ପ୍ରଧାନମନ୍ତ୍ରୀ ପୁଣେ ଗସ୍ତ କରିବା ସହିତ ପୁଣେ ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିଛନ୍ତି ପୁଣେ ମହାନଗର ନିଗମ ପରିସରରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି
ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଆର କେ ଲକ୍ଷ୍ମଣ ଆର୍ଟ ଗ୍ୟାଲେରୀ-ସଂଗ୍ରହାଳୟର ଉଦଘାଟନ କରିଛନ୍ତି
“ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଯାହା ଆମ ସମସ୍ତଙ୍କ ହୃଦୟରେ ବାସ କରିଥାଏ ତାହା ଯୁବ ପୀଢିଙ୍କ ମଧ୍ୟରେ ଦେଶପ୍ରେମର ଆବେଗକୁ ଜାଗ୍ରତ କରିବ”
“ପୁଣେ ଶିକ୍ଷା, ଅନୁସନ୍ଧାନ ଏବଂ ବିକାଶ, ଆଇଟି ଏବଂ ଅଟୋମୋବାଇଲ କ୍ଷେତ୍ରରେ ନିଜର ପରିଚୟକୁ ଲଗାତାର ଭାବେ ଦୃଢ କରି ରଖିଛି । ଏଭଳି ପରିସ୍ଥିତିରେ ପୁଣେବାସୀଙ୍କ ଆଧୁନିକ ସୁବିଧା ଆବଶ୍ୟକ ହେଉଛି ଏବଂ ପୁଣେବାସୀଙ୍କ ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମ ସରକାର କାର୍ଯ୍ୟ କରୁଛନ୍ତି”
“ଏହି ମେଟ୍ରୋ ପୁଣେରେ ଗତିଶୀଳତାକୁ ସହଜ କରିବ, ପ୍ରଦୂଷଣ ଏବଂ ଭିଡରୁ ମୁକ୍ତି ଦେବ, ପୁଣେବାସୀଙ୍କ ଜୀବନର ସହଜତା ବଢାଇବ”
“ଆଜିର ଦ୍ରୁତ ଗତିରେ ଆଗକୁ ବଢୁଥିବା ଭାରତରେ ଆମକୁ ଗତି ଏବଂ ଗୁଣବତ୍ତା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ସେଥିପାଇଁ ଆମ ସରକାର ପିଏମ୍‍-ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି ।”
“ସହରୀ ଯୋଜନାରେ ଆଧୁନିକତା ସହିତ ପୁଣେର ପ୍ରାଚୀନ ପରମ୍ପରା ଏବଂ ମହାରାଷ୍ଟ୍ରର ଗୌରବକୁ ସମାନ ସ୍ଥାନ ଦିଆଯାଉଛି ବୋଲି ସେ କହିଛନ୍ତି ।”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଣେ ଠାରେ ପୁଣେ ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିଛନ୍ତି ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ପୁଣେରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶିଆରି, ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାୱାର, କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାମଦାସ ଅଠୱାଲେ, ସଂସଦ ସଦ୍ୟ, ଶ୍ରୀ ପ୍ରକାଶ ଜାଭଡେକର ଆଦି ଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମରେ ପୁଣେର ଅବଦାନକୁ ମନେ ପକାଇ ଲୋକମାନ୍ୟ ତିଲକ, ଚାପେକର ଭାତୃବୃନ୍ଦ, ଗୋପାଳ ଗଣେଶ ଅଗରକର, ସେନାପତି ବାପତ, ଗୋପାଳ କୃଷ୍ଣ ଦେଶମୁଖ, ଆର ଜି ଭଣ୍ଡାରକର ଏବଂ ମହାଦେବ ଗୋବିନ୍ଦ ରଣଦେଙ୍କ ପରି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ମଧ୍ୟ ରାମଭାଉ ମଲଗି ଏବଂ ବାବା ସାହେବ ପୁରନ୍ଦରେଙ୍କୁ ପ୍ରଣାମ କରିଥିଲେ ।

ପ୍ରାରମ୍ଭରେ ପୁଣେ ମହାନଗର ନିଗମ ପରିସରରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ ଏହି ମହାନ ଯୋଦ୍ଧା ରାଜାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ କହିଛନ୍ତି, ଆମ ସମସ୍ତଙ୍କ ହୃଦୟରେ ବାସ କରୁଥିବା ଶିବାଜୀ ମହାରାଜଙ୍କ ଏହି ପ୍ରତିମୂର୍ତ୍ତି ଯୁବ ପୀଢିଙ୍କ ଦେଶପ୍ରେମର ଆବେଗକୁ ଜାଗ୍ରତ କରିବ ।

