ଶିବମୋଗା ବିମାନବନ୍ଦରର ଉଦଘାଟନ କରିଛନ୍ତି
ଦୁଇଟି ରେଳ ପ୍ରକଳ୍ପ ଏବଂ ଏକାଧିକ ସଡକ ବିକାଶ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି
ବହୁମୁଖୀ ଗ୍ରାମ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଚନ୍ତି
୪୪ ସ୍ମାର୍ଟ ସିଟି ପ୍ରକଳ୍ପର ଉଦଘାଟନ କରିଛନ୍ତି
“ଏହା କେବଳ ବିମାନବନ୍ଦର ନୁହେଁ ବରଂ ଏକ ଅଭିଯାନ ଯେଉଁଠାରେ ଯୁବ ପୀଢିଙ୍କ ସ୍ୱପ୍ନ ପୂରଣ ହୋଇପାରିବ”
“ରେଳପଥ, ସଡ଼କପଥ, ଆକାଶପଥ ଏବଂ ଡିଜିଟାଲ ସଂଯୋଗୀକରଣ କର୍ଣ୍ଣାଟକର ଅଗ୍ରଗତିର ରାସ୍ତା ଖୋଲା ଯାଇଛି”
“ଭାରତରେ ବିମାନ ଯାତ୍ରା ପାଇଁ ଉତ୍ସାହ ସର୍ବୋଚ୍ଚ ସ୍ତରରେ ଥିବା ସମୟରେ ଶିବମୋଗାଠାରେ ବିମାନବନ୍ଦରର ଉଦଘାଟନ କରାଯାଇଛି”
“ବର୍ତ୍ତମାନ ଏୟାର ଇଣ୍ଡିଆ ନୂତନ ଭାରତର ସମ୍ଭାବନା ଭାବରେ ମାନ୍ୟତା ପାଇଛି ଯେଉଁଠାରେ ଏହା ସଫଳତାର ଉଚ୍ଚତା ବଢାଉଛି”
“ଉତ୍ତମ ଯୋଗାଯୋଗ ସହିତ ଭିତ୍ତିଭୂମି ସମଗ୍ର ଅଞ୍ଚଳରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଯାଉଛି”
“ଡବଲ୍‌-ଇଞ୍ଜିନ ସରକାର ଗାଁ, ଗରିବ, ଆମ ମା ଏବଂ ଭଉଣୀମାନଙ୍କର ଅଟେ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ଶିବମୋଗଗା ଠାରେ ୩୬୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେ ଶିବମୋଗା ବିମାନବନ୍ଦରର ଉଦଘାଟନ କରିବା ସହ ସୁବିଧାଗୁଡ଼ିକ ବୁଲି ଦେଖିଥିଲେ । ଶିବମୋଗାରେ ଦୁଇଟି ରେଳ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଯେଉଁଥିରେ ଶିବମୋଗା - ଶିକାରିପୁରା – ରାନେବେନୁର ନୂତନ ରେଳ ଲାଇନ ଏବଂ କୋଟେଗାଙ୍ଗୁରୁ ରେଳ ଡବା ଡିପୋ ଅନ୍ତର୍ଭୁକ୍ତ । ୨୧୫ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏକାଧିକ ସଡକ ବିକାଶ ପ୍ରକଳ୍ପର ବିକାଶ ପାଇଁ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେ ମଧ୍ୟ ଜଳ ଜୀବନ ମିଶନ ଅଧୀନରେ ୯୫୦ କୋଟିରୁ ଅଧିକ ମୂଲ୍ୟର ବହୁମୁଖୀ ଗ୍ରାମ୍ୟ ଯୋଜନାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସେ ଶିବମୋଗା ସହରରେ ୮୯୫ କୋଟିରୁ ଅଧିକ ମୂଲ୍ୟର ୪୪ ଟି ସ୍ମାର୍ଟ ସିଟି ପ୍ରକଳ୍ପର ଉଦଘାଟନ କରିଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଜାତୀୟ କବି କୁଭେମ୍ପୁଙ୍କ ଭୂମିରେ ମଥାନତ କରିଥିଲେ ଯାହାଙ୍କର ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରତି ଉତ୍ସର୍ଗୀକୃତ ଭାବନା ଆଜି ମଧ୍ୟ ଜୀବନ୍ତ ରହିଛି । ଶିବମୋଗାରେ ନୂତନ ଭାବେ ଉଦଘାଟିତ ବିମାନବନ୍ଦର ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ଦିନ ପରେ ଆଜି ନାଗରିକଙ୍କ ଆବଶ୍ୟକତା ପୂରଣ ହୋଇଛି । ବିମାନବନ୍ଦରର ଚମତ୍କାର ସୌନ୍ଦର୍ଯ୍ୟ ଏବଂ ର୍ନିମାଣ ଉପରେ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ପରମ୍ପରା ଏବଂ ପ୍ରଯୁକ୍ତିବିଦ୍ୟାର ମିଶ୍ରଣ ଉପରେ ଆଲୋକପାତ କରିଥିଲେ । ସେ କହିଛନ୍ତି ଯେ ଏହା କେବଳ ବିମାନବନ୍ଦର ନୁହେଁ ବରଂ ଏକ ଅଭିଯାନ ଯେଉଁଠାରେ ଯୁବ ପୀଢିଙ୍କ ସ୍ୱପ୍ନ ସାକାର ହୋଇପାରିବ । ସେ "ହର ଘର ନଳ ସେ ଜଳ” ପ୍ରକଳ୍ପ ସହିତ ସଡ଼କ ଏବଂ ରେଳ ପ୍ରକଳ୍ପ ଉପରେ ମଧ୍ୟ ମତ ରଖିଥିଲେ ଯାହାର ଭିତ୍ତିପ୍ରସ୍ତର ଆଜି ସ୍ଥାପନ କରିବା ସହିତ ଏହି ଜିଲ୍ଲାର ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଆଜି ଶ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହ ସାଧାରଣ ଜୀବନରେ ତାଙ୍କର ଅବଦାନକୁ ମନେ ପକାଇଛନ୍ତି । ବିଧାନସଭାରେ ନିକଟରେ ତାଙ୍କର ଭାଷଣ ସାଧାରଣ ଜୀବନରେ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ସେ କହିଛନ୍ତି । ମୋବାଇଲର ଫ୍ଲାସ୍ ଲାଇଟ୍ ବଢାଇ ଶ୍ରୀ ବି ଏସ୍ ୟେଦୁରୁପ୍ପାଙ୍କୁ ସମ୍ମାନିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ଜନତାଙ୍କ ମଧ୍ୟରେ ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି କରିଥିଲା ଏବଂ ଲୋକମାନେ ବରିଷ୍ଠ ନେତାଙ୍କ ପ୍ରତି ସେମାନଙ୍କର ଭଲପାଇବାକୁ ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କର୍ଣ୍ଣାଟକର ବିକାଶ ଜାରି ରହିଛି । ଏହି ପ୍ରଗତିର ରାସ୍ତା, ସଡ଼କପଥ, ଆକାଶପଥ ଏବଂ ଆଇୱେ (ଡିଜିଟାଲ ସଂଯୋଗୀକରଣ) ଦ୍ୱାରା ପ୍ରଗତି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କର୍ଣ୍ଣାଟକର ବିକାଶର ବ୍ୟାପକ କ୍ଷେତ୍ର ଉପରେ ଆଲୋକପାତ କରି ପୂର୍ବରୁ ବୃହତ ସହର କୈନ୍ଦ୍ରିକ ବିକାଶକୁ ବିରୋଧ ପରିବର୍ତ୍ତେ ଡବଲ୍ ଇଞ୍ଜିନ୍ ସରକାର ଅଧୀନରେ ଥିବା ଗ୍ରାମ ଓ ୨ୟ ଓ ୩ୟ ପୀଢିର ସହରରେ ବିକାଶ କରାଯାଉଥିବା କହିଛନ୍ତି । ଶିବାମୋଗାର ବିକାଶ ହେଉଛି ଏହି ଚିନ୍ତାଧାରାର ଫଳାଫଳ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ଭାରତରେ ବିମାନ ଯାତ୍ରା ପାଇଁ ଉତ୍ସାହ ସର୍ବୋଚ୍ଚ ସ୍ତରରେ ଥିବାବେଳେ ଶିବମୋଗା ବିମାନ ବନ୍ଦରକୁ ଉଦଘାଟନ କରାଯାଇଛି । ସେ ସୂଚନା ଦେଇଛନ୍ତି ଯେ ନିକଟରେ ଏୟାର ଇଣ୍ଡିଆ ବିଶ୍ୱର ସର୍ବାଧିକ ଯାତ୍ରୀବାହୀ ବିମାନ କିଣିବା ପାଇଁ ଏକ ଚୁକ୍ତି ଶେଷ କରିଛି । ସେ ଦର୍ଶାଇଛନ୍ତି ଯେ କଂଗ୍ରେସ ଶାସନ କାଳରେ ୨୦୧୪ ପୂର୍ବରୁ ଏୟାର ଇଣ୍ଡିଆକୁ ସାଧାରଣତଃ ଏକ ନକାରାତ୍ମକ ରୂପେ ଆଲୋଚନା କରାଯାଇଥିଲା ଏବଂ ଏହାର ପରିଚୟ ସର୍ବଦା ସ୍କାମ ସହିତ ଜଡିତ ଥିଲା ଯେଉଁଠାରେ ଏହାକୁ ଏକ କ୍ଷତିଗ୍ରସ୍ତ ବ୍ୟବସାୟିକ ସଂସ୍ଥା ଭାବେ ବିବେଚନା କରାଯାଉଥିଲା । ଆଜିର ଏୟାର ଇଣ୍ଡିଅ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ନୂତନ ଭାରତର ସମ୍ଭାବନା ଭାବରେ ସ୍ୱୀକୃତିପ୍ରାପ୍ତ ଯେଉଁଠାରେ ଏହା ସଫଳତାର ଉଚ୍ଚତାକୁ ବଢୁଛି । ସେ ଭାରତର ବୃଦ୍ଧି ପାଉଥିବା ବିମାନ ଚଳାଚଳ ବଜାର ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ସୂଚନା ଦେଇଛନ୍ତି ଯେ ନିକଟ ଭବିଷ୍ୟତରେ ଦେଶରେ ହଜାର ହଜାର ବିମାନ ଆବଶ୍ୟକ ହେବ ଯେଉଁଠାରେ ସହସ୍ରାଧିକ ନାଗରିକ ଏକ କର୍ମଜୀବୀ ଭାବରେ ଆବଶ୍ୟକ ହେବେ । ଯଦିଓ ଆମେ ଆଜି ଏହି ବିମାନ ଆମଦାନୀ କରୁଛୁ, ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଦିନଟି ଦୂର ନୁହେଁ ଯେତେବେଳେ ଭାରତର ନାଗରିକମାନେ ମେଡ ଇନ୍ ଇଣ୍ଡିଆ ଯାତ୍ରୀବାହୀ ବିମାନରେ ଉଡ଼ିବେ ।

