With the inauguration and foundation stone laying of many development projects from Darbhanga, the life of the people of the state is going to become easier:PM
The construction of Darbhanga AIIMS will bring a huge change in the health sector of Bihar:PM
Our government is working with a holistic approach towards health in the country: PM
Under One District One Product scheme Makhana producers have benefited, Makhana Research Center has been given the status of a national institution, Makhanas have also received a GI tag:PM
We have given the status of classical language to Pali language: PM

ବିହାରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨,୧୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି । ବିକାଶମୂଳକ ପ୍ରକଳ୍ପ ଗୁଡ଼ିକ ସ୍ୱାସ୍ଥ୍ୟ, ରେଳ, ସଡ଼କ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ସମ୍ବନ୍ଧିତ ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ମତଦାନ ଚାଲିଛି ଏବଂ ରାଜ୍ୟର ଜନସାଧାରଣ ବିକଶିତ ଭାରତ ପାଇଁ ସେମାନଙ୍କ ଭୋଟ ଦେଉଛନ୍ତି । ଝାଡ଼ଖଣ୍ଡର ଲୋକଙ୍କୁ ଅଧିକ ସଂଖ୍ୟାରେ ଆସି ମତଦାନ କରିବାକୁ ସେ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ସ୍ୱର୍ଗତ ଶାରଦା ସିହ୍ନା ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏବଂ ସଙ୍ଗୀତ, ବିଶେଷ କରି ଛଠ୍ ମହାପର୍ବ ସଙ୍ଗୀତ ପ୍ରତି ତାଙ୍କର ଅତୁଳନୀୟ ଅବଦାନକୁ ପ୍ରଶଂସା କରିଥିଲେ ।

ପ୍ରଧାନମପନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ବିହାର ସମେତ ସମଗ୍ର ଭାରତ ବୃହତ ବିକାଶମୂଳକ ଲକ୍ଷ୍ୟ ହାସଲ କରୁଛି । ସେ କହିଥିଲେ, ପୂର୍ବରୁ ଯୋଜନା ଓ ପ୍ରକଳ୍ପ କେବଳ କାଗଜକଲମରେ ହେଉଥିବା ବେଳେ ଏବେ ବାସ୍ତବରେ ସେଗୁଡ଼ିକ ସଫଳତାର ସହ ପ୍ରଣୟନ ହେଉଛି । “ଆମେ ବିକଶିତ ଭାରତ ଦିଗକୁ ଦ୍ରୁତ ଗତିରେ ଯାଉଛୁ”, କହିଥିଲେ ଶ୍ରୀ ମୋଦୀ । ସେ କହିଥିଲେ, ଆମର ବର୍ତ୍ତମାନର ପିଢ଼ି ବିକଶିତ ଭାରତର ସାକ୍ଷୀ ରହିବା ଏବଂ ଏହି ଲକ୍ଷ୍ୟ ହାସଲ କ୍ଷେତ୍ରରେ ଅବଦାନ ଦେଉଥିବାରୁ ଭାଗ୍ୟବାନ ।

 