ପୂର୍ବରୁ ତାଙ୍କ ଦ୍ୱାରା ହୋଇଥିବା ପୁଣେ ମେଟ୍ରୋ ପ୍ରକଳ୍ପର ଉଦଘାଟନ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମୋର ସୌଭାଗ୍ୟ ଯେ ତୁମେ ମୋତେ ପୁଣେ ମେଟ୍ରୋର ଭିତ୍ତି ପ୍ରସ୍ତର ସ୍ଥାପନ କରିବାକୁ ନିମନ୍ତ୍ରଣ କରିଥିଲ ଏବଂ ବର୍ତ୍ତମାନ ତୁମେ ଏହାକୁ ଉଦଘାଟନ କରିବାର ସୁଯୋଗ ଦେଇଛ । ଏହା ମଧ୍ୟ ବାର୍ତ୍ତା ଦେଉଛି ଯେ ଯୋଜନା ମଧ୍ୟ ଠିକ ସମୟରେ ଶେଷ ହୋଇପାରିବ । ଶ୍ରୀ ମୋଦୀ ଆହୁରି କହିଛନ୍ତି ପୁଣେ ଶିକ୍ଷା, ଗବେଷଣା ଏବଂ ବିକାଶ, ଆଇଟି ଏବଂ ଅଟୋମୋବାଇଲ କ୍ଷେତ୍ରରେ ନିଜର ପରିଚୟକୁ ନିରନ୍ତର ଭାବେ ମଜବୁତ କରିଚାଲିଛି । ଏଭଳି ସ୍ଥିତିରେ ପୁଣେବାସୀଙ୍କ ପାଇଁ ଆଧୁନିକ ସୁବିଧା ଆବଶ୍ୟକ ହେଉଛି ଏବଂ ପୁଣେର ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମ ସରକାର କାର୍ଯ୍ୟ କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୧୪ ପର୍ଯ୍ୟନ୍ତ ଖୁବ୍ କମ୍ ସହରରେ ମେଟ୍ରୋ ସେବା ଉପଲବ୍ଧ ଥିବାବେଳେ ଆଜି ଦୁଇ ଡଜନରୁ ଅଧିକ ସହର ମେଟ୍ରୋ ସେବା ଦ୍ୱାରା ଉପକୃତ ହେଉଛନ୍ତି କିମ୍ବା ଏହା ପାଇବାକୁ ଯାଉଛନ୍ତି । ଯଦି ଆମେ ମୁମ୍ବାଇ, ଥାନେ, ନାଗପୁର ଏବଂ ପିମ୍ପରି ଚିଞ୍ଚୱାଡ ପୁଣେକୁ ଦେଖିବା ତେବେ ମହାରାଷ୍ଟ୍ରର ଏହି ବିସ୍ତାରରେ ଯଥେଷ୍ଟ ଅଂଶ ରହିଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ମେଟ୍ରୋ ପୁଣେରେ ଗତିଶୀଳତାକୁ ସହଜ କରିବ, ପ୍ରଦୂଷଣ ଏବଂ ଭିଡରୁ ମୁକ୍ତି ଦେବ, ପୁଣେବାସୀଙ୍କ ଜୀବନର ସହଜତାକୁ ବଢ଼ାଇବ । ମେଟ୍ରୋ ଏବଂ ଅନ୍ୟାନ୍ୟ ସରକାରୀ ପରିବହନ ବ୍ୟବସ୍ଥାକୁ ଅଭ୍ୟାସରେ ପକାଇବା ପାଇଁ ସେ ପୁଣେର ଲୋକ ବିଶେଷ ଭାବରେ ସୁସ୍ଥ ଲୋକଙ୍କୁ ଆହ୍ୱାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବଢୁଥିବା ସହରୀ ଜନସଂଖ୍ୟା ଉଭୟ ସୁଯୋଗ ଏବଂ ଆହ୍ୱାନ । ଆମ ସହରରେ ବଢୁଥିବା ଜନସଂଖ୍ୟାକୁ ସାମ୍ନା କରିବା ପାଇଁ ବ୍ୟାପକ ପରିବହନ ବ୍ୟବସ୍ଥାର ବିକାଶ ହେଉଛି ମୁଖ୍ୟ ଉତ୍ତର । ସେ ଦେଶର ବୃଦ୍ଧି ପାଉଥିବା ସହରଗୁଡିକ ପାଇଁ ଏକ ଦୂରଦୃଷ୍ଟି ତାଲିକା ପ୍ରସ୍ତୁତ କରିଛନ୍ତି ଯେଉଁଠାରେ ଅଧିକ ବିଦ୍ୟୁତ୍‍ ଚାଳିତ ବସ୍‍, ବିଦ୍ୟୁତ୍‍ ଚାଳିତ କାର୍‍ ଏବଂ ଦୁଇଚକିଆ ଭଳି ସବୁଜ ପରିବହନ ଯାନ ଯୋଗାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏବଂ ପ୍ରତ୍ୟେକ ସହରରେ ସ୍ମାର୍ଟ ଗତିଶୀଳତା ପାଇଁ ଲୋକମାନେ ସମସ୍ତ ପରିବହନ ସୁବିଧା ଲାଗି ଏକକ କାର୍ଡ ବ୍ୟବହାର କରିବା ଉଚିତ୍‍ । ସୁବିଧାକୁ ସ୍ମାର୍ଟ କରିବା ପାଇଁ ପ୍ରତ୍ୟେକ ସହରରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ରହିବା ଉଚିଚ୍‍ ।  ଗତିଶୀଳ ଅର୍ଥନୀତିକୁ ମଜବୁତ କରିବା ପାଇଁ ପ୍ରତ୍ୟେକ ସହରରେ ଏକ ଆଧୁନିକ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ରହିବା ଉଚିତ୍‍ । ପ୍ରତ୍ୟେକ ସହରକୁ ଜଳ ଯୋଗାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ଆଧୁନିକ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ରହିବା ଉଚିତ, ଜଳ ଉତ୍ସ ସଂରକ୍ଷଣ ପାଇଁ ଉନ୍ନତ ବ୍ୟବସ୍ଥା କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ସେ ଆହୁରି ମଧ୍ୟ ଆଶା କରିଛନ୍ତି ଯେ ବର୍ଜ୍ୟବସ୍ତୁରୁ ସମ୍ପଦ ସୃଷ୍ଟି କରିବା ପାଇଁ ଏହିପରି କ୍ଷେତ୍ରଗୁଡିକରେ ଗୋବରଧନ ଏବଂ ବାୟୋଗ୍ୟାସ୍ ପ୍ଲାଣ୍ଟ ରହିବ । ଏଲଇଡି ବଲବ୍‍ ବ୍ୟବହାର ପରି ଶକ୍ତି ସଞ୍ଚୟ ପଦକ୍ଷେପ ଏହି ସହରଗୁଡିକର ହଲମାର୍କ ହେବା ଉଚିତ ।  ଅମୃତ ମିଶନ୍ ଏବଂ ରେରା ନିୟମ ସହରୀ ଦୃଶ୍ୟପଟ୍ଟରେ ନୂତନ ଶକ୍ତି ଆଣିଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ, ସହରଗୁଡ଼ିକର ଜୀବନରେ ନଦୀର ମହତ୍ତ୍ୱକୁ ଦୋହରାଇଲେ ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ଜୀବନଶୈଳୀର ମହତ୍ତ୍ୱ ଏବଂ ସଂରକ୍ଷଣ ବିଷୟରେ ଏକ ନୂତନ ସଚେତନତା ସୃଷ୍ଟି କରିବା ପାଇଁ ନଦୀ ତଟରେ ଥିବା ସହରଗୁଡ଼ିକରେ ନଦୀ ଉତ୍ସବ ପାଳନ ପାଇଁ ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ, ସହରଗୁଡ଼ିକର ଜୀବନରେ ନଦୀର ମହତ୍ତ୍ୱକୁ ଦୋହରାଇଲେ ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ଜୀବନଶୈଳୀର ମହତ୍ତ୍ୱ ଏବଂ ସଂରକ୍ଷଣ ବିଷୟରେ ଏକ ନୂତନ ସଚେତନତା ସୃଷ୍ଟି କରିବା ପାଇଁ ନଦୀ ତଟରେ ଥିବା ସହରଗୁଡ଼ିକରେ ନଦୀ ଉତ୍ସବ ପାଳନ ପାଇଁ ଅନୁରୋଧ କରିଥିଲେ ।

