ମତ୍ସ୍ୟଚାଷ ସହିତ ଜଡ଼ିତ ଲୋକମାନେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଦ୍ୱାରା ମୁଖ୍ୟତଃ ଉପକୃତ ହେବେ : ପ୍ରଧାନମନ୍ତ୍ରୀ ମୋଦୀ
ଏହା ଆମର ଲକ୍ଷ୍ୟ ଯେ ଆଗାମୀ 3-4 ବର୍ଷରେ ଆମେ ଆମର ଉତ୍ପାଦନକୁ ଦ୍ୱିଗୁଣିତ କରି ମତ୍ସ୍ୟ କ୍ଷେତ୍ରକୁ ବୃଦ୍ଧି କରିବୁ: ପ୍ରଧାନମନ୍ତ୍ରୀ ମୋଦୀ
ପିଏମଏମଏସୱାଇ ଏକ ନବୀକରଣ ହୋଇଥିବା ଶ୍ୱେତକ୍ରାନ୍ତି (ଦୁଗ୍ଧ କ୍ଷେତ୍ର) ଏବଂ ମଧୁକ୍ରାନ୍ତି ବିପ୍ଳବ (ମହୁମାଛି ଚାଷ) ପାଇଁ ପଥ ପରିଷ୍କାର କରିବ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ୍‌ ମତ୍ସ୍ୟ ସଂପଦ ଯୋଜନା, ଇ-ଗୋପାଳ ଆପ୍‌ ଏବଂ ବିହାରରେ ମତ୍ସ୍ୟ ଓ ପଶୁସଂପଦ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏକ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।

ଏଥିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏସବୁ ଯୋଜନାର ଲକ୍ଷ୍ୟ ହେଲା ଆମ ଗାଁଗୁଡିକୁ ସଶକ୍ତ କରିବା ଏବଂ ଭାରତକୁ ଏକବିଂଶ ଶତାବ୍ଦୀରେ ଆତ୍ମନିର୍ଭରଶୀଳ କରାଇବା ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମତ୍ସ୍ୟ ସଂପଦ ଯୋଜନା ମଧ୍ୟ ଏହି ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଛି । ଦେଶର 21ଟି ରାଜ୍ୟରେ 20 ହଜାର କୋଟି ଟଙ୍କା ବିନିଯୋଗରେ ଏହା କାର୍ଯ୍ୟକାରୀ କରାଯିବ । ଆସନ୍ତା 4ରୁ 5ବର୍ଷ ମଧ୍ୟରେ ଏସବୁ ଅର୍ଥ ଏହି ଯୋଜନାରେ ଖର୍ଚ୍ଚ କରାଯିବ । ସେଥିମଧ୍ୟରୁ ଆଜି ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ 1700 କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ଆଜି ବିହାରର ପାଟନା, ପୂର୍ଣ୍ଣିଆ, ସୀତାମାଢି, ମାଧେପୁରା, କିଷାନଗଞ୍ଜ ଓ ସମସ୍ତିପୁରରେ ବିଭିନ୍ନ ପ୍ରକଳ୍ପମାନ ଉଦ୍‌ଘାଟିତ ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନାରେ ନୂଆ ଭିତ୍ତିଭୂମି, ଆଧୁନିକ ଉପକରଣ ଏବଂ ନୂଆ ବଜାର ସୁବିଧା ମତ୍ସ୍ୟ ଉତ୍ପାଦକଙ୍କୁ ଯୋଗାଇ ଦିଆଯିବ । ଏହାଛଡା ମାଛଚାଷ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଅଧିକରୁ ଅଧିକ ସୁବିଧା ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ସେ କହିଛନ୍ତି ଯେ ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଦେଶର ମତ୍ସ୍ୟ ଉଦ୍ୟୋଗରେ ଏଭଳି ବଡ଼ଧରଣର ଯୋଜନା ଆରମ୍ଭ ହୋଇଛି । ଏହି ଉଦ୍ୟୋଗର ଗୁରୁତ୍ୱକୁ ବିଚାରକୁ ନେଇ ସ୍ୱତନ୍ତ୍ରଭାବେ ଏକ ମତ୍ସ୍ୟ ମନ୍ତ୍ରଣାଳୟ ଭାରତ ସରକାର ସୃଷ୍ଟି କରିଛନ୍ତି । ଏହାଦ୍ୱାରା ଆମ ମତ୍ସ୍ୟଜୀବି ଏବଂ ମତ୍ସ୍ୟ ଉଦ୍ୟୋଗ ସହ ସଂପୃକ୍ତ ପକ୍ଷ ଉପକୃତ ହୋଇପାରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସନ୍ତା 3-4 ବର୍ଷ ମଧ୍ୟରେ ଦେଶର ମତ୍ସ୍ୟ ରପ୍ତାନୀ ପରିମାଣ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାଫଳରେ କେବଳ ମତ୍ସ୍ୟ ଉଦ୍ୟୋଗରେ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ । ଏହି ଉଦ୍ୟୋଗ  ସଂପର୍କରେ ମୋର ବନ୍ଧୁମାନଙ୍କ ସହ ଆଜି କଥାବାର୍ତ୍ତା କଲାବେଳେ ଏହାର ଦକ୍ଷତା ଓ ସମ୍ଭାବନା ଘେନି ମୋର ବିଶ୍ୱାସ ଆହୁରି ବୃଦ୍ଧି ପାଇଛି । ସେ କହିଛନ୍ତି ଯେ ସ୍ୱଚ୍ଛ ଜଳ ଉପରେ ମାଛଚାଷ ବିଶେଷ ନିର୍ଭର କରେ । ଗଙ୍ଗା ସଫେଇ ଅଭିଯାନ ଏହି କ୍ଷେତ୍ରକୁ ସହାୟକ ହେବ । ସେ କହିଛନ୍ତି ଯେ ଗଙ୍ଗା ନଦୀର ଆଖପାଖରେ ନୌ-ପରିବହନ ପାଇଁ ଯେଉଁ କାର୍ଯ୍ୟ ଚାଲିଛି ତାହା ମଧ୍ୟ ମତ୍ସ୍ୟ ଉଦ୍ୟୋଗକୁ ସହାୟତା ଯୋଗାଇ ଦେବ । ଗତ ଅଗଷ୍ଟ 15ରେ ମିଶନ ଡଲ୍‌ଫିନ ଘୋଷଣା କରାଯାଇଥିଲା । ମତ୍ସ୍ୟ ଉଦ୍ୟୋଗ ଉପରେ ଏହା ମଧ୍ୟ ଅନୁକୂଳ ପ୍ରଭାବ ପଡିବ ।

ପ୍ରତ୍ୟେକ ଘରକୁ ନିରାପଦ ପାନୀୟ ଜଳଯୋଗାଣ କ୍ଷେତ୍ରରେ ବିହାର ସରକାରଙ୍କ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ମାତ୍ର 4ରୁ 5ବର୍ଷ ତଳେ ବିହାରରେ ମାତ୍ର 2 ଶତାଂଶ ଘରକୁ ପାଇପ ଜଳଯୋଗାଣ ବ୍ୟବସ୍ଥା ଥିଲା । ଖୁବ୍‌ କମ୍‌ ଦିନରେ ଏବେ 70 ଶତାଂଶରୁ ଅଧିକରେ ପହଞ୍ଚିଛି । ଏମାନେ ସ୍ୱଚ୍ଛ ପେୟ ଜଳ ନିଜ ଘରେ ପାଇବାର ସୁବିଧା ଲାଭ କରିଛନ୍ତି । ବିହାର ସରକାରଙ୍କ ଏହି ଉଦ୍ୟମକୁ କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଏବେ ଅଧିକ ସହାୟତା ଯୋଗାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀ ସମୟରେ ମଧ୍ୟ ବିହାରର 60 ଲକ୍ଷ ପରିବାରକୁ ପାଇପ ଜଳ ଯୋଗାଣ ସୁବିଧା ଯୋଗାଇ ଦିଆଯାଇଛି । ଏହା ଏକ ବଡ଼ ଉପଲବ୍ଧି । ସଂକଟ ସମୟରେ ଆମ ଦେଶର ଗାଁମାନଙ୍କରେ କାମ କିପରି ହେଉଛି ଏହା ତାହାର ଏକ ଉଦାହରଣ । ଦେଶର ପ୍ରାୟ ସବୁ କ୍ଷେତ୍ର ବନ୍ଦ ଥିବାବେଳେ ଗାଁଗହଳିରେ ଏହା ସମ୍ଭବ ହୋଇପାରିଛି । ଏହା ଆମ ଗାଁଗୁଡିକର ଶକ୍ତି । କରୋନା ମହାମାରୀ ସତ୍ତ୍ୱେ ଖାଦଶସ୍ୟ, ଫଳ, ପନିପରିବା ଏବଂ ଦୁଗ୍ଧ ଆଦି ନିରନ୍ତର ମଣ୍ଡି ଓ ଡେରିକୁ ଆସୁଥିଲା ଏବଂ ଏଥିରେ କୌଣସି ଅଭାବ ପରିଲକ୍ଷିତ ହୋଇନାହିଁ । ଏହା ହିଁ ଆମ ଗାଁଗୁଡିକର ବିଶେଷତ୍ୱ ।

କେବଳ ଏତିକି ନୁହେଁ, ଦୁଗ୍ଧ ଉଦ୍ୟୋଗ ମଧ୍ୟ କରୋନା ମହାମାରୀ ଭଳି ଦୁଃସମୟରେ ରେକର୍ଡ ପରିମାଣର କ୍ଷୀର ଗୋପାଳଙ୍କଠାରୁ କିଣିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପିଏମ୍‌ କିଷାନ ସମ୍ମାନ ନିଧି ମଧ୍ୟ ସିଧାସଳଖ 10 କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାରେ ସହାୟକ ହୋଇଛି । ସେଥିମଧ୍ୟରୁ ବିହାରର 75 ଲକ୍ଷ କୃଷକ ଉପକୃତ ହୋଇଛନ୍ତି । କରୋନା ମହାମାରୀ ସହିତ ବନ୍ୟା ବିତ୍ପାତକୁ ମଧ୍ୟ ବିହାର ସାହସର ସହିତ ମୁକାବିଲା କରିଛି । ଏଥିପାଇଁ ବିହାରବାସୀ ପ୍ରଶଂସାର ପାତ୍ର । ବନ୍ୟା ବିପନ୍ନଙ୍କୁ ଶୀଘ୍ର ରିଲିଫ ଯୋଗାଇବା ସହ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ଶେଷ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ଉଦ୍ୟମ ଚଳାଇଛନ୍ତି । ମାଗଣା ରାସନ କାର୍ଡ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନା ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିହାରର ପ୍ରତ୍ୟେକ ଅଭାବୀ ପରିବାର ପାଖରେ ସହାୟତା ପହଞ୍ଚାଇବାକୁ ସରକାର ନିଶ୍ଚିତ କରିଛନ୍ତି । ଏହାଛଡା ବିଦେଶରୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଘରପାଖରେ କାମଧନ୍ଦା ଯୋଗାଇ ଦେବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ପରିସ୍ଥିତିକୁ ଦେଖି ଜୁନ୍‌ରେ ଆରମ୍ଭ ହୋଇଥିବା ଏହି ମାଗଣା ରାସନ ଯୋଗାଣ କାର୍ଯ୍ୟକ୍ରମକୁ ଛଟ୍‌ପୂଜା ଓ ଦିପାବଳୀ ଶେଷ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ଯୋଗୁଁ ଯେଉଁସବୁ ଶ୍ରମିକ ସହରରୁ ଗାଁକୁ ଫେରିଛନ୍ତି ସେମାନେ ଗୋପାଳନ ଏବଂ ତତ୍‌ସଂକ୍ରାନ୍ତ ଧନ୍ଦା ଆଡ଼େ ମୁହାଁଇଛନ୍ତି । ଏଥିପାଇଁ ବିଭିନ୍ନ କେନ୍ଦ୍ରୀୟ ଏବଂ ପ୍ରାଦେଶିକ ଯୋଜନା ସେମାନଙ୍କୁ ସହାୟକ ହୋଇଛି ।  ଦୁଗ୍ଧ ଉଦ୍ୟୋଗର ବିକାଶ ପାଇଁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ନୂଆ ନୂଆ ଦୁଗ୍ଧଜାତ ସାମଗ୍ରୀ ତିଆରି ଏବଂ ନବସୃଜନ ଫଳରେ ଉଭୟ ଚାଷୀ ଓ ପଶୁପାଳକ ଅଧିକରୁ ଅଧିକ ଆୟ କରୁଛନ୍ତି । ଏହା ସହିତ ପଶୁ ସଂପଦର ମାନବୃଦ୍ଧି ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି । ଗୋମହିଷାଦିଙ୍କୁ ପରିଷ୍କାର ପରିଚ୍ଛନ୍ନ ରଖିବା ଏବଂ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଯତ୍ନ ନେବା ପାଇଁ ମଧ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । 50 କୋଟିରୁ ଅଧିକ ଗୋମହିଷାଦିଙ୍କୁ ଫାଟୁଆ ରୋଗରୁ ରକ୍ଷା କରିବା ପାଇଁ ଆଜିଠାରୁ ମୁକ୍ତ ଟିକାଦାନ ଅଭିଯାନ ଆରମ୍ଭ ହୋଇଛି । ଗୋରୁଙ୍କୁ ମୁହଁ ଓ ଖୁରା ତଥା ବୃଶେଲସିସ (ଜ୍ୱର) ଭଳି ରୋଗରୁ ରକ୍ଷା କରିବା ପାଇଁ ଏହି ଅଭିଯାନ ସହାୟକ ହେବ । ଗୋସଂପଦ ପାଇଁ ଉତ୍ତମ ପଶୁଖାଦ୍ୟ ଉତ୍ପାଦନ କରିବାକୁ ନାନା ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋକୁଳ ମିଶନ ଦେଶରେ କାର୍ଯ୍ୟକାରୀ ହେଉଛି । ଦେଶରେ ଉନ୍ନତ ପ୍ରଜାତିର ଦେଶୀ ଗାଈଙ୍କ ସଂଖ୍ୟ ବୃଦ୍ଧି ଏହାର ଲକ୍ଷ୍ୟ । ଏଥିପାଇଁ ବର୍ଷକ ପୂର୍ବେ ଏକ ଦେଶବ୍ୟାପୀ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆଜି ଏହାର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ସେ କହିଛନ୍ତି ଯେ ଉନ୍ନତ ପ୍ରଜାତିର ଦେଶୀ ଗୋରୁ ସୃଷ୍ଟି କରିବାରେ ବିହାର ଏବେ ଦେଶର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି । ଏହାଫଳରେ ବିହାର ଦୁଗ୍ଧ ଉଦ୍ୟୋଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ରାଜ୍ୟର ପୂର୍ଣ୍ଣିଆ, ପାଟନା ଏବଂ ବାରାଉଣୀରେ ଜାତୀୟ ଗୋକୁଳ ମିଶନରେ ଆଜିଠାରୁ ପଶୁ ସଂପଦର ବିକାଶ ପାଇଁ ଆଧୁନିକ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି । ପୂର୍ଣ୍ଣିଆରେ ନିର୍ମିତ କେନ୍ଦ୍ର ଦେଶର ଅନ୍ୟତମ ସର୍ବବୃହତ୍‌ । ଏହା କେବଳ ବିହାର ନୁହେଁ, ପୂର୍ବ ଭାରତର ଏକ ବଡ଼ ଅଞ୍ଚଳକୁ ସେବା ଯୋଗାଇ ଦେବ । ସେ ଆହୁରି କହିଛନ୍ତି ଯେ ବିହାରର ‘ବଚ୍ଛାଉର ଏବଂ ଲାଲପୂର୍ଣ୍ଣିଆ’ ଭଳି ଉନ୍ନତ ପ୍ରଜାତିର ଦେଶୀ ଦୁଧିଆଳି ଗାଈ ସଂଖ୍ୟା ବୃଦ୍ଧିରେ ଏହି କେନ୍ଦ୍ର ବିଶେଷ ସହାୟକ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗାଈ ସ୍ୱାଭାବିକଭାବେ ବର୍ଷକୁ ଗୋଟିଏ ବାଛୁରୀ ଜନ୍ମ ଦେଇଥାଏ । ଏବେ ଯେଉଁ ଆଇଭିଏଫ୍‌ ଟେକ୍ନୋଲଜି ପ୍ରୟୋଗ କରାଯାଉଛି ସେଥିରେ ଗୋଟିଏ ଗାଈ ବର୍ଷକ ମଧ୍ୟରେ ଏକାଧିକ ବାଛୁରୀ ଜନ୍ମ ଦେଇପାରିବ । ଏହି ଟେକ୍ନୋଲଜିକୁ ସବୁ ଗାଁରେ ପହଞ୍ଚାଇବା ଆମର ଲକ୍ଷ୍ୟ । ସେ କହିଛନ୍ତି ଯେ ଉନ୍ନତ ଜାତିଆ ପ୍ରଜାତିର ଗୋରୁ ଓ ମଇଁଷି ସହ ସେମାନଙ୍କ ଯତ୍ନ ଓ ପରିପାଳନ ନିମନ୍ତେ ବିଜ୍ଞାନଭିତ୍ତିକ ସୂଚନା ଲୋକଙ୍କୁ ପ୍ରଦାନ କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଆଜି ଉଦ୍‌ଘାଟିତ ହୋଇଥିବା ଇ-ଗୋପାଳ ଆପ୍‌ ଡିଜିଟାଲ ମାଧ୍ୟମରେ ସେ ଦାୟିତ୍ୱ ନିର୍ବାହ କରିବ । ମଧ୍ୟସ୍ଥଙ୍କ ବିନା ସହାୟତାରେ ଚାଷୀମାନେ ଏହି ଆପ୍‌ ମାଧ୍ୟମରେ ଉତ୍ତମ ପ୍ରଜାତିର ଗୋସଂପଦ ବାଛିବା ସହ ତାହା କ୍ରୟ କରିପାରିବେ । ଏହି ଆପ୍‌ରୁ ଗୋରୁଙ୍କ ଯତ୍ନ, ସେମାନଙ୍କର ଉତ୍ପାଦକତା, ସ୍ୱାସ୍ଥ୍ୟ,ଖାଦ୍ୟ ଆଦି ସଂପର୍କରେ ସବୁ ତଥ୍ୟ ମିଳିପାରିବ । ଏହି କାର୍ଯ୍ୟଟି ସଂପୂର୍ଣ୍ଣ ହୋଇସାରିବା ପରେ ଏବେ ଇ-ଗୋପାଳ ଆପ୍‌ରେ  ପ୍ରାଣୀଙ୍କ ଆଧାର ନମ୍ବର ପଞ୍ଜୀକୃତ ହେବ । ଫଳରେ ପଞ୍ଜୀକୃତ ଯେକୌଣସି ଗୋରୁ କିମ୍ବା ମଇଁଷି ସଂପର୍କରେ ସବିଶେଷ ତଥ୍ୟ ସହଜରେ ଜାଣିହେବ । ଏହାଦ୍ୱାରା ପଶୁ ମାଲିକମାନେ ସହଜରେ ସେ ସବୁକୁ ଖର୍ଦ୍ଦି ବିକ୍ରି କରିପାରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗ୍ରାମାଞ୍ଚଳରେ କୃଷି, ଗୋସଂପଦ ଓ ମତ୍ସ୍ୟଚାଷ ଆଦିର ବିକାଶ ପାଇଁ ବିଜ୍ଞାନଭିତ୍ତିକ ପ୍ରଣାଳୀ ଏବଂ ଆଧୁନିକ ଭିତ୍ତିଭୂମି ନିର୍ମାଣର ଆବଶ୍ୟକତା ରହିଛି । କୃଷି କ୍ଷେତ୍ରରେ ବିହାର ଶିକ୍ଷା ଓ ଗବେଷଣାର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି ।  ସେ କହିଛନ୍ତି ଯେ ଖୁବ୍‌ କମ୍‌ ଲୋକଙ୍କୁ ଜଣାଥିବ ଯେ ଦିଲ୍ଲୀର ପୁସା ପ୍ରତିଷ୍ଠାନ ବିହାରର ସମସ୍ତିପୁର ନିକଟରେ ଏକ ଛୋଟ ସହର ପୁସା ନାମରେ ନାମିତ ହୋଇଛି । ଉପନିବେଶବାଦୀ ଶାସନ କାଳରେ ସମସ୍ତିପୁରର ପୁସାଠାରେ ଏକ ଜାତୀୟ କୃଷି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ସ୍ୱାଧୀନତା ପରେ ଏହି ପରମ୍ପରାକୁ ଆଗକୁ ନେବାରେ ଦୂରଦୃଷ୍ଟି ସଂପନ୍ନ ନେତା ଡ. ରାଜେନ୍ଦ୍ର ପ୍ରସାଦ ଓ ଜନନାୟକ କର୍ପୁରୀ ଠାକୁର ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ସେମାନଙ୍କୁ ସେ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 2016ରେ ଡ. ରାଜେନ୍ଦ୍ର ପ୍ରସାଦ କୃଷି ବିଶ୍ୱବିଦ୍ୟାଳୟକୁ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପରିଣତ କରାଯାଇଛି । ଏହା ପରେ ଏହି ବିଶ୍ୱବିଦ୍ୟାଳୟ ଓ ଏହା ସହିତ ଅନୁବନ୍ଧିତ କଲେଜଗୁଡିକରେ ପାଠ୍ୟକ୍ରମ ସଂପ୍ରସାରିତ ହୋଇଛି ।  ଏହା ସହିତ ଆଉ ଏକ ପ୍ରସ୍ତ ଯୋଡା ଯାଇଛି । କୃଷି ବ୍ୟବସାୟ ଏବଂ ଗ୍ରାମ୍ୟ ପରିଚାଳନା ପ୍ରତିଷ୍ଠାନ ପାଇଁ ଏକ ନୂଆ ଭବନ ଉଦ୍‌ଘାଟିତ ହୋଇଛି । ଏହାର ହଷ୍ଟେଲ, ଷ୍ଟାଡିୟମ, ଗେଷ୍ଟ ହାଉସ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କୃଷି କ୍ଷେତ୍ରର ଆଧୁନିକ ଆବ୍ୟଶକତାକୁ ବିଚାରକୁ ନେଇ ଦେଶରେ 3ଟି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯାଇଛି । 5-6 ବର୍ଷ ପୂର୍ବରୁ ଏହି ସଂଖ୍ୟା ମାତ୍ର 1ରେ ସୀମିତ ଥିଲା । ବିହାରରେ ପ୍ରତିବର୍ଷ ବନ୍ୟା ଆସୁଥିବାରୁ ତା’ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ  ମହାତ୍ମା ଗାନ୍ଧୀ ଗବେଷଣା କେନ୍ଦ୍ର ନାମରେ ପ୍ରତିଷ୍ଠା କରାଯାଇଥିବା ନୂଆ ପ୍ରତିଷ୍ଠାନ ଉଦ୍‌ଘାଟିତ ହୋଇଛି । ସେହିଭଳି ମୋତିପୁରଠାରେ ଆଞ୍ଚଳିକ ମତ୍ସ୍ୟ ଗବେଷଣା ଓ ତାଲିମ କେନ୍ଦ୍ର ଏବଂ ମୋତିହାରୀଠାରେ ପଶୁ ସଂପଦ ଓ ଦୁଗ୍ଧ ଉନ୍ନୟନ କେନ୍ଦ୍ରକୁ ମଧ୍ୟ କାର୍ଯ୍ୟକ୍ଷମ କରାଯାଇଛି । କୃଷି କ୍ଷେତ୍ରକୁ ବିଜ୍ଞାନ ଓ ଟେକ୍ନୋଲଜି ସହ ଯୋଡିବା ପାଇଁ ଏହିସବୁ ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗାଁଗହଳି ନିକଟରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ଉଦ୍ୟୋଗ କ୍ଲଷ୍ଟର ଓ ଗବେଷଣା କେନ୍ଦ୍ରମାନ ପ୍ରତିଷ୍ଠା କରାଯିବା ଉଚିତ ।  ଏହାଦ୍ୱାରା ଜୟ କିଷାନ, ଜୟ ବିଜ୍ଞାନ ଏବଂ ଜୟ ଅନୁସନ୍ଧାନର ଲକ୍ଷ୍ୟ ପୂରଣ ହୋଇପାରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର 1 ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଗଠନ କରିଛନ୍ତି । କୃଷି ଉତ୍ପାଦିକା ସଂଗଠନ, ସମବାୟ ଗୋଷ୍ଠୀ ଆଦିଙ୍କୁ ଶୀତଳ ଭଣ୍ଡାର ତଥା ଅନ୍ୟାନ୍ୟ କୃଷି ଭିତ୍ତିଭୂମି ନିର୍ମାଣରେ ସହାୟତା ଯୋଗାଇ ଦେବାକୁ ଏହି ପାଣ୍ଠି ଗଠନ କରାଯାଇଛି । ଏପରିକି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନେ ମଧ୍ୟ ଉତ୍ତମ ସମର୍ଥନ ପାଉଛନ୍ତି । ଗତ 6 ବର୍ଷ ମଧ୍ୟରେ ସେମାନଙ୍କୁ ସରକାରୀ ସହାୟତା 32 ଗୁଣ ବଢିଛି ।

ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶର ସବୁ ଗାଁକୁ ବିକାଶର ଇଂଜିନରେ ପରିଣତ କରିବା ପାଇଁ ଉଦ୍ୟମ ଅବ୍ୟାହତ ରହିଛି । ଏହାଦ୍ୱାରା ଏହିସବୁ ଗାଁ ଭାରତକୁ ଆତ୍ମନିର୍ଭଶୀଳ କରାଇବାରେ ସହାୟକ ହେବ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Why India making its own bullet trains is a big deal – explained

Media Coverage

Why India making its own bullet trains is a big deal – explained
NM on the go

Nm on the go

Always be the first to hear from the PM. Get the App Now!
...
Prime Minister’s Departure Statement ahead of his visit to Seychelles
June 27, 2026

At the invitation of my friend, H.E. Dr. Patrick Herminie, President of the Republic of Seychelles, I will undertake a State Visit to Seychelles from 27-29 June 2026 to participate in the Golden Jubilee celebrations of the National Day of Seychelles as the Guest of Honour.

Seychelles is a valued maritime neighbour and a key partner in our Vision MAHASAGAR and our shared commitment to the Global South. This year, we also mark the 50th anniversary of the establishment of our diplomatic relations which are rooted in mutual trust, shared democratic values, respect for diversity and deep affinity between our peoples.

Building on the successful State visit of President Herminie to India in February 2026, I look forward to our discussions aimed at further strengthening our enduring friendship. Together, we will work to advance the progress of our peoples, and promote security and prosperity in the Indian Ocean region.

During the visit, I will have the honour of becoming the first Indian Prime Minister to address the National Assembly of Seychelles. This historic opportunity reflects the strong democratic values and parliamentary traditions that bind our two nations.

I also look forward to interacting with the vibrant Indian community in Seychelles, who have been nurturing the special friendship between India and Seychelles for generations, and serving as a living bridge between our two nations.

I am confident that my visit will further deepen the longstanding bonds between the two countries, enhance maritime cooperation in the Indian Ocean region, and advance our shared vision of a secure, peaceful and prosperous Indian Ocean region.