ପ୍ରଧାନମନ୍ତ୍ରୀ ସରକାରଙ୍କ ନୀତି ଉପରେ ବର୍ଣ୍ଣନା କରିଛନ୍ତି ଯାହା ବିମାନ ଚଳାଚଳ କ୍ଷେତ୍ରର ଅଭୂତପୂର୍ବ ବିସ୍ତାର କରିଛି । ସେ ସୂଚନା ଦେଇଛନ୍ତି ଯେ ପୂର୍ବ ସରକାରଙ୍କ ଆଭିମୁଖ୍ୟ ତୁଳନାରେ ବର୍ତ୍ତମାନର ସରକାର ଛୋଟ ସହରରେ ବିମାନବନ୍ଦର ପାଇଁ ଆଗେଇ ଆସିଛନ୍ତି । ସେ ସୂଚନା ଦେଇଛନ୍ତି ଯେ ସ୍ୱାଧୀନତାର ପ୍ରଥମ ୭ ଦଶନ୍ଧିରେ ୨୦୧୪ ପର୍ଯ୍ୟନ୍ତ ଦେଶରେ ୭୪ ଟି ବିମାନବନ୍ଦର ଥିଲାବେଳେ ଗତ ୯ ବର୍ଷ ମଧ୍ୟରେ ଅନେକ ଛୋଟ ସହରକୁ ସଂଯୋଗ କରି ୭୪ ଟି ବିମାନବନ୍ଦର ଏଥିରେ ଯୋଗ କରାଯାଇଛି । ପ୍ରଧାନମନ୍ତ୍ରୀ ତାଙ୍କ ଦୃଷ୍ଟିକୁ ହୃଦୟଙ୍ଗମ କରିବା ପାଇଁ ସୁଲଭ ବିମାନ ଯାତ୍ରା ସକାଶେ ଉଡାନ୍‍ ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ହାୱାଇ ଚପଲ ପିନ୍ଧିଥିବା ସାଧାରଣ ନାଗରିକମାନେ ହାୱାଇ ଜାହାଜରେ ଯାତ୍ରା କରିପାରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ନୂତନ ବିମାନବନ୍ଦର ପ୍ରକୃତି, ସଂସ୍କୃତି ଏବଂ କୃଷିର ଭୂମି ଶିବମୋଗା ପାଇଁ ବିକାଶର ଦ୍ୱାର ଖୋଲିବାକୁ ଯାଉଛି । ସେ ସୂଚନା ଦେଇଛନ୍ତି ଯେ ଶିବମୋଗା ମାଲେନାଡୁ ଅଞ୍ଚଳର ଏକ ପ୍ରବେଶ ପଥ ଯାହା ପଶ୍ଚିମ ଘାଟ ଏବଂ ସବୁଜ ଅଞ୍ଚଳ, ବନ୍ୟଜନ୍ତୁ ଅଭୟାରଣ୍ୟ, ନଦୀ, ପ୍ରସିଦ୍ଧ ଜୋଗ୍ ଜଳପ୍ରପାତ ଏବଂ ହାତୀ ସଫାରୀ, ସିଂହ ଧାମର ସିଂହ ସଫାରି ଏବଂ ଆଗୁମ୍ବେର ପାର୍ବତ୍ୟ ରେଞ୍ଜ ପାଇଁ ପ୍ରସିଦ୍ଧ । ଏହି ଉପଦେଶକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ଗଙ୍ଗାରେ ବୁଡ଼ ପକାଇ ତୁଙ୍ଗଭଦ୍ର ନଦୀର ଜଳ ପିଇ ନାହାଁନ୍ତି ସେମାନଙ୍କ ପାଇଁ ଜୀବନ ଅସମ୍ପୂର୍ଣ୍ଣ ରହିଛି ।

ଶିବମୋଗାର ସାଂସ୍କୃତିକ ସମୃଦ୍ଧତା ବିଷୟରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରକବି କୁଭେମ୍ପୁ ଏବଂ ବିଶ୍ୱର ଏକମାତ୍ର ସଂସ୍କୃତ ଗ୍ରାମ ମାଥୁର ଏବଂ ଶିବମୋଗାରେ ଅନେକ ବିଶ୍ୱାସ କେନ୍ଦ୍ର ବିଷୟରେ ଉଲ୍ଲେଖ କରିଛନ୍ତି । ସେ ଇସୁରୁ ଗାଁର ସ୍‌ାଧୀନତା ସଂଗ୍ରାମ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

ଶିବମୋଗାର କୃଷି ସ୍ୱତନ୍ତ୍ରତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଦେଶର ସବୁଠାରୁ ଉର୍ବର ଅଞ୍ଚଳ ମଧ୍ୟରେ ଅଛି । ସେ ଏହି ଅଞ୍ଚଳର ବିଭିନ୍ନ ପ୍ରକାରର ଫସଲ ସଂକ୍ରାନ୍ତରେ ଉଲ୍ଲେଖ କରିଥିଲେ । ଡବଲ୍‌-ଇଞ୍ଜିନ୍ ସରକାରଙ୍କ ଦ୍ୱାରା ଦୃଢ ସଂଯୋଗୀକରଣ ପଦକ୍ଷେପ ଦ୍ୱାରା ଏହି କୃଷି ସମ୍ପଦ ଆଗକୁ ବଢୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂତନ ବିମାନବନ୍ଦର ପର୍ଯ୍ୟଟନ ବୃଦ୍ଧି ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ନିଯୁକ୍ତି ସୁଯୋଗରେ ସହାୟକ ହେବ । ରେଳ ସଂଯୋଗ କୃଷକମାନଙ୍କ ପାଇଁ ନୂତନ ବଜାର ନିଶ୍ଚିତ କରିବ ବୋଲି ସେ କହିଛନ୍ତି ।

