ବାନଶ ଗୋଷ୍ଠୀ ବେତାର କେନ୍ଦ୍ରର କଲେ ଉଦଘାଟନ
ବାନଶକଣ୍ଟା ଜିଲ୍ଲା ଦିୟୋଦରଠାରେ ଛଅ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଦୁଗ୍ଧଜାତ ପଦାର୍ଥ ପରିସର ଓ ଆଳୁ ପ୍ରକ୍ରିୟାକରଣ କାରଖାନା ଦେଶ ଉଦ୍ଦେଶ୍ୟରେ ସମର୍ପିତ
ପାଲନପୁରର ବାନଶ ଡାଏରୀ କାରଖାନାଠାରେ ଲହୁଣି ଜାତୀୟ ବସୁର ଉତ୍ପାଦନ ଛେନାଜାତୀୟ ଗୁଣ୍ଡ ପ୍ରକଳ୍ପର ସଂପ୍ରସାରଣ
ଗୁଜରାଟର ଦାମାଠାରେ ଜୈବିକ ଖତ ଓ ଗ୍ୟାସ ପ୍ରକଳ୍ପ ପ୍ରତିଷ୍ଠା ଶହେଟନ ସାମର୍ଥ୍ୟଯୁକ୍ତ ଚାରିଟି ଗୋବର ଗ୍ୟାସ ପ୍ଲାଣ୍ଟ ଖିମନା, ରତ୍ନପୁରା, ଭିଲଡି ଓ ରାଧନପୁରଠାରେ ଶିଳାନ୍ୟାସ
“ଗତ କେତେବର୍ଷ ମଧ୍ୟରେ ବାନଶ ଡାଏରୀ ସ୍ଥାନୀୟ ଗୋଷ୍ଠୀ ବିଶେଷ କରି ଚାଷୀ ଓ ମହିଳାଙ୍କୁ ସଶକ୍ତ କରିଛି”
“ଯେଉଁଭଳି ଭାବେ ବାନଶକଣ୍ଟା କୃଷି କ୍ଷେତ୍ରରେ ପ୍ରଗତି ହାସଲ କରିଛି ତାହା ବାସ୍ତବିକ ପ୍ରଶଂସନୀୟ । ଚାଷୀମାନେ ନୂତନ ପ୍ରଯୁକ୍ତି ବିଦ୍ୟାକୁ ଆପଣେଇଛନ୍ତି, ଜନ ସଂରକ୍ଷଣ ଉପରେ ପ୍ରାଧାନ୍ୟ ଦେଇଛନ୍ତି ଓ ଫଳାଫଳ ସମସ୍ତଙ୍କ ଆଗରେ”
“ଗୁଜରାଟର ଦେଢ଼ କୋଟି ବିଦ୍ୟାର୍ଥୀ, ୪.୫ ଲକ୍ଷ ଶିକ୍ଷକ ଓ ୫୪ ହଜାର ବିଦ୍ୟାଳୟ ନିମନ୍ତେ ବିଦ୍ୟା ସମୀକ୍ଷା କେନ୍ଦ୍ର ଏକ ଶକ୍ତି କେନ୍ଦ୍ର ଭାବେ ଉଭା ହୋଇଛି”
“ଗୁଜରାଟର ଦେଢ଼ କୋଟି ବିଦ୍ୟାର୍ଥୀ, ୪.୫ ଲକ୍ଷ ଶିକ୍ଷକ ଓ ୫୪ ହଜାର ବିଦ୍ୟାଳୟ ନିମନ୍ତେ ବିଦ୍ୟା ସମୀକ୍ଷା କେନ୍ଦ୍ର ଏକ ଶକ୍ତି କେନ୍ଦ୍ର ଭାବେ ଉଭା ହୋଇଛି”
“ମୁଁ ଆପଣମାନଙ୍କ ସହ ଜଣେ ଭାଗୀଦାର ଭାବେ ରହିବାକୁ ପସନ୍ଦ କରିବି”

ଗୁଜରାଟର ବାନଶକଣ୍ଟା ଜିଲ୍ଲା ଦିୟୋଦରଠାରେ ପ୍ରଧାନନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛଅ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ନୂତନ ଦୁଗ୍ଧଜାତ ସାମଗ୍ରୀ ପରିସର ଓ ଆଳୁ ପ୍ରକ୍ରିୟାକରଣ କାରଖାନାକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି ନୂତନ ଡାଏରୀ ପରିସର ଏକ ଗ୍ରୀନଫିଲ୍ଡ ପ୍ରକଳ୍ପ । ଦିନକୁ ଏହା ୩୦ ଲକ୍ଷ ଲିଟର ଦୁଗ୍ଦ ପ୍ରକ୍ରିୟାକରଣ କରିବା ସହ ପ୍ରାୟ ଅଶୀ ଟନ ଲହୁଣୀ, ଏକ ଲକ୍ଷ ଲିଟର ଆଇସକ୍ରିମ, ୨୦ ଟନ ଖୋୟା ଓ ଛଅ ଟନ ଚକୋଲେଟ ଉତ୍ପାଦନ କରିବ ।

