ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ବିଶ୍ୱ ପରିବେଶ ଦିବସରେ ଅଶ୍ୱତ୍ଥ ଗଛ ଲଗାଇଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ପରିବେଶ ଦିବସ ଅବସରରେ ‘‘ଏକ ପେଡ୍ ମା କେ ନାମ’’ (ଗୋଟିଏ ଗଛ ମା’ଙ୍କ ନାମରେ) ଅଭିଯାନର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଶ୍ରୀ ମୋଦୀ ଏକ ଅଶ୍ୱତ୍ଥ ଗଛ ଲଗାଇଛନ୍ତି । ଆମ ପୃଥିବୀକୁ ଉନ୍ନତ କରିବାରେ ଯୋଗଦାନ କରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ ଭାରତ ଅନେକ ସାମୂହିକ ପ୍ରୟାସ ହାତକୁ ନେଇଛି ଯାହା ଫଳରେ ସମଗ୍ର ଦେଶରେ ଜଙ୍ଗଲ ବୃଦ୍ଧି ପାଇଛି । ନିରନ୍ତର ବିକାଶ ଦିଗରେ ଆମର ପ୍ରୟାସ ପାଇଁ ଏହା ବହୁତ ଭଲ ବୋଲି ଶ୍ରୀ ମୋଦୀ ଆହୁରି କହିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ଥ୍ରେଡ୍ ପୋଷ୍ଟ କରି କହିଛନ୍ତି;

‘‘ଆଜି ବିଶ୍ୱ ପରିବେଶ ଦିବସ ଅବସରରେ #एक_पेड़_माँ_के_नाम ଅଭିଯାନ ଆରମ୍ଭ କରି ଖୁସି ଲାଗୁଛି। ମା'ଙ୍କୁ ସମ୍ମାନ ଜଣାଇ ଆଗାମୀ ଦିନରେ ଏକ ବୃକ୍ଷ ରୋପଣ କରିବାକୁ ମୁଁ ଭାରତ ତଥା ସମଗ୍ର ବିଶ୍ୱର ସମସ୍ତଙ୍କୁ ଆହ୍ୱାନ କରୁଛି । #Plant4Mother କିମ୍ବା #एक_पेड़_माँ_के_नाम ହାଶଟ୍ୟାଗ୍‌ ବ୍ୟବହାର କରି ଏପରି କରୁଥିବାର ଫଟୋ ସେୟାର କରନ୍ତୁ।’’

 

"ଆଜି ସକାଳେ ମୁଁ ପ୍ରକୃତି ମାତାଙ୍କ ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ଜୀବନଶୈଳୀକୁ ଆପଣେଇବା ପାଇଁ ଆମର ପ୍ରତିବଦ୍ଧତା ଅନୁଯାୟୀ ଏକ ବୃକ୍ଷ ରୋପଣ କରିଥିଲି । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆମ ପୃଥିବୀକୁ ଉନ୍ନତ କରିବାରେ ଯୋଗଦାନ କରନ୍ତୁ । #Plant4Mother #एक_पेड़_माँ_के_नाम"

‘‘ଏହା ଆପଣ ସମସ୍ତଙ୍କୁ ବହୁତ ଖୁସି କରିବ ଯେ ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଅନେକ ସାମୂହିକ ପ୍ରୟାସ ହାତକୁ ନେଇଛି ଯାହା ଫଳରେ ସମଗ୍ର ଦେଶରେ ଜଙ୍ଗଲ ବୃଦ୍ଧି ପାଇଛି । ନିରନ୍ତର ବିକାଶ ଦିଗରେ ଆମର ପ୍ରୟାସ ପାଇଁ ଏହା ବହୁତ ଭଲ । ସ୍ଥାନୀୟ ଜନ ସମୁଦାୟ କିପରି ଏହି ଅବସରରେ ଆଗେଇ ଆସିଛନ୍ତି ଏବଂ ଏଥିରେ ନେତୃତ୍ୱ ନେଇଛନ୍ତି ତାହା ମଧ୍ୟ ପ୍ରଶଂସନୀୟ।

 

‘‘ଆଜି ବିଶ୍ୱ ପରିବେଶ ଦିବସରେ #एक_पेड़_माँ_के_नाम ଅଭିଯାନର ଶୁଭାରମ୍ଭ କରି ମୁଁ ବହୁତ ଖୁସି । ମୁଁ ଦେଶବାସୀ ତଥା ସାରା ବିଶ୍ୱର ଲୋକଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିଜ ମା’ଙ୍କ ସହ ମିଶି କିମ୍ବା ତାଙ୍କ ନାମରେ ଏକ ଗଛ ଲଗାନ୍ତୁ । ଏହା ଆପଣଙ୍କ ପକ୍ଷରୁ ଏକ ମୂଲ୍ୟବାନ ଉପହାର ହେବ । ଆପଣ ଏହା ସହ ଜଡିତ ଫଟୋକୁ #Plant4Mother, #एक_पेड़_माँ_के_नाम ସହ ସେୟାର କରିବା ଜରୁରୀ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
DBT saves Centre Rs 5.14 lakh-crore in a decade

Media Coverage

DBT saves Centre Rs 5.14 lakh-crore in a decade
NM on the go

Nm on the go

Always be the first to hear from the PM. Get the App Now!
...
Mr. Andy Jassy meets the Prime Minister
June 25, 2026

CEO of Amazon, Mr. Andy Jassy met with the Prime Minister Shri Narendra Modi, today, at New Delhi. Shri Modi remarked that Amazon's record $48 billion investment in India shows the growing interest across the world to invest in India.

The Prime Minister posted on X;

A great meeting with Mr. Andy Jassy. I welcome Amazon's record $48 billion investment in India. This will create new opportunities for our youth. At the same time, it shows the growing interest across the world to invest in India!

@amazon