ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଏକ ବାଧାମୁକ୍ତ ଅନଲାଇନ ପ୍ଲାଟଫର୍ମ ସୃଷ୍ଟି କରିବ ଯାହା ଡିଜିଟାଲ ସ୍ୱାସ୍ଥ୍ୟ ଇକୋସିଷ୍ଟମ ମଧ୍ୟରେ ଇଣ୍ଟର-ଅପରେଟିବିଲିଟିକୁ ସକ୍ଷମ କରିବ : ପ୍ରଧାନମନ୍ତ୍ରୀ
ଏପରି ବୃହତ ସଂଯୁକ୍ତ ଭିତ୍ତିଭୂମି ସାରା ବିଶ୍ୱରେ ଅନ୍ୟତ୍ର କେଉଁଠି ନାହିଁ, ଜାମ ତ୍ରୟ ବିଷୟରେ ଉଲ୍ଲେଖ କରି କହିଲେ ପ୍ରଧାନମନ୍ତ୍ରୀ
“ଡିଜିଟାଲ ଭିତ୍ତିଭୂମି ରାସନ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସବୁକିଛି ସାଧାରଣ ଭାରତୀୟଙ୍କ ନିକଟରେ ଦ୍ରୁତ ଏବଂ ସ୍ୱଚ୍ଛ ଭାବେ ପହଞ୍ଚାଉଛି”
“ଟେଲି ମେଡ଼ିସିନ କ୍ଷେତ୍ରର ମଧ୍ୟ ଅଭୂତପୂର୍ବ ପ୍ରସାର ହୋଇଛି”
“ଆୟୁଷ୍ମାନ ଭାରତ-ପିଏମଜୟ ଗରିବ ଲୋକଙ୍କ ଜୀବନରେ ସବୁଠୁ ବଡ଼ ସମସ୍ୟା ଦୂର କରିଛି; ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅଧୀନରେ ୨ କୋଟିରୁ ଅଧିକ ଦେଶବାସୀ ମାଗଣା ଚିକିତ୍ସାର ଲାଭ ପାଇପାରିଛନ୍ତି; ଏମାନଙ୍କ ମଧ୍ୟରେ ଅଧା ମହିଳା ହିତାଧିକାରୀ ରହିଛନ୍ତି”
“ଆୟୁଷ୍ମାନ ଭାରତ-ଡିଜିଟାଲ ମିଶନ, ସାରା ଦେଶରେ ଥିବା ଡାକ୍ତରଖାନାଗୁଡ଼ିକର ଡିଜିଟାଲ ସ୍ୱାସ୍ଥ୍ୟ ସମାଧାନକୁ ପରସ୍ପର ସହ ଯୋଡ଼ିବ”
“ସରକାରଙ୍କ ଦ୍ୱାରା ଅଣାଯାଇଥିବା ସ୍ୱାସ୍ଥ୍ୟସେବା ସମାଧାନ ଦେଶର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏକ ବଡ଼ ନିବେଶ”;
“ଆମ ସ୍ୱାସ୍ଥ୍ୟ ଭିତ୍ତିଭୂମି ସମନ୍ୱିତ, ସୁଦୃଢ଼ ହେଲେ ଏହା ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ସୁଧାର ଆଣିବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟ ସୁବିଧାକୁ ସୁଦୃଢ଼ କରିବା ଲାଗି ଗତ ସାତ ବର୍ଷ ଧରି ଜାରି ରହିଥିବା ଅଭିଯାନ ଆଜି ଏକ ନୂତନ ପର୍ଯ୍ୟାୟରେ ପହଞ୍ଚିଛି। “ଆମେ ଆଜି ଏପରି ଏକ ମିଶନର ଶୁଭାରମ୍ଭ କରୁଛୁ ଯାହା ଭାରତର ସ୍ୱାସ୍ଥ୍ୟସେବା ସୁବିଧାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହେବ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଲ୍ଲେଖ କରିଥିଲେ ଯେ, ୧୩୦ କୋଟି ଆଧାର ସଂଖ୍ୟା, ୧୧୮ କୋଟି ମୋବାଇଲ ସବସ୍କ୍ରାଇବର, ପାଖାପାଖି ୮୦ କୋଟି ଇଣ୍ଟରନେଟ ବ୍ୟବହାରକାରୀ, ପାଖାପାଖି ୪୩ କୋଟି ଜନ ଧନ ବ୍ୟାଙ୍କ ଆକାଉଣ୍ଟ ସହିତ, ଏପରି ବଡ଼ ସଂଯୁକ୍ତ ଡିଜିଟାଲ ଭିତ୍ତିଭୂମି ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ନାହିଁ। “ଡିଜିଟାଲ ଭିତ୍ତିଭୂମି ରାସନ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସବୁକିଛି ସାଧାରଣ ଭାରତୀୟଙ୍କ ନିକଟରେ ଦ୍ରୁତ ଏବଂ ସ୍ୱଚ୍ଛ ଭାବେ ପହଞ୍ଚାଉଛି”, ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ ଯେ, ପ୍ରଶାସନିକ ସଂସ୍କାରରେ ଯେପରି ଭାବେ ପ୍ରଯୁକ୍ତିର ଉପଯୋଗ କରାଯାଉଛି ତାହା ଅଭୂତପୂର୍ବ।