ଆଳୁ ପ୍ରକ୍ରିୟାକରଣ କାରଖାନା ବିଭିନ୍ନ ପ୍ରକାର ଆଳୁ ସାମଗ୍ରୀ ଯଥା ଫେଞ୍ଚ ଫାଇଜ, ପଟାଟୋ ଚିପ୍ସ, ଆଳୁ ଟିକି ଓ ପେଟିସ ଇତ୍ୟାଦି ଉତ୍ପାଦନ କରିବ ଓ ଏହାର ଅଧିକାଂଶ ଭାଗ ଅନ୍ୟାନ୍ୟ ଦେଶକୁ ରପ୍ତାନୀ କରାଯିବ । ଏହି କାରଖାନା ସ୍ଥାନୀୟ ଚାଷୀଙ୍କୁ ସଶକ୍ତ କରିବା ସହ ସେ ଅଞ୍ଚଳର ଗ୍ରାମୀଣ ଅର୍ଥନୀତି ଅଭିବୃଦ୍ଧିରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ମଧ୍ୟ ବାନଶ ଗୋଷ୍ଠୀ ବେତାର କେନ୍ଦ୍ରକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି । ଏହି ବେତାର କେନ୍ଦ୍ର ଚାଷୀମାନଙ୍କୁ କୃଷି ଓ ପଶୁପାଳନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ତଥ୍ୟ ପ୍ରଦାନ କରିବ । ଏହି ବେତାର କେନ୍ଦ୍ର ୧୭୦୦ ଗ୍ରାମର ପ୍ରାୟ ପାଞ୍ଚ ଲକ୍ଷ କୃଷକଙ୍କ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ମଧ୍ୟ ପାଲାନପୁରଠାରେ ବାନଶ ଡାଏରୀ ପ୍ଲାଣ୍ଟରେ ଛେନା ଜାତୀୟ ପଦାର୍ଥ ଓ ଛେନା ପାଉଡର ସଂପ୍ରସାରିତ ସୁବିଧାକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଗୁଜରାଟର ଦାମାଠାରେ ପ୍ରତିଷ୍ଠିତ ଜୈବିକ ଖତ ଓ ଇୟୋଗ୍ୟାସ ପ୍ଲାଣ୍ଟକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଖିମାନା, ରତ୍ନପୁରା-ଭିଲଡି, ରାଧନପୁର ଓ ଥୱାର ଠାରେ ଶହେଟନ ସାମର୍ଥ୍ୟ ବିଶିଷ୍ଟ ଚାରିଟି ଗୋବର ଗ୍ୟାସ କାରଖାନାର ଶିଳାନ୍ୟାସ କରିଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ ଏଠାରେ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କର ବାନଶ ଡାଏରୀ ସହ ପୁରାତନ ସମ୍ପର୍କ ନେଇ ଟୁଇଟ କରିବା ସହ ୨୦୧୩ ଓ ୨୦୧୬ରେ ତାଙ୍କ ପରିଦର୍ଶନ ବେଳର ଫଟୋଚିତ୍ର ସେୟାର କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ “ଗତ କେଇ ବର୍ଷ ମଧ୍ୟରେ ବାନଶ ଡାଏରୀ ସ୍ଥାନୀୟ ଗୋଷ୍ଠୀ, ବିଶେଷ କରି ଚାଷୀ ଓ ମହିଳାଙ୍କୁ ସଶକ୍ତ କରିବାର ଏକ ପ୍ରମୁଖ ସ୍ଥାନ ପାଲଟିଛି । ମୁଁ ବିଶେଷ କରି ଡାଏରୀର ନୂଆ ନୂଆ ପଦ୍ଧତି ଆପଣାଇବାର ପ୍ରକ୍ରିୟା