ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦଘାଟନ ଓ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
ବାବା କେଦାରନାଥ ଧାମରେ ମୋର ଅନୁଭୂତି ଅଲୌକିକ ଓ ଦିବ୍ୟ , ଏହାକୁ ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ : ପ୍ରଧାନମନ୍ତ୍ରୀ
ଆଦି ଶଙ୍କରାଚାର୍ଯ୍ୟଙ୍କ ଜୀବନ ଯେତିକି ଅସାଧାରଣ ଥିଲା ସେତିକି ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଥିଲା ବୋଲି କହିଲେ ପ୍ରଧାନମନ୍ତ୍ରୀ
ଭାରତୀୟ ଦର୍ଶନ ମାନବ କଲ୍ୟାଣ ବିଷୟରେ କୁହେ ଏବଂ ଜୀବନକୁ ଏକ ସାମଗ୍ରିକ ଦୃଷ୍ଟିରେ ଦେଖେ । ଆଦି ଶଙ୍କରାଚାର୍ଯ୍ୟ ସମାଜକୁ ଏହି ସତ୍ୟ ବିଷୟରେ ଅବଗତ କରାଇବା କାର୍ଯ୍ୟ କରିଛନ୍ତି: ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ ହେଉଛି, ଅଯୋଧ୍ୟା ଏହାର ଗୌରବ ଫେରି ପାଇଛି;
ଆଜି ଭାରତ ନିଜ ପାଇଁ କଠୋର ଲକ୍ଷ୍ୟ ଏବଂ ସମୟସୀମା ସ୍ଥିର କରିଛି, ସମୟସୀମା ଏବଂ ଲକ୍ଷ୍ୟକୁ ନେଇ ଭାରତ ଭୟଭୀତ ନୁହେଁ ;
ଉତ୍ତରାଖଣ୍ଡର ଲୋକଙ୍କ ସାମର୍ଥ୍ୟ ଉପରେ ଥିବା ଅପାର ସମ୍ଭାବନା ଏବଂ ସମ୍ପୂର୍ଣ୍ଣ ବିଶ୍ୱାସକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉତ୍ତରାଖଣ୍ଡ ବିକାଶର ‘ମହାଯଜ୍ଞ' ରେ ସାମିଲ ଅଛନ୍ତି: ପ୍ରଧାନମନ୍ତ୍ରୀ
କେଦାରନାଥ ଧାମ ସହିତ ୧୨ ଜ୍ୟୋର୍ତିଲିଙ୍ଗ ଏବଂ ୪ ଧାମ ଓ ସମଗ୍ର ବିଶ୍ୱର ଅନେକ ସ୍ଥାନରେ ଏକକାଳୀନ ପ୍ରାର୍ଥନା କରାଯାଇଥିଲା ଏବଂ ସମସ୍ତ କାର୍ଯ୍ୟକ୍ରମ କେଦାରନାଥ ଧାମର ମୁଖ୍ୟ କାର୍ଯ୍ୟକ୍ରମ ସହିତ ଯୋଡି ହୋଇଥିଲା ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଅନେକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦଘାଟନ କରିବା ସହିତ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । ଜାରି ରହିଥିବା ଭିତ୍ତିଭୂମି କାର୍ଯ୍ୟଗୁଡ଼ିକର ସମୀକ୍ଷା ଏବଂ ଯାଞ୍ଚ ମଧ୍ୟ ସେ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ କେଦାରନାଥ ମନ୍ଦିରରେ ପ୍ରାର୍ଥନା କରିଥିଲେ । କେଦାରନାଥ ଧାମ ସହିତ ୧୨ ଜ୍ୟୋର୍ତିଲିଙ୍ଗ ଏବଂ ୪ ଧାମ ଓ ସମଗ୍ର ବିଶ୍ୱର ଅନେକ ସ୍ଥାନରେ ଏକକାଳୀନ ପ୍ରାର୍ଥନା କରାଯାଇଥିଲା ଏବଂ ସମସ୍ତ କାର୍ଯ୍ୟକ୍ରମ କେଦାରନାଥ ଧାମର ମୁଖ୍ୟ କାର୍ଯ୍ୟକ୍ରମ ସହିତ ଯୋଡି ହୋଇଥିଲା ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତର ମହାନ ଆଧ୍ୟାତ୍ମିକ ମୂନିଋଷି ପରମ୍ପରାକୁ ମନେ ପକାଇଥିଲେ ଏବଂ କେଦାରନାଥ ଧାମକୁ ଆସିବା ପରେ ତାଙ୍କର ଅବିସ୍ମରଣୀୟ ଆନନ୍ଦ ପ୍ରକାଶ କରିଥିଲେ । ଗତକାଲି ନୌସେରା ଠାରେ ସୈନିକମାନଙ୍କ ସହ ହୋଇଥିବା ଆଲୋଚନାକୁ ମନେ ପକାଇ ସେ କହିଥିଲେ ଯେ ଦୀପାବଳିରେ ସେ ୧୩୦ କୋଟି ଭାରତୀୟଙ୍କ ଭାବନାକୁ ସୈନିକମାନଙ୍କ ନିକଟକୁ ନେଇଥିଲେ । ଆଜି ଗୋବର୍ଦ୍ଧନ ପୂଜାରେ ସେ କହିଥିଲେ ଯେ ମୁଁ ସୈନିକମାନଙ୍କ ମାଟିରେ ଏବଂ ଐଶ୍ୱରୀୟ ଉପସ୍ଥିତି ଥିବା ବାବା କେଦାରଙ୍କ ନିକଟରେ ଅଛି । ପ୍ରଧାନମନ୍ତ୍ରୀ ରାମଚରିତମାନସର ଏକ ପଦ ଉଦ୍ଧୃତ କରି କହିଥିଲେ - ‘ଅବିଗତ ଅକଥ ଅପର, ନେତି-ନେତି ନିତ ନିଗମ କହ\' ଅର୍ଥାତ କିଛି ଅନୁଭୂତି ଏତେ ଅଲୌକିକ, ଏତେ ଅସୀମ ଯେ ସେଗୁଡିକ ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ । ବାବା କେଦାରନାଥଙ୍କ ଆଶ୍ରୟସ୍ଥଳରେ ସେ ଏହିପରି ଅନୁଭବ କରୁଛନ୍ତି ବୋଲି ସେ କହିଥିଲେ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଶ୍ରୟସ୍ଥଳ, ସୁବିଧା କେନ୍ଦ୍ର ଭଳି ନୂତନ ସୁବିଧା ସୁଯୋଗ ପୂଜକ ଏବଂ ଭକ୍ତଙ୍କ ଜୀବନକୁ ସହଜ କରିବ ଏବଂ ସେମାନଙ୍କୁ ତୀର୍ଥଯାତ୍ରାର ସମ୍ପୂର୍ଣ୍ଣ ଈଶ୍ୱରୀୟ ଅନୁଭୂତି ପ୍ରଦାନ କରିବ । ୨୦୧୩ ର କେଦାରନାଥ ବନ୍ୟାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ କିଛି ବର୍ଷ ପୂର୍ବେ ହୋଇଥିବା ବନ୍ୟାଜନିତ କ୍ଷୟକ୍ଷତି ଅକଳ୍ପନୀୟ । ଯେଉଁମାନେ ଏଠାକୁ ଆସୁଥିଲେ ସେମାନେ ଭାବୁଥିଲେ ଯେ ଆମର କେଦାର ଧାମ ପୁଣି ଥରେ ଠିଆ ହୋଇପାରିବ କି? କିନ୍ତୁ ମୋର ଅନ୍ତରାତ୍ମା କହୁଥିଲା ଯେ ଏହା ପୂର୍ବ ଅପେକ୍ଷା ଅଧିକ ଗର୍ବର ସହିତ ଠିଆ ହେବ ।” ପ୍ରଧାନମନ୍ତ୍ରୀ କହିଥିଲେ, ଭଗବାନ କେଦାରଙ୍କ କୃପା, ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରେରଣା ଏବଂ ଭୁଜ୍‍ ଭୂମିକମ୍ପ ପରବର୍ତ୍ତୀ ପରିଚାଳନା ଅଭିଜ୍ଞତା ଏହି କଷ୍ଟ ସମୟରେ ସହାୟକ ହୋଇଛି । ଧାମରେ ବିକାଶମୂଳକ କାର୍ଯ୍ୟ ଜାରି ରଖିଥିବାରୁ ସେ ସମସ୍ତ କର୍ମୀ, ପୂଜକ, ପୂଜକଙ୍କ ପରିବାର, ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଥିଲେ, “ଏହି ପ୍ରାଚୀନ ଭୂମିରେ ଆଧ୍ୟାତ୍ମିକତା ସହିତ ଆଧୁନିକତାର ମିଶ୍ରଣ ଘଟିଛି , ଏହି ବିକାଶ କାର୍ଯ୍ୟଗୁଡ଼ିକ ଭଗବାନ ଶଙ୍କରଙ୍କ ଅନୁଗ୍ରହର ଫଳାଫଳ ଅଟେ ।”