ଶିବମୋଗଗା - ଶିକାରିପୁରା - ରାନିବେନୁର ନୂତନ ଲାଇନ ସମାପ୍ତ ହେଲେ ହାଭେରୀ ଏବଂ ଡାଭାଙ୍ଗେର ଜିଲ୍ଲା ମଧ୍ୟ ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ ସୂଚାଇ ଦେଇଛନ୍ତି ଯେ ଏହି ଲାଇନରେ କୌଣସି ଲେଭଲ କ୍ରସିଂ ରହିବ ନାହିଁ ଯାହା ଏହାକୁ ଏକ ସୁରକ୍ଷିତ ରେଳ ଲାଇନରେ ପରିଣତ କରିବ ଯେଉଁଠାରେ ଦ୍ରୁତ ଟ୍ରେନ୍ ସୁରୁଖୁରୁରେ ଚାଲିପାରିବ । ସେ ଦର୍ଶାଇଛନ୍ତି ଯେ କୋଟାଗଙ୍ଗାଉର ଷ୍ଟେସନର କ୍ଷମତା ଯାହାକି ଏକ କ୍ଷୁଦ୍ର ଷ୍ଟେସନ, ଏକ ନୂତନ କୋଚିଂ ଟର୍ମିନାଲ ର୍ନିମାଣ ପରେ ଏହା ବୃଦ୍ଧି ପାଇବ । ବର୍ତ୍ତମାନ ଏହା ୪ ଟି ରେଳ ଲାଇନ, ୩ଟି ପ୍ଲାଟଫର୍ମ ଏବଂ ରେଳ କୋଚିଂ ଡିପୋ ସହିତ ବିକଶିତ ହେଉଛି ବୋଲି ସେ ସୂଚନା ଦେଇଛନ୍ତି । ଶିବାମୋଗଗା ଏହି ଅଞ୍ଚଳର ଏକ ଶିକ୍ଷା ହବ୍‍ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୋଗାଯୋଗ ବୃଦ୍ଧି ଦ୍ୱାରା ନିକଟବର୍ତ୍ତୀ ଅଞ୍ଚଳର ଛାତ୍ରଛାତ୍ରୀମାନେ ଶିବମୋଗା ପରିଦର୍ଶନ କରିବା ସହଜ ହେବ । ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଏହି ଅଞ୍ଚଳର ବ୍ୟବସାୟ ଏବଂ ଶିଳ୍ପ ପାଇଁ ନୂତନ ଦ୍ୱାର ଖୋଲିବ । ଉତ୍ତମ ସଂଯୋଗ ସହିତ ଭିତ୍ତିଭୂମି ସମଗ୍ର ଅଞ୍ଚଳରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶିବାମୋଗା ମହିଳାମାନଙ୍କୁ ସହଜ ଜୀବନଯାପନ କରିବା ପାଇଁ ଏହି ଅଞ୍ଚଳର ଜଳ ଜୀବନ ମିଶନକୁ ଏକ ବଡ ଅଭିଯାନ ବୋଲି କହିଥିଲେ । ସେ ସୂଚନା ଦେଇଛନ୍ତି ଯେ ଶିବମୋଗାରେ ଥିବା ୩ ଲକ୍ଷ ପରିବାର ମଧ୍ୟରୁ କେବଳ ୯୦ ହଜାର ଲୋକ ଜଳ ଜୀବନ ମିଶନ ଆରମ୍ଭ ହେବା ପୂର୍ବରୁ ଟ୍ୟାପ ଜଳ ସଂଯୋଗ କରିଥିଲେ । ବର୍ତ୍ତମାନ, ଡବଲ୍‌-ଇଞ୍ଜିନ୍ ସରକାର ୧.୫ ଲକ୍ଷ ପରିବାରକୁ ଟ୍ୟାପ୍ ୱାଟର ସଂଯୋଗ ଯୋଗାଇ ଦେଇଛନ୍ତି ଏବଂ ପରିପୃଷ୍ଟତା ନିଶ୍ଚିତ କରିବାକୁ କାର୍ଯ୍ୟ ଚାଲିଛି । ଗତ ୩.୫ ବର୍ଷ ମଧ୍ୟରେ ୪୦ ଲକ୍ଷ ପରିବାର ଟ୍ୟାପ୍ ୱାଟର ସଂଯୋଗ ପାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଡବଲ ଇଞ୍ଜିନ ସରକାର ଗାଁ, ଗରିବ, ଆମ ମା ଏବଂ ଭଉଣୀମାନଙ୍କର । ଶୌଚାଳୟ, ଗ୍ୟାସ୍ ସଂଯୋଗ ଏବଂ ଟାପ୍ ଜଳ ଯୋଗାଣର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମା ଏବଂ ଭଉଣୀଙ୍କ ସହ ଜଡିତ ସମସ୍ତ ସମସ୍ୟାର ସମାଧାନ ପାଇଁ ସରକାର ଚେଷ୍ଟା କରୁଛନ୍ତି । ସେ ଦୋହରାଇଛନ୍ତି ଯେ ଡବଲ ଇଞ୍ଜିନ ସରକାର ପ୍ରତ୍ୟେକ ପରିବାରରେ ପାଇପ ଜଳକୁ ସମସ୍ତ ସଚ୍ଚୋଟତାର ସହ ଉପଲବ୍ଧ କରାଇବାକୁ ଚେଷ୍ଟା କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି, କର୍ଣ୍ଣାଟକର ଲୋକମାନେ ଭଲ ଭାବେ ଜାଣନ୍ତି ଯେ ଏହା ହେଉଛି ଭାରତର ଅମୃତ କାଳ, ଏକ ବିକଶିତ ଭାରତ ତିଆରି କରିବାର ସମୟ । ସେ କହିଛନ୍ତି ଯେ ଭାରତର ସ୍ୱାଧୀନତା ଇତିହାସରେ ଏହା ପ୍ରଥମ ଥର ପାଇଁ ଏପରି ଏକ ସୁଯୋଗ ଆସିଛି ଏବଂ ବିଶ୍ୱ ସ୍ତରରେ ଭାରତର ସ୍ୱର ଶୁଣିବାକୁ ମିଳୁଛି । ସେ ଦର୍ଶାଇଛନ୍ତି ଯେ ବିଶ୍ୱର ବିଭିନ୍ନ ସ୍ଥାନରୁ ନିବେଶକମାନେ ଭାରତରେ ପୁଞ୍ଜି ବିନିଯୋଗ କରିବାକୁ ଚାହାଁନ୍ତି ଏବଂ ଏହା କର୍ଣ୍ଣାଟକ ଏବଂ ଏହାର ଯୁବକମାନଙ୍କୁ ଲାଭ ଦେବ । ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ କର୍ଣ୍ଣାଟକର ବିକାଶ ପାଇଁ ଏହି ଅଭିଯାନ ଅଧିକ ବେଗରେ ଗତି କରିବ । ଆମକୁ ଏକାଠି ଚାଲିବାକୁ ପଡିବ । ଆମକୁ ଏକାଠି ଆଗକୁ ବଢିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବାସଭରାଜ ବମ୍ମାଇ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବି.ଏସ୍ ୟେଦୁରପ୍ପା, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହଲାଦ ଯୋଶୀ ଏବଂ କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ସମଗ୍ର ଦେଶରେ ବିମାନ ସଂଯୋଗକୁ ସୁଦୃଢ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ଶିବମୋଗା ବିମାନ ବନ୍ଦରର ଉଦଘାଟନ ସହିତ ଆଉ ଏକ ଉତ୍ସାହ ପାଇବ । ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ଏହି ନୂତନ ବିମାନବନ୍ଦରକୁ ବିକଶିତ କରାଯାଇଛି । ବିମାନ ବନ୍ଦରର ଯାତ୍ରୀ ଟର୍ମିନାଲ୍ ସୌଧ ଘଣ୍ଟା ପ୍ରତି ୩୦୦ ଯାତ୍ରୀଙ୍କୁ ପରିଚାଳନା କରିପାରିବ ଏବଂ ମାଲନାଡ ଅଞ୍ଚଳର ଶିବମୋଗା ଏବଂ ଅନ୍ୟାନ୍ୟ ପଡୋଶୀ ଅଞ୍ଚଳର ସଂଯୋଗ ଏବଂ ସୁଗମତାକୁ ଉନ୍ନତ କରିବ ।