କରୋନା ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବା କ୍ଷେତ୍ରରେ ଆରୋଗ୍ୟ ସେତୁ ଆପ୍ ବିଶେଷ ଭାବେ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ନିଃଶୁଳ୍କ ଟିକା ଅଭିଯାନ ଅନ୍ତର୍ଗତ, ଆଜି ସୁଦ୍ଧା ଦେଶରେ ପାଖାପାଖି 90 କୋଟି ଟିକା ଦିଆଯାଇସାରିଛି। ଭାରତ ଏହି ଉପଲବ୍ଧି ହାସଲ କରିବାରେ କୋୱିନର ବଡ଼ ଭୂମିକା ରହିଛି ବୋଲି ସେ ପ୍ରଶଂସା କରି କହିଥିଲେ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଯୁକ୍ତିର ଉପଯୋଗ ବିଷୟରେ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, କରୋନା ମହାମାରୀ କାଳରେ ଟେଲି ମେଡ଼ିସିନ ସେବାରେ ଅଭୂତପୂର୍ବ ସମ୍ପ୍ରସାରଣ ହୋଇଛି। ଇ-ସଞ୍ଜିବନୀ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ପାଖାପାଖି 125 କୋଟି ଟେଲି ଚିକିତ୍ସା ପରାମର୍ଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସୁବିଧା ଫଳରେ ଦେଶର ଦୂରବର୍ତ୍ତୀ, ଉପାନ୍ତ ଅଞ୍ଚଳରେ ରହୁଥିବା ଲୋକମାନେ ପ୍ରତିଦିନ ଘରେ ବସି ସହରଗୁଡ଼ିକର ବଡ଼ ହସ୍ପିଟାଲ ଡାକ୍ତରମାନଙ୍କ ଠାରୁ ଚିକିତ୍ସା ପରାମର୍ଶ ପାଇପାରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆୟୁଷ୍ମାନ ଭାରତ-ପିଏମଜୟ ଗରିବ ଲୋକଙ୍କ ଜୀବନରେ ସବୁଠୁ ବଡ଼ ସମସ୍ୟା ଦୂର କରିଛି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅଧୀନରେ ୨ କୋଟିରୁ ଅଧିକ ଦେଶବାସୀ ମାଗଣା ଚିକିତ୍ସାର ଲାଭ ପାଇପାରିଛନ୍ତି, ଏମାନଙ୍କ ମଧ୍ୟରେ ଅଧା ମହିଳା ହିତାଧିକାରୀ ରହିଛନ୍ତି। ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଗରିବ ପରିବାରଗୁଡ଼ିକୁ ଉତ୍କଟ ଦାରିଦ୍ର୍ୟର ଅନ୍ଧକାର ମଧ୍ୟକୁ ଠେଲି ଦେବାର ପ୍ରମୁଖ କାରଣ ହେଉଛି ରୋଗ। ପରିବାରର ମହିଳାମାନେ ଏହାର ଅଧିକ ଶିକାର ହୋଇଥାନ୍ତି କାରଣ ସେମାନେ ନିଜର ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଅଧିକାଂଶ ସମୟରେ ମୁହଁ ଖୋଲି କହିନଥାନ୍ତି। ଶ୍ରୀ ମୋଦୀ କହିଥିଲେ ଯେ କିଛି ଆୟୁଷ୍ମାନ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବା ପରେ ସେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ ଏବଂ କଥାବାର୍ତ୍ତା କାଳରେ ଯୋଜନାର ଲାଭ ସେମାନଙ୍କୁ କିଭଳି ମିଳୁଛି ସେ ସମ୍ପର୍କରେ ତାଙ୍କର ପ୍ରତ୍ୟକ୍ଷ ଅନୁଭୂତି ହୋଇଥିଲା। ସେ କହିଥିଲେ, ଏହିସବୁ ସ୍ୱାସ୍ଥ୍ୟସେବା ସମାଧାନ ଦେଶର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏକ ବଡ଼ ନିବେଶ।

