ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ସୋଲାପୁରଠାରେ ପ୍ରାୟ ଦୁଇହଜାର କୋଟି ଟଙ୍କାର ଆଠଟି ଅମୃତ ପ୍ରକଳ୍ପର କଲେ ଶିଳାନ୍ୟାସ
ମହାରାଷ୍ଟ୍ରର ପିଏମଏୱାଇ-ଅର୍ବାନ ଯୋଜନା ଅଧୀନରେ ୯୦ହଜାରରୁ ଅଧିକ ଘର କଲେ ଉତ୍ସର୍ଗ
ସୋଲାପୁର ରାୟନଗର ଗୃହନିର୍ମାଣ ସମିତିର ୧୫ହଜାର ଗୃହ କଲେ ଉତ୍ସର୍ଗ
ପିଏମ୍ ସ୍ୱନିଧି ଯୋଜନା ଅଧୀନରେ ଦଶହଜାର ହିତାଧିକାରୀଙ୍କୁ ବାଣ୍ଟିଲେ ପ୍ରଥମ ଓ ଦ୍ୱିତୀୟ କିସ୍ତି
“ପ୍ରଥମ ଦିନରୁ ହିଁ ଆମ ସରକାର ଦେଶରେ ଉତ୍ତମ ପ୍ରଶାସନ ସୁନିଶ୍ଚିତ କରିବା ପାଇଁ ଚେଷ୍ଟା କରୁଛନ୍ତି, ସରକାର ଶ୍ରୀରାମଙ୍କ ଆଦର୍ଶ ଅନୁସରଣ କରୁଛନ୍ତି ଓ ଦେଶରେ ସାଧୁତାର ଶାସନ ଚାଲିଛି”
“ଯେତେବେଳେ ହଜାର ହଜାର ପରିବାରଙ୍କ ସ୍ୱପ୍ନ ସାର୍ଥକ ହୁଏ ଓ ସେମାନଙ୍କ ଆଶୀର୍ବାଦ ମୋର ବିରାଟ ସମ୍ପଦ ବନିଗଲେ ତାହା ମୋତେ ଯଥେଷ୍ଟ ସନ୍ତୋଷ ଦେଇଥାଏ”
“ଦାରିଦ୍ର‌୍ୟର ଅନ୍ଧକାର ଦୂର କରିବା ନିମନ୍ତେ ଜାନୁୟାରୀ ୨୨ର ରାମଜ୍ୟୋତି ହେବ ଏକ ପ୍ରେରଣା”
“ସରକାରଙ୍କ ରାସ୍ତା ହେଉଛି ‘ଶ୍ରମର ମହତ୍ୱ’ କର୍ମଜୀବୀର ଆତ୍ମନିର୍ଭରଶୀଳତା ଏବଂ ଗରିବ କଲ୍ୟାଣ” “ଗରିବ ମାନେ ପକ୍‌କ୍‌ଘର, ଶୌଚାଳୟ, ବିଦ୍ୟୁତ ଯୋଗାଣ, ପାଣି ପାଇବା ଉଚିତ ଓ ଏହିସବୁ ସୁବିଧାମାନ ମଧ୍ୟ ସାମାଜିକ ନ୍ୟାୟର ଗ୍ୟାରେଣ୍ଟି”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରାର ସୋଲାପୁରରେ ଆଜି (୧୯.୦୧.୨୦୨୪) ପ୍ରାୟ ୨ହଜାର କୋଟି ଟଙ୍କା ବ୍ୟୟରେ ଆଠଟି ଅମୃତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ମହାରାଷ୍ଟ୍ରରେ ପିଏମ୍‌ଏୱାଇ-ଅର୍ବାନ ଯୋଜନା ଅଧୀନରେ ନିର୍ମିତ ୯୦ହଜାରରୁ ଅଧିକ ଗୃହ ମଧ୍ୟ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହାଛଡା ସୋଲାପୁରଠାରେ ରାୟନଗର ଗୃହନିର୍ମାଣ ସମିତିର୧୫ହଜାର ଘର ହିତାଧିକାରୀମାନଙ୍କୁ ହସ୍ତାନ୍ତର କରିଛନ୍ତି । ହିତାଧିକାରୀମାନଙ୍କ ମଧ୍ୟରେ ଅଧିକାଂଶ ହସ୍ତତନ୍ତ କାରିଗର, ଜରି ଗୋଟାଳି, ବିଡି ଶ୍ରମିକ ଓ ଡ୍ରାଇଭର ଅଛନ୍ତି । କାର୍ଯ୍ୟକ୍ରମ କାଳରେ ସେ ମଧ୍ୟ ମହାରାଷ୍ଟ୍ରର ଦଶହଜାର ସ୍ୱନିଧି ଯୋଜନା ହିତାଧିକାରୀଙ୍କୁ ପ୍ରଥମ ଓ ଦ୍ୱିତୀୟ କିସ୍ତି ବଣ୍ଟନ କରିଛନ୍ତି । ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାନୁୟାରୀ ୨୨ତାରିଖ ଦିନ ଅଯୋଧ୍ୟ।। ଧାମ ରାମମନ୍ଦିରେ ପ୍ରାଣପ୍ରତିଷ୍ଠା ଉପଲକ୍ଷେ ସମଗ୍ର ଦେଶ ଏବେ ଭକ୍ତିଭାବରେ ମଜ୍ଜି ରହିଛି । ଯୁଗ ଯୁଗ ଧରି ଭଗବାନ ରାମଙ୍କ ଏକ ତମ୍ବୁରେ ଦର୍ଶନ ଅବକାଶ ଏବେ ଦୂର ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ସେ ଏଗାର ଦିନ ବ୍ୟାପୀ ବ୍ରତ ସମସ୍ତ ନୀତି ନିୟମ ଓ ମୁନି ଋଷିଙ୍କ ମାର୍ଗଦର୍ଶନ ଅନୁସାରେ କଡାକଡିଭାବେ ପାଳନ କରୁଛନ୍ତି । ସମସ୍ତ ନାଗରିକମାନଙ୍କ ଆଶୀର୍ବାଦ ସହ ପ୍ରାଣ ପ୍ରତିଷ୍ଠା ସମାପନ ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାରାଷ୍ଟ୍ରସ୍ଥିତ ନାସିକର ପଞ୍ଚବଟୀରୁ ସେ ତାଙ୍କ ଏଗାର ଦିନ ବ୍ୟାପୀ ବ୍ରତ ପାଳନା ଆରମ୍ଭ କରିଥିଲେ । ଭକ୍ତିର ଏହି କ୍ଷଣରେ ମହାରାଷ୍ଟ୍ରର ଏକ ଲକ୍ଷରୁ ଅଧିକ ପରିବାର ସେମାନଙ୍କ ଗୃହ ପ୍ରବେଶ ସୁଯୋଗ ପାଇବେ । “ଏହା ଖୁବ୍ ଆନନ୍ଦର ବିଷୟ ଯେ ଏହି ଏକ ଲକ୍ଷ ପରିବାର ସେମାନଙ୍କ ପକ୍‌କା ଘରେ ୨୨ଜାନୁୟାରୀ ସନ୍ଧ୍ୟାରେ ରାମ ଜ୍ୟୋତି ପ୍ରଜ୍ଜଳନ କରିବେ ।” ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଜନସାଧାରଣ ସେମାନଙ୍କ ମୋବାଇଲ ଆଲୋକ ଜଳାଇ ସେମାନଙ୍କ ରାମଜ୍ୟୋତି ସଂକଳ୍ପ ପ୍ରଦର୍ଶନ କରିଥିଲେ । ଆଜି ଆରମ୍ଭ କରାଯାଇଥିବା ପ୍ରକଳ୍ପଗୁଡିକ ନିମନ୍ତେ ପ୍ରଧାନମନ୍ତ୍ରୀ ସେ ଅଂଚଳ ଓ ମହାରାଷ୍ଟ୍ରବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ମହାରାଷ୍ଟ୍ରର ଗୌରବ ବୃଦ୍ଧି ନିମନ୍ତେ ତାହା ଶ୍ରେୟ ସେ ମହାରାଷ୍ଟ୍ରବାସୀଙ୍କ କଠିନ ପରିଶ୍ରମ ଓ ପ୍ରଗତିଶୀଳ ରାଜ୍ୟ ସରକାରଙ୍କୁ ଦେଇଥିଲେ । 

