍କ ଦ୍ୱାରା ହଜାର ହଜାର ଦୀପ ପ୍ରଜ୍ଜ୍ୱଳନ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଲୋକଙ୍କ ସ୍ନେହ ଓ ଭଲ ପାଇବା ତାଙ୍କର ସବୁଠାରୁ ବଡ଼ ସମ୍ପତ୍ତି। ସ୍ୱାସ୍ଥ୍ୟ, ଗୃହ ନିର୍ମାଣ ଓ ପେଟ୍ରୋଲିୟମ କ୍ଷେତ୍ରରେ ପ୍ରାୟ ୧୭,୫୦୦ କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଆସାମର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି।

 

କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଦର୍ଶନ ବିଷୟରେ ପ୍ରଧାନମନ୍ତ୍ରୀ ଏହାକୁ ଏକ ଅନନ୍ୟ ଜାତୀୟ ଉଦ୍ୟାନ ଏବଂ ବ୍ୟାଘ୍ର ସଂରକ୍ଷଣ ବୋଲି କହିଥିଲେ ଏବଂ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳର ଜୈବ ବିବିଧତା ଏବଂ ଇକୋସିଷ୍ଟମର ଆକର୍ଷଣ ଉପରେ ଆଲୋକପାତ କରିଥିଲେ । "୭୦ ପ୍ରତିଶତ ଏକ ସିଙ୍ଗିଆ ଗଣ୍ଡା କାଜିରଙ୍ଗାରେ ଅଛନ୍ତି", ବୋଲି ସେ କହିଛନ୍ତି। ସେ ହରିଣ, ବାଘ, ହାତୀ ଓ ବଣୁଆ ମଇଁଷି ଭଳି ବନ୍ୟଜନ୍ତୁଙ୍କୁ ଖୋଜିବାର ଅଭିଜ୍ଞତା ବିଷୟରେ ମଧ୍ୟ କହିଥିଲେ। ଅବହେଳା ଏବଂ ଅପରାଧିକ ସହଯୋଗ ଯୋଗୁଁ ଗଣ୍ଡା କିପରି ବିପଦଗ୍ରସ୍ତ ହେଲା ସେ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଏବଂ ୨୦୧୩ରେ ଗୋଟିଏ ବର୍ଷରେ ୨୭ଟି ଗଣ୍ଡା ଶିକାର ହୋଇଥିବା କଥା ମନେ ପକାଇଥିଲେ । ସରକାରଙ୍କ ଉଦ୍ୟମରେ ୨୦୨୨ରେ ଏହି ସଂଖ୍ୟା ଶୂନକୁ ଖସି ଆସିଥିଲା। କାଜିରଙ୍ଗାର ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ଆସାମବାସୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଜାତୀୟ ଉଦ୍ୟାନ ପରିଦର୍ଶନ କରିବାକୁ ଆହ୍ୱାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଆଜି ବୀର ଲଚିତ୍ ବଡ଼ଫୁକାନଙ୍କ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ ବିଷୟରେ ଉଲ୍ଲେଖ କରି କହିଥିଲେ, "ବୀର ଲଚିତ୍ ବଡ଼ଫୁକାନ ଆସାମର ବୀରତ୍ୱ ଏବଂ ସଂକଳ୍ପର ପ୍ରତୀକ"। ୨୦୦୨ ମସିହାରେ ନୂଆଦିଲ୍ଲୀରେ ତାଙ୍କର ୪୦୦ତମ ଜୟନ୍ତୀକୁ ଅତି ଧୁମଧାମରେ ପାଳନ କରିବା ସହ ବୀର ଯୋଦ୍ଧାଙ୍କ ଆଗରେ ପ୍ରଣାମ କରିଥିଲେ ବୋଲି ସେ ମନେ ପକାଇଥିଲେ।

ବିକାଶ ବି ଓ ଐତିହ୍ୟ ଭି ବିକାଶ ତଥା ଐତିହ୍ୟ ଆମ ଡବଲ ଇଞ୍ଜିନ ସରକାରଙ୍କ ମନ୍ତ୍ର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଭିତ୍ତିଭୂମି, ସ୍ୱାସ୍ଥ୍ୟ ଏବଂ ଶକ୍ତି କ୍ଷେତ୍ରରେ ଆସାମ ଦ୍ରୁତ ଅଗ୍ରଗତି କରିଛି। ଏମ୍ସ, ତିନସୁକିଆ ମେଡିକାଲ କଲେଜ, ଶିବ ସାଗର ମେଡିକାଲ କଲେଜ ଏବଂ ଜୋରହାଟର କର୍କଟ ହସ୍ପିଟାଲ ଭଳି ସ୍ୱାସ୍ଥ୍ୟ ଭିତ୍ତିଭୂମି ଆସାମକୁ ସମଗ୍ର ଉତ୍ତର-ପୂର୍ବ ପାଇଁ ଏକ ଚିକିତ୍ସା କେନ୍ଦ୍ରରେ ପରିଣତ କରିବ।