ପ୍ରଧାନମନ୍ତ୍ରୀ କହିଥିଲେ, ଆୟୁଷ୍ମାନ ଭାରତ-ଡିଜିଟାଲ ମିଶନ, ସାରା ଦେଶରେ ଥିବା ଡାକ୍ତରଖାନାଗୁଡ଼ିକର ଡିଜିଟାଲ ସ୍ୱାସ୍ଥ୍ୟ ସମାଧାନକୁ ପରସ୍ପର ସହ ଯୋଡ଼ିବ। ଏହି ମିଶନ କେବଳ ଡାକ୍ତରଖାନାଗୁଡ଼ିକର ପ୍ରକ୍ରିୟାକୁ ସହଜ କରିବ ନାହିଁ ବରଂ ସହଜ ଜୀବନଧାରଣକୁ ପ୍ରୋତ୍ସାହିତ କରିବ। ଏହା ଅଧୀନରେ ପ୍ରତ୍ୟେକ ନାଗରିକ ଗୋଟିଏ ଡିଜିଟାଲ ସ୍ୱାସ୍ଥ୍ୟ ଆଇଡି ପାଇବେ ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ରେକର୍ଡ ଡିଜିଟାଲ ମାଧ୍ୟମରେ ସଂରକ୍ଷିତ ହୋଇ ରହିବ।

ଏକ ସାମଗ୍ରିକ ଏବଂ ସମାବେଶୀ ସ୍ୱାସ୍ଥ୍ୟ ମଡେଲ ଉପରେ ଭାରତ କାମ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ମଡେଲ ନିରାକରଣ ଯୋଗ୍ୟ ସ୍ୱାସ୍ଥ୍ୟ ସେବା ମଡେଲ ଉପରେ ଜୋର ଦେଉଛି। ରୋଗ କ୍ଷେତ୍ରରେ ସହଜ, ସୁଲଭ ଏବଂ ଶସ୍ତା ଚିକିତ୍ସା ସେବା ଯୋଗାଇ ଦେଉଛି। ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ସଂସ୍କାର ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ। ବିଗତ ୭-୮ ବର୍ଷ ତଳର ସମୟ ତୁଳନାରେ ବର୍ତ୍ତମାନ ଦେଶରେ ଅଧିକ ସଂଖ୍ୟକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କର ମାନବ ସମ୍ବଳ ସୃଷ୍ଟି ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏମ୍ସର ଏବଂ ଅନ୍ୟ ସ୍ୱାସ୍ଥ୍ୟସେବା ସଂସ୍ଥାନଗୁଡ଼ିକର ଏକ ବିସ୍ତୃତ ନେଟୱର୍କ ଦେଶରେ ପ୍ରତିଷ୍ଠା ହେଉଛି ଏବଂ ପ୍ରତି ତିନୋଟି ଲୋକସଭା କ୍ଷେତ୍ରରେ ଗୋଟିଏ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ କାମ ଜାରି ରହିଛି। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଗ୍ରାମାଞ୍ଚଳରେ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆରୋଗ୍ୟ କେନ୍ଦ୍ରଗୁଡ଼ିକର ନେଟୱର୍କ ସୁଦୃଢ଼ କରାଯାଉଛି। ଏପରି 80 ହଜାର କେନ୍ଦ୍ର କାର୍ଯ୍ୟକାରୀ ହୋଇସାରିଲାଣି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଯେ ପର୍ଯ୍ୟଟନ ସହିତ ସ୍ୱାସ୍ଥ୍ୟର ଏକ ଦୃଢ଼ ସମ୍ପର୍କ ରହିଛି। ସ୍ୱାସ୍ଥ୍ୟ ଭିତ୍ତିଭୂମି ସମନ୍ୱିତ, ସୁଦୃଢ଼ ହେଲେ ପର୍ଯ୍ୟଟନ କ୍ଷେତ୍ରରେ ସୁଧାର ଆସିପାରିବ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Media Coverage

"Overwhelmed By The Warmth": PM Modi Receives Grand Welcome In Uzbekistan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi