The government is now focussing on making tax-paying seamless, painless, faceless: PM
Honest taxpayers play a big role in nation building: PM Modi
Taxpayers' Charter is an important step in India's development: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପାରଦର୍ଶୀ ଟିକସବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ” ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଜାରି ରହିଥିବା ଢାଂଚାଗତ ସଂସ୍କାରର ପ୍ରକ୍ରିୟା ଆଜି ଏକ ନୂଆ ସୋପାନରେ ପହଁଚିଛି । ଏକବିଂଶ ଶତାବ୍ଦୀର ଟିକସ ବ୍ୟବସ୍ଥାର ଆବଶ୍ୟକତା ପୂରଣ କରିବା ଲାଗି ପାରଦର୍ଶୀ ଟିକସବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ’ ପ୍ଲାଟଫର୍ମର ଲୋକାର୍ପଣ କରାଯାଇଛି ।

ଏହି ପ୍ଲାଟଫର୍ମରେ ଫେସଲେସ ଆସେସମେଂଟ (ସାକ୍ଷାତମୁକ୍ତ ଆକଳନ)ଫେସଲେସ ଅପିଲ (ସାକ୍ଷାତମୁକ୍ତ ଆବେଦନ) ଏବଂ ଟିକସଦାତା ଚାର୍ଟର ଭଳି ବଡ଼ ସଂସ୍କାର ରହିଛି ।

ସେ କହିଥିଲେ ଯେ ସାକ୍ଷାତମୁକ୍ତ ଆକଳନ ଏବଂ ଟିକସଦାତା ଚାର୍ଟର ଆଜିଠାରୁ ଲାଗୁ ହେଉଛି । ସାକ୍ଷାତମୁକ୍ତ ଆବେଦନ ସୁବିଧା 25 ସେପ୍ଟେମ୍ବର ଅର୍ଥାତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ସାରା ଦେଶରେ ନାଗରିକମାନଙ୍କ ପାଇଁ ଉପଲବ୍ଧ ହେବ । ଏବେ ଟିକସ ବ୍ୟବସ୍ଥା ସାକ୍ଷାତମୁକ୍ତ ହୋଇଥିବା ବେଳେ ଏହା ଟିକସଦାତାମାନଙ୍କୁ ସ୍ୱଚ୍ଛତା ଏବଂ ଭୟଶୂନ୍ୟତାର ବିଶ୍ୱାସ ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ 6 ବର୍ଷ ଧରି ବ୍ୟାଙ୍କ ସେବାରୁ ବଂଚିତ ଲୋକମାନଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାଅସୁରକ୍ଷିତମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ପାଣ୍ଠିରୁ ବଂଚିତ ଲୋକମାନଙ୍କୁ ପାଣ୍ଠି ଯୋଗାଇ ଦେବା ଦିଗରେ ଆମ ସରକାର କାର୍ଯ୍ୟ କରିଆସିଛି । ସଚ୍ଚୋଟଙ୍କୁ ସମ୍ମାନ” ଏ ଦିଗରେ ଆଉ ଏକ ପଦକ୍ଷେପ ।

ଦେଶର ସଚ୍ଚୋଟ ଟିକସଦାତା ରାଷ୍ଟ୍ର ନିର୍ମାଣରେ ବହୁତ ବଡ଼ ଭୂମିକା ନିର୍ବାହ କରିଥାନ୍ତି ବୋଲି କହି ପ୍ରଧାନମନ୍ତ୍ରୀ ସେମାନଙ୍କର ପ୍ରଶଂସା କରିଥିଲେ । ସେ କହିଥିଲେ, “ଦେଶର ସଚ୍ଚୋଟ ଟିକସଦାତାମାନଙ୍କ ଜୀବନ ସହଜ ହେଲେଆଗକୁ ବଢ଼ିଲେସାରା ଦେଶର ବିକାଶ ହୋଇଥାଏଦେଶ ମଧ୍ୟ ଆଗକୁ ବଢ଼ିଥାଏ ।

