ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତାମିଲନାଡୁର ଟୁଥୁକୁଡିଠାରେ ୧୭,୩୦୦ କୋଟି ଟଙ୍କାରୁ ଅଧିକ ଏକାଧିକ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ
ଭି.ଓ ଚିଦାମ୍ବରନାର ବନ୍ଦର ବାହ୍ୟ ପୋତାଶ୍ରୟ କଣ୍ଟେନର ରହଣୀସ୍ଥଳର ଶିଳାନ୍ୟାସ
୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୫ଟି ବତୀଘରର ପର୍ଯ୍ୟଟନ ସୁବିଧା ସୁଯୋଗର ଉଦ୍‌ଘାଟନ
ଭାରତର ପ୍ରଥମ ସ୍ବଦେଶୀ ସବୁଜ ଉଦ୍‌ଯାନ ଇନ୍ଧନ ସେଲ ଇନଲ୍ୟାଣ୍ଡ ଜଳପଥ ପୋତର ଶୁଭାରମ୍ଭ
ବିଭିନ୍ନ ରେଳ ଓ ସଡକ ପ୍ରକଳ୍ପ ଲୋକାର୍ପଣ
ଆଜି ଦେଶ ପୂର୍ଣ ସରକାର ପ୍ରକଳ୍ପ ଦୃଷ୍ଟିକୋଣରେ କାମ କରୁଛି
"ମାରିଟାଇନ୍ ସେକ୍ଟରର ବିକାଶ ମତେ ତାମିଲନାଡୁ ଏହି ପ୍ରଦେଶର ବିକାଶ"
"ଏକ ସମୟରେ 75 ପ୍ରଦେଶରେ ବିକାଶ, ଏହା ନୂଆ ଭାରତ"

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮.୦୨.୨୦୨୪) ତାମିଲନାଡୁର ଟୁଥୁକୁଡିଠାରେ ୧୭, ୩୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଭି.ଓ ଚିଦାମ୍ବରନାର ବନ୍ଦର ବାହ୍ୟ ପୋତାଶ୍ରୟ କଂଟେନର ରହଣୀସ୍ଥଳର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଭାରତର ପ୍ରଥମ ସ୍ବଦେଶୀ ସବୁଜ ଉଦ୍‌ଯାନ ଇନ୍ଧନସେଲ ଇନ୍‌ଲ୍ୟାଣ୍ଡ ଜଳପଥ ପୋତ ଚାଳନାର ଶୁଭାରମ୍ଭ ହରିତ ନୌକା ପଦକ୍ଷେପ ଯୋଜନା ଅଧୀନରେ କରିଛନ୍ତି । ସେ ମଧ୍ୟ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୫ଟି ବତୀଘର ପର୍ଯ୍ୟଟକ ସୁବିଧା ସୁଯୋଗ ସ୍ଥଳୀର ଉଦ୍‌ଘାଟନ କରିଛନ୍ତି । ସେ ମଧ୍ୟ ଭାଞ୍ଚି ମାନୀୟାଛି-ନାଗର କୋଏଲ, ରେଳପଥର ଦୋହରୀକରଣ ଉଦ୍‌ଘାଟନ କରିଛନ୍ତି । ଏଥିରେ ଭାଞ୍ଚି -ମାନିୟାଛି-ତିରୁନେଲଭାଲୀ ସେକ୍ସନ ଓ ମାଲାପାଲାୟମ-ଆରାଲଭୟାମୋଳି ସେକ୍ସନ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ୪୫୮୬ କୋଟି ଟଙ୍କାରେ ନିର୍ମିତ ତାମିଲନାଡୁର ଚାରିଟି ସଡକ ପ୍ରକଳ୍ପକୁ ମଧ୍ୟ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । 

 

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଟୁଥୁକୁଡିଠାରେ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ସହ ତାମିଲନାଡୁ ପ୍ରଗତିର ଏକ ନୂତନ ଅଧ୍ୟାୟ ଲିପିବଦ୍ଧ କରିଛି । ଏହିପରି ଅନେକ ବିକାଶମୂଳକ ପ୍ରକଳ୍ପ ବିକଶିତ ଭାରତର ରୋଡ ମ୍ୟାପ ଭାବରେ ବିବେଚିତ । ଯେକୌଣସି ବ୍ୟକ୍ତି ଆଜିର ବିକାଶମୂଳକ ପ୍ରକଳ୍ପଗୁଡିକରେ ଏକ ଭାରତ ଶ୍ରେଷ୍ଠ ଭାରତର ଉତ୍ସାହ ଲକ୍ଷ୍ୟ କରିପାରିବେ । ଏହି ପ୍ରକଳ୍ପଗୁଡିକ ଟୁଥୁକୁଡିଠାରେ ଥିଲେ ମଧ୍ୟ ଏହା ଦେଶର ଅନେକ ସ୍ଥାନରେ ବିକାଶକୁ ଗତି ଦେଇପାରିବ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ।