ଆଦି ଶଙ୍କରାଚାର୍ଯ୍ୟଙ୍କ ବିଷୟରେ ଶ୍ରୀ ମୋଦୀ କହିଛନ୍ତି ଯେ ସଂସ୍କୃତରେ ଶଙ୍କରଙ୍କର ଅର୍ଥ ହେଉଛି – “ସଂ କରୋତି ସ: ଶଙ୍କର:” ଅର୍ଥାତ ଯିଏ କଲ୍ୟାଣ କରନ୍ତି ସେ ହେଉଛନ୍ତି ଶଙ୍କର । ଏହି ବ୍ୟାକରଣ ସିଧାସଳଖ ଆଚାର୍ଯ୍ୟ ଶଙ୍କରଙ୍କ ଦ୍ୱାରା ପ୍ରମାଣିତ ହୋଇଥିଲା । ତାଙ୍କ ଜୀବନ ଯେତିକି ଅସାଧାରଣ ଥିଲା ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ସେତିକି ଉତ୍ସର୍ଗୀକୃତ ଥିଲା ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ମନେ ପକାଇଲେ ଏପରି ଏକ ସମୟ ଥିଲା ଯେତେବେଳେ ଆଧ୍ୟାତ୍ମିକତା ଏବଂ ଧର୍ମ ପୁରୁଣା ପ୍ରଥା ସହିତ ଜଡିତ ହେବାକୁ ଲାଗିଲା । ଭାରତୀୟ ଦର୍ଶନ ମାନବ କଲ୍ୟାଣ ବିଷୟରେ କୁହେ ଏବଂ ଜୀବନକୁ ଏକ ସାମଗ୍ରିକ ଦୃଷ୍ଟିରେ ଦେଖେ । ସମାଜକୁ ଏହି ସତ୍ୟ ବିଷୟରେ ଅବଗତ କରାଇବା ପାଇଁ ଆଦି ଶଙ୍କରାଚାର୍ଯ୍ୟ କାର୍ଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି ।

ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କର ଏକ ମହାନ ମନ୍ଦିର ନିର୍ମାଣ ହେଉଛି । ଅଯୋଧ୍ୟାର ଗୌରବ ଫେରି ଆସୁଛି । ଦୁଇ ଦିନ ପୂର୍ବେ ଅଯୋଧ୍ୟାରେ ଦୀପୋତ୍ସବ ପରି ମହାନ ଉତ୍ସବ ସମଗ୍ର ବିଶ୍ୱ ଦେଖିଥିଲା । ଆଜି ଆମେ କଳ୍ପନା କରିପାରିବା ଯେ ଭାରତର ପ୍ରାଚୀନ ସାଂସ୍କୃତିକ ରୂପ କିପରି ହୋଇଥାନ୍ତା ବୋଲି ଶ୍ରୀ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଭାରତ ଏହାର ଐତିହ୍ୟକୁ ନେଇ ଆତ୍ମବିଶ୍ୱାସୀ । ଆଜି ଭାରତ ନିଜ ପାଇଁ କଠୋର ଲକ୍ଷ୍ୟ ଏବଂ ସମୟସୀମା ସ୍ଥିର କରିଛି । ଆଜି ସମୟସୀମା ଏବଂ ଲକ୍ଷ୍ୟକୁ ନେଇ ଭାରତ ଭୟଭୀତ ହେବା ଗ୍ରହଣୀୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସ୍ୱାଧୀନତା ସଂଗ୍ରାମର ବୀରମାନଙ୍କ ଅବଦାନ ବିଷୟରେ କହିବାବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଭାରତର ଗୌରବମୟ ସ୍ୱାଧୀନତା ସଂଗ୍ରାମ ସହ ଜଡିତ ସ୍ଥାନ ତଥା ତୀର୍ଥସ୍ଥାନ ପରିଦର୍ଶନ ଏବଂ ଭାରତର ଆବେଗ ସହିତ ଜଡିତ ହେବାକୁ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧି ଉତ୍ତରାଖଣ୍ଡର ଅଟେ । ସେ ସୂଚନା ଦେଇଛନ୍ତି ଯେ, ଚାରିଧାମ ରାଜପଥ ସହିତ ସଂଯୋଗ କରୁଥିବା ଚାରିଧାମ ସଡକ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଭବିଷ୍ୟତରେ, ଭକ୍ତମାନେ ଯେଭଳି କେବୁଲ କାର ମାଧ୍ୟମରେ କେଦାରନାଥ ଜୀଙ୍କ ନିକଟକୁ ଆସିପାରିବେ ସେଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ନିକଟରେ ପବିତ୍ର ହେମକୁଣ୍ଡ ସାହେବ ଜୀ ମଧ୍ୟ ଅଛନ୍ତି । ହେମକୁଣ୍ଡ ସାହିବ ଜୀଙ୍କୁ ସହଜରେ ଦର୍ଶନ କରିବା ପାଇଁ ଏକ ରୋପୱେ ର୍ନିମାଣ କାର୍ଯ୍ୟ ଚାଲିଛି । ସେ କହିଛନ୍ତି ଯେ ଉତ୍ତରାଖଣ୍ଡର ଲୋକଙ୍କ ସାମର୍ଥ୍ୟ ଉପରେ ଥିବା ଅପାର ସମ୍ଭାବନା ତଥା ପୂର୍ଣ୍ଣ ବିଶ୍ୱାସକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉତ୍ତରାଖଣ୍ଡର ବିକାଶର \'ମହାଯଜ୍ଞ\' ରେ ସାମିଲ ଅଛନ୍ତି ।