ପ୍ରଧାନମନ୍ତ୍ରୀ କହିଥିଲେଆଜିଠାରୁ ଆରମ୍ଭ ହେଉଥିବା ନୂଆ ବ୍ୟବସ୍ଥାନୂଆ ସୁବିଧାସର୍ବନିମ୍ନ ସରକାରସର୍ବାଧିକ ପ୍ରଶାସନ ପ୍ରତି ଆମର ପ୍ରତିବଦ୍ଧତାକୁ ଅଧିକ ମଜବୁତ କରୁଛି । ସେ କହିଥିଲେପ୍ରତ୍ୟେକ ନିୟମ-କାନୁନପ୍ରତ୍ୟେକ ନୀତିକୁ ପ୍ରକ୍ରିୟା ଏବଂ କ୍ଷମତା କୈନ୍ଦ୍ରିକ ଆଭିମୁଖ୍ୟ ଠାରୁ ବାହାରକୁ ଆଣି ତାକୁ ଜନକୈନ୍ଦ୍ରିକ ଏବଂ ଜନ ଅନକୂଳ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହା ନୂଆ ଭାରତରେ ନୂଆ ପ୍ରଶାସନିକ ମଡେଲର ପ୍ରୟୋଗ  । ଏହାର ସୁଖଦ ପରିଣାମ ମଧ୍ୟ ଦେଶକୁ ମିଳିବାରେ ଲାଗିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏବେ ଦେଶରେ ଏପରି ଏକ ପରିବେଶ ସୃଷ୍ଟି ହୋଇଚାଲିଛି ଯେଉଁଠି କର୍ତବ୍ୟ ଭାବନାକୁ ସର୍ବୋପରି ରଖାଯାଇ ସମସ୍ତ କାମ କରାଯାଉଛି । କେବଳ କଠୋର ବ୍ୟବସ୍ଥା ଏବଂ ଦଣ୍ଡର ଭୟ କାରଣରୁ ଏପରି ଫଳ ମିଳିନାହିଁ । ବରଂ ସାମଗ୍ରିକ ଆଭିମୁଖ୍ୟକୁ ବୁଝି ତାହାକୁ ଗ୍ରହଣ କରିବା ଦ୍ୱାରା ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ସେ କହିଥିଲେ ଯେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ କେବଳ ଚିରାଚରିତ ଧାରା ନୁହେଁ ବରଂ ସାମଗ୍ରିକ ଆଭିମୁଖ୍ୟ ନେଇ ଫଳାଫଳ ପ୍ରଦାନ କରିବା ଲାଗି ଉଦ୍ଦିଷ୍ଟ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ଟିକସ ବ୍ୟବସ୍ଥାରେ ମୌଳିକ ଏବଂ ଢାଂଚାଗତ ସଂସ୍କାରର ଆବଶ୍ୟକତା ରହିଥିଲା । କାରଣ ଆମ ପାଖରେ ଥିବା ଆଜିର ଏହି ବ୍ୟବସ୍ଥା ପ୍ରାକ-ସ୍ୱାଧୀନତା ଅମଳରେ ପ୍ରସ୍ତୁତ ହୋଇଥିଲା । ସ୍ୱାଧୀନତା ପରେ ଏଥିରେ ଅଳ୍ପବହୁତ ପରିବର୍ତ୍ତନ କରାଯାଇଥିଲାକିନ୍ତୁ ବ୍ୟବସ୍ଥାର ବ୍ୟାପକ ସ୍ୱଭାବ ସେହିପରି ରହିଥିଲା ବୋଲି ସେ କହିଥିଲେ । ସେ କହିଥିଲେ ଯେ ପୂର୍ବ ବ୍ୟବସ୍ଥାରେ ଜଟିଳତା ରହିଥିବା କାରଣରୁ ସ୍ପଷ୍ଟତା ଆସିପାରୁନଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁଠି ଜଟିଳତା ଥାଏସେଠି ଅନୁପାଳନ ସହଜ ହୋଇନଥାଏ । ଏହାର ଏକ ଉଦାହରଣ ହେଉଛି ଜିଏସଟି ଯାହା ଡଜନରୁ ଊର୍ଦ୍ଧ୍ଵ ଟିକସ ବ୍ୟବସ୍ଥା ପରିବର୍ତ୍ତେ ଲାଗୁ ହୋଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂଆ ଆଇନ ଟିକସ ବ୍ୟବସ୍ଥାରେ ଆଇନଗତ ବୋଝ ହ୍ରାସ କରିଛି ।  ଏବେ ହାଇକୋର୍ଟରେ 1 କୋଟି ଟଙ୍କା ପର୍ଯ୍ୟନ୍ତ ଏବଂ ସୁପ୍ରିମକୋର୍ଟରେ 2 କୋଟି ଟଙ୍କା ପର୍ଯ୍ୟନ୍ତ ମାମଲା ଯିବା ଲାଗି ସୀମା ନିର୍ଦ୍ଧାରଣ କରାଯାଇଛି । ବିବାଦରୁ ବିଶ୍ୱାସ ଭଳି ଯୋଜନା ମାଧ୍ୟମରେ ଅଧିକାଂଶ ମାମଲା କୋର୍ଟ ବାହାରେ ହିଁ ସମାଧାନ କରିବାର ମାର୍ଗ ପ୍ରଶସ୍ତ କରିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରକ୍ରିୟାଗତ ଜଟିଳତା ସହିତ ଟିକସ ମଧ୍ୟ ଦେଶରେ ହ୍ରାସ କରାଯାଇଛି । 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଏବେ ଜିରୋ ଟିକସ ଲାଗୁ ହେଉଛି । ବାକି ସ୍ଲାବରେ ମଧ୍ୟ ଟିକସ କମ ହୋଇଛି । କର୍ପୋରେଟ ଟିକସ ବ୍ୟାପାରରେ ଆମେ ବିଶ୍ୱର ସବୁଠୁ କମ ଟିକସ ନେଉଥିବା ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ ।