 

ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଅଧୀନରେ ବରାଉନି-ଗୌହାଟୀ ପାଇପଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ । ଏହି ଗ୍ୟାସ ପାଇପଲାଇନ ଉତ୍ତର-ପୂର୍ବ ଗ୍ରୀଡକୁ ଜାତୀୟ ଗ୍ରିଡ୍ ସହ ସଂଯୋଗ କରିବ ଏବଂ ୩୦ ଲକ୍ଷ ଘର ଏବଂ ୬୦୦ରୁ ଅଧିକ ସିଏନଜି ଷ୍ଟେସନକୁ ଗ୍ୟାସ ଯୋଗାଣରେ ସାହାଯ୍ୟ କରିବ, ଯାହା ଦ୍ୱାରା ବିହାର, ପଶ୍ଚିମବଙ୍ଗ ଏବଂ ଆସାମର ୩୦ରୁ ଅଧିକ ଜିଲ୍ଲାର ଲୋକମାନେ ଉପକୃତ ହେବେ ବୋଲି ସେ ସୂଚନା ଦେଇଛନ୍ତି।

ଦିଗବୋଇ ରିଫାଇନାରୀ ଏବଂ ଗୌହାଟୀ ରିଫାଇନାରୀର ସମ୍ପ୍ରସାରଣର ଶୁଭାରମ୍ଭ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସାମରେ ବିଶୋଧନାଗାରଗୁଡ଼ିକର କ୍ଷମତା ବୃଦ୍ଧି ପାଇଁ ଲୋକଙ୍କ ଦୀର୍ଘଦିନର ଦାବିକୁ ପୂର୍ବ ସରକାରମାନେ ଅଣଦେଖା କରିଥିଲେ। ବର୍ତ୍ତମାନର ସରକାରଙ୍କ ପ୍ରୟାସ ଦ୍ୱାରା ଆସାମରେ ଥିବା ବିଶୋଧନାଗାର ଗୁଡ଼ିକର ସମୁଦାୟ କ୍ଷମତା ଏବେ ଦ୍ୱିଗୁଣିତ ହେବ ଏବଂ ନୁମାଲିଗଡ଼ ରିଫାଇନାରୀର କ୍ଷମତା ତିନି ଗୁଣ ହେବ ବୋଲି ସେ କହିଥିଲେ। ବିକାଶର ଇଚ୍ଛା ଦୃଢ଼ ହେଲେ ଯେକୌଣସି ଅଞ୍ଚଳର ବିକାଶ ଦ୍ରୁତ ଗତିରେ ହୋଇଥାଏ ବୋଲି ସେ କହିଛନ୍ତି।

ଆଜି ପକ୍କା ଘର ପାଇଥିବା ସାଢ଼େ ୫ ଲକ୍ଷ ପରିବାରକୁ ସେ ଅଭିନନ୍ଦନ ଜଣାଇଛନ୍ତି। ଏହି ଘରଗୁଡ଼ିକ କେବଳ ଘର ନୁହେଁ, ଶୌଚାଳୟ, ଗ୍ୟାସ୍ ସଂଯୋଗ, ବିଜୁଳି ଓ ପାଇପ୍ ପାଣି ସଂଯୋଗ ଭଳି ସୁବିଧା ରହିଛି। ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷ ପରିବାରକୁ ଏଭଳି ଘର ଯୋଗାଇ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ସେଥିମଧ୍ୟରୁ ଅଧିକାଂଶ ଘର ମହିଳାଙ୍କ ନାମରେ ଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି।

 

ଆସାମର ପ୍ରତ୍ୟେକ ମହିଳାଙ୍କ ଜୀବନକୁ ସହଜ କରିବା ଏବଂ ତାଙ୍କ ସଞ୍ଚୟରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ ମହିଳା ଦିବସରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିବାର ଗତକାଲିର ନିଷ୍ପତ୍ତି ବିଷୟରେ ଉଲ୍ଲେଖ କରିଥିଲେ । ଆୟୁଷ୍ମାନ କାର୍ଡ ଭଳି ଯୋଜନାରେ ମଧ୍ୟ ମହିଳାମାନେ ଉପକୃତ ହେଉଛନ୍ତି । ଜଳ ଜୀବନ ମିଶନ ଅଧୀନରେ ଆସାମରେ ୫୦ ଲକ୍ଷରୁ ଅଧିକ ପରିବାରକୁ ପାଇପ୍ ଯୋଗେ ଜଳ ସଂଯୋଗ ଦିଆଯାଇଛି। ଏଥିସହିତ ୩ କୋଟି ଲଖପତି ଦିଦି ସୃଷ୍ଟି କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

