India is moving forward with the goal of reaching connectivity to every village in the country: PM
21st century India, 21st century Bihar, now moving ahead leaving behind all old shortcomings: PM
New farm bills passed are "historic and necessary" for the country to move forward: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 14 ହଜାର କୋଟି ଟଙ୍କା ବ୍ୟୟରେ ବିହାରର 9ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଭିଡିଓ କନଫରେନ୍ସ ମାଧ୍ୟମରେ କରିଛନ୍ତି । ଏହାଛଡା ରାଜ୍ୟର ସମସ୍ତ ଗ୍ରାମକୁ ଇଣ୍ଟରନେଟ ସେବା ଯୋଗାଇଦେବା ପାଇଁ ଅପ୍ଟିକାଲ ଫାଇବର ପଦ୍ଧତିର ମଧ୍ୟ ଉଦ୍ଘାଟନ କରିଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜପଥ ପ୍ରକଳ୍ପଗୁଡ଼ିକ ବିହାରର ସଡକ ସଂଯୋଗୀକରଣ କାର୍ଯ୍ୟକ୍ରମରେ ଉନ୍ନତି ଆଣିବ । ଏହି ପ୍ରକଳ୍ପ ମଧ୍ୟରେ 3ଟି ବୃହତ ସେତୁ, ରାଜପଥଗୁଡିକୁ ଚାରି ଓ ଛଅ ଲେନ କରିବା ଅନ୍ତର୍ଭୁକ୍ତ । ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ ବିହାରର ସମସ୍ତ ନଦୀ ଉପରେ ସେତୁ ଓ ମୁଖ୍ୟ ରାଜପଥଗୁଡିକୁ ପ୍ରଶସ୍ତ କରାଯିବା ଏହି କାର୍ଯ୍ୟକ୍ରମର ଅଂଶବିଶେଷ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଦିନ କେବଳ ବିହାର ପାଇଁ ଐତିହାସିକ ନୁହେଁ ବରଂ ସମଗ୍ର ଦେଶକୁ ଆତ୍ମନିର୍ଭର ଭାରତରେ ପରିଣତ କରିବା ନେଇ ସରକାରଙ୍କ ଯେଉଁ ସ୍ଵପ୍ନ ରହିଛି ତାହା ଆଜିଠାରୁ ବିହାରରେ ଆରମ୍ଭ ହୋଇଛି । ସେ କହିଛନ୍ତି ଯେ, ଏହି ପ୍ରକଳ୍ପ ଅଧୀନରେ  ଦେଶର 6 ଲକ୍ଷ ଗ୍ରାମକୁ 1000 ଦିନ ମଧ୍ୟରେ ଅପ୍ଟିକାଲ ଫାଇବର ଜରିଆରେ ଇଣ୍ଟରନେଟ ଯୋଗାଇ ଦିଆଯିବ । ବିହାରର 45,945ଟି ଗ୍ରାମ ଏହି ଇଣ୍ଟରନେଟ ସୁବିଧା ପାଇପାରିବେ । ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ଏତେ ବଢିଯିବ ତାହା କଳ୍ପନା ବାହାରେ ଥିଲା ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଡିଜିଟାଲ ନେଣଦେଣ କ୍ଷେତ୍ରରେ ଭାରତ ବିଶ୍ଵର ଏକ ଅଗ୍ରଣୀ ଦେଶ ଭାବେ ଉଭା ହୋଇଛି । କେବଳ ଗତ ଅଗଷ୍ଟ ମାସରେ 3 ଲକ୍ଷ କୋଟି ଟଙ୍କାର ନେଣଦେଣ ୟୁପିଆଇ ଜରିଆରେ ହୋଇଛି । ଇଣ୍ଟରନେଟର ବ୍ୟବହାର ବୃଦ୍ଧି ସହିତ ଦେଶର ଗ୍ରାମାଞ୍ଚଳରେ ଲୋକମାନେ କିପରି ଉତ୍ତମ ସେବାଯୁକ୍ତ ଇଣ୍ଟରନେଟ ସଂଯୋଗ ପାଇବେ ତାହା ବର୍ତ୍ତମାନ ଏକ ପ୍ରମୁଖ ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସରକାରଙ୍କ ନୀରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ଅପ୍ଟିକାଲ ଫାଇବର ସେବା ଦେଶର 1.5 ଲକ୍ଷ ଗ୍ରାମ ପଞ୍ଚାୟତ ଓ 3 ଲକ୍ଷରୁ ଅଧିକ ସାଧାରଣ ସେବା କେନ୍ଦ୍ରରେ ପହଞ୍ଚିପାରିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଡିଜିଟାଲ ନେଣଦେଣ କ୍ଷେତ୍ରରେ ଭାରତ ବିଶ୍ଵର ଏକ ଅଗ୍ରଣୀ ଦେଶ ଭାବେ ଉଭା ହୋଇଛି । କେବଳ ଗତ ଅଗଷ୍ଟ ମାସରେ 3 ଲକ୍ଷ କୋଟି ଟଙ୍କାର ନେଣଦେଣ ୟୁପିଆଇ ଜରିଆରେ ହୋଇଛି । ଇଣ୍ଟରନେଟର ବ୍ୟବହାର ବୃଦ୍ଧି ସହିତ ଦେଶର ଗ୍ରାମାଞ୍ଚଳରେ ଲୋକମାନେ କିପରି ଉତ୍ତମ ସେବାଯୁକ୍ତ ଇଣ୍ଟରନେଟ ସଂଯୋଗ ପାଇବେ ତାହା ବର୍ତ୍ତମାନ ଏକ ପ୍ରମୁଖ ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସରକାରଙ୍କ ନୀରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ଅପ୍ଟିକାଲ ଫାଇବର ସେବା ଦେଶର 1.5 ଲକ୍ଷ ଗ୍ରାମ ପଞ୍ଚାୟତ ଓ 3 ଲକ୍ଷରୁ ଅଧିକ ସାଧାରଣ ସେବା କେନ୍ଦ୍ରରେ ପହଞ୍ଚିପାରିଛି ।

ଦ୍ରୁତ ସଂଯୋଗୀକରଣର ସୁବିଧା ଉପରେ ଗୁରୁତ୍ଵାରୋପ କରି ପ୍ରଧାନମନ୍ତ୍ରୀ କହିହଛନ୍ତି ଯେ, ଏହା ଛାତ୍ରାଛାତ୍ରୀଙ୍କ ପାଠପଢା ପାଇଁ ଖୁବ ଫଳପ୍ରଦ ହେବ । ଏହାଛଡା ଲୋକମାନେ ଟେଲି ମେଡ଼ିସିନ, ମଞ୍ଜି ଓ ଚାରା ସମ୍ପର୍କିତ ତଥ୍ୟ, ବଜାରଗୁଡିକର ନୂତନ ପଦ୍ଧତି, ପାଣିପାଗ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଖୁବ ଶୀଘ୍ର ତଥ୍ୟମାନ ପାଇପାରିବେ । କୃଷକମାନେ ମଧ୍ୟ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଦେଶ ଓ ଦେଶ ବାହାରକୁ ଖୁବ କମ ସମୟରେ ପରିବହନ କରିପାରିବେ । ଦେଶର ଗ୍ରାମାଞ୍ଚଳରେ ସହରାଞ୍ଚଳ ଭଳି ସମସ୍ତ ସୁବିଧା ଉପଲବ୍ଧ କରାଇବା ସରକାରଙ୍କ ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ, ପୂର୍ବରୁ ଭିତ୍ତିଭୂମି ବ୍ୟବସ୍ଥା ଅସଜଡା ଭାବରେ ଥିଲା । ଯେତେବେଳେ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ସେତେବେଳେ ଭିତ୍ତିଭୂମିକୁ ରାଜନୀତିଠାରୁ ଅଧିକ ଗୁରୁତ୍ଵ ଦିଆଗଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ବହୁମୂଖୀ ପରିବହନ ବ୍ୟବସ୍ଥା ବିକଶିତ କରିବାର ସମୟ ଆସିଛି । ଭିତ୍ତିଭୂମି ସହ ଯୋଡିହୋଇଥିବା ପ୍ରକଳ୍ପଗୁଡ଼ିକୁ ବର୍ତ୍ତମାନ ଯେପରି ପ୍ରାଧାନ୍ୟ ଦିଆଯାଉଛି ତାହା ଆଗରୁ କେବେ ଦେଖାଯାଇନଥିଲା । 2014 ପୂର୍ବ ତୁଳନାର ଆଜି ରାଜପଥଗୁଡିକୁ ଦ୍ଵିଗୁଣିତ ଗତିରେ ନିର୍ମାଣ କରାଯାଉଛି ଏବଂ ସେତେବେଳ ତୁଳନାରେ ବର୍ତ୍ତମାନ 5ଗୁଣ ଅଧିକ ଅର୍ଥ ଏହି ବାବଦରେ ଖର୍ଚ୍ଚ ହେଉଛି । ସେ କହିଛନ୍ତି ଯେ, ଆସନ୍ତା 4 ରୁ 5 ବର୍ଷ ମଧ୍ୟରେ ସରକାର ଭିତ୍ତିଭୂମିର ବିକାଶ ନେଇ 110 ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ଘୋଷଣା କରିଛନ୍ତି । ସେଥିରୁ 19 ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ କେବଳ ରାଜପଥ ବିକାଶ ବାବଦକୁ ଖର୍ଚ୍ଚ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସଡକ ଓ ସଂଯୋଗୀକରଣ ବାବଦକୁ ଯେଉଁ ଖର୍ଚ୍ଚ ହେଉଛି ବିହାର ମଧ୍ୟ ସେଥିରୁ ଲାଭବାନ ହେବ । 2015ରେ ଘୋଷିତ ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜରେ ସଡକ  କ୍ଷେତ୍ରରେ 3 ହଜାର କିଲୋମିଟର ଜାତୀୟ ରାଜପଥର ପ୍ରସ୍ତାବ ରହିଥିଲା । ଏଥିସହିତ ଭାରତମାଳା ପ୍ରକଳ୍ପ ଅଧୀନରେ ଜାତୀୟ ରାଜପଥ ମଧ୍ୟ ନିର୍ମାଣ କରାଯାଉଛି । ଆଜି ବିହାରରେ ଜାତୀୟ ରାଜପଥ କ୍ଷେତ୍ରରେ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ପୂର୍ବ ଓ ପଶ୍ଚିମ ବିହାରକୁ ସଂଯୋଗ କରିବା ପାଇଁ 5ଟି ପ୍ରକଳ୍ପର କାର୍ଯ୍ୟ ଚାଲିଥିବା ବେଳେ ଉତ୍ତର ଭାରତ ଓ ଦକ୍ଷିଣ ଭାରତକୁ ସଂଯୋଗ କରିବା ପାଇଁ 4 ଲେନ ଯୁକ୍ତ 6ଟି ପ୍ରକଳ୍ପର କାର୍ଯ୍ୟ ଆଗେଇ ଚାଲିଛି ।

ସେ କହିଛନ୍ତି ଯେ, ବିହାରରେ ସଂଯୋଗୀକରଣ ପାଇଁ ବନ୍ୟା ସବୁଠାରୁ ବିଶେଷ ଅନ୍ତରାୟ ସୃଷ୍ଟି କରୁଛି । ସେଥିପାଇଁ ପ୍ରଧାନମନ୍ତ୍ରୀ ପ୍ୟାକେଜ ଘୋଷଣା କରିବା ବେଳେ ପୋଲ ନିର୍ମାଣ ଉପରେ ପ୍ରାଧାନ୍ୟ ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ ଅଧୀନରେ ଗଙ୍ଗା ନଦୀ ଉପରେ 17ଟି ପୋଲ ତିଆରି ଚାଲିଛି ଓ ସେଥିମଧ୍ୟରୁ ଅଧିକାଂଶର କାମ ପ୍ରାୟ ଶେଷ ହେବାକୁ ଲାଗିଛି । ଗଣ୍ଡକ ଓ କୋଶୀ ନଦୀରେ ମଧ୍ୟ ପୋଲ ନିର୍ମାଣ କାର୍ଯ୍ୟ ଅବ୍ୟାହତ ରହିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପାଟଣା ରିଙ୍ଗ ରୋଡ ଏବଂ ମହାତ୍ମା ଗାନ୍ଧୀ ସେତୁର ସମାନ୍ତରାଳରେ ଥିବା ବିକ୍ରମଶିଳା ସେତୁ ଓ ଭାଗଲପୁର ସଂଯୋଗୀକରଣକୁ ଅଧିକ ମହତ୍ଵ ପ୍ରଦାନ କରିବ । ଗତକାଲି ସଂସଦରେ ପାରିତ ହୋଇଥିବା କୃଷି ବିଧେୟକ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚାଷୀମାନଙ୍କୁ ବିଭିନ୍ନ ଅଭାବ ଅସୁବିଧାରୁ ମୁକ୍ତ କରିବା ପାଇଁ ଏଭଳି ବିଧେୟକର ଆବଶ୍ୟକ ରହିଥିଲା । ଏହି ଆଇନ ଦ୍ଵାରା କୃଷକମାନଙ୍କୁ ଦେଶରେ ଯେକୌଣସି ସ୍ଥାନରେ ନିଜ ସାମଗ୍ରୀର ବିକ୍ରିବଟା ପାଇଁ କୌଣସି କଟକଣା ରହିବ ନାହିଁ ।  ଆଗରୁ ଥିବା ବ୍ୟବସ୍ଥାରେ ଚାଷୀମାନେ ନ୍ୟସ୍ତ ସ୍ଵାର୍ଥ ଲୋକଙ୍କର ଚକ୍ରାନ୍ତର ଶିକାର ହେଉଥିଲେ । ଶ୍ରୀ ମୋଦୀ କହିଛନ୍ତି ଯେ, ନୂତନ ସଂସ୍କାର ଯୋଗୁଁ କୃଷି ମଣ୍ଡିକୁ ଛାଡିଦେଲେ ଚାଷୀ ପାଇଁ ଅନେକ ବିକଳ୍ପ ରାସ୍ତା ଖୋଲିପାରିଛି । ବର୍ତ୍ତମାନ ଚାଷୀ ଯେକୌଣସି ସ୍ଥାନରେ ନିଜର ସାମଗ୍ରୀକୁ ବିକ୍ରି କରି ଅଧିକ ଲାଭ ପାଇପାରିବ । ମଧ୍ୟପ୍ରଦେଶର ଆଳୁଚାଷୀ ଓ ରାଜସ୍ଥାନର ତୈଳବୀଜ ଚାଷୀମାନଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସଂସ୍କାର ପଦ୍ଧତି ଯୋଗୁଁ ଚାଷୀମାନେ ଶତକଡା 15 ରୁ 30 ଭାଗ ଅଧିକ ଲାଭ ପାଇବେ । ସେ କହିଛନ୍ତି ଯେ, ଏହିସବୁ ରାଜ୍ୟରେ ତେଲ ମିଲ ମାଲିକାମାନେ ସିଧାସଳଖ କୃଷକମାନଙ୍କଠାରୁ ତୈଳ ବୀଜ କିଣିଥାନ୍ତି । ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ବଳକା ଡାଲି ଉତ୍ପାଦିତ ରାଜ୍ୟଗୁଡିକରେ କୃଷକମାନେ 15 ରୁ 25 ଭାଗ ପର୍ଯ୍ୟନ୍ତ ଅଧିକ ଲାଭ ଗତ ବର୍ଷ ତୁଳନାରେ ପାଇଛନ୍ତି । କାରଣ ଡାଲି ମିଲ ମାଲିକମାନେ କୃଷକଙ୍କ ଠାରୁ ଏହାକୁ ପ୍ରତ୍ୟକ୍ଷ ଭାବେ କିଣିଥାନ୍ତି । ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, କୃଷି ମଣ୍ଡିଗୁଡିକ ବନ୍ଦ ନହୋଇ ପୂର୍ବ ଭଳି କାର୍ଯ୍ୟ କରିବ । ସରକାର ଗତ 6 ବର୍ଷ ଧରି ମଣ୍ଡିଗୁଡିକର ଆଧୂନିକୀକରଣ ଓ କମ୍ପ୍ୟୁଟରିକରଣ ପାଇଁ କାର୍ଯ୍ୟ କରି ଆସୁଛନ୍ତି । ଶ୍ରୀ ମୋଦୀ ଦେଶର ପ୍ରତ୍ୟେକ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ନ୍ୟୁନତମ ସହାୟକ ମୂଲ୍ୟ (ଏମଏସପି) ପୂର୍ବ ଭଳି ବଳବତ୍ତର ରହିବ । ଚାଷୀ ମାନଙ୍କୁ ଆଗରୁ ହଇରାଣ କରୁଥିବା ନ୍ୟସ୍ତ ସ୍ଵାର୍ଥର ଲୋକମାନେ ସ୍ଵାମୀନାଥନ କମିଟି ଦ୍ଵାରା ନିର୍ଦ୍ଧାରିତ ଏମଏସପିକୁ କାର୍ଯ୍ୟକାରୀ କରିବାରେ ଅବହେଳା କରିଆସିଛନ୍ତି । ବର୍ତ୍ତମାନ ଭଳି ସରକାର ପ୍ରତିବର୍ଷ ଫସଲ ଅମଳ ଅନୁସାରେ ଏହାର ନ୍ୟୁନତମ ସହାୟକ ମୂଲ୍ୟ ଘୋଷଣା କରିବେ ।

ଦେଶରେ କୃଷକମାନଙ୍କ ସ୍ଥିତି ସମ୍ପର୍କରେ ସୂଚନା ଦେବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ଶତକଡା 85 ଭାଗ କୃଷକ କ୍ଷୁଦ୍ର ବା ନାମମାତ୍ର ଚାଷୀ । ସେମାନଙ୍କର ଖର୍ଚ୍ଚ ଅନୁସାରେ ବା ସ୍ୱଳ୍ପ ଉତ୍ପାଦନ ଯୋଗୁଁ ଉତ୍ପାଦିତ ସାମଗ୍ରୀର ମୂଲ୍ୟ ପାଇ ପାରୁନାହାନ୍ତି । ଯଦି ଚାଷୀମାନେ ଏକ ସଂଘ ତିଆରି କରନ୍ତି, ତେବେ ସେମାନେ ଅଧିକ ଲାଭାନ୍ବିତ ହେବେ । ସେମାନେ ସାମଗ୍ରୀ କ୍ରେତାଙ୍କ ସହ ନିଜ ଇଚ୍ଛା ଅନୁସାରେ ମୂଲଚାଲ କରିବେ । ଏହି ସଂସ୍କାର କୃଷି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ବୃଦ୍ଧି କରିବା ସହ ଅତ୍ୟାଧୁନିକ ବୈଷୟିକ ଜ୍ଞାନର ଉପଯୋଗ ଯୋଗୁଁ କୃଷକର ଉତ୍ପାଦିତ ସାମଗ୍ରୀ ଆନ୍ତର୍ଜାତିକ ବଜାରରେ ସହଜରେ ପହଞ୍ଚିପାରିବ । କିପରି ନିକଟରେ ବିହାରର 5ଟି କୃଷି ଉତ୍ପାଦନ ସଂଗଠନ ଏକ ଚାଉଳ କମ୍ପାନୀ ସହ ରାଜିନାମା କରିଥିଲେ ତାହାର ଉଦାହରଣ ଶ୍ରୀ ମୋଦୀ ଦେଇଥିଲେ । ଏହି ରାଜିନାମା ଅନୁସାରେ କୃଷକ ସଂଗଠନ ଦ୍ଵାରା 4 ହଜାର ଟନ ଧାନ ପର୍ଯ୍ୟନ୍ତ ଉତ୍ପାଦିତ ହୋଇପାରିବ । ସେହିପରି ଦୁଗ୍ଧଜାତ ସାମଗ୍ରୀ ଓ ଦୁଗ୍ଧ ପ୍ରକଳ୍ପଗୁଡିକ ମଧ୍ୟ ଏହି ସଂସ୍କାର ଯୋଗୁଁ ଲାଭବାନ ହୋଇପାରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅତ୍ୟାବଶ୍ୟକ ସାମଗ୍ରୀଗୁଡିକରେ ମଧ୍ୟ ସଂସ୍କାର ଅଣାଯାଇଛି । ଆଇନର କେତେକ ସର୍ତ୍ତାବଳୀ ଯୋଗୁଁ ଚାଷୀମାନଙ୍କ ସ୍ଵାଧୀନତା ବାଧାପ୍ରାପ୍ତ ହେଉଥିଲା । ଆଇନର ଏହି କଟକଣା ମଧ୍ୟରୁ ଡାଲି, ତୈଳବୀଜ, ଆଳୁ, ପିଆଜ ଇତ୍ୟାଦିକୁ ବାଦ ଦିଆଯାଇଛି । ଏହାଫଳରେ ଚାଷୀ ବର୍ତ୍ତମାନ ଏସବୁ ଜିନିଷ ପର୍ଯ୍ୟାପ୍ତ ପରିମାଣରେ ଶୀତଳ ଭଣ୍ଡାରରେ ଗଚ୍ଛିତ କରିପାରିବେ । ଆମ ଦେଶରେ ଭଣ୍ଡାରଣ ନେଇ ଥିବା ଆଇନଗତ ସମସ୍ୟା ଉଠାଯିବା ପରେ ଶୀତଳ ଭଣ୍ଡାର ସୃଷ୍ଟିର ପଥ ସୁଗମ ହୋଇପାରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୃଷି କ୍ଷେତ୍ରରେ ହୋଇଥିବା ଏହି ଐତିହାସିକ ସଂସ୍କାରକୁ କେତେକ ନ୍ୟସ୍ତ ସ୍ଵାର୍ଥ ଗୋଷ୍ଠୀ ବିରୋଧ କରୁଛନ୍ତି । 2014 ପୂର୍ବରୁ ଡାଲି ଓ ତୈଳବୀଜ ଜାତୀୟ ଶସ୍ୟ ଯେତିକି ଉତ୍ପାଦିତ ହେଉଥିଲା ଗତ 5 ବର୍ଷ ମଧ୍ୟରେ ଏହା ତାହାର 24 ଗୁଣ ବୃଦ୍ଧି ପାଇଛି । ଏପରିକି କରୋନା ସମୟରେ ମଧ୍ୟ ଚାଷୀମାନେ ରେକର୍ଡ ପରିମାଣରେ ଗହମ ଉତ୍ପାଦନ କରିଛନ୍ତି । ଚଳିତ ବର୍ଷ ରବି ଋତୁରେ କୃଷକମାନଙ୍କୁ ଗହମ, ଡାଲି ଓ ତୈଳବୀଜ ଜାତୀୟ ଫସଲ ଏମଏସପି ବାବଡକୁ 1.13 ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି, ଯାହାକି ଗତବର୍ଷ ତୁଳନାରେ 30 ପ୍ରତିଶତ ଅଧିକ ।  

କରୋନା କାଳରେ ସରକାର କେବଳ ରେକର୍ଡ ପରିମାଣର ଖାଦ୍ୟ ଶସ୍ୟ ସଂଗ୍ରହ କରିନାହାନ୍ତି ବରଂ ଚାଷୀମାନଙ୍କୁ ସହାୟକ ମୂଲ୍ୟ ପ୍ରଦାନ କରିବାରେ ମଧ୍ୟ ରେକର୍ଡ କରିଛନ୍ତି । ଆଧୁନିକ ଚିନ୍ତାଧାରାକୁ ପାଥେୟ କରି ଏହି ନୂତନ ପଦ୍ଧତିରେ ଅବଲମ୍ବନ ସ୍ୱରୂପ ଏକବିଂଶ ଶତାବ୍ଦୀରେ କୃଷକମାନଙ୍କ ବିକାଶ ହୋଇପାରିବ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"