ଶିବମୋଗାରେ ଦୁଇଟି ରେଳ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିରେ ଶିବମୋଗା - ଶିକାରିପୁରା – ରାନେବେନୁର ନୂତନ ରେଳ ଲାଇନ ଏବଂ କୋଟେଗାଙ୍ଗୁରୁ ରେଳ ଡବା ଡିପୋ ଅନ୍ତର୍ଭୁକ୍ତ । ଶିବମୋଗା - ଶିକାରିପୁରା – ରାନେବେନୁର ନୂତନ ରେଳ ଲାଇନ, ୯୯୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବ ଏବଂ ବେଙ୍ଗାଲୁରୁ-ମୁମ୍ବାଇ ମେନ୍ ଲାଇନ୍ ସହିତ ମାଲନାଡ ଅଞ୍ଚଳର ବର୍ଦ୍ଧିତ ସଂଯୋଗ ଯୋଗାଇବ । ଶିବମୋଗା ସହରର କୋଟେଗଙ୍ଗୁରୁ ରେଳ ଡବା ଡିପୋକୁ ୧୦୦ କୋଟିରୁ ଅଧିକ ଅର୍ଥ ବ୍ୟୟରେ ବିକଶିତ କରାଯିବ ଯାହା ବେଙ୍ଗାଲୁରୁ ଏବଂ ମିହୀଶୂର ଶିବମୋଗାରୁ ନୂତନ ଟ୍ରେନ୍ ଆରମ୍ଭ କରିବାରେ ସାହାଯ୍ୟ କରିବ ।

