ବେଙ୍ଗାଲୁରୁ – ମହୀଶୂର ଏକ୍ସପ୍ରେସୱେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି
ମହୀଶୂର - କୁଶାଲନଗର ୪ ଲେନ ବିଶିଷ୍ଟ ରାଜପଥ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି
“ଆଜି କର୍ଣ୍ଣାଟକ ଠାରେ ଆରମ୍ଭ ହୋଇଥିବା ଅତ୍ୟାଧୁନିକ ସଡକ ଭିତ୍ତିଭୂମି ପ୍ରକଳ୍ପ ଗୁଡିକ ସମଗ୍ର ରାଜ୍ୟରେ ସଂଯୋଗକୁ ବୃଦ୍ଧି କରିବ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ମଜଭୁତ କରିବ”
'ଭାରତମାଳା' ଏବଂ 'ସାଗରମାଳା' ଭଳି ପଦକ୍ଷେପ ଗୁଡିକ ଭାରତର ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣୁଛି
“ଚଳିତ ବର୍ଷ ବଜେଟରେ ଦେଶର ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ ୧୦ ଲକ୍ଷ କୋଟିରୁ ଅଧିକ ଅର୍ଥ ଆବଣ୍ଟନ କରାଯାଇଛି ”
“ଉତ୍ତମ ଭିତ୍ତିଭୂମି 'ଜୀବନଧାରଣକୁ ସୁଗମ କରିଥାଏ । ଏହା ପ୍ରଗତି ପାଇଁ ନୂତନ ସୁଯୋଗ ସୃଷ୍ଟି କରେ ”
“ମାଣ୍ଡ୍ୟା ଅଞ୍ଚଳର ୨.୭୫ ଲକ୍ଷରୁ ଅଧିକ କୃଷକ ମାନଙ୍କୁ କେନ୍ଦ୍ର ସରକାର ପିଏମ କିଷାନ ସାମ୍ମାନ ନିଧି ଯୋଜନା ଅଧୀନରେ ୬୦୦ କୋଟି ଯୋଗାଇ ଦେଇଛନ୍ତି”
“ଦେଶରେ ଅନେକ ଦଶନ୍ଧି ଧରି ପଡି ରହିଥିବା ଜଳସେଚନ ପ୍ରକଳ୍ପ ଗୁଡିକ ଦ୍ରୁତ ଗତିରେ ଶେଷ ହେଉଛି”
“ଇଥାନଲ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଫଳରେ ଏହା ଆଖୁ ଚାଷୀ ମାନଙ୍କୁ ସାହାଯ୍ୟ କରିବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ମାଣ୍ଡ୍ୟା ଠାରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ଲୋକାର୍ପିତ କରିଛନ୍ତି । ଯେଉଁ ପ୍ରକଳ୍ପ ଗୁଡ଼ିକ ସେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି, ସେଗୁଡିକ ମଧ୍ୟରେ ବେଙ୍ଗାଲୁରୁ – ମହୀଶୂର ଏକ୍ସପ୍ରେସୱେ ଅନ୍ତର୍ଭୁକ୍ତ ଏବଂ ସେ ମଧ୍ୟ ମହୀଶୂର – କୁଶାଲନଗର ୪ - ଲେନ ବିଶିଷ୍ଟ ରାଜପଥର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଦେବୀ ଭୁବନେଶ୍ୱରୀ ଏବଂ ଆଦିଚୁନଚନାଗିରି ଏବଂ ମେଲୁକୋଟେର ଗୁରୁ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ କର୍ଣ୍ଣାଟକର ଲୋକମାନଙ୍କ ମଧ୍ୟରେ ଉପସ୍ଥିତ ହେବାର ସୁଯୋଗ ପାଇ ପ୍ରଧାନମନ୍ତ୍ରୀ ନିଜର ଖୁସି ବ୍ୟକ୍ତ କରିଛନ୍ତି ଏବଂ ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ବିଶେଷ କରି ମାଣ୍ଡ୍ୟାର ଲୋକମାନଙ୍କ ଦ୍ୱାରା ତାଙ୍କୁ କରା ଯାଇଥିବା ସ୍ୱାଗତ ଉପରେ ବିଶେଷ ରୂପରେ ମନ୍ତବ୍ୟ ଦେଇ କହିଥିଲେ ଯେ , ସେମାନଙ୍କର ଆଶୀର୍ବାଦ ମଧୁରତାରେ ଭରି ରହିଛି । ରାଜ୍ୟର ଲୋକ ମାନଙ୍କର ପ୍ରେମ ଏବଂ ସ୍ନେହ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ,  ଦ୍ରୁତ ବିକାଶ ସହ ପ୍ରତ୍ୟେକ ନାଗରିକଙ୍କ ଚାହିଦା ପୂରଣ କରିବାକୁ ଡବଲ୍ ଇଞ୍ଜିନ ସରକାର ଚେଷ୍ଟା କରୁଛନ୍ତି । ସେ ଦର୍ଶାଇଛନ୍ତି ଯେ,  ହଜାର ହଜାର କୋଟି ଟଙ୍କା ମୂଲ୍ୟର ଆଜିର ଭିତ୍ତିଭୂମି ସଂରଚନା ପ୍ରକଳ୍ପ ଗୁଡିକ କର୍ଣ୍ଣାଟକର ଲୋକମାନଙ୍କ ପ୍ରତି ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସ ଗୁଡିକର ଏକ ଅଂଶ ବିଶେଷ ।

ବେଙ୍ଗାଲୁରୁ - ମହୀଶୂର ଏକ୍ସପ୍ରେସୱେକୁ ନେଇ ଜାତୀୟ ସ୍ତରରେ ହେଉଥିବା ଚର୍ଚ୍ଚା ସମ୍ପର୍କରେ ଉତ୍‌ଥାପନ କରି,  ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଯୁବକମାନେ ଏଭଳି ଆଧୁନିକ ତଥା ଉଚ୍ଚମାନର ଏକ୍ସପ୍ରେସୱେ ପାଇଁ ଗର୍ବ ଅନୁଭବ କରୁଛନ୍ତି । ସେ ସୂଚନା ଦେଇଛନ୍ତି ଯେ,  ଏହି ଏକ୍ସପ୍ରେସୱେ ଯୋଗୁଁ  ମହୀଶୂର ଏବଂ ବେଙ୍ଗାଲୁରୁ ମଧ୍ୟରେ ଯାତ୍ରା ସମୟ ଅଧାକୁ ହ୍ରାସ ହୋଇଛି । ସେ ମଧ୍ୟ ମହୀଶୂର - କୁଶାଲନଗର ୪- ଲେନ ରାଜପଥ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ଉପରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ଏହି ପ୍ରକଳ୍ପ ଗୁଡ଼ିକ ‘ସବ୍‌କା ବିକାଶ’ ର ଭାବନାକୁ ଆହୁରି ଆଗକୁ ବୃଦ୍ଧି କରିବ ଏବଂ ସମୃଦ୍ଧିର ଦ୍ୱାରକୁ ଉନ୍ମୁକ୍ତ କରିବ । ଏହି ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ଲୋକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଭାରତରେ ଭିତ୍ତିଭୂମି ବିକାଶ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଦୁଇ ଜଣ ମହାନ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ମନେ ପକାଇ ଥିଲେ । “କର୍ଣ୍ଣାଟକର ମହାନ ପୁତ୍ର କୃଷ୍ଣରାଜ ୱାଡିୟର୍ ଏବଂ ସାର୍ ଏମ୍ ବିଶ୍ୱେଶ୍ୱରାୟ ଦେଶକୁ ଏକ ନୂତନ ଦର୍ଶନ ଏବଂ ଶକ୍ତି ପ୍ରଦାନ କରିଥିଲେ । ଏହି ମାନ୍ୟଗଣ୍ୟ ବ୍ୟକ୍ତିମାନେ ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରିଥିଲେ ଏବଂ ଭିତ୍ତିଭୂମି ସଂରଚନାର  ମହତ୍ତ୍ୱକୁ  ବୁଝିଥିଲେ ଏବଂ ବର୍ତ୍ତମାନର ପିଢ଼ି ସେମାନଙ୍କ ଉଦ୍ୟମର ଲାଭ ପାଉଥିବାରୁ ଭାଗ୍ୟଶାଳୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେମାନଙ୍କ ପଦାଙ୍କ ଅନୁସରଣ କରି ଦେଶରେ ଉନ୍ନତ ଭିତ୍ତିଭୂମି ସଂରଚନା ପ୍ରକଳ୍ପ ଗୁଡିକର ବିକାଶ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,  “ଭାରତମାଳା ଏବଂ ସାଗରମାଳା ପ୍ରକଳ୍ପ ଆଜି ଭାରତ ଏବଂ କର୍ଣ୍ଣାଟକର ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣୁଛି ।”

ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ସଂଘର୍ଷ କରୁଥିବାବେଳେ ଦେଶର ଭିତ୍ତିଭୂମି ବଜେଟ୍ ବହୁଗୁଣିତ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ । ଚଳିତ ବର୍ଷର ବଜେଟରେ ଦେଶର ଭିତ୍ତିଭୂମି ବିକାଶ ପାଇଁ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ଆବଣ୍ଟନ କରାଯାଇଥିବା ସମ୍ପର୍କରେ ସେ ସୂଚନା ଦେଇଛନ୍ତି । ସହଜତା ବ୍ୟତୀତ ଭିତ୍ତିଭୂମି ସଂରଚନା ଚାକିରି, ପୁଞ୍ଜି ବିନିଯୋଗ ଏବଂ ରୋଜଗାରର ସୁଯୋଗ ଆଣିଥାଏ  ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଜାରି ରଖି କହିଥିଲେ । ସେ ସୂଚନା ଦେଇଛନ୍ତି ଯେ,  କେବଳ କର୍ଣ୍ଣାଟକରେ ସରକାର ରାଜପଥ ସମ୍ବନ୍ଧୀୟ ପ୍ରକଳ୍ପ ଗୁଡିକରେ ୧ ଲକ୍ଷ କୋଟିରୁ ଅଧିକ ବିନିଯୋଗ କରିଛନ୍ତି ।

କର୍ଣ୍ଣାଟକର ପ୍ରମୁଖ ସହର ଭାବରେ ବେଙ୍ଗାଲୁରୁ ଏବଂ ମହୀଶୂରର ମହତ୍ତ୍ୱ ସମ୍ପର୍କରେ  ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ଏହି ଦୁଇଟି କେନ୍ଦ୍ର ଟେକ୍ନୋଲୋଜି ଏବଂ ପରମ୍ପରାର ସଂଯୋଗ କ୍ଷେତ୍ରରେ ଅନେକ ଦିଗରୁ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ ଦୁଇ ସହର ମଧ୍ୟରେ ଯାତ୍ରା କରିବା ସମୟରେ ଲୋକମାନେ ପ୍ରାୟତଃ  ଭାରି ଟ୍ରାଫିକ୍ ବିଷୟରେ ଅଭିଯୋଗ କରି ଆସୁଥିଲେ ଏବଂ ସେ ଏହା ମଧ୍ୟ ସୂଚନା ଦେଇଥିଲେ ଯେ, ଏକ୍ସପ୍ରେସୱେ ଦୁଇ ସହର ମଧ୍ୟରେ ଯାତାୟତ ସମୟକୁ ଦେଢ଼ ଘଂଟା ଼ ହ୍ରାସ କରିବ ଏବଂ ଏହି ଅଞ୍ଚଳର ଆର୍ଥିକ କାର୍ଯ୍ୟକଳାପକୁ ସହାୟତା ପ୍ରଦାନ କରିବ ।

ବେଙ୍ଗାଲୁରୁ  - ମହୀଶୂର ଏକ୍ସପ୍ରେସୱେ ରାମନଗର ଏବଂ ମାଣ୍ଡ୍ୟାର ଐତିହ୍ୟ ସହର ଗୁଡିକ ଦେଇ ଯାଇଥିବାର ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଫଳରେ ପର୍ଯ୍ୟଟନର ସମ୍ଭାବନା କେବଳ ବୃଦ୍ଧି ପାଇବ ନାହିଁ, ବରଂ ମାଆ କାବେରୀଙ୍କ ଜନ୍ମସ୍ଥାନକୁ ଯିବା ମଧ୍ୟ ସମ୍ଭବ ହେବ । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ,  ବେଙ୍ଗାଲୁରୁ - ମାଙ୍ଗାଲୁରୁ ରାଜପଥ,  ଯାହା ମୌସୁମୀ ସମୟରେ ସର୍ବଦା ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇ ଆସୁଥିଲା , ଏହି ଅଞ୍ଚଳର ବନ୍ଦର ସଂଯୋଗକୁ ମଧ୍ୟ ପ୍ରଭାବିତ କରୁଥିବା, ବେଙ୍ଗାଲୁରୁ - ମାଙ୍ଗାଲୁରୁ ରାଜପଥକୁ ଚଉଡା କରି ଏହି ସମସ୍ୟାକୁ ସମାଧାନ କରାଯିବ । ସେ କହିଛନ୍ତି ଯେ, ସଂଯୋଗର ବୃଦ୍ଧି ସହିତ ଏହି ଅଞ୍ଚଳର ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଦେଖାଦେବ ।