ଜନସାଧାରଣଙ୍କ କଲ୍ୟାଣ ଏବଂ ଦେଶସେବା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ, ଆଜିର ପ୍ରାୟ ୧୨,୦୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ସଡ଼କ, ରେଳ ଏବଂ ଗ୍ୟାସ କ୍ଷେତ୍ରର ପ୍ରକଳ୍ପ ରହିଛି । ପ୍ରଧାନମନ୍ତ୍ରୀ ପୁଣି କହିଥିଲେ, ଦରଭଙ୍ଗା ଏମ୍ସର ସ୍ୱପ୍ନ ପୂରଣ କରିବା ଦିଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି, ଯାହାକି ବିହାରର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିବ । ସେ ସୂଚନା ଦେଇଥିଲେ, ମିଥିଳା, କୋଶୀ, ତିରହର୍ଟ ସହିତ ପଶ୍ଚିମବଙ୍ଗର ଅଞ୍ଚଳ ଏବଂ ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଏଥିରୁ ସେବା ପାଇପାରିବେ । ନେପାଳରୁ ଭାରତ ଆସୁଥିବା ରୋଗୀମାନେ ମଧ୍ୟ ଏଠାରୁ ସେବା ପାଇବେ । ଅନେକ ନିଯୁକ୍ତି ଏବଂ ଆତ୍ମନିଯୁକ୍ତିର ସୁବିଧା ସୃଷ୍ଟି ହେବ ବୋଲି ସେ କହିଥିଲେ । ଆଜିର ବିକାଶମୂଳକ ପ୍ରକଳ୍ପ ଗୁଡ଼ିକ ପାଇଁ ପ୍ରଧାନମନ୍ତ୍ରୀ ଦରଭଙ୍ଗା, ମିଥିଳା ଏବଂ ସମଗ୍ର ବିହାରର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଭାରତର ଜନସଂଖ୍ୟାରେ ଅଧିକ ଭାଗ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ବୋଲି ଉଲ୍ଲେଖ କରି ସେ କହିଥିଲେ, ଏହି ଶ୍ରେଣୀର ଲୋକମାନେ ରୋଗ ତଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥାଆନ୍ତି, ଯାହାକି ସେମାନଙ୍କ ପକେଟରୁ ଅତ୍ୟଧିକ ଖର୍ଚ୍ଚ କରାଇଥାଏ । ପରିବାରର ଜଣେ କେହି ରୋଗରେ ଆକ୍ରାନ୍ତ ହେଲେ ସମଗ୍ର ପରିବାର କିପରି ବ୍ୟାକୁଳ ହୋଇପଡ଼ନ୍ତି ତାହା ସେ ଜାଣନ୍ତି ବୋଲି କହିଥିଲେ । ଅତୀତରେ ଡାକ୍ତରଖାନା ଓ ଡାକ୍ତରଙ୍କ ସଂଖ୍ୟା କମ୍ ଥିବାରୁ ଏବଂ ଔଷଧର ଉଚ୍ଚ ଦାମ ଓ ରୋଗ ଚିହ୍ନଟ ଏବଂ ଗବେଷଣା କେନ୍ଦ୍ର କମ୍ ଥିବାରୁ ସ୍ୱାସ୍ଥ୍ୟସେବାର ମୌଳିକ ଢାଞ୍ଚା ଅତ୍ୟଧିକ ଖରାପ ଥିଲା । ସେ କହିଥିଲେ, ଗରିବ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ନିମ୍ନମାନର ସ୍ୱାସ୍ଥ୍ୟସେବା ଢାଞ୍ଚା ଯୋଗୁ ଦେଶର ବିକାଶ ବାଧାପ୍ରାପ୍ତ ହୋଇଥିଲା । ତେଣୁ ସେହି ପୁରୁଣା ଚିନ୍ତାଧାରା ଏବଂ ଆଭିମୁଖ୍ୟ ଏବେ ବଦଳି ଯାଇଛି ।

 

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାରଙ୍କ ସାମଗ୍ରିକ ଦୃଷ୍ଟିକୋଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ । ସେ ସରକାର ଅଗ୍ରାଧିକାର ଦେଉଥିବା କ୍ଷେତ୍ରଗୁଡ଼ିକ ଉଲ୍ଲେଖ କରି କହିଥିଲେ, ପ୍ରଥମ ଅଗ୍ରାଧିକାର ରୋଗରୁ ମୁକ୍ତ କରିବା, ଦ୍ୱିତୀୟରେ ଚିକିତ୍ସାକୁ ଚିହ୍ନଟ କରିବା, କମ୍ ମୂଲ୍ୟରେ ଚିକିତ୍ସା ଓ ଔଷଧ ଉପଲବ୍ଧ କରାଇବା, ଚତୁର୍ଥରେ ଛୋଟ ଛୋଟ ସହର ଗୁଡ଼ିକରେ ଉତ୍ତମ ସ୍ୱାସ୍ଥ୍ୟସେବା ସୁବିଧା କରାଇବା ଏବଂ ପଞ୍ଚମରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଯୁକ୍ତିର ବ୍ୟବହାରକୁ ସମ୍ପ୍ରସାରିତ କରିବା ।