୨୦୧୪ ପରେ ଆସାମରେ ଘଟିଥିବା ଐତିହାସିକ ପରିବର୍ତ୍ତନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ୨.୫ ଲକ୍ଷରୁ ଅଧିକ ଭୂମିହୀନ ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ କରିବା ଏବଂ ପାଖାପାଖି ୮ ଲକ୍ଷ ଚା ବଗିଚା ଶ୍ରମିକଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ଯୋଡ଼ିବା ଦ୍ୱାରା ସରକାରୀ ସୁବିଧା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରିବା ବିଷୟରେ ଉଲ୍ଲେଖ କରିଥିଲେ । ଏହା ଦ୍ୱାରା ମଧ୍ୟସ୍ଥିମାନଙ୍କ ପାଇଁ ସମସ୍ତ ଦ୍ୱାର ବନ୍ଦ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

"ଏକ ବିକଶିତ ଭାରତ ପାଇଁ ଉତ୍ତର-ପୂର୍ବର ବିକାଶ ଜରୁରୀ" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଦୀ ସମଗ୍ର ଉତ୍ତର-ପୂର୍ବାଞ୍ଚଳକୁ ନିଜର ପରିବାର ଭାବନ୍ତି। ସେଥିପାଇଁ ଆମେ ବର୍ଷ ବର୍ଷ ଧରି ଅଟକି ରହିଥିବା ପ୍ରକଳ୍ପ ଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦେଉଛୁ। ସେ ସରାଇଘାଟ, ଧୋଲା-ସାଦିଆ ସେତୁ, ବଗିବିଲ ସେତୁ, ବରାକ ଉପତ୍ୟକା ପର୍ଯ୍ୟନ୍ତ ରେଳ ବ୍ରଡଗେଜ୍ ସଂପ୍ରସାରଣ, ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କ, ଯୋଗୀଘୋପା, ବ୍ରହ୍ମପୁତ୍ର ନଦୀ ଉପରେ ଦୁଇଟି ନୂତନ ପୋଲ ଏବଂ ଉତ୍ତର-ପୂର୍ବରେ ୧୮ଟି ଜଳପଥ ଭଳି ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ ଯାହାକି ୨୦୧୪ ରେ ୧ ରହିଥିଲା। ସେ କହିଥିଲେ ଯେ ଏହି ପ୍ରକଳ୍ପଗୁଡିକ ଏହି ଅଞ୍ଚଳରେ ନୂତନ ସମ୍ଭାବନା ସୃଷ୍ଟି କରିଛି। ସେ ଉନ୍ନତି ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ଗତ କ୍ୟାବିନେଟ ବୈଠକରେ ସମ୍ପ୍ରସାରିତ ପରିସର ସହିତ ନୂତନ ରୂପରେ ଅନୁମୋଦନ କରାଯାଇଥିଲା। କ୍ୟାବିନେଟ ଝୋଟ ପାଇଁ ଏମଏସପି ମଧ୍ୟ ବୃଦ୍ଧି କରିଛି ଯାହା ରାଜ୍ୟର ଝୋଟ କୃଷକମାନଙ୍କୁ ଉପକୃତ କରିବ ।

 

ଲୋକଙ୍କ ଭଲପାଇବା ଓ ସ୍ନେହ ପାଇଁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିବା ସହ ପ୍ରତ୍ୟେକ ଭାରତୀୟ ତାଙ୍କର ପରିବାର ବୋଲି କହିଥିଲେ। ଭାରତର ୧୪୦ କୋଟି ନାଗରିକ ତାଙ୍କ ପରିବାର ବୋଲି ବିଶ୍ୱାସ କରୁଥିବାରୁ ନୁହେଁ ବରଂ ସେ ଦିନରାତି ସେମାନଙ୍କ ସେବା କରୁଛନ୍ତି ବୋଲି ବିଶ୍ୱାସ କରୁଥିବାରୁ ମୋଦିଙ୍କ ଉପରେ ଲୋକଙ୍କ ଭଲପାଇବା ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜିର ବିକାଶମୂଳକ ପ୍ରକଳ୍ପ ପାଇଁ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇବା ସହ 'ଭାରତ ମାତା କି ଜୟ' ସ୍ଲୋଗାନ ଦେଇ ସେ ଅଭିଭାଷଣ ଶେଷ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ଶର୍ମା ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ସରବନାଦା ସୋନୋୱାଲ ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି

ଶିବସାଗରଠାରେ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଗୌହାଟୀରେ ହେମାଟୋ-ଲିମ୍ଫୋଇଡ୍ ସେଣ୍ଟର ସମେତ ଉତ୍ତର-ପୂର୍ବାଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ ବିକାଶ ପଦକ୍ଷେପ (ପିଏମ-ଡିଭାଇନ) ଯୋଜନା ଅଧୀନରେ ଥିବା ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିଥିଲେ । ସେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ଯେଉଁଥିରେ ଦିଗବୋଇ ରିଫାଇନାରୀର କ୍ଷମତା ୦.୬୫ ରୁ ୧ ଏମଏମଟିପିଏ (ବାର୍ଷିକ ନିୟୁତ ମେଟ୍ରିକ ଟନ୍) କୁ ବୃଦ୍ଧି ଅନ୍ତର୍ଭୁକ୍ତ । ଗୁଆହାଟୀ ରିଫାଇନାରୀ ସମ୍ପ୍ରସାରଣ (୧.୦ରୁ ୧.୨ ଏମଏମଟିପିଏ) ଏବଂ କ୍ୟାଟାଲିଟିକ୍ ରିଫର୍ମିଂ ୟୁନିଟ୍ (ସିଆରୟୁ) ପ୍ରତିଷ୍ଠା; ଏବଂ ବେଟକୁଚି (ଗୌହାଟୀ) ଟର୍ମିନାଲରେ ସୁବିଧା ବୃଦ୍ଧି: ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ତଥା ଆହୁରି ଅନେକ ପ୍ରକଳ୍ପ ଅନ୍ତର୍ଭୁକ୍ତ।  

ତିନସୁକିଆରେ ନୂତନ ମେଡିକାଲ କଲେଜ ଏବଂ ହସ୍ପିଟାଲ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ଏବଂ ପ୍ରାୟ ୩,୯୯୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭୧୮ କିଲୋମିଟର ଦୀର୍ଘ ବରାଉନି- ଗୌହାଟୀ ପାଇପଲାଇନ (ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପର ଏକ ଅଂଶ) ଇତ୍ୟାଦି । ପାଖାପାଖି ୮,୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ (ପିଏମଏୱାଇ-ଜି) ଅଧୀନରେ ପାଖାପାଖି ୫.୫ ଲକ୍ଷ ଗୃହକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ।

 

ପ୍ରଧାନମନ୍ତ୍ରୀ ଆସାମରେ ଧୁପଧାରା-ଛେଗାଓଁ ସେକ୍ସନ (ଗୋଲପଡ଼ା ଦୋହରୀକରଣ ପ୍ରକଳ୍ପର ଅଂଶ) ଏବଂ ନ୍ୟୁ ବଙ୍ଗାଇଗାଓଁ -ସୋରଭୋଗ ସେକ୍ସନ (ନ୍ୟୁ ବଙ୍ଗାଇଗାଓଁ - ଅଗଥୋରୀ ଦୋହରୀକରଣ ପ୍ରକଳ୍ପର ଅଂଶ) ସମେତ ଆସାମରେ ୧୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament on verge of history, says PM Modi, as it readies to take up women's bills

Media Coverage

Parliament on verge of history, says PM Modi, as it readies to take up women's bills
NM on the go

Nm on the go

Always be the first to hear from the PM. Get the App Now!
...
PM to visit Karnataka on 15th April
April 14, 2026
PM to inaugurate Sri Guru Bhairavaikya Mandira at Sri Kshetra Adichunchanagiri in Mandya
Sri Guru Bhairavaikya Mandira is a memorial dedicated to Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math
PM to also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji

Prime Minister, Shri Narendra Modi will visit Karnataka on 15th April 2026. At around 11 AM, Prime Minister will inaugurate the Sri Guru Bhairavaikya Mandira at Sri Kshetra Adichunchanagiri in Mandya district. He will also address the gathering on the occasion.

During the visit, Prime Minister will also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji.

Sri Guru Bhairavaikya Mandira is a memorial dedicated to the revered seer, Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math. Constructed in the traditional Dravidian architectural style, the Mandira stands as a tribute to the life and legacy of the late seer. The Mandira is envisioned not only as a place of reverence but also as a source of inspiration for future generations.

Sri Sri Sri Dr. Balagangadharanatha Mahaswamiji was widely respected for his lifelong commitment to social service, having established numerous educational institutions and healthcare facilities. He firmly believed that service to society is the highest form of worship, and his teachings transcended barriers of caste, creed, and region, inspiring millions.