 

“ଭଗବାନ ରାମ ସବୁବେଳେ ଆମକୁ ନିଜର ବଚନ ରକ୍ଷା ନିମନ୍ତେ ଶିକ୍ଷା ଦେଇଥିଲେ ବୋଲି କହି ପ୍ରଧାନମନ୍ତ୍ରୀ ସୋଲାପୁରର ହଜାର ହଜାର ଗରିବ ଜନସାଧାରଣଙ୍କ ନିମନ୍ତେ ନିଆଯାଇଥିବା ସଂକଳ୍ପ ଆଜି ବାସ୍ତବ ରୂପ ନେଇଛି ବୋଲି କହିଥିଲେ । ଭାବପ୍ରବଣ ହୋଇ ପଡିଥିବା ପ୍ରଧାନମନ୍ତ୍ରୀ ପିଏମ ଆବାସ ଯୋଜନା ଅଧୀନରେ ବୃହତ ଗୃହ ସମିତି ଆଜି ଉଦ୍‌ଘାଟିତ ହୋଇଛି ଓ ପିଲାବେଳୁ ତାଙ୍କ ଏହି ସ୍ୱପ୍ନ ଥିବାର ସେ ସ୍ମୃତିଚାରଣ କରିଥିଲେ। ଯେତେବେଳେ ହଜାର ହଜାର ପରିବାର ସ୍ୱପ୍ନ ସାକାର ହୁଏ ତାହା ଗଭୀର ଆତ୍ମସନ୍ତୋଷ ଦେଇଥାଏ ଓ ସେମାନଙ୍କ ଆର୍ଶୀବାଦ ମୋର ବିରାଟ ସମ୍ପଦ ବନିଯାଏ” ବୋଲି ଆଖି ଛଳଛଳ ହୋଇ ଆସିଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ । ପ୍ରକଳ୍ପର ଶିଳାନ୍ୟାସ ସମାରୋହରେ ମୋଦୀ ନିଜେ ହିତାଧିକାରୀଙ୍କୁ ଘର ଚାବି ହସ୍ତାନ୍ତର କରିବେ ବୋଲି ଦେଇଥିବା ପ୍ରତିଶ୍ରୁତିର ସ୍ମୃତିଚାରଣ କରିଥିଲେ । “ଆଜି ମୋଦୀ ଏହି ଗ୍ୟାରେଣ୍ଟି ପୂରଣ କରୁଛି ବୋଲି କହି ମୋଦୀର “ଗ୍ୟାରେଣ୍ଟି ଅର୍ଥ ହେଲା ଗ୍ୟାରେଣ୍ଟି ପୂରଣ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେଉଁମାନେ ଆଜି ଘର ପାଉଛନ୍ତି ସେମାନଙ୍କ ପୂର୍ବ ପିଢି ଓ ସେମାନଙ୍କ ନିରାଶ୍ରୟପଣ ଏବେ ଦୂରହେବ ଓ ଭବିଷ୍ୟତ ପିଢି ଆଉ ସେଭଳି ଦୁର୍ଦ୍ଦିନ ଦେଖିବେ ନାହିଁ । “ଜାନୁୟାରୀ ୨୨ତାରିଖ ଦିନ ପ୍ରଜ୍ଜଳିତ ହେବାକୁ ଥିବା ରାମଜ୍ୟୋତି ଦାରିଦ୍ର‌୍ୟର ଅନ୍ଧକାର ଦୂର କରିବା ପାଇଁ ପ୍ରେରଣା ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ସମସ୍ତଙ୍କ ଜୀବନରେ ଆନନ୍ଦର ପୂର୍ଣ୍ଣତା କାମ କରିଥିଲେ ।

ଆଜି ନୂଆ ଘର ପାଇଥିବା ପରିବାରଙ୍କ ସୁଖ ସମୃଦ୍ଧି ନିମନ୍ତେ ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଥିଲେ । “ଆମ ସରକାର ପ୍ରଥମ ଦିନରୁ ହିଁ ସୁଶାସନ ଦେଶରେ ପ୍ରତିଷ୍ଠା କରିବା ପାଇଁ ଶ୍ରୀରାମଙ୍କ ଆଦର୍ଶରେ ଉଦ୍ୟମ କରି ଆସୁଛନ୍ତି ଓ ବର୍ତମାନ ଦେଶରେ ସାଧୁତାର ରାଜତ୍ୱ ଚାଲିଛି” ବୋଲି ଶ୍ରୀ ମୋଦୀ କହିଥିଲେ । କେବଳ ରାମ ରାଜ୍ୟରେ ହିଁ ସବ୍‌କା ସାଥ, ସବ୍‌କା ବିଶ୍ୱାସ, ସବ୍‌କା ବିକାଶ ଓ ସବ୍‌କା ପ୍ରୟାସ’ ମନ୍ତ୍ର ପ୍ରେରଣା ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ରାମଚରିତ ମାନସର ଉକ୍ତିକୁ ଉଦ୍ଧାର କରି ସରକାରଙ୍କ ଧ୍ୟାନ ଗରିବ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀ ମୋଦୀ ଦୃଢୋକ୍ତି ପ୍ରକାଶ କରିଥିଲେ । 