ସରକାର ଯୋଗ, ଆୟୁର୍ବେଦ, ପୋଷଣ ମୂଲ୍ୟ ଏବଂ ଫିଟ୍ ଇଣ୍ଡିଆ ଆନ୍ଦୋଳନକୁ ଗୁରୁତ୍ୱ ଦେଉଥିବା ସେ କହିଥିଲେ । ଜଙ୍କ ଫୁଡ ଏବଂ ନିମ୍ନମାନର ଜୀବନଶୈଳୀ ହିଁ ଅନେକ ସାଧାରଣ ରୋଗର କାରଣ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ସରକାର ସ୍ୱଚ୍ଛ ଭାରତ, ପ୍ରତ୍ୟେକ ଘରେ ଶୌଚାଳୟ ଏବଂ ପ୍ରତ୍ୟେକ ଘରକୁ ପାଇପ ଜଳ ଯୋଗାଣ ଆଦି ଅଭିଯାନ ଦ୍ୱାରା ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରି ରୋଗର ଆଶଙ୍କାକୁ ହ୍ରାସ କରୁଛନ୍ତି । ବିଗତ କିଛି ଦିନ ଧରି ଦରଭଙ୍ଗାରେ ଚାଲିଥିବା ସ୍ୱଚ୍ଛତା ଅଭିଯାନ ଏବଂ ଏହାକୁ ସୁଦୃଢ଼ କରିବା ଉଦ୍ୟମ ପାଇଁ ମୁଖ୍ୟ ଶାସନ ସଚିବ, ତାଙ୍କ ଦଳ ଓ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶଂସା କରିଥିଲେ । ଏହି ଅଭିଯାନ ଆଉ କିଛି ଦିନ ଚଳାଇବାକୁ ମଧ୍ୟ ସେ ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ଶୀଘ୍ର ଚିହ୍ନଟ କରାଗଲେ ଅନେକ ଗୁରୁତର ରୋଗ ଭଲ ହୋଇଯାଇପାରିବ । ସେ କହିଥିଲେ, ଉଚ୍ଚ ଦରର ପରୀକ୍ଷା ଏବଂ ଗବେଷଣା ଯୋଗୁ ଲୋକମାନେ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିପାରନ୍ତି ନାହିଁ । “ଆମେ ଦେଶରେ ୧.୫ ଲକ୍ଷରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଆରମ୍ଭ କରିଛୁ” ଯାହାକି ଶୀଘ୍ର ରୋଗ ଚିହ୍ନଟ କରିବାରେ ସହାୟକ ହୋଇପାରିବ ବୋଲି ଶ୍ରୀ ମୋଦୀ କହିଥିଲେ ।

 

ଏ ପର୍ଯ୍ୟନ୍ତ ଆୟୁଷ୍ମାନ ଭାରତ ଯୋଜନାରେ ୪ କୋଟିରୁ ଅଧିକ ଲୋକ ଚିକିତ୍ସା ହୋଇଥିବା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ଏହି ଯୋଜନା ନଥିଲେ ଅନେକ ରୋଗାକ୍ରାନ୍ତ ଲୋକ ଡାକ୍ତରଖାନାରେ ଭର୍ତ୍ତି ମଧ୍ୟ ହୋଇପାରିନଥାନ୍ତେ । ଆୟୁଷ୍ମାନ ଭାରତ ଯୋଜନା ଅନେକ ଗରିବ ଲୋକଙ୍କ ଚିନ୍ତା ଦୂର କରିପାରିଛି ବୋଲି ଶ୍ରୀ ମୋଦୀ କହିଥିଲେ । ସେ କହିଥିଲେ ଆୟୁଷ୍ମାନ ଭାରତ ଯୋଜନା ଯୋଗୁ କୋଟି କୋଟି ପରିବାରର ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି ଏବଂ ଏହି ଯୋଜନାରେ ଲୋକମାନେ ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇପାରିଛନ୍ତି ।

୭୦ ବର୍ଷ ବୟସରୁ ଅଧିକ ବୟସର ଲୋକମାନଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସା ସୁବିଧା ପ୍ରଦାନ ପାଇଁ ନିର୍ବାଚନ ପ୍ରଚାର ବେଳେ ଦେଇଥିବା ପ୍ରତିଶ୍ରୁତିକୁ ଦୋହରାଇ ଶ୍ରୀ ମୋଦୀ କହିଥିଲେ, “ଏହି ପ୍ରତିଶ୍ରୁତି ପାଳନ କରାଯାଇଛି । ପରିବାରର ଆୟ ନିର୍ବିଶେଷରେ ୭୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକମାନଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି” । ସମସ୍ତ ହିତାଧିକାରୀଙ୍କୁ ଶୀଘ୍ର ଆୟୁଷ୍ମାନ ବୟ ବନ୍ଦନା କାର୍ଡ ମିଳିବ ବୋଲି ସେ କହିଥିଲେ । ଜନ ଔଷଧି କେନ୍ଦ୍ରରେ ଅତ୍ୟନ୍ତ କମ୍ ମୂଲ୍ୟରେ ଔଷଧ ମିଳୁଥିବାରୁ ସେ ମଧ୍ୟ ସନ୍ତୋଷ ପ୍ରକାଶ କରିଥିଲେ ।

 