ଭିତ୍ତିଭୂମି ପ୍ରତି ନୂତନ ଆଭିମୁଖ୍ୟ ଉପରେ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେକୌଣସି ଦେଶରେ ଆଧୁନିକ ଭିତ୍ତିଭୂମି ବିକାଶ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଗତି ଏବଂ ମାନଦଣ୍ଡ । କିନ୍ତୁ ଦଶନ୍ଧି ଧରି, ଆମର ଏପରି ବ୍ୟବସ୍ଥା ଥିଲା ଯେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ସମାପ୍ତି ଏକ ଦୀର୍ଘ ସମୟ ନେଇଥାଏ ।

ଏହି ଅଳସୁଆ ମନୋଭାବ ଦେଶର ବିକାଶ ଉପରେ ମଧ୍ୟ ପ୍ରଭାବ ପକାଉଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, “ଆଜି ଦ୍ରୁତ ଗତିରେ ବଢୁଥିବା ଭାରତରେ ଆମକୁ ଗତି ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ ।

ସେଥିପାଇଁ ଆମ ସରକାର ପିଏମ୍‍-ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି । ସମସ୍ତ ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ ଏବଂ ଉପଯୁକ୍ତ ସମନ୍ୱୟ ସହିତ କାର୍ଯ୍ୟ ପାଇଁ ଗତିଶକ୍ତି ଯୋଜନା ସମନ୍ୱିତ ଫୋକସ ନିଶ୍ଚିତ କରିବ ବୋଲି ସେ କହିଛନ୍ତି ।

ପରିଶେଷରେ, ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ଯେ ଆଧୁନିକତା ସହିତ ପୁଣେର ପ୍ରାଚୀନ ପରମ୍ପରା ଏବଂ ମହାରାଷ୍ଟ୍ରର ଗୌରବକୁ ସହରାଞ୍ଚଳ ଯୋଜନାରେ ସମାନ ସ୍ଥାନ ଦିଆଯାଉଛି ।

ପୁଣେ ମେଟ୍ରୋ ରେଳ ପ୍ରକଳ୍ପ ପ୍ରକଳ୍ପ ପୁଣେରେ ସହରୀ ଗତିଶୀଳତା ପାଇଁ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଯୋଗାଇବା ପାଇଁ ଏକ ପ୍ରୟାସ । ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ୨୪ ଡିସେମ୍ବର ୨୦୧୬ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିଲା । ପୁଣେ ମେଟ୍ରୋ ରେଳ ପ୍ରକଳ୍ପର ମୋଟ୍‍ ୩୨.୨ କିଲୋମିଟର ମଧ୍ୟରୁ ୧୨ କିଲୋମିଟରକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ସମୁଦାୟ ୧୧,୪୦୦ କୋଟିରୁ ଅଧିକ ମୂଲ୍ୟରେ ଏହି ପ୍ରକଳ୍ପ ର୍ନିମାଣ କରାଯାଉଛି । ପ୍ରଧାନମନ୍ତ୍ରୀ ଗାରୱାରେ ମେଟ୍ରୋ ଷ୍ଟେସନରେ ପ୍ରଦର୍ଶନୀକୁ ଉଦଘାଟନ ଏବଂ ଅନୁଧ୍ୟାନ କରିଥିଲେ ଏବଂ ସେଠାରୁ ଆନନ୍ଦନଗର ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିଥିଲେ ।

 

 

 

 