ପ୍ରଧାନମନ୍ତ୍ରୀ ବିକଶିତ ଭାରତର ତାମିଲନାଡୁର ବିରାଟ ଭୂମିକା ଅଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ସେ ତାଙ୍କର ଦୁଇବର୍ଷ ପୂର୍ବର ଗସ୍ତକୁ ସ୍ମୃତିଚାରଣ କରିଥିଲେ । ସେ ଚିଦାମ୍ବରନର ବନ୍ଦର ସାମର୍ଥ୍ୟର ସମ୍ପ୍ରସାରଣ ସଂକ୍ରାନ୍ତ ଅନେକ ପ୍ରକଳ୍ପ ସେତେବେଳେ ଉଦ୍‌ଘାଟନ କରି ଏହା ଜାହାଜ ଚଳାଚଳର ଏକ ବିରାଟ ବନ୍ଦର ହେବ ବୋଲି କହିଥିଲେ । “ସେହି ଗ୍ୟାରେଣ୍ଟି ଆଜି ସଫଳ ହୋଇଛି” ବୋଲି କହିଥିଲେ । ଭି.ଓ ଚିଦାମ୍ବରନର ବାହ୍ୟ ପୋତାଶ୍ରୟ କଂଟେନର ରହଣିସ୍ଥଳ ଶିଳାନ୍ୟାସ କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ପ୍ରକଳ୍ପ ବାବଦ ସାତହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଆଜି ୯୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି ଓ ୨୫୦୦ କୋଟି ଟଙ୍କାର ପ୍ରକଳ୍ପ ୧୩ଟି ବନ୍ଦର ପାଇଁ ଆରମ୍ଭ ହୋଇଛି । ଏହି ପ୍ରକଳ୍ପ ଗୁଡିକ ତାମିଲନାଡୁ ପାଇଁ ସୁବିଧା ହେବା ସହ ଏହା ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ । 

 

ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଥିଲେ ଯେ ଆଜିର ବିକାଶମୂଳକ ପ୍ରକଳ୍ପଗୁଡିକ ଜନସାଧାରଣଙ୍କ ଦାବି ଯୋଗୁଁ ବର୍ତ୍ତମାନର ସରକାର ତ୍ୱରାନ୍ୱିତ କରିଛନ୍ତି । ମାତ୍ର ପୂର୍ବ ସରକାର ଏଥିପ୍ରତି କୌଣସି ଧ୍ୟାନ ଦେଉ ନ ଥିଲେ ।” ମୁଁ ରାଜ୍ୟର ଭାଗ୍ୟ ପରିବର୍ତ୍ତନ ଓ ସେବା ପାଇଁ ତାମିଲନାଡୁ ଆସିଛି’ ବୋଲି କହିଥିଲେ । 

ଦେଶର ପ୍ରଥମ ଉଦ୍‌ଯାନ ଇନ୍ଧନ ସେଲ ଇନ୍‌ଲ୍ୟାଣ୍ଡ ଜଳପଥ ପୋତ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ହରିତ ନୌକା ପଦକ୍ଷେପ ଜରିଆରେ ଏହା ତାମିଲନାଡୁ ଓ କାଶୀବାସୀଙ୍କ ଏକ ଉପହାର । ସେ କାଶୀ ତାମିଲ ସଙ୍ଗମମ୍‌ରେ ତାମିଲନାଡୁ ଜନସାଧାରଣଙ୍କ ଉତ୍ସାହ ଓ ସ୍ନେହର ଅବଲୋକନ କରିଛନ୍ତି । ଭି.ଓ ଚିଦାମ୍ବରନର ବନ୍ଦରକୁ ଦେଶର ପ୍ରଥମ ସବୁଜ ଉଦ୍‌ଯାନ ପେଣ୍ଠ ବନ୍ଦର କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଅନ୍ୟାନ୍ୟ ପ୍ରକଳ୍ପ ମାନ ଉଦ୍‌ଘାଟନ କରିଥିଲେ । ଏହି ପ୍ରକଳ୍ପକୁ ମଧ୍ୟରେ ଜଳର ଲବଣାଂଶ ନିଷ୍କାସନ ପ୍ଲାଣ୍ଟ, ଉଦ୍‌ଯାନ ଉତ୍ପାଦନ ଓ ଏହାର ଭଣ୍ଡାରଣ ବ୍ୟବସ୍ଥା ଅନ୍ତର୍ଭୁକ୍ତ । “ଆଜି ସାରା ବିଶ୍ୱ ଯେଉଁ ଅନୁସନ୍ଧାନରେ ଅଛି, ତାମିଲନାଡୁ ସେହି ବିକଳ୍ପର ଅନ୍ୱେଷଣ କରିବାକୁ ବହୁତ ଆଗେଇବ ବୋଲି ଶ୍ରୀ ମୋଦୀ କହିଥିଲେ ।”