ଚତୁର୍ଥ ପଦକ୍ଷେପ ଭାବେ ଭାରତରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ଛୋଟ ଛୋଟ ସହର ଗୁଡ଼ିକରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ଡାକ୍ତରଙ୍କ ସୁବିଧାକୁ ଶ୍ରୀ ମୋଦୀ ଗୁରୁତ୍ୱ ଦେଇ କହିଥିଲେ, ସ୍ୱାଧୀନତାର ୬୦ ବର୍ଷ ମଧ୍ୟରେ ଦେଶରେ ମାତ୍ର ଗୋଟିଏ ଏମ୍ସ ଥିଲା ଏବଂ ପୂର୍ବ ସରକାରଗୁଡ଼ିକ ଅମଳରେ ନୂଆ ଏମ୍‌ସ ସ୍ଥାପନ ଯୋଜନା ସଫଳ ହୋଇନଥିଲା । ସେ କହିଥିଲେ, ବର୍ତ୍ତମାନର ସରକାର ଯେ କେବଳ ରୋଗ ସମ୍ପର୍କରେ ଭାବିଛନ୍ତି ତାହା ନୁହେଁ, ଦେଶର ପ୍ରତ୍ୟେକ କୋଣରେ ଏମ୍ସ ସ୍ଥାପନ କରିଛନ୍ତି, ଯାହାର ସଂଖ୍ୟା ଏବେ ୨୪ରେ ପହଞ୍ଚିଛି । ବିଗତ ଦଶ ବର୍ଷରେ ଦେଶରେ ମେଡିକାଲ କଲେଜର ସଂଖ୍ୟା ଦୁଇ ଗୁଣ ହୋଇଥିବା ବେଳେ ଡାକ୍ତରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ବୋଲି ସେ କହିଥିଲେ । “ଦରଭଙ୍ଗା ଏମ୍ସ ବିହାର ଓ ଦେଶର ସେବା କରିବା ପାଇଁ ଅନେକ ନୂଆ ଡାକ୍ତରଙ୍କୁ ସୃଷ୍ଟି କରିବ” ସେ କହିଥିଲେ । ଉଚ୍ଚଶିକ୍ଷା କ୍ଷେତ୍ରରେ ମାତୃଭାଷାର ବ୍ୟବହାର ହେଉଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହ କର୍ପୁରୀ ଠାକୁରଜୀଙ୍କ ସ୍ୱପ୍ନ ପ୍ରତି ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ । ବିଗତ ଦଶ ବର୍ଷ ମଧ୍ୟରେ ଏକ ଲକ୍ଷ ନୂଆ ମେଡିକାଲ ସିଟ ସୃଷ୍ଟି କରାଯାଇଥିବା ବେଳେ ଆଗାମୀ ପାଞ୍ଚ ବର୍ଷରେ ଆଉ ୭୫ ହଜାର ସିଟ୍ ସଂଯୋଗ ପାଇଁ ପ୍ରଚେଷ୍ଟା ହେଉଥିବା ଶ୍ରୀ ମୋଦୀ କହିଥିଲେ । ଔଷଧ ପାଠ୍ୟକ୍ରମରେ ହିନ୍ଦୀ ଓ ଅନ୍ୟାନ୍ୟ ଆଞ୍ଚଳିକ ଭାଷା ବ୍ୟବହାରର ବିକଳ୍ପ ମଧ୍ୟ ସୃଷ୍ଟି କରାଯାଇଛି ।

