ପିଏମଏୱାଇ – ସହରାଞ୍ଚଳ ଏବଂ ଗ୍ରାମୀଣ ଯୋଜନା ଅଧୀନରେ ଦୁଇ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ପାଇଁ ଗୃହ ପ୍ରବେଶ ଯୋଜନାର ଶୁଭାରମ୍ଭ କରିଛନ୍ତି
“ମା ତ୍ରିପୁରା ସୁନ୍ଦରୀଙ୍କ ଆଶୀର୍ବାଦରେ ତ୍ରିପୁରାର ବିକାଶ ଯାତ୍ରା ନୂତନ ଉଚ୍ଚତାର ସାକ୍ଷୀ ହୋଇଛି”
“ଗରିବଙ୍କ ପାଇଁ ଘର ର୍ନିମାଣ କରିବା ସମୟରେ ତ୍ରିପୁରା ଏକ ଅଗ୍ରଣୀ ରାଜ୍ୟ ଅଟେ”
“ସ୍ୱଚ୍ଛତା, ଭିତ୍ତିଭୂମି ବିକାଶ ଏବଂ ଗରିବ ଲୋକଙ୍କୁ ଘର ଯୋଗାଇବା ପାଇଁ ଆଜି ତ୍ରିପୁରା ଉପରେ ଆଲୋଚନା ହେଉଛି”
“ତ୍ରିପୁରା ଦେଇ ଉତ୍ତର-ପୂର୍ବାଞ୍ଚଳ ଆନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଏକ ପ୍ରବେଶ ପଥ ପାଲଟିଛ”
“ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଉତ୍ତର ପୂର୍ବାଞ୍ଚଳର ଗ୍ରାମଗୁଡିକରେ ୭ ହଜାରରୁ ଅଧିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ଅନୁମୋଦନ କରାଯାଇଛି”
“ଏଠାରେ ଲୋକାଲକୁ ଗ୍ଲୋବାଲ କରିବା ପାଇଁ ଉଦ୍ୟମ କରାଯାଉଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୪୩୫୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରମୁଖ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ, ଉଦଘାଟନ ଏବଂ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରକଳ୍ପଗୁଡିକ ମଧ୍ୟରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା – ସହରାଞ୍ଚଳ ଏବଂ ଗ୍ରାମୀଣ ଅଧୀନରେ ହିତାଧିକାରୀମାନଙ୍କ ପାଇଁ ଗୃହ ପ୍ରବେଶ କାର୍ଯ୍ୟକ୍ରମର ଶୁଭାରମ୍ଭ, ଅଗରତାଲା ବାଇପାସ୍ (ଖାୟରପୁର - ଅମତାଲି) ଏନଏଚ୍‍-୦୮ ର ପ୍ରଶସ୍ତିକରଣ ପାଇଁ ସଂଯୋଗ ପ୍ରକଳ୍ପ, ପିଏମଜିଏସୱାଇ-୩ ଅଧିନରେ ୨୩୦ କିଲୋମିଟରରୁ ଅଧିକ ୩୨ଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ୫୪୦ କିଲୋମିଟରରୁ ଅଧିକ ଦୈର୍ଘ୍ୟର ୧୧୨ଟି ସଡକ ପ୍ରକଳ୍ପର ଉନ୍ନତିକରଣ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଆନନ୍ଦନଗର ଠାରେ ଥିବା ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଏବଂ ଅଗରତାଲା ସରକାରୀ ଦନ୍ତ ମହାବିଦ୍ୟାଳୟକୁ ମଧ୍ୟ ଉଦଘାଟନ କରିଥିଲେ ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିବାରୁ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ମେଘାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦାନ ଯୋଗୁଁ ସାମାନ୍ୟ ବିଳମ୍ବ ପାଇଁ କ୍ଷମା ମାଗିଛନ୍ତି ଯେଉଁଠାରେ ସେ ପ୍ରାରମ୍ଭରେ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉତ୍ସର୍ଗ କରିଥିଲେ ।

ଗତ ପାଞ୍ଚ ବର୍ଷ ଧରି ସ୍ୱଚ୍ଛତା ଅଭିଯାନକୁ ନେଇ ରାଜ୍ୟରେ କରାଯାଇଥିବା ପ୍ରଶଂସନୀୟ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ଏବଂ ତ୍ରିପୁରାର ଲୋକମାନେ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି । ଫଳସ୍ୱରୂପ, ଛୋଟ ଛୋଟ ଅଞ୍ଚଳକୁ ଦୃଷ୍ଟିରେ ରଖି ତ୍ରିପୁରା ଭାରତର ସବୁଠାରୁ ପରିଷ୍କାର ରାଜ୍ୟ ଭାବରେ ଉଭା ହୋଇଛି । ସେ କହିଛନ୍ତି, ମା ତ୍ରିପୁରା ସୁନ୍ଦରୀଙ୍କ ଆଶୀର୍ବାଦରେ ତ୍ରିପୁରାର ବିକାଶ ଯାତ୍ରା ନୂତନ ଉଚ୍ଚତାର ସାକ୍ଷୀ ହୋଇଛି ।

ପ୍ରଧାନମନ୍ତ୍ରୀ ତ୍ରିପୁରାବାସୀଙ୍କୁ ଆଜିର ଏହି ପ୍ରକଳ୍ପ ଲାଗି ଅଭିନନ୍ଦନ ଜଣାଇଛନ୍ତି ଯେଉଁଥିରେ ଯୋଗାଯୋଗ, ଦକ୍ଷତା ବିକାଶ ଏବଂ ଗରିବଙ୍କ ପାଇଁ ବାସଗୃହ ସଂକ୍ରାନ୍ତୀୟ ଯୋଜନା ରହିଛି । ତ୍ରିପୁରା ଆଜି ଏହାର ପ୍ରଥମ ଦନ୍ତ ମହାବିଦ୍ୟାଳୟ ପାଇଛି ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ତ୍ରିପୁରାର ଯୁବକମାନେ ବର୍ତ୍ତମାନ ରାଜ୍ୟ ନଛାଡି ଡାକ୍ତର ହେବାର ସୁଯୋଗ ପାଇବେ । ସେ ଆହୁରି ସୂଚନା ଦେଇଛନ୍ତି ଯେ ଆଜି ରାଜ୍ୟର ୨ ଲକ୍ଷରୁ ଅଧିକ ଗରିବ ଲୋକ ସେମାନଙ୍କର ନୂତନ ପକ୍କା ଘରେ ଗୃହ ପ୍ରବେଶ କରୁଛନ୍ତି ଯେଉଁଠାରେ ଘର ମାଲିକମାନେ ଆମର ମା ଏବଂ ଭଉଣୀ ଅଟନ୍ତି । ପ୍ରଧାନମନ୍ତ୍ରୀ ଏହି ସୁଯୋଗରେ ପରିବାରର ମହିଳାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ଘର ମାଲିକ ହେବେ । ଗରିବଙ୍କ ପାଇଁ ଘର ର୍ନିମାଣ କ୍ଷେତ୍ରରେ ତ୍ରିପୁରା ଅନ୍ୟତମ ପ୍ରମୁଖ ରାଜ୍ୟ ବୋଲି ପ୍ରଧାମନ୍ତ୍ରୀ ସୂଚନା ଦେବା ସହିତ ଏଥିପାଇଁ ଶ୍ରୀ ମାଣିକ ସାହା ଜୀ ଏବଂ ତାଙ୍କ ଦଳ କରିଥିବା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ସେ ସେହି ସ୍ଥାନକୁ ଯିବା ବାଟରେ ହଜାର ହଜାର ସମର୍ଥକଙ୍କଠାରୁ ପାଇଥିବା ଭବ୍ୟ ସ୍ୱାଗତ ଉପରେ ମଧ୍ୟ ମନ୍ତବ୍ୟ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ପ୍ରାରମ୍ଭରେ ଯୋଗ ଦେଇଥିବା ଉତ୍ତର ପୂର୍ବାଞ୍ଚଳ ପରିଷଦର ବୈଠକକୁ ମନେ ପକାଇ ତ୍ରିପୁରା ସମେତ ସମସ୍ତ ଉତ୍ତର-ପୂର୍ବ ରାଜ୍ୟ ପାଇଁ ଭବିଷ୍ୟତର ବିକାଶର ରୋଡ ମ୍ୟାପ ଉପରେ ଆଲୋଚନା କରିଥିଲେ । ସେ "ଅଷ୍ଟ ଆଧାର” ବା " ଅଷ୍ଟ ଲକ୍ଷ୍ମୀ” କିମ୍ବା ଆଠଟି ଉତ୍ତର-ପୂର୍ବ ରାଜ୍ୟର ବିକାଶ ପାଇଁ ଆଠଟି ପ୍ରମୁଖ ବିଷୟରେ ସୂଚନା ଦେଇଛନ୍ତି । ତ୍ରିପୁରାର ଡବଲ ଇଞ୍ଜିନ ସରକାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ବିକାଶମୂଳକ ପଦକ୍ଷେପକୁ ତ୍ୱରାନ୍ୱିତ କରିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଡବଲ ଇଞ୍ଜିନ ସରକାର ପୂର୍ବରୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସଂକ୍ରାନ୍ତରେ କେବଳ ର୍ନିବାଚନ ସମୟରେ ଏବଂ ହିଂସା କାର୍ଯ୍ୟ ସମୟରେ ଆଲୋଚନା ହେଉଥିଲା । ସେ କହିଛନ୍ତି, ବର୍ତ୍ତମାନ ସ୍ୱଚ୍ଛତା, ଭିତ୍ତିଭୂମି ବିକାଶ ଏବଂ ଗରିବ ଲୋକଙ୍କୁ ଘର ଯୋଗାଇବା ପାଇଁ ତ୍ରିପୁରା ଉପରେ ଆଲୋଚନା ହେଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ହଜାରେ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏବଂ ରାଜ୍ୟ ସରକାର କ୍ଷେତ୍ର ସ୍ତରରେ ଏହା ସମ୍ଭବ କରୁଛନ୍ତି । ସେ କହିଛନ୍ତି, ଗତ ପାଞ୍ଚ ବର୍ଷ ମଧ୍ୟରେ ତ୍ରିପୁରାର ଅନେକ ଗାଁକୁ ସଡ଼କ ସଂଯୋଗ ମିଳିଥିଲା ଏବଂ ତ୍ରିପୁରାର ସମସ୍ତ ଗ୍ରାମକୁ ସଡ଼କ ସଂଯୋଗ କାମ ଦ୍ରୁତ ଗତିରେ ଚାଲିଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେଉଁ ପ୍ରକଳ୍ପର ଭିତ୍ତିପ୍ରସ୍ତର ଆଜି ସ୍ଥାପନ ହୋଇଛି ତାହା ରାଜ୍ୟର ସଡ଼କ ନେଟୱାର୍କକୁ ଆହୁରି ମଜବୁତ କରିବ, ରାଜଧାନୀରେ ଯାତାୟାତକୁ ସୁବିଧା କରିବ ଏବଂ ଜୀବନକୁ ସହଜ କରିବ ।

ତ୍ରିପୁରା ଦେଇ ଉତ୍ତର-ପୂର୍ବ ଅଞ୍ଚଳ ଆନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଏକ ପ୍ରବେଶ ପଥ ପାଲଟିଛି ବୋଲି ମନ୍ତବ୍ୟ ଦେବା ସହିତ ଅଗରତାଲା-ଆଖୁରା ରେଳ ଲାଇନ ଏବଂ ଭାରତ-ଥାଇଲ୍ୟାଣ୍ଡ-ମିଆଁମାର ରାଜପଥ ଭିତ୍ତିଭୂମି ସହିତ ଖୋଲିବାକୁ ଥିବା ନୂତନ ରାସ୍ତା ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଗରତାଲାର ମହାରାଜା ବୀର ବିକ୍ରମ ବିମାନବନ୍ଦରରେ ଅନ୍ତର୍ଜାତୀୟ ଟର୍ମିନାଲ ର୍ନିମାଣ ସହିତ ସଂଯୋଗ ବୃଦ୍ଧି ପାଇଛି । ଫଳସ୍ୱରୂପ, ତ୍ରିପୁରା ଉତ୍ତର-ପୂର୍ବର ଏକ ଗୁରୁତ୍ୱପୂର୍ଣ୍ଣ ଲଜିଷ୍ଟିକ୍ ହବ୍ ଭାବରେ ବିକାଶ କରୁଛି । ତ୍ରିପୁରାରେ ଇଣ୍ଟରନେଟ୍ ସଂଯୋଗ ଉପଲବ୍ଧ କରାଇବା ପାଇଁ ସରକାରଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଶ୍ରେୟ ଦେଇଛନ୍ତି ଯାହା ଆଜିର ଯୁବପିଢିଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ ତ୍ରିପୁରାର ଡବଲ ଇଞ୍ଜିନ ସରକାରଙ୍କ ଉଦ୍ୟମ ଯୋଗୁଁ ଅନେକ ପଞ୍ଚାୟତ ବର୍ତ୍ତମାନ ଅପ୍ଟିକାଲ ଫାଇବର ସହିତ ସଂଯୁକ୍ତ ।

ସାମାଜିକ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଡବଲ ଇଞ୍ଜିନ ସରକାରଙ୍କ ଉଦ୍ୟମ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାର ଉଦାହରଣ ଦେଇଛନ୍ତି ଯେଉଁଥିରେ ଉତ୍ତର-ପୂର୍ବର ଗ୍ରାମଗୁଡ଼ିକରେ ସାତ ହଜାର ଅଧିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ଅନୁମୋଦନ ହୋଇଛି । ତ୍ରିପୁରାରେ ପ୍ରାୟ ଏକ ହଜାର ଏଭଳି କେନ୍ଦ୍ର ପ୍ରତିଷ୍ଠା କରାଯାଉଛି । ସେହିଭଳି ଆୟୁଷ୍ମାନ ଭାରତ-ପିଏମ ଜୟ ଯୋଜନା ଅଧୀନରେ ତ୍ରିପୁରାର ହଜାର ହଜାର ଗରିବ ଲୋକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଇଛନ୍ତି ବୋଲି ସେ କହିଛନ୍ତି । ଶୌଚାଳୟ, ବିଦ୍ୟୁତ କିମ୍ବା ଗ୍ୟାସ୍ ସଂଯୋଗ ହେଉ, ପ୍ରଥମ ଥର ପାଇଁ ଏଭଳି ବ୍ୟାପକ କାର୍ଯ୍ୟ କରାଯାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ ଶସ୍ତା ମୂଲ୍ୟରେ ପାଇପ ଗ୍ୟାସ ଯୋଗାଇବା ଏବଂ ପ୍ରତ୍ୟେକ ପରିବାରକୁ ପାଇପ ଜଳ ଯୋଗାଇବା ପାଇଁ ଡବଲ ଇଞ୍ଜିନ ସରକାର ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ତ୍ରିପୁରାର ୪ ଲକ୍ଷ ନୂତନ ପରିବାର ମାତ୍ର ୩ ବର୍ଷ ମଧ୍ୟରେ ପାଇପ୍ ଜଳ ସୁବିଧା ସହିତ ଯୋଡି ହୋଇଛନ୍ତି ।