କରୋନା ବିରୋଧି ଲଢେଇରେ ଉତ୍ତରାଖଣ୍ଡ ଦ୍ୱାରା ପ୍ରଦର୍ଶିତ ଅନୁଶାସନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଭୌଗୋଳିକ ବାଧାକୁ ଦୂର କରି ଆଜି ଉତ୍ତରାଖଣ୍ଡ ଏବଂ ଏହାର ଲୋକମାନେ ୧୦୦% ପ୍ରଥମ ଡୋଜ ଟୀକାକରଣ ଲକ୍ଷ୍ୟ ହାସଲ କରିଛନ୍ତି । ଏହା ହେଉଛି ଉତ୍ତରାଖଣ୍ଡର ଶକ୍ତି ଏବଂ ସାମର୍ଥ୍ୟ ବୋଲି ସେ କହିଛନ୍ତି । ଉତ୍ତରାଖଣ୍ଡ ବହୁତ ଉଚ୍ଚରେ ଅବସ୍ଥିତ । ମୋର ଉତ୍ତରାଖଣ୍ଡ ଏହାର ନିଜ ଉଚ୍ଚତା ଅପେକ୍ଷା ଆହୁରି ଉଚ୍ଚତା ବୃଦ୍ଧି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

୨୦୧୩ ବନ୍ୟାରେ ନଷ୍ଟ ପରେ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧୀକୁ ପୁନଃ ର୍ନିମାଣ କରାଯାଇଛି । ଏହି ପ୍ରକଳ୍ପର ଅଗ୍ରଗତି ଉପରେ ନିରନ୍ତର ସମୀକ୍ଷା ଏବଂ ତଦାରଖ କରୁଥିବା ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସମ୍ପୂର୍ଣ୍ଣ ପୁନଃ ର୍ନିମାଣ କାର୍ଯ୍ୟ କରାଯାଇଛି । ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ସରସ୍ୱତୀ ଅଷ୍ଟପଥରେ କାର୍ଯ୍ୟକାରୀ ତଥା ଚାଲିଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା ଏବଂ ଯାଞ୍ଚ କରିଛନ୍ତି ।

ମୁଖ୍ୟ ଭିତ୍ତିଭୂମି ପ୍ରକଳ୍ପ ଯାହା ସରସ୍ୱତୀ ସଂରକ୍ଷଣ ପ୍ରାଚୀର ଅଷ୍ଟପଥ ଏବଂ ଘାଟ, ମନ୍ଦାକିନୀ ରିଟେନିଂ ୱାଲ୍ ଅଷ୍ଟପଥ, ତୀର୍ଥ ପୁରୋହିତ ଘର ଏବଂ ମନ୍ଦାକିନୀ ନଦୀରେ ଗରୁଡ ଚଟି ସେତୁ ଆଦି ସମ୍ପୂର୍ଣ୍ଣ ହୋଇଛି । ୧୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ଏହି ପ୍ରକଳ୍ପ ସମାପ୍ତ ହୋଇଛି ।  ସେ ସଙ୍ଗମ ଘାଟର ପୁନଃ ବିକାଶ, ପ୍ରାଥମିକ ଚିକିତ୍ସା ସହାୟତା ଏବଂ ପର୍ଯ୍ୟଟନ ସୁବିଧା କେନ୍ଦ୍ର, ପ୍ରଶାସନିକ ଦପ୍ତର ଏବଂ ଚିକିତ୍ସାଳୟ, ଦୁଇଟି ଗେଷ୍ଟ ହାଉସ୍‌, ପୋଲିସ୍ ଷ୍ଟେସନ୍‌, କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର, ମନ୍ଦାକିନୀ ଅଷ୍ଟପଥ କ୍ୟୁ ମ୍ୟାନେଜମେଣ୍ଟ, ରେନସେଲ୍ଟର ଓ ସରସ୍ୱତୀ ନାଗରିକ ସୁବିଧା କେନ୍ଦ୍ର ସମେତ ୧୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

 

 



ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Foreign investors pour Rs 35,000 cr in Indian bonds after govt tax exemption move

Media Coverage

Foreign investors pour Rs 35,000 cr in Indian bonds after govt tax exemption move
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising that collective enthusiasm and actions prosper the nation
June 24, 2026

The Prime Minister, Shri Narendra Modi, shared a Sanskrit Subhashitam emphasising that the prosperity of the nation remains steadfast through collective dedication and endeavor. It is this very spirit that infuses society with new energy and paves the way to fulfill the resolutions of development.

The Prime Minister shared a Sanskrit Subhashitam-

"यत्रोत्साहसमारम्भो यत्रालस्यविहीनता।

नयविक्रमसंयोगस्तत्र श्रीरचला ध्रुवम्॥"

The Prime Minister posted on X:

"सामूहिक समर्पण और पुरुषार्थ से राष्ट्र की समृद्धि अक्षुण्ण रहती है। यही भावना समाज को नई ऊर्जा देती है और विकास के संकल्पों को सिद्धि तक पहुंचाने का मार्ग प्रशस्त करती है।

यत्रोत्साहसमारम्भो यत्रालस्यविहीनता।

नयविक्रमसंयोगस्तत्र श्रीरचला ध्रुवम्॥"