କ୍ୟାନ୍ସର ବିରୋଧରେ ସରକାରଙ୍କ ଲଢ଼େଇ ବାବଦରେ ସୂଚନା ଦେଇ ଶ୍ରୀ ମୋଦୀ କହିଥିଲେ, ମୁଜାଫରପୁରରେ ନିର୍ମାଣ ହେଉଥିବା କ୍ୟାନ୍ସର ହସପିଟାଲ ବିହାରର କ୍ୟାନ୍ସର ରୋଗୀଙ୍କୁ ଫାଇଦା ଦେବ । ଏହି ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର କ୍ୟାନ୍ସର ଚିକିତ୍ସାର ସୁବିଧା ମିଳିପାରିବ ଏବଂ ରୋଗୀଙ୍କୁ ମୁମ୍ବାଇ କିମ୍ବା ଦିଲ୍ଲୀ ଯିବାକୁ ପଡ଼ିବ ନାହିଁ । ବିହାରରେ ଶୀଘ୍ର ଏକ ନୂତନ ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠା ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ନିକଟରେ ଯେପରି ବାରାଣସୀରେ ଶଙ୍କର ନେତ୍ରାଳୟ ଉଦଘାଟନ ହୋଇଛି ସେହିପରି ବିହାରରେ ଏକ ଚକ୍ଷୁ ଚିକତ୍ସାଳୟ ପ୍ରତିଷ୍ଠା କରିବାକୁ କାଞ୍ଚି କାମକୋଟି ଶ୍ରୀ ଶଙ୍କରାଚାର୍ଯ୍ୟ ଜୀଙ୍କୁ ସେ ଅନୁରୋଧ କରିଥିବା ଏବଂ ଏ ଦିଗରେ କାମ ଜାରି ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ବିହାରରେ ଏକ ଉତ୍ତମ ପ୍ରଶାସନର ମଡେଲ ସୃଷ୍ଟି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କହିଥିଲେ, ବିହାରର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଛୋଟ ଚାଷୀ ଓ ଉଦ୍ୟୋଗଗୁଡ଼ିକୁ ସୁଦୃଢ଼ କରିବାକୁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଉଛି । ମୌଳିକ ଢାଞ୍ଚାର ବିକାଶ, ବିମାନବନ୍ଦର ଏବଂ ଏକ୍ସପ୍ରେସ୍ ୱେ ଏବେ ବିହାରର ପରିଚୟ ହୋଇଛି ବୋଲି ସେ କହିଥିଲେ । ଦରଭଙ୍ଗାରେ ନୂତନ ବିମାନବନ୍ଦର ବିକାଶର ଶ୍ରେୟ ସେ ଉଡାନ ଯୋଜନାକୁ ଦେଇଥିଲେ । ସେ କହିଥିଲେ, ଆଜିର ବିକାଶମୂଳକ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ୫,୫୦୦ କୋଟି ଟଙ୍କାର ଏକ୍ସପ୍ରେସ ୱେ ଏବଂ ପ୍ରାୟ ୩,୪୦୦ କୋଟି ଟଙ୍କାର ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ (ସିଜିଡି) ନେଟୱର୍କ ରହିଛି । ‘ବିକାଶର ମହାଯଜ୍ଞ ବିହାରକୁ ଶୀର୍ଷକୁ ନେଉଛି” ଏବଂ ନୂତନ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅଞ୍ଚଳରେ କୃଷକ, ମଖାନା ଉତ୍ପାଦନକାରୀ ଏବଂ ମତ୍ସ୍ୟ କ୍ଷେତ୍ରକୁ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ସେ ସୂଚନା ଦେଇଥିଲେ, ବିହାରରେ ପିଏମ୍ କିଷାନ ସମ୍ମାନ ନିଧିରେ ମିଥିଳାର ଚାଷୀଙ୍କ ସମେତ ଅନ୍ୟାନ୍ୟ ଚାଷୀମାନେ ମୋଟ ୨୫ ହଜାର କୋଟି ଟଙ୍କାରୁ ଅଧିକ ପାଇପାରିଛନ୍ତି । ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଯୋଜନା ଯୋଗୁ ମଖାନା ଉତ୍ପାଦନକାରୀଙ୍କ ବିକାଶ ହୋଇଥିବା ସେ କହିବା ସହ ମଖାନା ଗବେଷଣା କେନ୍ଦ୍ରକୁ ଜାତୀୟ ସଂସ୍ଥାର ମାନ୍ୟତା ଦିଆଯାଇଥିବା କହିଥିଲେ । ସେ କହିଥିଲେ, ‘ମଖାନାକୁ ମଧ୍ୟ ଜିଆଇ ଟ୍ୟାଗ୍ ମିଳିପାରିଛି” । ମାଛ ଜାଆଁଳ ଚାଷୀମାନେ ମଧ୍ୟ କିଷାନ କ୍ରେଡିଟ କାର୍ଡ ଏବଂ ପିଏମ୍ ମତ୍ସ୍ୟ ସମ୍ପଦ ଯୋଜନାରୁ ଲାଭ ପାଉଥିବା ସେ କହିଥିଲେ । ବିଶ୍ୱରେ ଭାରତକୁ ଏକ ଶ୍ରେଷ୍ଠ ମାଛ ରପ୍ତାନିକାରୀ ରାଷ୍ଟ୍ରରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ ଥିବା ସେ କହିଥିଲେ ।

କୋଶୀ ଏବଂ ମିଥିଳାରେ ନିକଟରେ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ରିଲିଫ ଦେବାକୁ ସରକାର ସମସ୍ତ ପ୍ରକାର ପ୍ରଚେଷ୍ଟା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ବିହାରରେ ବନ୍ୟା ନିୟନ୍ତ୍ରଣ ପାଇଁ ଚଳିତ ବର୍ଷର ବଜେଟରେ ଏକ ସମନ୍ୱିତ ଯୋଜନା ଘୋଷଣା କରାଯାଇଥିବା ସେ କହିଥିଲେ । ନେପାଳ ସହାୟତାରେ ଏହି ବନ୍ୟା ସମସ୍ୟାର ସମାଧାନର ବାଟ ବାହାରି ପାରିବ ଏବଂ ୧୧ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥରେ ଏଥିପାଇଁ ବିକାଶମୂଳକ କାମ କରାଯାଉଥିବା ସେ କହିଥିଲେ ।