ଏକାଧିକ ସଡ଼କ ବିକାଶ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୨୧୫ କୋଟିରୁ ଅଧିକ ଟଙ୍କା ବ୍ୟୟରେ ବିକଶିତ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକରେ ବାଇଣ୍ଡୁର - ରାନିବେନୁରକୁ ସଂଯୋଗ କରୁଥିବା ଏନଏଚ ୭୬୬ଉ ରେ ଶିକରିପୁରା ଟାଉନ୍ ପାଇଁ ଏକ ନୂତନ ବାଇପାସ୍ ରାସ୍ତା ର୍ନିମାଣ ଅନ୍ତର୍ଭୁକ୍ତ; ମେଗାରାଭାଲୀରୁ ଆଗୁମ୍ବେ ପର୍ଯ୍ୟନ୍ତ ଏନଏଚ୍‍-୧୬୯ଏ ର ବିସ୍ତାର; ଏବଂ ଏନଏଚ୍‍ ୧୬୯ ରେ ର୍ତିଥହାଲୀ ତାଲୁକର ଭାରତୀପୁର ଠାରେ ଏକ ନୂତନ ସେତୁ ର୍ନିମାଣ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନ ଅଧୀନରେ ୯୫୦ କୋଟିରୁ ଅଧିକ ମୂଲ୍ୟର ବହୁମୁଖୀ ଗ୍ରାମ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଥିଲେ ଯେଉଁଥିରେ ଗୋଥାମପୁରା ଏବଂ ଅନ୍ୟ ୧୨୭ ଟି ଗ୍ରାମ ପାଇଁ ଗୋଟିଏ ବହୁମୁଖୀ ଗ୍ରାମ ଯୋଜନାର ଉଦଘାଟନ ଏବଂ ମୋଟ ୮୬୦ କୋଟିରୁ ଅଧିକ ବ୍ୟୟରେ ବିକଶିତ ହେବାକୁ ଥିବା ଅନ୍ୟ ତିନୋଟି ବହୁମୁଖୀ ଗ୍ରାମ ଯୋଜନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଅନ୍ତର୍ଭୁକ୍ତ । ଏହି ଚାରୋଟି ଯୋଜନା କାର୍ଯ୍ୟକ୍ଷମ ଘରୋଇ ପାଇପ୍ ଜଳ ସଂଯୋଗ ଯୋଗାଇବ ଏବଂ ଏହା ୪.୪ ଲକ୍ଷରୁ ଅଧିକ ଲୋକଙ୍କୁ ଉପକୃତ କରିବ ବୋଲି ଆଶା କରାଯାଉଛି ।