ସେ ମୁଲା-ମୁଥା ନଦୀ ପ୍ରକଳ୍ପର ନବୀକରଣ ଏବଂ ପ୍ରଦୂଷଣ ନିବାରଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୧୦୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏହି ପ୍ରକଳ୍ପରେ ନଦୀର ୯ କିଲୋମିଟର ଅଞ୍ଚଳରେ ନବୀକରଣ କାର୍ଯ୍ୟ କରାଯିବ । ଏଥିରେ ନଦୀ କୂଳର ସୁରକ୍ଷା, ଇଣ୍ଟରସେପ୍ଟର ସ୍ୱେରେଜ୍ ନେଟୱାର୍କ, ଜନସାଧାରଣଙ୍କ ସୁବିଧା, ନୌଚାଳନା କାର୍ଯ୍ୟକଳାପ ଇତ୍ୟାଦି କାର୍ଯ୍ୟ ଅନ୍ତର୍ଭୁକ୍ତ ହେବ । ୧୪୭୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ “ୱାନ ସିଟି ୱାନ ଅପରେଟର” ର ସଂକଳ୍ପ ଉପରେ ମୁଲା-ମୁଥା ନଦୀ ପ୍ରଦୂଷଣ ନିବାରଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ପ୍ରାୟ ୪୦୦ ଏମଏଲ୍‍ଡିର ମିଳିତ କ୍ଷମତା ସହିତ ଏହି ପ୍ରକଳ୍ପ ଅଧୀନରେ ସମୁଦାୟ ୧୧ ଟି ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ର୍ନିମାଣ କରାଯିବ । ପ୍ରଧାନମନ୍ତ୍ରୀ ବାନର ଠାରେ ର୍ନିମିତ ୧୪୦ ଟି ଇ-ବସ୍ ଡିପୋ ଏବଂ ଇ-ବସ୍ ର ମଧ୍ୟ ଶୁଭାରମ୍ଭ କରିଛନ୍ତି ।

ପ୍ରଧାନମନ୍ତ୍ରୀ ପୁଣେର ବାଲେୱାଡିରେ ର୍ନିମିତ ଆର.କେ ଲକ୍ଷ୍ମଣ ଆର୍ଟ ଗ୍ୟାଲେରୀ-ସଂଗ୍ରହାଳୟକୁ ମଧ୍ୟ ଉଦଘାଟନ କରିଛନ୍ତି । ସଂଗ୍ରହାଳୟର ମୁଖ୍ୟ ଆକର୍ଷଣ ହେଉଛି ମାଲଗୁଡି ଗାଁ ଉପରେ ଆଧାରିତ ଏକ କ୍ଷୁଦ୍ର ମଡେଲ ଯାହା ଅଡିଓ-ଭିଜୁଆଲ୍ ଇଫେକ୍ଟ ମାଧ୍ୟମରେ ଜୀବନ୍ତ ଅନୁଭୂତ ହେବ । କାର୍ଟୁନିଷ୍ଟ ଆର କେ ଲକ୍ଷ୍ମଣଙ୍କ ଦ୍ୱାରା ଅଙ୍କିତ କାର୍ଟୁନ୍ ସଂଗ୍ରହାଳୟରେ ପ୍ରଦର୍ଶିତ ହେବ ।

ଏହି କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ପୁଣେ ମହାନଗର ନିଗମ ପରିସରରେ ଶ୍ରୀ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । ଏହି ପ୍ରତିମୂର୍ତ୍ତି ୧୮୫୦ କିଲୋଗ୍ରାମଧାତୁରେ ର୍ନିମିତ ଏବଂ ଏହାର ଉଚ୍ଚତା ପ୍ରାୟ ୯.୫ ଫୁଟ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Chandrababu Naidu writes: 12 years on, leadership that endured, India that emerged

Media Coverage

Chandrababu Naidu writes: 12 years on, leadership that endured, India that emerged
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights 12 years of the government dedicated to trust, development, and public welfare
June 09, 2026

Prime Minister Shri Narendra Modi today stated that the past 12 years of the government have been dedicated to trust, development, and public welfare. The Prime Minister noted that with the blessings of 140 crore countrymen and the spirit of Nation First, no stone has been left unturned in empowering the youth, women, and farmer brothers and sisters.

Shri Modi observed that it is the result of relentless efforts that today the country has gained a new identity across the world, from infrastructure to the digital revolution. To realize the resolution of a Viksit Bharat, the Prime Minister affirmed that the government will continue to move forward on this path of service, good governance, and prosperity.

The Prime Minister posted on X:

"हमारी सरकार के बीते 12 वर्ष विश्वास, विकास और जनकल्याण को समर्पित रहे हैं। 140 करोड़ देशवासियों के आशीर्वाद और राष्ट्र प्रथम की भावना से हमने युवाओं, महिलाओं और अपने किसान भाई-बहनों को सशक्त बनाने में कोई कोर-कसर नहीं छोड़ी है। यह हमारे अथक प्रयासों का ही परिणाम है कि इंफ्रास्ट्रक्चर से लेकर डिजिटल क्रांति तक आज देश को दुनियाभर में एक नई पहचान मिली है। विकसित भारत के संकल्प को साकार करने के लिए हम सेवा, सुशासन और समृद्धि के इसी पथ पर निरंतर आगे बढ़ते रहेंगे।

#12YearsOfSeva"