“ବିହାର ଭାରତୀୟ ଐତିହ୍ୟର ବୃହତ୍ତମ କେନ୍ଦ୍ର” କହିଥିଲେ ଶ୍ରୀ ମୋଦୀ । ଏହି ଐତିହ୍ୟକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ । ତେଣୁ ସରକାର ‘ବିକାଶ ଭି, ବୀରାସତ୍ ଭି” ମନ୍ତ୍ରକୁ   ଅନୁସରଣ କରୁଥିବା ସେ କହିଥିଲେ । ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବେ ତାର ହଜିଯାଇଥିବା ଗୌରବକୁ ପୁଣି ଫେରି ପାଇବା ରାସ୍ତାର ଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ଭାଷା ସଂରକ୍ଷଣର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ପାଲି ଭାଷା, ଯେଉଁଥିରେକି ଭଗବାନ ବୁଦ୍ଧଙ୍କ ବାଣୀ ଲିଖିତ ଏବଂ ଯେଉଁଥିରେ ବିହାରର ଗୌରୋବାଜ୍ୱଳ ଅତୀତ ନିହତ ଅଛି ତାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରାଯାଇଛି । ବର୍ତ୍ତମାନର ସରକାର ହିଁ ମୈଥିଳୀ ଭାଷାକୁ ଭାରତର ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନ ଦେଇଥିବା ସେ କହିଥିଲେ । “ଝାଡ଼ଖଣ୍ଡ ରାଜ୍ୟରେ ମୈଥିଳୀକୁ ଦ୍ୱିତୀୟ ଭାଷାର ମାନ୍ୟତା ପ୍ରଦାନ କରାଯାଇଛି” ସେ କହିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ, ଦେଶରେ ରାମାୟଣ ସର୍କିଟ ସହ ଯୋଡ଼ି ହୋଇଥିବା ୧୨ରୁ ଅଧିକ ସହର ମଧ୍ୟରେ ଦରଭଙ୍ଗା ଅନ୍ୟତମ, ଯାହାକି ପର୍ଯ୍ୟଟନକୁ ସମୃଦ୍ଧ କରୁଛି । ଦରଭଙ୍ଗା-ସୀତାମାଢ଼ୀ-ଅଯୋଧ୍ୟା ରୁଟରେ ଚାଲୁଥିବା ଅମୃତ ଭାରତ ଟ୍ରେନ ଲୋକଙ୍କୁ ବହୁ ଫାଇଦା ଦେଉଥିବା ସେ କହିଥିଲେ ।

ସ୍ୱାଧୀନତା ପୂର୍ବରୁ ଏବଂ ପରେ ଉଲ୍ଲେଖନୀୟ ଅବଦାନ ପାଇଁ ଦରଭଙ୍ଗା ଇଷ୍ଟେଟର ମହାରାଜା ଶ୍ରୀ କାମେଶ୍ୱର ସିଂହ ଜୀଙ୍କୁ ଶ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେ କହିଥିଲେ ଶ୍ରୀ କାମେଶ୍ୱର ସିଂହ ଜୀଙ୍କ ସମାଜ କଲ୍ୟାଣ କାମ ଦରଭଙ୍ଗାର ଗୌରବ ଏବଂ ପ୍ରତ୍ୟେକଙ୍କ ପାଇଁ ପ୍ରେରଣା । ତାଙ୍କର ଭଲ କାମ ସମ୍ପର୍କରେ ଅନେକ ସମୟରେ କାଶୀରେ ଆଲୋଚନା ହୋଇଥାଏ ବୋଲି ସେ କହିଥିଲେ । ଉଦବୋଧନକୁ ସମାପ୍ତ କରି ଶ୍ରୀ ମୋଦୀ ଲୋକଙ୍କ କଲ୍ୟାଣକୁ ବ୍ୟାପକ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମ ସମ୍ପର୍କରେ କହିଥିଲେ ଏବଂ ସେମାନଙ୍କୁ ପୁଣି ଅଭିନନ୍ଦନ ଜଣାଇଥିଲେ ।

ବିହାର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର, ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର ଏବଂ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଚିରାମ ପାଶ୍ୱାନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ମୌଳିକ ଢାଞ୍ଚାରେ ବିକାଶ ପାଇଁ ୧୨୬୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଦରଭଙ୍ଗା ଏମ୍ସ ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ଏଥିରେ ସୁପର ସ୍ପେଶିଆଲିଟି ହସପିଟାଲ/ଆୟୁଷ ବ୍ଲକ, ମେଡିକାଲ କଲେଜ, ନର୍ସିଂ କଲେଜ, ରାତ୍ରି ଆଶ୍ରୟ ସ୍ଥଳ ଏବଂ ଅନ୍ୟମାନଙ୍କ ପାଇଁ ଆବାସିକ ସୁବିଧା ରହିବ । ବିହାର ଏବଂ ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଏହା ତୃତୀୟକ ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଇବ ।

 