ପାଇଁ ଗର୍ବିତ ଓ ସେମାନଙ୍କ ଏହି ଉତ୍ସାହ ବିଭିନ୍ନ ସାମଗ୍ରୀରେ ପ୍ରତିଫଳିତ । ସେମାନଙ୍କ ନିରବଚ୍ଛିନ୍ନ ଭାବେ ମହୁ ଉପରେ ଗୁରୁତ୍ୱ ମଧ୍ୟ ପ୍ରଶଂସନୀୟ ।” ଶ୍ରୀ ମୋଦୀ ବାନଶକଣ୍ଟାର ଜନସାଧାରଣଙ୍କ ଉଦ୍ୟମ ଓ ଉତ୍ସାହର ମଧ୍ୟ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ମୁଁ ବାନଶକଣ୍ଟାର ଜନସାଧାରଣଙ୍କ କଠିନ ପରିଶ୍ରମ ଓ ନମନୀୟ ସ୍ୱଭାବକୁ ପ୍ରଶଂସା କରୁଛି । ଯେଉଁଭଳି ଭାବେ ଏହି ଜିଲ୍ଲା କୃଷି କ୍ଷେତ୍ରରେ ଅଗ୍ରଗତି କରିଛି ତାହା ଧନ୍ୟବାଦର ପାତ୍ର । ଚାଷୀମାନେ ନୂତନ ପ୍ରଯୁକ୍ତି ବିଦ୍ୟା ଆପଣାଇବା ସହ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଓ ଏହାର ଫଳ ସମସ୍ତେ ଆଜି ଦେଖି ପାରୁଛନ୍ତି ।”

ଆଜି ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମା ଅମ୍ବାଜୀଙ୍କ ପବିତ୍ର ମାଟିପ୍ରତି ମଥା ଅବନତ କରିଥିଲେ । ସେ ବାନଶ ମହିଳାମାନଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ସେମାନଙ୍କ ଅଦମ୍ୟ ଉତ୍ସାହ ପ୍ରତି ସମ୍ମାନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏଠାରେ ଜଣେ ପ୍ରତ୍ୟକ୍ଷ ଭାବେ ଅନୁଭବ କରିପାରିବେ କିପରି ଗ୍ରାମ୍ୟ ଅର୍ଥନୀତି ଓ ଭାରତର ମାଆ-ଭଉଣୀମାନେ ସଶକ୍ତ ହୋଇଛନ୍ତି ଓ ସମବାୟ ଆନ୍ଦୋଳନ କିପରି ଆତ୍ମନିର୍ଭର ଭାରତକୁ ଶକ୍ତି ଯୋଗାଇଛି । କାଶୀରୁ ସଂସଦ ସଦସ୍ୟ ଭାବେ ପ୍ରଧାନମନ୍ତ୍ରୀ ବାରଣାସୀରେ ମଧ୍ୟ ଏକ ପରିସର ସ୍ଥାପନା କରିଥିବାରୁ ବାନଶ ଡାଏରୀ ଓ ବାନଶ କଣ୍ଟାର ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ବାନଶ ଡାଏରୀର କାର୍ଯ୍ୟକଳାପର ସଂପ୍ରସାରଣକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାନଶ ଡାଏରୀ ପରିସର ଦେଖାଇ ଦେଇଛି ଯେ ଛେନା ଓ ଛେନା ପାଉଡର ପ୍ଲାଣ୍ଟ ଯେପରି ଡାଏରୀ କ୍ଷେତ୍ରରେ ସଂପ୍ରସାରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ବାନଶ ଡାଏରୀର ମଧ୍ୟ ସେପରି ପ୍ରମାଣିତ କରିଛି ଯେ ଅନ୍ୟାନ୍ୟା ସମ୍ବଳ ଉପଯୋଗ କରି ମଧ୍ୟ ସ୍ଥାନୀୟ ଚାଷୀମାନଙ୍କ ଆୟ ବୃଦ୍ଧି କରି ହେବ । ଆଳୁ, ମହୁ ଓ ଅନ୍ୟାନ୍ୟ ତତ ସମ୍ପର୍କିତ ସାମଗ୍ରୀ ଚାଷୀମାନଙ୍କ ଭାଗ୍ୟ ପରିବର୍ତ୍ତନ କରିଛି ।