ଆଜିର ରେଳ ଓ ସଡକ ବିକାଶ ପ୍ରକଳ୍ପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରେଳପଥ ଦୋହରୀକରଣ ଓ ବିଦ୍ୟୁତୀକରଣ ଦକ୍ଷିଣ ତାମିଲନାଡୁ ଓ କେରଳ ମଧ୍ୟରେ ସଂଯୋଗୀକରଣରେ ଆହୁରି ଉନ୍ନତି ଆଣିବ ଓ ତିରୁନେଲଭେଲୀ ଓ ନଗରକୋଏଲରେ ଗହଳି ହ୍ରାସ କରିବ । ଚାରିହଜାର କୋଟି ଟଙ୍କା ବ୍ୟୟରେ ଆଜି ତାମିଲନାଡୁରେ ସଡକ ଆଧୁନିକୀକରଣ ପ୍ରକଳ୍ପ ଯୋଗାଯୋଗରେ ଉନ୍ନତି ଆଣିବା ସହ, ଯାତ୍ରା ଅବଧି ହ୍ରାସ କରିବ ଓ ବାଣିଜ୍ୟ ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ । 

 

ନବଭାରତର ସରକାରୀ ପଦକ୍ଷେପ ନେଇ ଶ୍ରୀ ମୋଦୀ କହିଥିଲେ ସଡକ ପଥ, ରାଜ୍ୟପଥ ଓ ଜଳପଥ ବିଭାଗ ତାମିଲନାଡୁ ନିମନ୍ତେ ଉନ୍ନତ ସଂଯୋଗୀକରଣ ଓ ସୁଯୋଗ ନେଇ କାର୍ଯ୍ୟ କରୁଛନ୍ତି । ସେଥିପାଇଁ ରେଳ, ସଡକ ଓ ସାମୁଦ୍ରିକ ପ୍ରକଳ୍ପ ଏକା ସମୟରେ ବିକଶିତ ହେଉଛି । ବହୁ ମୁଖୀ ପ୍ରକଳ୍ପ ରାଜ୍ୟରେ ବିକାଶର ଗତିକୁ ତ୍ୱରାନ୍ୱିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ଦେଶର ପ୍ରମୁଖ ବତୀଘରଗୁଡିକୁ ପର୍ଯ୍ୟଟନସ୍ଥଳୀ କରିବା ନେଇ ମନ କି ବାତରେ ଦିଆଯାଇଥିବା ପ୍ରସ୍ତାବର ସ୍ମୃତିଚାରଣ କରି ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୭୫ଟି ବତୀଘର ଏ ଦିଗରେ ଉତ୍ସର୍ଗ କରିବା ନେଇ ଗର୍ବ ଅନୁଭବ କରିଥିଲେ । “୭୫ଟି ସ୍ଥାନରେ ବିକାଶ ଏକାଥରେ, ତାହା ହିଁ ନୂତନ ଭାରତ’ ବୋଲି ସେ ମନ୍ତବ୍ୟ ଦେଇଥିଲେ । ଏହି ୭୫ଟି ସ୍ଥାନ ଭବିଷ୍ୟତରେ ବିରାଟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହେବ ବୋଲି ସେ ଆଶା ପ୍ରକଟ କରିଥିଲେ । 

 