ଉଭୟ ରେଳ ଓ ସଡ଼କ କ୍ଷେତ୍ରରେ ସଂଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପ୍ରକଳ୍ପ ଗୁଡ଼ିକୁ ସ୍ୱତନ୍ତ୍ର ଫୋକସ୍ ଦିଆଯାଉଛି । ବିହାରରେ ପ୍ରାୟ ୫,୦୭୦ କୋଟି ଟଙ୍କାର ବହୁମୁଖୀ ରାଷ୍ଟ୍ରୀୟ ସଡ଼କ  ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେ ଏନଏଚ୩୨୭ଇର ଚାରି ଲେନ ବିଶିଷ୍ଟ ଗଲଗଲିଆ-ଆରାରିଆ ସେକ୍ସନକୁ ଉଦଘାଟନ କରିଛନ୍ତି । ଇଷ୍ଟ-ୱେଷ୍ଟ କରିଡର(ଏନଏଚ-୨୭)ର ଆରାରିଆ ଠାରୁ ପଡ଼ୋଶୀ ପଶ୍ଚିମବଙ୍ଗରା ଗଲଗଲିଆ ପର୍ଯ୍ୟନ୍ତ ଏହା ବିକଳ୍ପ କରିଡର ଭାବେ କାମ କରିବ । ସେ ମଧ୍ୟ ଏନଏଚ-୩୨୨ ଓ ଏନଏଚ-୩୧ରେ ଦୁଇଟି ରେଳ ଓଭରବ୍ରିଜକୁ ଉଦଘାଟନ କରିଛନ୍ତି । ଏନଏଚ-୧୧୦ର ବନ୍ଧୁଗଞ୍ଜଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଓଭରବ୍ରିଜକୁ ସେ ଉଦଘାଟନ କରିଛନ୍ତି, ଯାହାକି ଜେହନାବାଦରୁ ବିହାରସରିଫକୁ ସଂଯୋଗ କରିବ ।

ପ୍ରଧାନମନ୍ତ୍ରୀ ଆଠଟି ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ମଧ୍ୟରେ ରହିଛି, ରାମନଜରରୁ ରୋଢ଼େଆ ଦୁଇ ଲେନ୍ ବିଶିଷ୍ଟ ରାସ୍ତା, ବିହାର-ପଶ୍ଚିମବଙ୍ଗ ସୀମାରୁ ଏନଏଚ-୧୩୧ଏର ମନିହାରୀ ସେକ୍ସନ, ହାଜିପୁରରୁ ବଛୱାରା ଭାୟା ମହନାର ଏବଂ ମୋହିଉଦ୍ଦିନ ନଗର, ସରୱାନ-ଚକାଇ ସେକ୍ସନ । ସେ ମଧ୍ୟ ଏନଏଚ-୩୨୭ଇ ରେ ରାଣୀଗଞ୍ଜ ବାଇପାସ୍‌, ଏନଏଚ-୩୩୩ଏ ରେ କଟୋରିଆ, ଲଖପୁରା, ବାଙ୍କା ଏବଂ ପଞ୍ଜୱାରା ବାଇପାସ୍ ଏବଂ ଏନଏଚ-୮୨ରୁ ଏନଏଚ-୩୩ ପର୍ଯ୍ୟନ୍ତ ଚାରି ଲେନ୍ ଲିଙ୍କ ରାସ୍ତା ପାଇର୍ ଶିଳାନ୍ୟାସ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ୧୭୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ବିହାରର ଔରଙ୍ଗାବାଦ ଜିଲ୍ଲାରେ ୨୨୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଚିରାଲାପୋଠୁରୁ ବାଘା ବିଷ୍ଣୁପୁର ପର୍ଯ୍ୟନ୍ତ ସୋନେନଗର ବାଇପାସ୍ ରେଳ ଲାଇନର ଶିଳାନ୍ୟାସ କରିଛନ୍ତି ।

ସେ ମଧ୍ୟ ୧୫୨୦ କୋଟି ଟଙ୍କାର ରେଳ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଏହା ମଧ୍ୟରେ ରହିଛି ଝଞ୍ଜାରପୁର-ଲଉକାହା ବଜାର ରେଳ ସେକ୍ସନର ଗଜ୍ କନଭର୍ସନ, ଦରଭଙ୍ଗା ଜଂକସନରେ ରେଳ ଟ୍ରାଫିକ୍ ହ୍ରାସ କରିବାକୁ ଦରଭଙ୍ଗା ବାଇପାସ୍ ରେଳ ଲାଇନ, ଆଞ୍ଚଳିକକ୍ଷେତ୍ରରେ ଅଧିକ ସଂଯୋଗ ପାଇଁ ରେଳ ଲାଇନ ପ୍ରକଳ୍ପର ଦୋହରୀକରଣ ଇତ୍ୟାଦି ।