ପ୍ରଧାନମନ୍ତ୍ରୀ କହିଥିଲେବର୍ତ୍ତମାନର ସଂସ୍କାର ଜରିଆରେଆମର ଟିକସ ବ୍ୟବସ୍ଥାକୁ ବାଧାମୁକ୍ତ (ସିମଲେସ)ଯନ୍ତ୍ରଣାମୁକ୍ତ (ପେନଲେସ)ସାକ୍ଷାତମୁକ୍ତ (ଫେସଲେସ) କରିବା ଲାଗି ପ୍ରୟାସ କରାଯାଉଛି । ସେ କହିଥିଲେସିମଲେସ ଅର୍ଥାତ ଟିକସ ପ୍ରଶାସନ ପ୍ରତ୍ୟେକ ଟିକସଦାତାଙ୍କୁ ଫସାଇବା ବଦଳରେ ସମସ୍ୟା ସମାଧାନ କରିବାର କାମ କରିବ । ପେନଲେସ ଅର୍ଥାତ ପ୍ରଯୁକ୍ତିଠାରୁ ଆରମ୍ଭ କରି ନିୟମ ପର୍ଯ୍ୟନ୍ତ ସବୁକିଛି ସହଜ ହେବ । ଫେସଲେସ ଅର୍ଥାତ ଟିକସଦାତା ଏବଂ ଟିକସ ଅଧିକାରୀଙ୍କ ମଧ୍ୟରେ ସିଧାସଳଖ ସାକ୍ଷାତ ବିନା ସମସ୍ତ ପ୍ରସଙ୍ଗ ଯେପରିକି ଯାଞ୍ଚନୋଟିସ କିମ୍ବା ଆକଳନ କାର୍ଯ୍ୟ ସମ୍ପାଦନ କରାଯିବ ।

ଟିକସଦାତା ଚାର୍ଟର ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେଟିକସଦାତା ଚାର୍ଟର ମଧ୍ୟ ଦେଶର ବିକାଶଯାତ୍ରା ଦିଗରେ ବହୁତ ବଡ଼ ପଦକ୍ଷେପ । ଏଥିରେ ଟିକସଦାତାମାନଙ୍କୁ ଉଚିତବିନମ୍ର ଓ ତର୍କସଂଗତ ବ୍ୟବହାର ପାଇଁ ଭରସା ଦିଆଯାଇଛି । ଅର୍ଥାତ ଆୟକର ବିଭାଗ ଏବେ ସମ୍ବେଦଶୀଳତା ସହିତ ଟିକସଦାତାଙ୍କ ସମ୍ମାନ ପ୍ରତି ଧ୍ୟାନ ରଖିବ । ଏହା ଏକ ବିଶ୍ୱାସ ଆଧାରିତ ବ୍ୟବସ୍ଥା  । ବିଭାଗ ଏବେ ଅକାରଣରେ ଟିକସଦାତାଙ୍କୁ ସନେ୍ଦହ ଦୃଷ୍ଟିରେ ଦେଖିପାରିବ ନାହିଁ ।

ଟିକସ ଯାଞ୍ଚ ମାମଲାରେ ହ୍ରାସ ବିଷୟରେ ଉଲ୍ଲେଖ କରି ସେ କହିଥିଲେ 2012-13ରେ ଯେତିକି ଟିକସ ରିଟର୍ଣ୍ଣ ଦାଖଲ କରାଯାଉଥିଲାସେଥିମଧ୍ୟରୁ 0.94 ପ୍ରତିଶତ ଯାଞ୍ଚ କରାଯାଉଥିଲା । 2018-19 ଏହି ତଥ୍ୟ ହ୍ରାସ ପାଇ 0.26 ପ୍ରତିଶତରେ ପହଁଚିଛି । ଅର୍ଥାତ ମାମଲା ଯାଞ୍ଚପାଖାପାଖି 4 ଗୁଣା କମ ହୋଇଛି । ଏହା ରିଟର୍ଣ୍ଣ ଦାଖଲକାରୀଙ୍କ ଉପରେ ସରକାରଙ୍କ ଭରସାକୁ ପ୍ରତିଫଳିତ କରୁଛି ।

ସେ କହିଥିଲେ ଯେ ବିଗତ 6 ବର୍ଷ ମଧ୍ୟରେ ଭାରତର ଟିକସ ବ୍ୟବସ୍ଥାରେ ପ୍ରଶାସନର ଏକ ନୂଆ ମଡେଲ ବିକଶିତ ହୋଇଥିବା ପରିଲକ୍ଷିତ ହୋଇଛି । ଏ ସମସ୍ତ ପ୍ରୟାସ ମଧ୍ୟରେ  ବିଗତ 6-7 ବର୍ଷ ମଧ୍ୟରେ ଆୟକର ରିଟର୍ଣ୍ଣ ଭରୁଥିବା ଲୋକଙ୍କ ସଂଖ୍ୟା ପାଖାପାଖି ଅଢ଼େଇ କୋଟି ବଢ଼ିଛି ।

ତେବେ ପ୍ରଧାନମନ୍ତ୍ରୀ କହିଥିଲେଏହାକୁ ମଧ୍ୟ ଅସ୍ୱୀକାର କରାଯାଇପାରିବ ନାହିଁ ଯେ 130 କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଏହା ଏବେବି ଖୁବ କମ ରହିଛି । ଏତେ ବଡ଼ ଦେଶରେ ମାତ୍ର ଦେଢ଼ କୋଟି ସାଥୀ ଆୟକର ଜମା କରୁଛନ୍ତି । ଏଥିପ୍ରତି ଆତ୍ମସମୀକ୍ଷା କରିବା ଏବଂ ଟିକସଦେବାକୁ ଆଗେଇ ଆସିବା ନିମନ୍ତେ ଶ୍ରୀ ମୋଦୀ ଦେଶବାସୀଙ୍କୁ ନିବେଦନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଆତ୍ମନିର୍ଭର ଭାରତ ନିର୍ମାଣରେ ସହାୟକ ହୋଇପାରିବ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
GIFT City scales new heights as India's 1st international finance and IT hub

Media Coverage

GIFT City scales new heights as India's 1st international finance and IT hub
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares address by Shri Amit Shah in Lok Sabha on India’s decisive fight against Naxalism
March 30, 2026

The Prime Minister, Shri Narendra Modi shared the outstanding speech delivered by Union Home Minister Shri Amit Shah ji, noting that it was filled with important facts, historical context, and a detailed account of the Government’s efforts over the past decade. Shri Modi highlighted that for decades, the retrograde Maoist ideology had an adverse impact on the development of several regions, with Left Wing Extremism severely affecting the future of countless youngsters.

He further underlined that over the last ten years, the Government has worked towards uprooting this menace, while simultaneously ensuring that the benefits of development reach areas affected by Naxalism. The Prime Minister reaffirmed that the Government will continue to focus on strengthening good governance and ensuring peace and prosperity for all.

The Prime Minister posted on X:

“This is an outstanding speech by the Home Minister, Shri Amit Shah Ji, filled with important facts, historical context and the efforts of our Government in the last decade.

For decades, the retrograde Maoist ideology had an adverse impact on the development of several regions. Left Wing Extremism has ruined the future of countless youngsters.

In the last decade, our Government has worked towards uprooting this menace and at the same time ensuring the fruits of development reach areas affected by Naxalism. We will keep focusing on furthering good governance and ensuring peace and prosperity for all.”