ଶିବମୋଗା ସହରରେ ୮୯୫ କୋଟିରୁ ଅଧିକ ମୂଲ୍ୟର ୪୪ ଟି ସ୍ମାର୍ଟ ସିଟି ପ୍ରକଳ୍ପର ପ୍ରଧାନମନ୍ତ୍ରୀ ମଧ୍ୟ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡିକରେ ୧୧୦ କିଲୋମିଟର ଲମ୍ବର ୮ ଟି ସ୍ମାର୍ଟ ରୋଡ୍ ପ୍ୟାକେଜ୍ ଅନ୍ତର୍ଭୁକ୍ତ; ଇଣ୍ଟିଗ୍ରେଟେଡ୍ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସେଣ୍ଟର ଏବଂ ମଲ୍ଟି ଲେଭଲ୍ କାର୍ ପାର୍କିଂ; ସ୍ମାର୍ଟ ବସ୍ ରହଣୀସ୍ଥଳ ପ୍ରକଳ୍ପ; ଏକ ବୁଦ୍ଧିମାନ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା; ଶିବପ୍ପା ନାୟକ ପ୍ୟାଲେସ୍ ପରି ଐତିହ୍ୟ ପ୍ରକଳ୍ପର ବିକାଶ ଏକ ସୂଚନା ପ୍ରଦାନକାରୀ ସଂଗ୍ରହାଳୟ, ୯୦ କନଜରଭେନ୍ସି ପଥ, ପାର୍କ ସୃଷ୍ଟି ଏବଂ ନଦୀ ମୁହାଣ ଭିତ୍ତିକ ବିକାଶ ପ୍ରକଳ୍ପ ଆଦି ଅର୍ନ୍ତଭୁକ୍ତ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Engineering goods exports up 10.4% in January,2026, crosses $100 billion mark in April-January Period of FY26

Media Coverage

Engineering goods exports up 10.4% in January,2026, crosses $100 billion mark in April-January Period of FY26
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Pays Tributes to Chandra Shekhar Azad on Martyrdom Day: Shares a Sanskrit Subhshitam Highlighting his Life Lessons
February 27, 2026

Prime Minister Shri Narendra Modi, offered his respectful tributes to the legendary revolutionary, Chandra Shekhar Azad, the brave son of Mother India on his martyrdom day .

The Prime Minister stated that Azad sacrificed his everything to free Mother India from the shackles of slavery, and for this, he will always be remembered.

Reflecting on the legacy of the immortal revolutionary, the Prime Minister remarked that the life of Chandra Shekhar Azad demonstrates that the resolution to stand firm against injustice is the essence of true prowess. Shri Modi, added that the saga of his sacrifice for the motherland will continue to inspire every generation of the country.

Prime Minister Shared on X;

“भारत माता के वीर सपूत चंद्रशेखर आजाद के बलिदान दिवस पर उन्हें मेरी आदरपूर्ण श्रद्धांजलि। उन्होंने मां भारती को गुलामी की बेड़ियों से आजाद कराने के लिए अपना सर्वस्व न्योछावर कर दिया, जिसके लिए वे सदैव स्मरणीय रहेंगे।”

“अमर क्रांतिकारी चंद्रशेखर आजाद का जीवन बताता है कि अन्याय के खिलाफ अडिग रहने का संकल्प ही सच्चा पराक्रम है। मातृभूमि के लिए उनके बलिदान की गाथा देश की हर पीढ़ी को प्रेरित करती रहेगी।

न हि शौर्यात्परं किञ्चित् त्रिषु लोकेषु विद्यते।

शूरः सर्वं पालयति सर्वं शूरे प्रतिष्ठितम् ।।”

"There is no element more transcendent than bravery in the three worlds. Valor is the fundamental force that nourishes and protects the animate and inanimate world. All worldly dignity, prosperity and duty exist solely in the valor of the valiant."