ଝଞ୍ଜାରପୁର-ଲଉକାହା ବଜାର ସେକ୍ସନରେ ଟ୍ରେନ ସେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ଏହି ସେକ୍ସନରେ ମେମୁ ଟ୍ରେନ ସେବା ଆରମ୍ଭ ଯୋଗୁ ସହରାଞ୍ଚଳ ଓ ପାଖଆଖ ଅଞ୍ଚଳରେ ନିଯୁକ୍ତ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ସହଜ ହୋଇପାରିବ ।

ଦେଶର ବିଭିନ୍ନ ରେଳ ଷ୍ଟେସନରେ ୧୮ଟି ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ଏହା ଫଳରେ ଯାତ୍ରୀମାନଙ୍କ ପାଇଁ ଷ୍ଟେସନରେ କମ୍ ଦରରେ ଔଷଧ ଉପଲବ୍ଧ ହୋଇପାରିବ । ଏହା ମଧ୍ୟ ସ୍ୱାସ୍ଥ୍ୟସେବାରେ ଖର୍ଚ୍ଚ ହ୍ରାସ କରିବା ସହ ଜେନେରିକ ଔଷଧର ଗ୍ରହଣୀୟତା ଓ ସଚେତନତାକୁ ପ୍ରୋତ୍ସାହିତ କରିବ ।

 

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରର ୪୦୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ପାଇପ ଯୋଗେ ଘରକୁ ପ୍ରାକୃତିକ ଗ୍ୟାସ (ପିଏନଜି) ଯୋଗାଣ ଏବଂ ବାଣିଜ୍ୟିକ ଓ ଔଦ୍ୟୋଗିକ କ୍ଷେତ୍ରକୁ ସ୍ୱଚ୍ଛ ଶକ୍ତି ଯୋଗାଣ ଦୃଷ୍ଟିକୋଣରେ ସିଟି ଗ୍ୟାସ ନେଟୱର୍କ ଡିଷ୍ଟ୍ରିବ୍ୟୁସନ (ସିଜିଡି)ର ବିକାଶ ପାଇଁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ବିହାରର ପାଞ୍ଚଟି ପ୍ରମୁଖ ଜିଲ୍ଲା ଦରଭଙ୍ଗା, ମଧୁବନି, ସୁପଉଲ, ସୀତାମାଢ଼ି ଏବଂ ସେଓହରରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ପକ୍ଷରୁ ଏହି ନେଟୱର୍କ ପ୍ରତିଷ୍ଠା କରାଯିବ । ପିଚୁ ଆମଦାନୀକୁ ହ୍ରାସ କରିବାକୁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ବରଉଣି ରିଫାଇନାରୀରେ ପିଚୁ ପ୍ରସ୍ତୁତ ୟୁନିଟ ପ୍ରତିଷ୍ଠା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି ।

 

Click here to read full text speech

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's strong growth outlook intact despite global volatility: Govt

Media Coverage

India's strong growth outlook intact despite global volatility: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tributes to former Prime Minister Chandra Shekhar on his birth anniversary
April 17, 2026

The Prime Minister, Shri Narendra Modi has paid tributes to former Prime Minister, Shri Chandra Shekhar on his birth anniversary.

The Prime Minister noted that this year marks the beginning of Chandra Shekhar Ji’s 100th birth anniversary and said it is an occasion to reiterate the commitment to realising his vision for a prosperous and just India.

Recalling his legacy, the Prime Minister said that Chandra Shekhar Ji is remembered as a mass leader blessed with courage, conviction and a deep commitment to democratic values. He highlighted that firmly rooted in the soil of India and sensitive to the aspirations of ordinary citizens, Chandra Shekhar Ji brought simplicity and clarity to public life.

The Prime Minister also recalled the instances when he had the opportunity to meet Chandra Shekhar Ji and exchange perspectives for the development of the nation.

The Prime Minister called upon the youth of India to read more about the thoughts and efforts of Chandra Shekhar Ji towards India’s progress.

In a X post, Shri Modi said;

“Tributes to former Prime Minister Chandra Shekhar Ji on his birth anniversary. This year marks the start of his 100th birth anniversary and is a time to reiterate our commitment to realising his vision for a prosperous and just India. Chandra Shekhar Ji is remembered as a mass leader blessed with courage, conviction and a deep commitment to democratic values. Firmly rooted in the soil of India and sensitive to the aspirations of ordinary citizens, he brought simplicity and clarity to public life. I recall the instances when I had the opportunity to meet him and exchange perspectives for the development of our nation. I call upon the youth of India to read more about his thoughts and efforts towards India’s progress.”