ପ୍ରଧାନ ମନ୍ତ୍ରୀ ମାତୃ ବନ୍ଦନା ଯୋଜନା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ତ୍ରିପୁରାର ୧ ଲକ୍ଷରୁ ଅଧିକ ଗର୍ଭବତୀ ମାଙ୍କୁ ଏହା ଉପକୃତ କରିଛି, ଯେଉଁଥିରେ ପୁଷ୍ଟିକର ଖାଦ୍ୟ ପାଇଁ ପ୍ରତ୍ୟେକ ମା'ଙ୍କ ବ୍ୟାଙ୍କ ଆକାଉଣ୍ଟରେ ହଜାର ହଜାର ଟଙ୍କା ସିଧାସଳଖ ଜମା କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଫଳସ୍ୱରୂପ ଆଜି ଡାକ୍ତରଖାନାରେ ଅଧିକରୁ ଅଧିକ ପ୍ରସବ ହେଉଛି ଏବଂ ଉଭୟ ମା ଏବଂ ଶିଶୁଙ୍କ ଜୀବନ ବଞ୍ଚିଛି । ଆମ ମା ଓ ଭଉଣୀମାନଙ୍କ ପାଇଁ ଆତ୍ମନିର୍ଭରତା (ଆତ୍ମର୍ନିଭରଶୀଳତା) ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ମହିଳାଙ୍କ ରୋଜଗାର ପାଇଁ ସରକାର ଶହ ଶହ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ୍ କାର୍ଯ୍ୟକାରୀ କରିଛନ୍ତି । ଏଥିସହ ସେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରି କହିଛନ୍ତି ଯେ ଡବଲ ଇଞ୍ଜିନ ସରକାର ପରେ ତ୍ରିପୁରାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଂଖ୍ୟା ୯ ଗୁଣ ବୃଦ୍ଧି ପାଇଛି ।

ଦଶନ୍ଧି ଧରି ତ୍ରିପୁରା ଦଳଗୁଡିକ ଦ୍ୱାରା ଶାସନ କରିଆସୁଛି ଯାହାର ଆଦର୍ଶ ଗୁରୁତ୍ୱ ହରାଇଛି ଏବଂ ଯେଉଁମାନେ ସୁବିଧାବାଦୀ ରାଜନୀତି କରୁଛନ୍ତି, ତ୍ରିପୁରା କିପରି ବିକାଶରୁ ବଞ୍ଚିତ ହୋଇଛି ସେ ନେଇ ଦୁଃଖ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଦ୍ୱାରା ଗରିବ, ଯୁବକ, କୃଷକ ଏବଂ ମହିଳା ହିଁ ଅଧିକ ପ୍ରଭାବିତ ହୋଇଥିଲେ । ଏହି ପ୍ରକାର ଆଦର୍ଶ, ଏହି ପ୍ରକାର ମାନସିକତା ଜନସାଧାରଣଙ୍କ ପାଇଁ ଲାଭଦାୟକ ହୋଇପାରିବ ନାହିଁ । ସେମାନେ କେବଳ ନକାରତ୍ମକତା କିପରି ବିସ୍ତାର କରାଯିବ ଜାଣିଛନ୍ତି ଏବଂ ସେମାନଙ୍କର କୌଣସି ସକରାତ୍ମକ ଏଜେଣ୍ଡା ନାହିଁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ହେଉଛି ଡବଲ୍ ଇଞ୍ଜିନ୍ ସରକାର ଯେଉଁଥିରେ ସଂକଳ୍ପ ରହିଛି ଏବଂ ସଫଳତା ପାଇଁ ଏକ ସକରାତ୍ମକ ରାସ୍ତା ମଧ୍ୟ ରହିଛି ।

କ୍ଷମତା ରାଜନୀତି ହେତୁ ଆମର ଆଦିବାସୀ ସମାଜ ପାଇଁ ହୋଇଥିବା ବଡ କ୍ଷତି ବିଷୟରେ ଦର୍ଶାଇ ପ୍ରଧାନମନ୍ତ୍ରୀ ଆଦିବାସୀ ସମାଜ ତଥା ଆଦିବାସୀ କ୍ଷେତ୍ରରେ ବିକାଶର ଅଭାବକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ବିଜେପି ଏହି ରାଜନୀତିକୁ ବଦଳାଇ ଦେଇଛି ଏବଂ ସେଥିପାଇଁ ଏହା ଆଦିବାସୀ ସମାଜର ପ୍ରଥମ ପସନ୍ଦ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇବା ସହିତ ନିକଟରେ ହୋଇଥିବା ଗୁଜୁରାଟ ର୍ନିବାଚନକୁ ମନେ ପକାଇ ସେ ୨୭ ବର୍ଷ ପରେ ମଧ୍ୟ ବିଜେପିର ବୃହତ ବିଜୟ ଦିଗରେ ଆଦିବାସୀ ସମାଜର ଅବଦାନକୁ ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି, ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ୨୭ ଟି ଆସନ ମଧ୍ୟରୁ ବିଜେପି ୨୪ଟି ଜିତିଛି ।

ପ୍ରଧାନମନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟର ଉନ୍ନତି ପାଇଁ କରାଯାଇଥିବା ବିକାଶମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ମନେ ପକାଇ ଦେଇଛନ୍ତି ଯେ ଅଟଳ ଜୀଙ୍କ ସରକାର ହିଁ ଆଦିବାସୀମାନଙ୍କ ପାଇଁ ପ୍ରଥମେ ଏକ ପୃଥକ ମନ୍ତ୍ରଣାଳୟ ଏବଂ ପୃଥକ ବଜେଟ୍ ବ୍ୟବସ୍ଥା କରିଥିଲେ । ସେ କହିଛନ୍ତି ଯେ ଆଦିବାସୀ ସମ୍ପ୍ରଦାୟର ବଜେଟ୍ ଯାହା ୨୧ ହଜାର କୋଟି ଟଙ୍କା ଥିଲା, ତାହା ଆଜି ୮୮ ହଜାର କୋଟି ଟଙ୍କା ଅଟେ । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଆଦିବାସୀ ଛାତ୍ରମାନଙ୍କ ଛାତ୍ରବୃତ୍ତି ମଧ୍ୟ ଦ୍ୱିଗୁଣିତ ହୋଇଛି । ୨୦୧୪ ପୂର୍ବରୁ ଆଦିବାସୀ ଅଞ୍ଚଳରେ ୧୦୦ ରୁ କମ୍ ଏକଲବ୍ୟ ମଡେଲ ସ୍କୁଲ ଥିଲାବେଳେ ଆଜି ଏହି ସଂଖ୍ୟା ୫୦୦ ରୁ ଅଧିକରେ ପହଞ୍ଚିଛି । ତ୍ରିପୁରା ପାଇଁ ମଧ୍ୟ ଏଭଳି ୨୦ ରୁ ଅଧିକ ବିଦ୍ୟାଳୟକୁ ଅନୁମୋଦନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିସହ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଯେ ପୂର୍ବରୁ ସରକାର କେବଳ ୮-୧୦ ଜଙ୍ଗଲଜାତ ଦ୍ରବ୍ୟରେ ଏମଏସପି ବ୍ୟବହାର ଦେଉଥିବାବେଳେ ବିଜେପି ସରକାର ୯୦ ଟି ଜଙ୍ଗଲ ଉତ୍ପାଦ ଉପରେ ଏମଏସପି ଦେଉଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଆଦିବାସୀ ଅଞ୍ଚଳରେ ୫୦,୦୦୦ ରୁ ଅଧିକ ବନ ଧନ କେନ୍ଦ୍ର ଅଛି ଯାହା ପ୍ରାୟ ୯ ଲକ୍ଷ ଆଦିବାସୀଙ୍କୁ ନିଯୁକ୍ତି ଯୋଗାଉଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଅଟନ୍ତି ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ ଆଦିବାସୀମାନଙ୍କ ପାଇଁ ଗର୍ବର ଅର୍ଥ କ’ଣ ତାହା ବିଜେପି ସରକାର ବୁଝିଛନ୍ତି, ତେଣୁ ନଭେମ୍ବର ୧୫ ରେ ସାରା ଦେଶରେ ଜନଜାତୀୟ ଗୌରବ ଦିବସ ଭାବରେ ଭଗବାନ ର୍ବିସା ମୁଣ୍ଡାଙ୍କ ଜନ୍ମ ବାର୍ଷିକୀ ପାଳନ କରିବା ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ସମଗ୍ର ଦେଶରେ ୧୦ ଟି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଉଛି ଏବଂ ତ୍ରିପୁରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀ ନିକଟରେ ମହାରାଜା ବୀରେନ୍ଦ୍ର କିଶୋର ମାଣିକ୍ୟ ସଂଗ୍ରହାଳୟ ଏବଂ ସାଂସ୍କୃତିକ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ତ୍ରିପୁରା ସରକାର ମଧ୍ୟ ଆଦିବାସୀଙ୍କ ଅବଦାନ ତଥା ସଂସ୍କୃତିର ପ୍ରୋତ୍ସାହନ ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି ଏବଂ ତ୍ରିପୁରାର ଆଦିବାସୀ କଳା ଓ ସଂସ୍କୃତିକୁ ଆଗକୁ ନେଇଥିବା ବ୍ୟକ୍ତିତ୍ୱଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରିବାର ସୌଭାଗ୍ୟ ଉପରେ ଆଲୋକପାତ କରିଛନ୍ତି ।

ତ୍ରିପୁରାର କ୍ଷୁଦ୍ର ଚାଷୀ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ଉତ୍ତମ ସୁଯୋଗ ସୃଷ୍ଟି କରିବାକୁ ଡବଲ୍ ଇଞ୍ଜିନ ସରକାରଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି । ଏଠାରେ ଲୋକାଲ କୁ ଗ୍ଲୋବାଲ କରିବା ପାଇଁ ପ୍ରୟାସ କରାଯାଉଛି ବୋଲି ଶ୍ରୀ ମୋଦୀ କହିବା ସହିତ ତ୍ରିପୁରାର ସପୁରୀ ବିଦେଶରେ ପହଞ୍ଚିବାର ଉଦାହରଣ ଦେଇଥିଲେ । କେବଳ ଏତିକି ନୁହେଁ, ଶହ ଶହ ମେଟ୍ରିକ୍ ଟନ୍ ଅନ୍ୟ ଫଳ ଏବଂ ପନିପରିବା ମଧ୍ୟ ଏଠାରୁ ବାଂଲାଦେଶ, ଜର୍ମାନୀ ଏବଂ ଦୁବାଇକୁ ରପ୍ତାନି କରାଯାଇଛି ଏବଂ ଫଳସ୍ୱରୂପ କୃଷକମାନେ ସେମାନଙ୍କ ଉତ୍ପାଦ ପାଇଁ ଅଧିକ ମୂଲ୍ୟ ପାଉଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ତ୍ରିପୁରାରୁ ଲକ୍ଷ ଲକ୍ଷ କୃଷକ ବର୍ତ୍ତମାନ ପର୍ଯ୍ୟନ୍ତ ପିଏମ କିସାନ ସମ୍ମାନ ନିଧି ଯୋଜନାରେ ୫୦୦ କୋଟିରୁ ଅଧିକ ଟଙ୍କା ପାଇଛନ୍ତି । ସେ ତ୍ରିପୁରାର ଅଗୁର କାଠ ଶିଳ୍ପ ଉପରେ ମଧ୍ୟ ଆଲୋକପାତ କରି କହିଛନ୍ତି ଯେ ଏହା ତ୍ରିପୁରାର ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ଏବଂ ଆୟର ଉତ୍ସ ହେବ ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତ୍ରିପୁରା ବର୍ତ୍ତମାନ ରାଜ୍ୟରେ ବିକାଶର ଡବଲ ଇଞ୍ଜିନ ଆସିବା ସହିତ ଶାନ୍ତି ଏବଂ ବିକାଶର ପଥରେ ଅଛି । ତ୍ରିପୁରାର ଲୋକଙ୍କ ସାମର୍ଥ୍ୟ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି । ଏହି ବିଶ୍ୱାସ ସହିତ ଆମେ ବିକାଶର ଗତିକୁ ତ୍ୱରାନ୍ୱିତ କରିବୁ, ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ବୋଲି ଶ୍ରୀ ମୋଦୀ କହିବା ସହିତ ତାଙ୍କର ଅଭିଭାଷଣ ଶେଷ କରିଥିଲେ । 