ପକ୍‌୍‌କା ଘର ଓ ଶୌଚାଳୟ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଆବଶ୍ୟକତାର ଅଭାବରୁ ଗରିବମାନେ କିପରି ମର୍ଯ୍ୟାଦା ପାଇବାରୁ ବଞ୍ôଚତ ହେଉଥିଲେ ତାହାର ସ୍ମୃତିଚାରଣ କରିଥିଲେ । ସରକାର ଶୌଚାଳୟ ଓ ଘର ଉପରେ ଧ୍ୟାନ ଦେଇ ଦଶକୋଟି ‘ଇଜ୍ଜୟ ଘର’ ଓ ଚାରିକୋଟି ପକ୍‌କା ଘର ଏକ ଅଭିଯାନ ମାଧ୍ୟମରେ ଯୋଗାଇ ଦେଇଛନ୍ତି । 

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲୋକଙ୍କୁ ବିଭ୍ରାନ୍ତ କରିବା ପରିବର୍ତ୍ତେ ସରକାରଙ୍କ ରାସ୍ତା ହେଉଛି “ଶ୍ରମର ମର୍ଯ୍ୟାଦା” , ଆତ୍ମ ନିର୍ଭରଶୀଳ କର୍ମଜୀବୀ ଓ ଗରିବ କଲ୍ୟାଣ । ଆପଣମାନେ ବଡ ସ୍ୱପ୍ନ ଦେଖନ୍ତୁ, ଆପଣମାନଙ୍କ ସ୍ୱପ୍ନ ହିଁ ମୋ ସଂକଳ୍ପ ହେବ” ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ପ୍ରଧାନମନ୍ତ୍ରୀ କମ୍ ମୂଲ୍ୟରେ ସହରୀ ଘର ଓ ସୁଲଭ ଭଡାଘର ସମିତି ଜରିଆରେ ବହିରାଗତ ଶ୍ରମିକମାନଙ୍କୁ ଦେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ‘ଆମେ ସେମାନଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳୀ ନିକଟରେ ଆବାସ ଯୋଗାଇବାକୁ ଚେଷ୍ଟା କରୁଛୁ ବୋଲି ସେ କହିଥିଲେ ।

ଅହମ୍ମଦାବାଦ ଓ ସୋଲାପୁର ମଧ୍ୟରେ ତୁଳନା କରି ଉଭୟ ଶ୍ରମିକ ନଗରୀ ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ପୂର୍ବାଶ୍ରମ କାଳରେ ତାଙ୍କର ସୋଲାପୁର ସହ ସମ୍ପର୍କର ଅବତାରଣା କରିଥିଲେ । ଗରିବ ଅବସ୍ଥା ସତ୍ୱେ ସେଠାକାର ପଦ୍ମଶାଲୀ ପରିବାର ତାଙ୍କର ଖାଦ୍ୟପ୍ରେୟ ବ୍ୟବସ୍ଥ। କରିଥିଲେ । ଲକ୍ଷ୍ମଣ ରାଓ ଇନାମଦାର ନାମକ ଜଣେ ଓକିଲ ତାଙ୍କୁ ଏକ ହାତବୁଣା ବସ୍ତ୍ର ଦେଇଥିଲେ । ତାଙ୍କ ଜୀବନକୁ ମାର୍ଜିତ କରିବାରେ ସେହି ଓକିଲ ମୁଖ୍ୟଥିଲେ ଓ ତାହା ଏବେ ମଧ୍ୟ ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇ ରହିଛି । 

ଇଚ୍ଛାଶକ୍ତିର ଅଭାବ ଓ ମଧ୍ୟସ୍ଥିମାନଙ୍କ ଲୁଟତରାଜ ଯୋଗୁଁ ପୂର୍ବରୁ ଦାରିଦ୍ର‌୍ୟ ଉନ୍ମୋଳନ କାର୍ଯ୍ୟକ୍ରମ ଗୁଡିକ ଫଳପ୍ରଦ ହେଉ ନ ଥିଲା । ସ୍ୱଚ୍ଛ ଅଭିପ୍ରାୟ ଓ ଗରିବମାନଙ୍କ ସଶକ୍ତିକରଣ ନିମନ୍ତେ ଉପଯୋଗୀ ନୀତି ଓ ଦେଶର ଅଙ୍ଗୀକାର ବଦ୍ଧତା ଓ ସରକାରୀ ଯୋଜନାର ସୁଫଳ ପ୍ରତ୍ୟକ୍ଷଭାବେ ହିତାଧିକାରୀ ନିକଟରେ ପହଂଚିବା ନେଇ ମୋଦୀର ଗ୍ୟାରେଣ୍ଟି ଯୋଗୁଁ ଏହା ଫଳପ୍ରସୂ ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଗତ ଦଶବର୍ଷ ମଧ୍ୟରେ ସିଧାସଳଖ ମହିଳା, ଚାଷୀ, ଯୁବାଗୋଷ୍ଠୀ ଓ ଗରିବଙ୍କ ଖାତାକୁ ୩୦ଲକ୍ଷ କୋଟି ଟଙ୍କା ଯାଇଛି ।” ଦଶକୋଟି ଜାଲ ହିତାଧିକାରୀ ଜନଧନ, ଆଧାର ଓ ମୋବାଇଲ ଯୋଗୁଁ ବାଦ ପଡିଥିବା ସେ ପ୍ରକାଶ କରିଥିଲେ । 

 

ଗରିବଙ୍କ କଲ୍ୟାଣ ନିମନ୍ତେ ସରକାର ବିଭିନ୍ନ ଯୋଜନାକୁ ପ୍ରାଧାନ୍ୟ ଦେଉଥିବାରୁ ଗତ ନଅବର୍ଷ ମଧ୍ୟରେ ୨୫କୋଟି ଜନସାଧାରଣ ଦାରିଦ୍ର‌୍ୟ ସୀମାରେଖା ଊର୍ଦ୍ଧ୍ୱକୁ ଆସିପାରିଛନ୍ତି । ଗରିବଙ୍କ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଓ ଦଶବର୍ଷର ତପସ୍ୟା ଯୋଗୁ ଏହା ସମ୍ଭବ ହୋଇଛି । ଏହା ମଧ୍ୟ ଦାରିଦ୍ର‌୍ୟ ଦୂରୀକରଣ ଲାଗି ଲୋକଙ୍କୁ ସଶକ୍ତ ଓ ପ୍ରେରଣା ଦେବ ବୋଲି ସେ କହିଥିଲେ । 

ସମ୍ବଳ ଓ ସୁବିଧା ପ୍ରଦାନ କରାଗଲେ ଗରିବ ଲୋକ ଦାରିଦ୍ର‌୍ୟ ସୀମାରେଖ ଉପରକୁ ଆସିପାରିବେ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବିଶ୍ୱାସକୁ ଦୋହରାଇଥିଲେ । ସେ ଦୃଷ୍ଟିରୁ ବର୍ତ୍ତମାନର ସରକାର ସେମାନଙ୍କୁ ସମ୍ବଳ ଓ ସୁବିଧା ଯୋଗାଇ ଦେଇ ସେମାନଙ୍କ କଲ୍ୟାଣ ପାଇଁ ସାଧୁତାର ସହ କାର୍ଯ୍ୟ କଲେ । ଯେତେବେଳେ ଗରିବମାନଙ୍କ ନିମନ୍ତେ ଦୁଇ ଓଳି ଖାଇବାକୁ ପାଇବା ଏକ ମୁଖ୍ୟ ପ୍ରସଙ୍ଗ ଥିଲା ତାହାର ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେପରି କେହି ଭୋକିଲା ପେଟରେ ନ ରହନ୍ତି ସେଥିପାଇଁ ମାଗଣା ରାସନ କାର୍ଯ୍ୟକ୍ରମ ଆରମ୍ଭ କରାଗଲା । କରୋନା ମହାମାରୀ କାଳରେ ଯେଉଁ ଯୋଜନା ଆରମ୍ଭ କରାଯାଇଥିଲା ତା’ର ଅବଧିକୁ ବର୍ତ୍ତମାନ ‌ଆଉ ପାଞ୍ଚବର୍ଷ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ଦାରିଦ୍ର‌୍ୟ ସୀମାରେଖାର ଉର୍ଦ୍ଧ୍ୱକୁ ଆସିଥିବା ସେହି ୨୫କୋଟି ଲୋକଙ୍କୁ ସମର୍ଥନ ଯୋଗାଇବା ଉପରେ ଗୁରୁତ୍ୱ ଆରୋପ କରିଥିଲେ, ଯାହା ଫଳରେ ସେମାନେ ଭବିଷ୍ୟତରେ ଆଉ ଦାରିଦ୍ର‌୍ୟ ସୀମରେଖା ତଳକୁୂ କେବେ ବି ଯିବେ ନାହିଁ ।” ସେହି ୨୫କୋଟି ି ଲୋକ ମୋର ସଂକଳ୍ପକୁ ସାକାର କରିବା ପାଇଁ ଉତ୍ସର୍ଗୀ ଭାବାପନ୍ନ ହୋଇ ଆଗକୁ ବଢୁଛନ୍ତି ଓ ମୁଁ ସେମାନଙ୍କ ପଛରେ ଅଛି ବୋଲି ଶ୍ରୀ ମୋଦୀ କହିଥିଲେ । 

ଗୋଟିଏ ଦେଶ, ଗୋଟିଏ ରାସନକାର୍ଡ ସମ୍ପର୍କରେ ଶ୍ରୀ ମୋଦୀ କହିଥିଲେ ଯେ ନିରବଚ୍ଛିନ୍ନ ରାସନ ସାମଗ୍ରୀ ଯୋଗାଣ ସେମାନେ ଆଗକୁ ଯିବା ରାସ୍ତା ସୁନିଶ୍ଚିତ କରିବ । ଚିକିତ୍ସା ବାବଦ ଖର୍ଚ୍ଚ ଜନସାଧାରଣଙ୍କୁ ଦାରିଦ୍ର‌୍ୟ ଆଡକୁ ଠେଲି ଦେଉଥିବା ବିଷୟ କହି ସରକାର ଏଥିପାଇଁ ଆୟୁଷ୍ମାନ କାର୍ଡ ଯୋଜନା କରିଛନ୍ତି ଓ ଏ ବାବଦ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ଲୋକମାନେ ପାଉଛନ୍ତି । ଏ ବାବଦ ଏକ ଲକ୍ଷ କୋଟି ପର୍ଯ୍ୟନ୍ତ ଟଙ୍କା ବଂଚିଯାଉଛି ବୋଲି ସେ କହିଥିଲେ । ସେହିପରି ଜନ ଔଷଧି କେନ୍ଦ୍ରଗୁଡିକରେ ଶତକଡା ୮୦ଭାଗ ରିହାତି ଦରରେ ଔଷଧ ମିଳିବା ଫଳରେ ଗରିବ ରୋଗୀମାନଙ୍କ ୩୦ହଜାର କୋଟି ଟଙ୍କା ବଂଚୁଛି । ଜଳ ଜୀବନ ମିଶନ ଲୋକମାନଙ୍କୁ ଜଳବାହିତ ରୋଗରୁ ରକ୍ଷା କରୁଛି । ସବୁଠାରୁ ଅଧିକ ହିତାଧିକାରୀ ଅନଗ୍ରସର ଓ ଆଦିବାସୀ ସମାଜର ବୋଲି ସେ କହିଥିଲେ ।

“ଗରିବ ଲୋକେ ପକ୍‌କା ଘର, ଶୌଚାଳୟ, ବିଦ୍ୟୁତ ସଂଯୋଗ ଓ ପାଣି ପାଇବା ଦରକାର । ଏହି ସବୁ ସୁବିଧା ସାମାଜିକ ନ୍ୟାୟର ଗ୍ୟାରେଣ୍ଟି ବୋଲି ଶ୍ରୀ ମୋଦି ଦୃଢତାର ସହ କହିଥିଲେ । 

 

“ଗରିବଙ୍କ ଆର୍ଥିକ ସୁରକ୍ଷା ମଧ୍ୟ ସୁନିଶ୍ଚିତ କରାଯିବ ଉଚିତ । ଏହା ମଧ୍ୟ ମୋଦୀର ଗ୍ୟାରେଣ୍ଟି” ବୋଲି କହିବା ସହ ଗରିବଙ୍କ ନିମନ୍ତେ ଜୀବନ ବୀମା ଯୋଜନା, ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ଉପରେ ସେ କହିଥିଲେ । ଗରିବଙ୍କ ପରିବାର ନିମନ୍ତେ ୧୬ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ଦିଆଯାଇଥିବା ସେ କହିଥିଲେ । 

ଯେଉଁମାନଙ୍କ ବ୍ୟାଙ୍କ ଗ୍ୟାରେଣ୍ଟି ନାହିଁ ମୋଦୀଙ୍କ ଗ୍ୟାରେଣ୍ଟି ସେମାନଙ୍କ ନିମନ୍ତେ ଏକ ବରଦାନ ସଦୃଶ ହୋଇଛି। ଯେଉଁମାନଙ୍କର ବ୍ୟାଙ୍କ ଖାତା ନାହିଁ ସେମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ପାଇବା ଅସମ୍ଭବ ଥିଲା । ଜନଧନ ଯୋଜନା ଯୋଗୁଁ ୫୦କୋଟି ଗରିବ ଜନସାଧାରଣ ବ୍ୟାଙ୍କର ପରିଧି ମଧ୍ୟକୁ ବ୍ୟାଙ୍କ ଖାତା ଖୋଲିବାକୁ ଆସିଛନ୍ତି । ଆଜିର ଦିନରେ ପିଏମ୍ ସ୍ୱନିଧି ଯୋଜନାରେ ଦଶହଜାର ହିତାଧିକାରୀ ସହାୟତା ପାଇଛନ୍ତି । ରାସ୍ତାକଡ ଦୋକାନୀ ଓ ବୁଲା ବିକାଳୀ ଯେଉଁମାନଙ୍କୁ ଉଚ୍ଚ ସୁଧରେ ବଜାରରୁ କରଜ ନେବାକୁ ପଡୁଥିଲା ସେମାନେ କୌଣସି ଗ୍ୟାରେଣ୍ଟି ବିନା ବର୍ତ୍ତମାନ ବ୍ୟାଙ୍କ ଋଣ ନେଇ ପାରୁଛନ୍ତି । “ସେମାନଙ୍କୁ ଏପର୍ଯ୍ୟନ୍ତ ହଜାର ହଜାର କୋଟିଟଙ୍କା ଋଣ ବଣ୍ଟା ଯାଇଛି” ବୋଲି ସେ କହିଥିଲେ । 

ସୋଲାପୁର ଏକ ଶିଳ୍ପ ଓ ଶ୍ରମିକନଗରୀ ଓ ବୟନ ଶିଳ୍ପ ପାଇଁ ପ୍ରସିଦ୍ଧି ହୋଇଥିବାରୁ ଏହି ନଗରୀ ବିଦ୍ୟାଳୟ ପୋଷାକ ତିଆରି ପାଇଁ ଏକ ବୃହତ ଏମ୍‌ଏସ୍‌ଏମଇ ହେବାର ଗୌରବ ହାସଲ କରିଛି । ଏହି ପୋଷାକ ସିଲାଇ କରୁଥିବା ବିଶ୍ୱକର୍ମାମାନଙ୍କ ପାଇଁ ସରକାର ଋଣ, ତାଲିମ ଓ ଆଧୁନିକ ଉପକରଣ ଯୋଗାଇବା ନିମନ୍ତେ ପିଏମ୍ ବିଶ୍ୱକର୍ମା ଯୋଜନା କରିଛନ୍ତି । ଦେଶର ପରିକ୍ରମା କରୁଥିବା ମୋଦୀ କୀ ଗ୍ୟାରେଣ୍ଟି କି ବତୀ ଗାଡି ପାଇଁ ନିଜକୁ ଯୋଗ୍ୟ ମନେ କରୁଥିବା ବ୍ୟକ୍ତି ଏଥିରେ ନିଜକୁ ତାଲିକାଭୁକ୍ତ କରିବା ପାଇଁ ଶ୍ରୀ ମୋଦୀ ନିବେଦନ କରିଥିଲେ ।

 

 ଆତ୍ମନିର୍ଭର ଭାରତ ଗଠନ ନିମନ୍ତେ ଶ୍ରୀ ମୋଦୀ କ୍ଷୁଦ୍ର ଓ କୁଟୀର ଶିଳ୍ପର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ଏମ୍‌ଏସ୍‌ଏମ୍‌ଇକୁ ସମର୍ଥନ ପାଇଁ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ କରୋନା କାଳରେ ଦିଆଯାଇଥିବା ପ୍ୟାକେଜ ଓ ଗୋଟିଏ ଜିଲ୍ଲା ଗୋଟିଏ ସାମଗ୍ରୀ ଯୋଜନାର ଅବତାରଣା କରିଥିଲେ । ଭୋକାଲ ଫର ଲୋକାଲ ଓ ମେଡ୍ ଇନ୍ ଇଣ୍ଡିଆ ଅଭିଯାନ ଯୋଗୁଁ ଭାରତୀୟ ସାମଗ୍ରୀ କ୍ଷେତ୍ରରେ ନୂତନ ବଜାର ସମ୍ଭାବନା ସୃଷ୍ଟି ହୋଇଛି ।

 

ବର୍ତ୍ତମାନ ସରକାରଙ୍କ ତୃତୀୟ ପାଳିରେ ଭାରତ ବିଶ୍ୱର ତୃତୀୟ ଆର୍ଥିକ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ମୁଁ ନାଗରିକମାନଙ୍କୁ ଏହି ଗ୍ୟାରେଣ୍ଟି ଦେଉଛି ଓ ଏହା ନିଶ୍ଚୟ ସଫଳ ହେବ ।’ ଦେଶର ଆର୍ଥିକ ସମ୍ପ୍ରସାରଣରେ ସେ ସୋଲାପୁର ଭଳି କେତେକ ସହରରେ ଉଦାହରଣ ଦେବା ସହ ଡବଲ ଇଞ୍ଜିନ ସରକାର ନଗରୀଗୁଡିକରେ ଜଳ ଓ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରୁଛନ୍ତି । ନଗରୀକୁ ଉନ୍ନତ ସଡକ ଓ ବିମାନ ପଥ ଯୋଗେ ଯୋଡିବା ଦିଗରେ ଦୃଢ ପଦକ୍ଷେପ ନେଉଥିବା ପ୍ରକାଶ କରିଥିଲେ । “ସେ ସନ୍ଥ ଜ୍ଞାନେଶ୍ୱର ମହରାଜ ଫାଲକୀ ମାର୍ଗ ହେଉ ବା ସନ୍ଥ ତୁକାରାମ ଫାଲକୀ ମହାରାଜାମାର୍ଗ ହେଉ ତାହାର କାମ ସମ୍ପୂର୍ଣ୍ଣ ନିମନ୍ତେ ଦୃତଗତିରେ କାର୍ଯ୍ୟ ଚାଲିଛି । ରତ୍ନଗିରି, କେହ୍ଲାପୁର ଓ ସୋଲାପୁର ନଗରୀକୁ ଚାରିଲେନ କରିବା ନିମନ୍ତେ ମଧ୍ୟ କାର୍ଯ୍ୟ ଜୋରସୋର ରେ ଆଗେଇ ଚାଲିଛି ବୋଲି ସେ କହିଥିଲେ । ନାଗରିକ ଗଣ ସରକାରଙ୍କୁ ଆଶୀର୍ବାଦ କରିବେ ବୋଲି କାମନା କରିବା ସହ ଆଜି ସ୍ଥାୟୀ ଆବାସ ପାଇଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ । 

 

 

ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ରମେଶ ବୈଶ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ଏକାନାଥ ସିନ୍ଧେ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ରେ ଫଡନାବିଶ ଓ ଶ୍ରୀ ଅଜିତ ପାୱାର ଓ ରାୟନଗର ମହାସଂଘର ପ୍ରତିଷ୍ଠାତା ଶ୍ରୀ ନର୍ସୟା ଆଦମ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi becomes first world leader to cross 100 million Instagram followers

Media Coverage

PM Modi becomes first world leader to cross 100 million Instagram followers
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Condoles the Passing of Shri Maroof Raza Ji
February 26, 2026

Prime Minister Narendra Modi has expressed grief over the passing of Shri Maroof Raza Ji, honoring his legacy in the fields of journalism.

The Prime Minister stated that Shri Maroof Raza Ji made a rich contribution to the world of journalism. He noted that Shri Raza enriched public discourse through his nuanced understanding of defence, national security, and strategic affairs.

Expressing his sorrow, the Prime Minister said he is pained by his passing and extended his condolences to his family and friends.
The Prime Minister shared on X:

“Shri Maroof Raza Ji made a rich contribution to the world of journalism. He enriched public discourse with his nuanced understanding of defence, national security as well as strategic affairs. Pained by his passing. Condolences to his family and friends”