ପ୍ରଧାନମନ୍ତ୍ରୀ ପୂର୍ବ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରି କହିଛନ୍ତି ଯେ,  ଗରିବ ଲୋକମାନଙ୍କ ବିକାଶ ପାଇଁ ଆବଣ୍ଟିତ ଅର୍ଥର ଅଧିକ ଅଂଶ ଚୋରି ହୋଇଛି । ସେ କହିଛନ୍ତି ଯେ, ୨୦୧୪ ରେ, ଗରିବ ଲୋକ ମାନଙ୍କର ଏକ ସମ୍ବେଦନଶୀଳ ସରକାର, ଯାହା ଗରିବ ଶ୍ରେଣୀର ଯନ୍ତ୍ରଣା ବୁଝିଥାଏ, ସେହି ସରକାର କ୍ଷମତାକୁ ଆସିଥିଲେ । ଗରିବ ଲୋକଙ୍କୁ ସେବା ଯୋଗାଇବା ପାଇଁ ସରକାର ନିରନ୍ତର କାର୍ଯ୍ୟ କରିଥିଲେ ଏବଂ ବାସଗୃହ, ପାଇପ୍ ଜଳ, ଉଜ୍ଜ୍ୱଳା ଗ୍ୟାସ୍ ସଂଯୋଗ, ବିଦ୍ୟୁତ୍‌, ସଡକ, ଡାକ୍ତରଖାନାକୁ ପ୍ରାଥମିକତା ପ୍ରଦାନ କରିଥିଲେ ଏବଂ ଗରିବ ଲୋକଙ୍କ ଚିକିତ୍ସାର ଚିନ୍ତାକୁ କମ୍ କରିଥିଲେ । ସେ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ସରକାର ଗରିବ ଲୋକଙ୍କ ଘରକୁ ଯାଇ ସହଜ ଜୀବନଯାପନ ସୁନିଶ୍ଚିତ କରିଛନ୍ତି ଏବଂ ମିଶନ ମୋଡରେ ସଂତୃପ୍ତି ହାସଲ କରାଯାଉଛି ।

ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଗୁଡିକର ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଏହା ଉଲ୍ଲେଖ କରିଛନ୍ତି ଯେ,  ଗତ ୯ ବର୍ଷ ମଧ୍ୟରେ ୩ କୋଟିରୁ ଅଧିକ ଘର ନିର୍ମାଣ କରାଯାଇଛି ଯେଉଁଥିରୁ କର୍ଣ୍ଣାଟକରେ ଲକ୍ଷ ଲକ୍ଷ ଘର ଏବଂ ୪୦ ଲକ୍ଷ ନୂତନ ଘର ନିର୍ମାଣ କରାଯାଇଛି । ଜଳ ଜୀବନ ମିଶନ ଅଧୀନରେ ପାଇପ୍ ପାଣି ଯୋଗାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଚଳିତ ବର୍ଷର ବଜେଟରେ ଉପର ଭଦରା ପ୍ରକଳ୍ପ ପାଇଁ ୫,୩୦୦ କୋଟି ଟଙ୍କା ଆବଣ୍ଟିତ ହୋଇଥିବାବେଳେ ଅନେକ ଦଶନ୍ଧି ଧରି ଅଟକି ରହିଥିବା ଜଳସେଚନ ପ୍ରକଳ୍ପ ମଧ୍ୟ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରାଯାଉଛି । ସେ କହିଛନ୍ତି ଯେ ଏହି ଅଞ୍ଚଳର ଲୋକମାନେ ସମ୍ମୁଖୀନ ହେଉଥିବା ଜଳସେଚନ ସମସ୍ୟାର ସମାଧାନ ହେବ । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ କର୍ଣ୍ଣାଟକର କୃଷକମାନେ ସମ୍ମୁଖୀନ ହେଉଥିବା ଛୋଟ ଛୋଟ ସମସ୍ୟା ଗୁଡିକର ସମାଧାନ କରିବା ବ୍ୟତୀତ,  ସରକାର କର୍ଣ୍ଣାଟକର ଚାଷୀ ମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ୧୨,୦୦୦ କୋଟି ଟଙ୍କା ସିଧାସଳଖ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ପଠାଇଛନ୍ତି, ଯାହା ଫଳରେ ୨.୭୫ ଳକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି । କେବଳ ମାଣ୍ଡ୍ୟା ଅଞ୍ଚଳକୁ କେନ୍ଦ୍ର ସରକାର ୬୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୬୦୦୦ ଟଙ୍କା କିସ୍ତିରେ ୪୦୦୦ ଟଙ୍କା ଯୋଡି ଥିବାରୁ କର୍ଣ୍ଣାଟକ ସରକାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, “ଡବଲ୍‌- ଇଞ୍ଜିନ ସରକାରରେ କୃଷକ ମାନଙ୍କୁ ଦୁଇ ଗୁଣା ଲାଭ ମିଳିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଫସଲ ଉତ୍ପାଦନର ଅନିଶ୍ଚିତତା କାରଣରୁ ଚିନି ମିଲର ପାଖରେ ଆଖୁ ଚାଷୀ ମାନଙ୍କର ଦୀର୍ଘ ଦିନ ଧରି ଅର୍ଥ ବକେୟା ରହୁଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇଥାନଲ ଆରମ୍ଭ ହେବା ଦ୍ୱାରା ଏହି ସମସ୍ୟାର ଅନେକ ପରିମାଣରେ ସମାଧାନ ହୋଇଛି । ବମ୍ପର ଫସଲ ଉତ୍ପାଦନ କ୍ଷେତ୍ରରେ, ଅତିରିକ୍ତ ଆଖୁରୁ ଇଥାନଲ ଉତ୍ପାଦନ କରାଯିବ, ଯାହା କୃଷକ ମାନଙ୍କ ପାଇଁ ସ୍ଥିର ଆୟ ସୁନିଶ୍ଚିତ କରିବ । ସେ ସୂଚନା ଦେଇଛନ୍ତି ଯେ,  ଗତ ବର୍ଷ ଦେଶର ଚିନି ମିଲଗୁଡିକ କମ୍ପାନୀ ଗୁଡିକୁ ୨୦ ହଜାର କୋଟି ମୂଲ୍ୟର ଇଥାନଲ ବିକ୍ରି କରିଛନ୍ତି , ଯାହା ଆଖୁ ଚାଷୀଙ୍କୁ ଠିକ୍ ସମୟରେ ଅର୍ଥ ପ୍ରଦାନ କରିବାରେ ସାହାଯ୍ୟ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ,  ୨୦୧୩ - ୧୪ ପର ଠାରୁ ଚିନି ମିଲରୁ ୭୦ ହଜାର କୋଟି ମୂଲ୍ୟର ଇଥାନଲ କ୍ରୟ କରାଯାଇଛି ଏବଂ ଟଙ୍କା ଚାଷୀଙ୍କ ନିକଟରେ ପହଞ୍ଚିଛି । ଚଳିତ ବର୍ଷର ବଜେଟରେ ମଧ୍ୟ ଆଖୁ ଚାଷୀଙ୍କ ପାଇଁ ଅନେକ ପ୍ରାବଧାନ କରାଯାଇଛି,  ଯେପରିକି ଚିନି ସମବାୟ ସମିତି ପାଇଁ ୧୦ ହଜାର କୋଟି ଟଙ୍କା ସହାୟତା ଏବଂ ଟିକସ ରିହାତି ଏହି ଚାଷୀ ମାନଙ୍କୁ ଉପକୃତ କରିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଭାରତ ଏକ ସୁଯୋଗର ଦେଶ ଏବଂ ସାରା ବିଶ୍ୱରୁ ଲୋକମାନେ ଏହି ଦେଶ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଭାରତ ୨୦୨୨ ରେ ରେକର୍ଡ ବିଦେଶୀ ନିବେଶ ପ୍ରାପ୍ତ କରିଛି ଏବଂ ଏଥିରେ କର୍ଣ୍ଣାଟକ ସବୁଠାରୁ ବଡ ହିତାଧିକାରୀ ଭାବରେ ୪ ଲକ୍ଷ କୋଟିରୁ ଅଧିକ ବିଦେଶୀ ପୁଞ୍ଜି ପାଇଛି । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି, “ଏହି ରେକର୍ଡ ପୁଞ୍ଜି ନିବେଶ ଡବଲ ଇଞ୍ଜିନ୍ ସରକାରଙ୍କ ଉଦ୍ୟମ ଉପରେ ଆଲୋକପାତ କରିଥାଏ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଇଟି ବ୍ୟତୀତ ବାୟୋଟେକ୍ନୋଲୋଜି, ପ୍ରତିରକ୍ଷା ଉତ୍ପାଦନ ଏବଂ ଇଭି ଉତ୍ପାଦନ ଭଳି ଉଦ୍ୟୋଗ ଗୁଡିକ ଦ୍ରୁତ ଗତିରେ ବିସ୍ତାର କରୁଥିବାବେଳେ ଏରୋସ୍ପେସ୍ ଏବଂ ମହାକାଶ ଭଳି ଉଦ୍ୟୋଗ ଗୁଡିକରେ ଅଭୂତପୂର୍ବ ପୁଞ୍ଜି ନିବେଶ ହେଉଥିବା ଦେଖିବାକୁ ମିଳୁଛି ।

ଡବଲ୍ ଇଞ୍ଜିନ୍ ସରକାରଙ୍କ ଉଦ୍ୟମରେ ଅଭୂତପୂର୍ବ ବିକାଶ ଘଟୁଥିବାବେଳେ ପ୍ରଧାନମନ୍ତ୍ରୀ କିଛି ରାଜନୈତିକ ଦଳର କାର୍ଯ୍ୟକଳାପ ଆଡକୁ ଇସାରା କରିଛନ୍ତି ଯେଉଁମାନେ ମୋଦୀଙ୍କ କବର ଖୋଳିବା ସ୍ୱପ୍ନରେ ବ୍ୟସ୍ତ ଥିବାବେଳେ ବେଙ୍ଗାଲୁରୁ - ମହୀଶୂରଏକ୍ସପ୍ରେସୱେର ବିକାଶ କାର୍ଯ୍ୟରେ ମୋଦୀ ବ୍ୟସ୍ତ ଅଛନ୍ତି ଏବଂ  ଗରିବ ଲୋକମାନଙ୍କର ଜୀବନ ସହଜ କରୁଛନ୍ତି । ସେ ତାଙ୍କ ବିରୋଧୀ ମାନଙ୍କୁ ଚେତାବନୀ ଦେଇଛନ୍ତି ଯେ,  କୋଟି କୋଟି ମାଆ, ଭଉଣୀ ଏବଂ ଝିଅ ଏବଂ ଭାରତର ଲୋକ ମାନଙ୍କର ଆଶୀର୍ବାଦ ତାଙ୍କ ପ୍ରତିରକ୍ଷା ଢାଲ ଭାବରେ କାର୍ଯ୍ୟ କରୁଛି । ସମ୍ବୋଧନକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ଆଜିର ପ୍ରକଳ୍ପ ଗୁଡିକ ପାଇଁ କର୍ଣ୍ଣାଟକର ଲୋକମାନଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି ଏବଂ  କହିଛନ୍ତି ଯେ କର୍ଣ୍ଣାଟକର ଦ୍ରୁତ ଗତିରେ ହେଉଥିବା ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ଜରୁରୀ ଅଟେ” ।  ଏହି ଅବସରରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବାସବରାଜ ବୋମ୍ମାଇ, ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହଲାଦ ଯୋଶୀ, ମାଣ୍ଡ୍ୟାର ସାଂସଦ ସଦସ୍ୟ ଶ୍ରୀମତୀ ସୁମଲତା ଅମ୍ବରୀଶ ଏବଂ କର୍ଣ୍ଣାଟକ ସରକାରଙ୍କ ଜଣେ ମନ୍ତ୍ରୀ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଭିତ୍ତିଭୂମି ପ୍ରକଳ୍ପର ବିକାଶର ଦ୍ରୁତ ଗତି ସମଗ୍ର ବିଶ୍ୱରେ ବିଶ୍ୱ ସ୍ତରୀୟ ସଂଯୋଗକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ପ୍ରମାଣ ଅଟେ । ଏହି ପ୍ରୟାସରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ- ମହୀଶୂର ଏକ୍ସପ୍ରେସୱେକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପରେ ଏନ୍‌ଏଚ୍ - ୨୭୫ ର ବେଙ୍ଗାଲୁରୁ- ନିଦାଘଟ୍ଟା – ମହୀଶୂର ବିଭାଗକୁ  ୬ ଲେନ୍ କରିବା ଅନ୍ତର୍ଭୁକ୍ତ ଅଟେ । ୧୧୮ କିଲୋମିଟର ଦୀର୍ଘ ପ୍ରକଳ୍ପକୁ ପ୍ରାୟ ୮୪୮୦ କୋଟି ଟଙ୍କା ବ୍ୟୟରେ ବିକଶିତ କରାଯାଇଛି । ଏହା ବେଙ୍ଗାଲୁରୁ ଏବଂ  ମହୀଶୂର ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ ୩ ଘଣ୍ଟାରୁ ୭୫ ମିନିଟକୁ ହ୍ରାସ କରିବ । ଏହା ଏହି ଅଞ୍ଚଳର ସାମାଜିକ – ଅର୍ଥନୈତିକ ବିକାଶ ପାଇଁ ଏକ ଅନୁକ୍ରମଣିକା ଭାବରେ କାର୍ଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ମହୀଶୂର - କୁଶାଲନଗର  ୪ ଲେନ ବିଶିଷ୍ଟ ରାଜପଥ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ୯୨ କିଲୋମିଟରରୁ ଅଧିକ ବ୍ୟାପି ଏହି ପ୍ରକଳ୍ପ ପ୍ରାୟ ୪୧୩୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବ ଏବଂ ବେଙ୍ଗାଲୁରୁ ସହିତ କୁଶାଲନଗରର ସଂଯୋଗ ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହା ଦ୍ୱାରା ଯାତ୍ରା ସମୟ ପ୍ରାୟ ୫ ଘଣ୍ଟାରୁ ମାତ୍ର ୨.୫ ଘଣ୍ଟାକୁ ହ୍ରାସ ପାଇବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's creator economy quadruples in five years as non-metro creators dominate growth: Report

Media Coverage

India's creator economy quadruples in five years as non-metro creators dominate growth: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Thiru K. Kamaraj Ji on his birth anniversary
July 15, 2026

Prime Minister Shri Narendra Modi today, paid homage to Thiru K. Kamaraj Ji on his birth anniversary, remembering him as a stalwart of India's freedom movement and an exceptional public figure who dedicated his life to nation-building. Shri Modi said that Thiru K. Kamaraj Ji's unwavering commitment to education, inclusive development and the welfare of the underprivileged continues to inspire generations.

Shri Modi posted on X;

Remembering Thiru K. Kamaraj Ji on his birth anniversary. A stalwart of India’s freedom movement and an exceptional public figure, he dedicated his life to nation-building. His unwavering commitment to areas like education, inclusive development and the welfare of the underprivileged continues to guide generations.