ତ୍ରିପୁରାର ମୁଖ୍ୟମନ୍ତ୍ରୀ ପ୍ରଫେସର (ଡକ୍ଟର) ମାନିକ ସାହା, ତ୍ରିପୁରାର ରାଜ୍ୟପାଳ ଶ୍ରୀ ସତ୍ୟଦେଓ ନାରାୟଣ ଆର୍ଯ୍ୟ, ତ୍ରିପୁରାର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଜିଷ୍ଣୁ ଦେବ ଭର୍ମା ଏବଂ କେନ୍ଦ୍ର ରାଜ୍ୟ ମନ୍ତ୍ରୀ କୁମ ପ୍ରତିମା ଭୌମିକ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

 ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହେଉଛି ପ୍ରତ୍ୟେକଙ୍କର ନିଜର ଘର ଅଛି କି ନାହିଁ । ଏହି ଅଞ୍ଚଳରେ ସମାନତାକୁ ସୁନିଶ୍ଚିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବେ ପ୍ରଧାନମନ୍ତ୍ରୀ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା – ସହରାଞ୍ଚଳ ଏବଂ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା - ଗ୍ରାମୀଣ ଅଧୀନରେ ହିତାଧିକାରୀଙ୍କ ପାଇଁ ଗୃହ ପ୍ରବେଶର ଶୁଭାରମ୍ଭ କରିଥିଲେ । ୩୪୦୦ କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହୋଇଥିବା ଏହି ଘରଗୁଡ଼ିକ ୨ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ।

ସଡ଼କ ସଂଯୋଗକୁ ସୁଦୃଢ଼ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଅଗରତାଲା ବାଇପାସ୍ (ଖାୟରପୁର - ଅମତାଲି) ଏନଏଚ୍‍-୦୮ ର ପ୍ରଶସ୍ତିକରଣ ପାଇଁ ସଂଯୋଗ ପ୍ରକଳ୍ପର ଉଦଘାଟନ କରିଛନ୍ତି ଯାହା ଅଗରତାଲା ସହରରେ ଟ୍ରାଫିକ ଭିଡକୁ ହ୍ରାସ କରିବ । ପିଏମଜିଏସୱାଇ-୩ ( ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା) ଅଧିନରେ ୨୩୦ କିଲୋମିଟରରୁ ଅଧିକ ୩୨ଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ୫୪୦ କିଲୋମିଟରରୁ ଅଧିକ ଦୈର୍ଘ୍ୟର ୧୧୨ଟି ସଡକ ପ୍ରକଳ୍ପର ଉନ୍ନତିକରଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆନନ୍ଦନଗର ଠାରେ ଥିବା ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଏବଂ ଅଗରତାଲା ସରକାରୀ ଦନ୍ତ ମହାବିଦ୍ୟାଳୟକୁ ମଧ୍ୟ ଉଦଘାଟନ କରିଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Foreign traveller calls India's Vande Bharat sleeper a “Five-Star Hotel on Rails”; and the Internet agrees

Media Coverage

Foreign traveller calls India's Vande Bharat sleeper a “Five-Star Hotel on Rails”; and the Internet agrees
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates the team of Skyroot Aerospace on the successful launch of Vikram-1
July 18, 2026

Prime Minister Shri Narendra Modi spoke to the team of Skyroot Aerospace and congratulated them on the successful launch of Vikram-1, today. Shri Modi remarked that this is a defining moment in India’s space journey. The growing participation of our private sector is opening new frontiers and accelerating innovation.

“This achievement will encourage countless youngsters to dream bigger and innovate fearlessly”, Shri Modi stated .

Shri Modi posted on X;

Spoke to the team of Skyroot Aerospace and congratulated them on the successful launch of Vikram-1.

This is a defining moment in India’s space journey. The growing participation of our private sector is opening new frontiers and accelerating innovation.

This achievement will encourage countless youngsters to dream bigger and innovate fearlessly.

@SkyrootA