କେନ୍ଦ୍ର ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଦଶବର୍ଷ ମଧ୍ୟରେ ତାମିଲନାଡୁରେ ୧୩ଶହ କିଲୋମିଟର ଦୈର୍ଘ୍ୟ ରେଳପ୍ରକଳ୍ପ କାର୍ଯ୍ୟହାତକୁ ନିଆଯାଇଛି । ୨୦୦୦କିଲୋମିଟର ରେଳ ବିଦ୍ୟୁତିକରଣ କାର୍ଯ୍ୟ ଶେଷ ହୋଇଛି । ଉଡନ୍ତା ପୋଲ, ଭୂତଳ ରାସ୍ତା ଓ ଅନେକ ରେଳ ଷ୍ଟେସନର ଉନ୍ନୀତକରଣ କାର୍ଯ୍ୟ ଶେଷ ହୋଇଛି । ବିଶ୍ୱସ୍ତରୀୟ ଅନୁଭବ ନେଇ ପାଞ୍ଚ ବନ୍ଦେ ଭାରତ ଏକ୍ସପ୍ରେସ ରାଜ୍ୟରେ ଚଳାଚଳ କରୁଛି । ତାମିଲନାଡୁର ସଡକ ଭିତ୍ତିଭୂମି ବିକାଶ ନିମନ୍ତେ କେନ୍ଦ୍ର ସରକାର ୧.୫ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କେନ୍ଦ୍ର ସରକାରଙ୍କ ସଂଯୋଗୀକରଣରେ ଉନ୍ନତି ଉଦ୍ୟମ ଜୀବନ ଧାରଣ ପଥକୁ ସୁଗମ କରିଛି’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଯୁଗ ଯୁଗ ଧରି ଦେଶର ଜଳପଥ ଓ ସମୁଦ୍ର ପଥ ନେଇ ଅନେକ ଆଶା ଭରସା ରହିଛି । ଏହି କ୍ଷେତ୍ରଗୁଡିକ ଆଜି ବିକଶିତ ଭାରତର ମୂଳଦୁଆ ସାଜିଥିବା ବେଳେ, ତାମିଲନାଡୁ ତାହାର ସବୁଠାରୁ ଅଧିକ ସୁବିଧା ପାଇବ । ପ୍ରଧାନମନ୍ତ୍ରୀ ତାମିଲନାଡୁର ତିନିଟି ବୃହତ ଓ ୧୨ଟି କ୍ଷୁଦ୍ର ବନ୍ଦର ସମଗ୍ର ଦକ୍ଷିଣଭାରତ ରାଜ୍ୟଗୁଡିକ ନିମନ୍ତେ ଅନେକ ସମ୍ଭାବନା ସୃଷ୍ଟି କରିଛି ବୋଲି କହିଥିଲେ ।” ସାମୁଦ୍ରିକ କ୍ଷେତ୍ରରେ ବିକାଶର ଅର୍ଥ ହେଉଛି ତାମିଲନାଡୁର ବିକାଶ ଓ ଭି.ଓ ଚିଦାମ୍ବରନର ବନ୍ଦରରେ ଗତ ଦଶନ୍ଧି ମଧ୍ୟରେ ଶତକଡା ୩୫ଭାଗ ପରିବହନ ବୃଦ୍ଧି ପାଇଛି । ବନ୍ଦର ଗତବର୍ଷ ୩୮ ନିୟୁତ ଟନ ସାମଗ୍ରୀ କାରବାର କରିଥିବାବେଳେ, ବାର୍ଷିକ ଶତକଡା ୧୧ଭାଗ ଅଭିବୃଦ୍ଧି ହାସଲ କରି ରେକର୍ଡ କରିଛି । ସେଭଳି ଅଭିବୃଦ୍ଧି ଦେଶର ଅନ୍ୟାନ୍ୟ ବନ୍ଦରରେ ମଧ୍ୟ ଦେଖିବାକୁ ମିଳିବ ଓ ସାଗରମାଳା ପ୍ରକଳ୍ପ ଯୋଗଁ ତାହା ସମ୍ଭବ ହେବ ବୋଲି ସେ କହିଥିଲେ । 

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଜଳପଥ ଓ ସାମୁଦ୍ରିକ କ୍ଷେତ୍ରରୋ ନୂତନ ରେକର୍ଡ ସୃଷ୍ଟି କରିଛି । ଲଜିଷ୍ଟିକ୍‌୍‌ସ କାର୍ଯ୍ୟକଳାପ ସୂଚୀରେ ଭାରତ ୩୮ତମ ସ୍ଥାନକୁ ଉଠିଥିବାବେଳେ, ଗତ ଦଶନ୍ଧି ମଧ୍ୟରେ ବନ୍ଦର ସାମର୍ଥ୍ୟ ଦ୍ୱିଗୁଣିତ ହୋଇଛି । ଏହି ସମୟ ମଧ୍ୟରେ ଜାତୀୟ ଜଳମାର୍ଗରେ ୮ଗୁଣ ବୃଦ୍ଧି ହୋଇଥିବାବେଳେ ନଦୀରେ ନୌକାଯାତ୍ରା ଚାରିଗୁଣ ବୃଦ୍ଧି ପାଇଛି । ଏହା ନିଶ୍ଚିତଭାବେ ତାମିଲନାଡୁ ଓ ଆମର ଯୁବାଗୋଷ୍ଠୀର ଉପକାରରେ ଆସିବ । “ମୁଁ ନିଶ୍ଚିତ ଯେ ତାମିଲନାଡୁ ନିଶ୍ଚିତ ବିକାଶପଥରେ ଆଗେଇ ଚାଲିବ ଓ ମୁଁ ଗ୍ୟାରେଣ୍ଟି ଦେଉଛି ଯେ ମୁଁ ଆପଣମାନଙ୍କ ବିପୁଳ ଉତ୍ସାହର ସହ ସେବା କରିବି ଯଦି ଦେଶ ମତେ ତୃତୀୟ ଥର ନିମନ୍ତେ ସେବାରେ ସୁଯୋଗ ଦେବେ” ବୋଲି ସେ କହିଥିଲେ । 

 

ତାମିଲନାଡୁର ବିଭିନ୍ନ ଅଞ୍ଚଳରୁ ପାଇଥିବା ଉତ୍ସାହ ଓ ସ୍ନେହଶ୍ରଦ୍ଧା ନେଇ ସେ କହିଥିଲେ ଯେ ତାଙ୍କର ଏହି ପରିଦର୍ଶନ କାଳରେ ଯଥେଷ୍ଟ ଜନ ଆଶୀର୍ବାଦ ପାଇଛନ୍ତି ଓ ସେ ସବୁ ସ୍ନେହକୁ ରାଜ୍ୟର ବିକାଶ ସହ ଯୋଡିବେ ବୋଲି କହିଥିଲେ ।

ତାମିଲନାଡୁ ଓ ଭାରତ ସରକାର ବିକାଶର ପର୍ବ ଏକାଠି ପାଳନ କରୁଛନ୍ତି ବୋଲି ସେ ସମବେତ ଜନତାଙ୍କୁ ମୋବାଇଲ ଆଲୋକ ଜଳାଇ ଏହା ପାଳନ କରିବାକୁ କହି ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ।

ତାମିଲନାଡୁ ରାଜ୍ୟପାଳ ଶ୍ରୀ ଆର.ଏନ ରବି, କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ଓ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଏଲ. ମୁରୁଗନ ଏହି ଅବସରରେ ଉପସ୍ଥିତ ଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India adds 1.26 million credit cards in July as spending rises; HDFC, SBI lead the way

Media Coverage

India adds 1.26 million credit cards in July as spending rises; HDFC, SBI lead the way
NM on the go

Nm on the go

Always be the first to hear from the PM. Get the App Now!
...
PM to Address Youth at Khelo India Dialogue on 27th August
August 26, 2026
Khelo India Dialogue will bring together sports, youth leadership, civic responsibility, volunteering, fitness and nation-building on a common platform
Yuva Samvaad under Khelo India Dialogue to Focus on Five Key Themes: Sports, Olympic Aspirations, Youth Leadership, Viksit Bharat and Nasha Mukt Yuva

Prime Minister Shri Narendra Modi will address Khelo India Dialogue on 27th August at 11 AM via video conferencing. The programme aims to help the youth engage with India's sporting journey, share their aspirations, and contribute ideas for a stronger youth-led Viksit Bharat.

Organised by Mera Yuva Bharat (MY Bharat), as part of the National Sports Day 2026 celebrations, the programme will be conducted across the country with participation of youth at two colleges in every district across States and Union Territories. The programme is being held in line with the Prime Minister's vision of building a fit, disciplined and sporting nation while placing the aspirations of youth at the centre of the national development agenda.

The nationwide Khelo India Dialogue will bring together sports, youth leadership, civic responsibility, volunteering, fitness and nation-building on a common platform. It will provide a direct channel for young people to engage with the country's sporting ambitions, while ensuring that their ideas and perspectives become part of the continuing conversation on India's youth and sports ecosystem.

The national programme will be followed by local interactions involving young participants, MY Bharat volunteers, local sportspersons and public representatives. A major feature of the initiative will be direct interaction between youth having interest in sports and leading Indian athletes and medal winners. A central feature of the programme will be Yuva Samvaad where Young participants will be invited to articulate their own ideas, perspectives and aspirations. The dialogue will be structured around five themes:

  • improving India's sports ecosystem through better facilities, coaching, sports science and inclusive participation;
  • nurturing talent for the 2036 Olympics via scientific talent identification, transparent selection and long-term athlete development;
  • creating youth leaders through governance platforms and MY Bharat-led volunteering;
  • empowering youth for Viksit Bharat by building civic mindedness, future-ready skills and structured volunteering;
  • promoting a Nasha Mukt Yuva movement that leverages sport and peer networks to fight substance abuse, reinforced by weekly Jan Bhagidari activities under PM's 100-week nationwide campaign launched on 2 August 2026.