ଏହା ମଧ୍ୟ ଭୋକାଲ ଫର ଲୋକାଲ ଅଭିଯାନକୁ ଉତ୍ସାହିତ କରୁଛି ବୋଲି କହିବା ସହ ଡାଏରୀ ସଂପ୍ରସାରଣ ଖାଦ୍ୟ ଓ ବାଦାମ ତେଲ ଇତ୍ୟାଦି ପ୍ରସ୍ତତ କରୁଛି ବୋଲି ଶ୍ରୀ ମୋଦୀ କହିଥିଲେ । ସେ ଡାଏରୀର ଗୋବର୍ଦ୍ଧନ ପ୍ରକଳ୍ପ ନିମନ୍ତେ ପ୍ରଶଂସା କରିବା ସହ ବର୍ଜ୍ୟବସ୍ତୁରୁ ଧନ ଆହରଣ ନେଇ ସରକାରଙ୍କ ଉଦ୍ୟମକୁ ଡାଏରୀ କ୍ଷେତ୍ର ଦେଶର ବିଭିନ୍ନ ସ୍ଥାନରେ କାରଖାନା ବସାଇ ଥିବାରୁ ତାହାର ମଧ୍ୟ ପ୍ରଶଂସା କରିଥିଲେ । ଏହି କାରଖାନାଗୁଡିକ ଗ୍ରାମାଞ୍ଚଳ ନିର୍ମଳ ପରିବେଶ ରକ୍ଷା ସହ ଚାଷୀମାନଙ୍କୁ ଗୋବରରୁ ଆୟ ଉପଲବ୍ଧ କରାଇବ ଓ ବିଦ୍ୟୁତ ଉତ୍ପାଦନ ସହ ଧରିତ୍ରୀମାତାକୁ ପ୍ରାକୃତିକ ସାର ଦେଇ ରକ୍ଷା କରିବ । ଏହି ଉଦ୍ୟମ ଆମର ଗ୍ରାମାଞ୍ଚଳ ଓ ମହିଳାଙ୍କୁ ସଶକ୍ତ କରିବା ସହ ଧରିତ୍ରୀ ମାତାର ମଧ୍ୟ ରକ୍ଷା କରିବ ।

ଗୁଜରାଟ ନେଇଥିବା ବୃହତ ପଦକ୍ଷେପ ପାଇଁ ଗର୍ବିତ ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ଗତକାଲି ବିଦ୍ୟା ସମୀକ୍ଷା କ୍ଷେତ୍ର ପରିଦର୍ଶନ ସମ୍ପର୍କରେ କହିଥିଲେ । ମୁଖମନ୍ତ୍ରୀଙ୍କ ନେତୃତ୍ୱରେ ଏହି କେନ୍ଦ୍ର ଉପର ଶିଖର ଛୁଇଁପାରିଛି ବୋଲି ସେ କହିଥିଲେ । ଆଜି ଏହି କେନ୍ଦ୍ର ଗୁଜରାଟର ୫୪ ହଜାର ବିଦ୍ୟାଳୟ, ୪.୫ ଲକ୍ଷ ଶିକ୍ଷକ ଓ ଦେଢ଼ କୋଟି ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଶକ୍ତିର ମହାଉତ୍ସ ହୋଇ ଉଠିଛି । ଏହି କେନ୍ଦ୍ରରେ କୃତ୍ରିମ ମେଧା, ମେସିନ ଶିକ୍ଷା, ବୃହତ ଡାଟା ବିଶ୍ଳେଷକ ଇତ୍ୟାଦି ରଖିଛି । ବିଭିନ୍ନ ପଦକ୍ଷେପ ଯୋଗୁଁ ବିଦ୍ୟାଳୟରେ ଉପସ୍ଥାନ ଶତକଡା ୨୬ ଭାଗ ବୃଦ୍ଧି ପାଇଛି । ଦେଶର ଶିକ୍ଷା ଦୃଶ୍ୟପଟ୍ଟରେ ଏଭଳି ପ୍ରକଳ୍ପମାନେ ସୁଦୂରପ୍ରସାରୀ ପ୍ରଭାବ ପକାଇବା ସମ୍ଭାବନା ଥିବାରୁ ସେ ଏହାର ଅଂଶୀଦାର, ଅଧିକାରୀ ଓ ଅନ୍ୟ ରାଜ୍ୟଗୁଡିକ ଏହାକୁ ଅନୁଧ୍ୟାନ କରି ଏହିପରି ପଦ୍ଧତି ଆପଣାଇବାକୁ କହିଥିଲେ ।

ପ୍ରଧାନମନ୍ତ୍ରୀ ଗୁଜରାଟୀରେ ମଧ୍ୟ ନିଜ ବକ୍ତବ୍ୟ ରଖିଥିଲେ । ବାନଶ ଡାଏରୀ ନେଇଥିବା ବୃହତ୍ତ ପଦକ୍ଷେପ ପାଇଁ ସେ ପୁଣିଥରେ ଖୁସୀ ପ୍ରକଟ କରିବା ସହ ବାନଶର ମହିଳାମାନଙ୍କ ଉତ୍ସାହର ପ୍ରଶଂସା କରିଥିଲେ । ନିଜର ପିଲାମାନଙ୍କ ଭଳି ପଶୁମାନଙ୍କ ଯତ୍ନ ନେଇଥିବାରୁ ସେ ବାନଶକଣ୍ଟାର ମହିଳାମାନଙ୍କ ନିକଟରେ ନତମସ୍ତ ହୋଇଥିଲେ । ସେ ଯେଉଁଠି କି ଗଲେ ମଧ୍ୟ ବାନଶକଣ୍ଟାର ଜନସାଧାରଣଙ୍କ ସହ ସବୁବେଳେ ତାଙ୍କର ସ୍ନେହ ରହିବ ବୋଲି କହିଥିଲେ । ତୁମର କ୍ଷେତ୍ରରେ ଅଂଶୀଦାର ଭଳି ମୁଁ ତୁମ ସହ ରହିଥିବି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବାନଶ ଡାଏରୀ ଦେଶକୁ ଏକ ନୂତନ ଆର୍ଥିକ ଶକ୍ତି ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାନଶ ଡାଏରୀ ଆନ୍ଦୋଳନ କୃଷକ ଓ ପଶୁପାଳକ ଗୋଷ୍ଠୀଙ୍କୁ ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ, ଓଡ଼ିଶା (ସୋମନାଥରୁ ଜଗନ୍ନାଥ) ଆନ୍ଧ୍ରପ୍ରଦେଶ ଓ ଝାଡ଼ଖଣ୍ଡରେ ଖୁବ ସାହାଯ୍ୟ କରିଛି । ଦୁଗ୍ଧ ଉତ୍ପାଦନ ଆଜି ଚାଷୀର ଆୟ ବୃଦ୍ଧିରେ ସହାୟକ ହୋଇଛି । ସେ କହିଥିଲେ ଯେ ୮.୫ ଲକ୍ଷ କୋଟି ଟଙ୍କାର ଦୁଗ୍ଧ ଉତ୍ପାଦନ ଯୋଗୁଁ ଆଜି ଏହା ଚାଷୀମାନଙ୍କ ମୁଖ୍ୟ ଆମଦାନୀ ହୋଇପଡିଛି । ପାରମ୍ପାରିକ ଖାଦ୍ୟ ଶସ୍ୟ ଉତ୍ପାଦନ ବିଶେଷ କରି ଯେଉଁଠି ଚାଷୀର ଜମି ଖୁବ କମ ଓ ଚାଷ ପରିସ୍ଥିତି କଠିନ ସେଠାରେ ଚାଷୀମାନଙ୍କ ପାଇଁ ଦୁଗ୍ଦ ଉତ୍ପାଦନ ବେଶ ଆୟଭିତ୍ତିକ ହୋଇପାରିଛି । ଆଗରୁ ଟଙ୍କାରେ ମାତ୍ର ୧୫ ପଇସା ଚାଷୀ ପାଖରେ ପହଞ୍ଚୁଥିବା ବେଳେ, ଆଜି ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ ଯୋଗୁଁ ହିତାଧିକାରୀ ନିକଟରେ ସମସ୍ତ ସୁବିଧା ପହଞ୍ଚିପାରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରାକୃତିକ କୃଷି ଉପରେ ଆରୋପ କରି ଶ୍ରୀ ମୋଦୀ ବାନଶକଣ୍ଟା କିପରି ଜଳ ସଂରକ୍ଷଣ ଓ ବୁନ୍ଦା ଜଳ ସେଚନର ସଦୁପଯୋଗ କରିଛି ତାହାର ଦୃଷ୍ଟାନ୍ତ ଦେଇଥିଲେ । ଜଳକୁ ପ୍ରସାଦ ଓ ସୁନା ଭାବି ଆଜାଦୀ କା ଅମ୍ରିତ ମହୋତ୍ସବ କାଳରେ ୨୦୨୩ ସ୍ୱାଧୀନତା ଦିବସ ବେଳକୁ ୭୫ଟି ମହା ଜଳାଶ୍ରୟ କରିବାକୁ ସେ ଆହ୍ୱାନ ଦେଇଥିଲେ ।

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi