Disburses 18th installment of the PM-KISAN Samman Nidhi worth about Rs 20,000 crore to around 9.4 crore farmers
Launches 5th installment of NaMo Shetkari Mahasanman Nidhi Yojana worth about Rs 2,000 crore
Dedicates to nation more than 7,500 projects under the Agriculture Infrastructure Fund (AIF) worth over Rs 1,920 crore
Dedicates to nation 9,200 Farmer Producer Organizations (FPOs) with a combined turnover of around Rs 1,300 crore
Launches Unified Genomic Chip for cattle and indigenous sex-sorted semen technology
Dedicates five solar parks with a total capacity of 19 MW across Maharashtra under Mukhyamantri Saur Krushi Vahini Yojana – 2.0
Inaugurates Banjara Virasat Museum
Our Banjara community has played a big role in the social life of India, in the journey of India's development: PM
Our Banjara community has given many such saints who have given immense energy to the spiritual consciousness of India: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ୱାଶିମ ଠାରେ କୃଷି ଓ ପଶୁପାଳନ କ୍ଷେତ୍ର ସହ ଜଡ଼ିତ ପ୍ରାୟ ୨୩,୩୦୦ କୋଟି ଟଙ୍କାର ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପିଏମ - କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ବଣ୍ଟନ, ନମୋ ସେତକାରୀ ମହାସମ୍ମାନ ନିଧି ଯୋଜନାର ପଞ୍ଚମ କିସ୍ତିର ଶୁଭାରମ୍ଭ, କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ) ଅଧୀନରେ ୭,୫୦୦ରୁ ଅଧିକ ପ୍ରକଳ୍ପର ଲୋକାର୍ପଣ, ୯,୨୦୦ କୃଷକ ଉତ୍ପାଦକ ସଂଗଠନ, ମହାରାଷ୍ଟ୍ରରେ ମୋଟ ୧୯ ମେଗାୱାଟ କ୍ଷମତା ବିଶିଷ୍ଟ ୫ଟି ସୋଲାର ପାର୍କ ଏବଂ ଗୋସମ୍ପଦ ଏବଂ ସ୍ୱଦେଶୀ ଲିଙ୍ଗ ନିର୍ଦ୍ଦିଷ୍ଟ ସିମେନ ଟେକ୍ନୋଲୋଜି ପାଇଁ ୟୁନିଫାଇଡ୍ ଜିନୋମିକ୍ ଚିପ୍ ର ଶୁଭାରମ୍ଭ ଆଦି ଏହାର ଅନ୍ତର୍ଭୁକ୍ତ ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ୱାଶିମର ପବିତ୍ର ଭୂମିରୁ ପୋହରାଦେବୀ ମାତାଙ୍କୁ ପ୍ରଣାମ କରିବା ସହ ମା' ଜଗଦମ୍ବାଙ୍କ ମନ୍ଦିରରେ ଦର୍ଶନ ଓ ପୂଜା କରିବା ବିଷୟରେ ଉଲ୍ଲେଖ କରିଥିଲେ । ସନ୍ଥ ସେବାଲାଲ ମହାରାଜ ଓ ସନ୍ଥ ରାମରାଓ ମହାରାଜଙ୍କ ସମାଧି ସ୍ଥଳରେ ଆଶୀର୍ବାଦ ନେବା ସହ ମହାନ ସନ୍ଥମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ ଗୋଣ୍ଡୱାନାର ମହାନ ଯୋଦ୍ଧା ରାଣୀ ଦୁର୍ଗାବତୀଜୀଙ୍କ ଜୟନ୍ତୀ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଗତବର୍ଷ ଦେଶ ତାଙ୍କର ୫୦୦ତମ ଜୟନ୍ତୀ ପାଳନ କରିଥିବା ସମ୍ପର୍କରେ ସେ ମନେ ପକାଇଥିଲେ ।

 

ପ୍ରଧାନମନ୍ତ୍ରୀ ଆଜି ହରିୟାଣାରେ ଚାଲିଥିବା ମତଦାନକୁ ଉଲ୍ଲେଖ କରି ସେହି ରାଜ୍ୟବାସୀଙ୍କୁ ଅଧିକ ସଂଖ୍ୟାରେ ଭୋଟ୍ ଦେବାକୁ ନିବେଦନ କରିଛନ୍ତି । ସେମାନଙ୍କ ଭୋଟ୍ ହରିୟାଣାକୁ ନୂଆ ଉଚ୍ଚତାରେ ପହଞ୍ଚାଇବ ବୋଲି ସେ କହିଛନ୍ତି ।

ଆଜି ପାଖାପାଖି ୯.୫ କୋଟି କୃଷକଙ୍କୁ ପ୍ରାୟ ୨୦,୦୦୦ କୋଟି ଟଙ୍କାର ପିଏମ୍ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ବଣ୍ଟନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ରାଜ୍ୟ ସରକାର ଏହାର କୃଷକମାନଙ୍କୁ ଦ୍ୱିଗୁଣିତ ସୁବିଧା ପ୍ରଦାନ କରିବାକୁ ପ୍ରୟାସ କରୁଛନ୍ତି । ଶ୍ରୀ ମୋଦୀ ନମୋ ଶେତକାରୀ ମହାସମ୍ମାନ ନିଧି ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯେଉଁଠାରେ ମହାରାଷ୍ଟ୍ରର ପ୍ରାୟ ୯୦ ଲକ୍ଷ କୃଷକଙ୍କୁ ପାଖାପାଖି ୧୯୦୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଶହ ଶହ କୋଟି ଟଙ୍କାର କୃଷକ ଉତ୍ପାଦକ ସଂଗଠନ ସମ୍ପର୍କିତ ଏକାଧିକ ପ୍ରକଳ୍ପ ଲୋକାର୍ପଣ କରିବା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ । ଆଜି ଲଡ଼କି ବହିନ ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହି ଯୋଜନା ନାରୀ ଶକ୍ତିର ସାମର୍ଥ୍ୟକୁ ସଶକ୍ତ କରୁଛି । ଆଜିର ପ୍ରକଳ୍ପ ପାଇଁ ଶ୍ରୀ ମୋଦୀ ମହାରାଷ୍ଟ୍ର ଏବଂ ଭାରତର ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଆଜି ପୋହରାଦେବୀ ଠାରେ ବଞ୍ଜାରା ବିରାସତ ସଂଗ୍ରହାଳୟର ଉଦଘାଟନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ନବନିର୍ମିତ ସଂଗ୍ରହାଳୟ ଭବିଷ୍ୟତ ପିଢ଼ିକୁ ବଞ୍ଜାରା ସମ୍ପ୍ରଦାୟର ପ୍ରାଚୀନ ସଂସ୍କୃତି ଏବଂ ବିଶାଳ ଐତିହ୍ୟ ସହିତ ପରିଚିତ କରାଇବ । ପୋହରାଦେବୀରେ ବଞ୍ଜାରା ସମ୍ପ୍ରଦାୟ ସହିତ ତାଙ୍କର ବାର୍ତ୍ତାଳାପକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଏହି ସଂଗ୍ରହାଳୟ ମାଧ୍ୟମରେ ସେମାନଙ୍କ ଐତିହ୍ୟକୁ ସ୍ୱୀକୃତି ମିଳିଥିବାରୁ ସେମାନଙ୍କ ମୁହଁରେ ସନ୍ତୋଷ ଏବଂ ଗର୍ବର ଭାବନା ଫୁଟି ଉଠିଥିବା ସମ୍ପର୍କରେ ଆଲୋକପାତ କରିଥିଲେ । ବଞ୍ଜାରା ଐତିହ୍ୟ ସଂଗ୍ରହାଳୟ ପାଇଁ ଶ୍ରୀ ମୋଦୀ ବଞ୍ଜାରା ସମ୍ପ୍ରଦାୟକୁ ଅଭିନନ୍ଦନ ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଥିଲେ, "ଆମ ବଞ୍ଜାରା ସମାଜ ଭାରତର ସାମାଜିକ ଜୀବନ ଏବଂ ବିକାଶ ଯାତ୍ରାରେ ଏକ ବଡ଼ ଭୂମିକା ଗ୍ରହଣ କରିଛି । କଳା, ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ବାଣିଜ୍ୟ ସମେତ ବିଭିନ୍ନ କ୍ଷେତ୍ରରେ ଭାରତର ବିକାଶରେ ଏହି ସମ୍ପ୍ରଦାୟର ଦୃଢ଼ତା ଏବଂ ଏହାର ଅମୂଲ୍ୟ ଭୂମିକାକୁ ସେ ପ୍ରଶଂସା କରିଥିଲେ । ବିଦେଶୀ ଶାସନରେ ଅତ୍ୟଧିକ କଷ୍ଟ ସହିଥିବା ରାଜା ଲଖି ଶାହା ବଞ୍ଜାରାଙ୍କ ଭଳି ବଞ୍ଜାରା ସମ୍ପ୍ରଦାୟର ଅନେକ ସମ୍ମାନଜନକ ବ୍ୟକ୍ତିତ୍ୱଙ୍କୁ ଶ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ସନ୍ଥ ସେବାଲାଲ ମହାରାଜ, ସ୍ୱାମୀ ହାତୀରାମ ଜୀ, ସନ୍ଥ ଈଶ୍ୱରସିଂହ ବାପୁଜୀ ଏବଂ ସନ୍ଥ ଲକ୍ଷ୍ମଣ ଚୈତ୍ୟନ ବାପୁଜୀଙ୍କ ପରି ଅନ୍ୟ ଆଧ୍ୟାତ୍ମିକ ଗୁରୁମାନଙ୍କୁ ମଧ୍ୟ ମନେ ପକାଇଥିଲେ, ଯେଉଁମାନଙ୍କ ଅବଦାନ ଭାରତର ଆଧ୍ୟାତ୍ମିକ ଚେତନାକୁ ଅସୀମ ଶକ୍ତି ଦେଇଛି । ଆମ ବଞ୍ଜାରା ସମ୍ପ୍ରଦାୟ ଏଭଳି ଅନେକ ସନ୍ଥଙ୍କୁ ଦେଇଛି, ଯେଉଁମାନେ ଭାରତର ଆଧ୍ୟାତ୍ମିକ ଚେତନାକୁ ଅସୀମ ଶକ୍ତି ପ୍ରଦାନ କରିଛନ୍ତି ବୋଲି ସେ କହିଥିଲେ । ଶହ ଶହ ବର୍ଷ ଧରି ଦେଶର ସାଂସ୍କୃତିକ ପରମ୍ପରାକୁ ସୁରକ୍ଷିତ ରଖିବା ଏବଂ ପରିପୁଷ୍ଟ କରିବାରେ ସେମାନଙ୍କର ଅକ୍ଳାନ୍ତ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରିଥିଲେ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ବ୍ରିଟିଶ ଶାସନ ସମଗ୍ର ବଞ୍ଜାରା ସମ୍ପ୍ରଦାୟକୁ ଅନ୍ୟାୟ ଭାବରେ ଅପରାଧୀ ବୋଲି ଆଖ୍ୟା ଦେଇଥିବା ବେଳେ ସେମାନଙ୍କ ଉପରେ ହୋଇଥିବା ଐତିହାସିକ ଅନ୍ୟାୟ ପାଇଁ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ ବର୍ତ୍ତମାନର ସରକାରଙ୍କ ପ୍ରୟାସ ମଧ୍ୟରେ ପୂର୍ବ ସରକାରମାନଙ୍କ ମନୋଭାବ ବିଷୟରେ ଜନସାଧାରଣଙ୍କୁ ସ୍ମରଣ କରାଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପୋହରାଦେବୀ ମନ୍ଦିର ଉନ୍ନୟନ ପ୍ରକଳ୍ପର କାର୍ଯ୍ୟ ଶ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ କାର୍ଯ୍ୟକାଳରେ ଆରମ୍ଭ ହୋଇଥିଲା କିନ୍ତୁ ମହା ଅଘାଡି ସରକାର ଏହାକୁ ବନ୍ଦ କରିଦେଇଥିଲେ, ମାତ୍ର ଶ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସରକାର ଏହାକୁ ପୁନଃ ଆରମ୍ଭ କରିଥିଲେ । ପୋହରାଦେବୀ ମନ୍ଦିର ଉନ୍ନୟନ ପ୍ରକଳ୍ପ ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ସେ କହିଛନ୍ତି । ଏହି ପ୍ରକଳ୍ପ ତୀର୍ଥସ୍ଥଳର ଉନ୍ନତି ସହିତ ତୀର୍ଥଯାତ୍ରୀଙ୍କ ଯାତ୍ରାକୁ ସହଜ କରିବା ସହ ଆଖପାଖ ସ୍ଥାନର ଦ୍ରୁତ ପ୍ରଗତିରେ ସହାୟକ ହେବ ବୋଲି ଶ୍ରୀ ମୋଦୀ କହିଥିଲେ ।

ଭାରତର ବିକାଶ ଏବଂ ପ୍ରଗତି ବିରୋଧରେ ଆଗାମୀ ବିପଦ ବିଷୟରେ ଲୋକଙ୍କୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ "କେବଳ ଲୋକଙ୍କ ମଧ୍ୟରେ ଏକତା ହିଁ ଦେଶକୁ ଏଭଳି ଆହ୍ୱାନରୁ ରକ୍ଷା କରିପାରିବ" । ଡ୍ରଗ୍ସ ନିଶା ଏବଂ ଏହାର ବିପଦ ବିରୋଧରେ ପ୍ରଧାନମନ୍ତ୍ରୀ ଲୋକଙ୍କୁ ସତର୍କ କରାଇବା ସହ ଏକାଠି ଏହି ଲଢ଼େଇ ଜିତିବା ପାଇଁ ସେମାନଙ୍କ ସହାୟତା ଲୋଡ଼ିଥିଲେ ।

 

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମ ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତି, ପ୍ରତ୍ୟେକ ନୀତି ବିକଶିତ ଭାରତ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଆମର କୃଷକମାନେ ଏହି ଦୃଷ୍ଟିକୋଣର ଏକ ପ୍ରମୁଖ ଭିତ୍ତିଭୂମି । ଭାରତର କୃଷକମାନଙ୍କୁ ସୁଦୃଢ଼ କରିବା ପାଇଁ ନିଆଯାଇଥିବା ପ୍ରମୁଖ ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କୃଷିଜାତ ଦ୍ରବ୍ୟର ସଂରକ୍ଷଣ, ପ୍ରକ୍ରିୟାକରଣ ଏବଂ ପରିଚାଳନା ଦକ୍ଷତା ବୃଦ୍ଧି କରିବା ପାଇଁ ୯,୨୦୦ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ କୃଷି ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ ବିଷୟରେ ଉଲ୍ଲେଖ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ ସରକାରଙ୍କର କୃଷକମାନଙ୍କ ପାଇଁ ଶୂନ୍ୟ ବିଦ୍ୟୁତ ୍ ବିଲ୍ ନୀତିକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଛନ୍ତି, ମହାରାଷ୍ଟ୍ରରେ କୃଷକମାନେ ବର୍ତ୍ତମାନର ସରକାରରେ ଦୁଇଗୁଣା ଲାଭ ପାଉଛନ୍ତି ।

ଅନେକ ଦଶନ୍ଧି ଧରି ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ମହାରାଷ୍ଟ୍ର ଏବଂ ବିଦର୍ଭର କୃଷକମାନଙ୍କୁ ସମବେଦନା ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବ ସରକାରମାନେ କୃଷକମାନଙ୍କୁ ଦୁଃଖୀ ଏବଂ ଗରିବ କରିଛନ୍ତି । ମହାରାଷ୍ଟ୍ରରେ କ୍ଷମତାରେ ଥିବା ପର୍ଯ୍ୟନ୍ତ ମହାମେଣ୍ଟ ସରକାର କେବଳ ଦୁଇଟି ଏଜେଣ୍ଡା ନେଇ କାର୍ଯ୍ୟ କରୁଛି, ଯଥା କୃଷକଙ୍କ ସହ ଜଡ଼ିତ ପ୍ରକଳ୍ପକୁ ବନ୍ଦ କରିବା ଏବଂ ଏହି ପ୍ରକଳ୍ପ ଗୁଡ଼ିକର ଅର୍ଥକୁ ନେଇ ଦୁର୍ନୀତି କରିବା ବୋଲି ସେ ସମାଲୋଚନା କରିଛନ୍ତି । କେନ୍ଦ୍ରରୁ ପଠାଯାଇଥିବା ପାଣ୍ଠିକୁ ହିତାଧିକାରୀଙ୍କ ନିକଟରେ ପହଂଚିବାକୁ ଦିଆଯାଉନାହିଁ ବୋଲି ଶ୍ରୀ ମୋଦୀ କହିଛନ୍ତି । ମହାରାଷ୍ଟ୍ରର ବର୍ତ୍ତମାନର ମହାୟୁତି ସରକାର କୃଷକମାନଙ୍କୁ ଯେଉଁଭଳି କିଷାନ ସମ୍ମାନ ନିଧି ସହିତ ଅଲଗା ଟଙ୍କା ଦେଉଛନ୍ତି, କର୍ଣ୍ଣାଟକରେ ବିଜେପି ସରକାର ଏହିପରି ପ୍ରଦାନ କରୁଥିଲା, କିନ୍ତୁ ନୂତନ ସରକାର କ୍ଷମତାକୁ ଆସିବା ପରେ ତାହାକୁ ବନ୍ଦ କରି ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ଲୋକଙ୍କୁ ମନେ ପକାଇ ଦେଇଥିଲେ । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ତେଲେଙ୍ଗାନାର କୃଷକମାନେ ଆଜି ଋଣ ଛାଡ଼ର ନିର୍ବାଚନୀ ପ୍ରତିଶ୍ରୁତି ଉପରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ ପୂର୍ବ ସରକାରଙ୍କ ଦ୍ୱାରା ଜଳସେଚନ ପ୍ରକଳ୍ପ ଗୁଡିକରେ ବିଳମ୍ବ ବିଷୟରେ ନାଗରିକମାନଙ୍କୁ ସ୍ମରଣ କରାଇଥିଲେ ଏବଂ ଦର୍ଶାଇଥିଲେ ଯେ ବର୍ତ୍ତମାନର ସରକାର ଆସିବା ପରେ ହିଁ ଦ୍ରୁତ ଗତିରେ କାମ ଆରମ୍ଭ ହୋଇଥିଲା । ଅମରାବତୀ, ୟବତମାଲ, ଆକୋଲା, ବୁଲଧାନା, ୱାଶିମ, ନାଗପୁର ଏବଂ ୱାର୍ଧାରେ ଜଳ ଅଭାବ ସମସ୍ୟାର ସମାଧାନ ପାଇଁ ପ୍ରାୟ ୯୦,୦୦୦ କୋଟି ଟଙ୍କା ବ୍ୟୟରେ ୱାଇଙ୍ଗାଙ୍ଗା - ନଲଗଙ୍ଗା ନଦୀକୁ ସଂଯୋଗ କରିବା ପାଇଁ ପ୍ରକଳ୍ପ ଅନୁମୋଦନ ବିଷୟରେ ସେ ଉଲ୍ଲେଖ କରିଥିଲେ । କପା ଓ ସୋୟାବିନ୍ ଚାଷ କରୁଥିବା ଚାଷୀଙ୍କୁ ରାଜ୍ୟ ସରକାର ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ସେ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅମରାବତୀରେ ନିକଟରେ ଏକ ବୟନ ପାର୍କର ଶିଳାନ୍ୟାସ ମଧ୍ୟ କରାଯାଇଛି ଯାହା କପା ଚାଷୀଙ୍କ ପାଇଁ ବହୁତ ସହାୟକ ହେବ ।

 

ଦେଶର ଅର୍ଥନୈତିକ ପ୍ରଗତିରେ ନେତୃତ୍ୱ ନେବା ପାଇଁ ମହାରାଷ୍ଟ୍ରରେ ପ୍ରଚୁର ସମ୍ଭାବନା ରହିଛି ବୋଲି ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ ଏବଂ କହିଥିଲେ ଯେ ଗରିବ, କୃଷକ, ଶ୍ରମିକ, ଦଳିତ ଏବଂ ବଞ୍ଚିତଙ୍କ ସଶକ୍ତୀକରଣ ପାଇଁ ଅଭିଯାନ ଜୋରଦାର ଭାବେ ଜାରି ରହିଲେ ହିଁ ଏହା ବାସ୍ତବରେ ପରିଣତ ହୋଇପାରିବ ବୋଲି କହିଥିଲେ । ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଏକ ବିକଶିତ ମହାରାଷ୍ଟ୍ର ଏବଂ ବିକଶିିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ସି ପି ରାଧାକ୍ରିଷ୍ଣନ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଶ୍ରୀ ଅଜିତ ପାୱାର, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଏବଂ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

କୃଷକମାନଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ପ୍ରତିଶ୍ରୁତି ଅନୁଯାୟୀ ପ୍ରଧାନମନ୍ତ୍ରୀ ପାଖାପାଖି ୯.୪ କୋଟି କୃଷକଙ୍କୁ ପାଖାପାଖି ୨୦,୦୦୦ କୋଟି ଟଙ୍କାର ପିଏମ - କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ କରିଥିଲେ । ୧୮ତମ କିସ୍ତି ଜାରି ହେବା ପରେ ପିଏମ୍ କିଷାନ ଯୋଜନାରେ କୃଷକମାନଙ୍କୁ ମୋଟ ୩.୪୫ ଲକ୍ଷ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରାଯିବ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ନମୋ ସେତକାରୀ ମହାସମ୍ମାନ ନିଧି ଯୋଜନାର ପଞ୍ଚମ କିସ୍ତି, ଯେଉଁଥିରେ ପ୍ରାୟ ୨,୦୦୦ କୋଟି ଟଙ୍କା ପ୍ରଦାନ କରାଯାଉଛି, ତାହାର ଶୁଭାରମ୍ଭ କରିଥିଲେ ।

 

ପ୍ରଧାନମନ୍ତ୍ରୀ ୧୯୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ୍‌) ଅଧୀନରେ ୭,୫୦୦ରୁ ଅଧିକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । କଷ୍ଟମ୍ ହାୟରିଂ ସେଣ୍ଟର, ପ୍ରାଥମିକ ପ୍ରକ୍ରିୟାକରଣ ୟୁନିଟ୍‌, ଗୋଦାମ ଗୃହ, ସର୍ଟିଂ ଓ ଗ୍ରେଡିଂ ୟୁନିଟ୍‌, ଶୀତଳ ଭଣ୍ଡାର ପ୍ରକଳ୍ପ ଏବଂ ଅମଳ ପରବର୍ତ୍ତୀ ପରିଚାଳନା ପ୍ରକଳ୍ପ ଆଦି ପ୍ରମୁଖ ପ୍ରକଳ୍ପ ଅନ୍ତର୍ଭୁକ୍ତ ।

ପାଖାପାଖି ୧୩୦୦ କୋଟି ଟଙ୍କାର ମିଳିତ କାରବାର କରୁଥିବା ୯,୨୦୦ କୃଷକ ଉତ୍ପାଦକ ସଂଗଠନ (ଏଫପିଓ)କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ।

 

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଗୋରୁମାନଙ୍କ ପାଇଁ ୟୁନିଫାଇଡ୍ ଜିନୋମିକ୍ ଚିପ୍ ଏବଂ ସ୍ୱଦେଶୀ ଲିଙ୍ଗ ନିର୍ଦ୍ଦିଷ୍ଟ ସିମେନ ଟେକ୍ନୋଲୋଜି ଶୁଭାରମ୍ଭ କରିଥିଲେ । କୃଷକମାନଙ୍କୁ ସୁଲଭ ମୂଲ୍ୟରେ ଲିଙ୍ଗ ନିର୍ଦ୍ଦିଷ୍ଟ ସିମେନ ଟେକ୍ନୋଲୋଜିର ଉପଲବ୍ଧତା ବୃଦ୍ଧି କରିବା ଏବଂ ଡୋଜ୍ ପିଛା ପ୍ରାୟ ୨୦୦ ଟଙ୍କା ଖର୍ଚ୍ଚ ହ୍ରାସ କରିବା ଏହି ପଦକ୍ଷେପର ଲକ୍ଷ୍ୟ । ଦେଶୀ ଗୋରୁମାନଙ୍କ ପାଇଁ ୟୁନିଫାଏଡ୍ ଜିନୋମିକ୍ ଚିପ୍‌, ଗଉ ଚିପ୍ ଏବଂ ମଇଁଷିମାନଙ୍କ ପାଇଁ ମହିଷଚିପ୍ ବିକଶିତ କରାଯାଇଛି । ଜିନୋମିକ ଚୟନ କାର୍ଯ୍ୟକାରୀ ହେବା ଦ୍ୱାରା ଛୋଟ ଛୋଟ ଉଚ୍ଚ ମାନର ଷଣ୍ଡମାନଙ୍କୁ କମ୍ ବୟସରେ ଚିହ୍ନଟ କରାଯାଇପାରିବ ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ସୌର କୃଷି ବାହିନୀ ଯୋଜନା - ୨.୦ ଅଧୀନରେ ସମଗ୍ର ମହାରାଷ୍ଟ୍ରରେ ମୋଟ ୧୯ ମେଗାୱାଟ କ୍ଷମତା ବିଶିଷ୍ଟ ପାଞ୍ଚଟି ସୌର ପାର୍କକୁ ଲୋକାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ ମୁଖ୍ୟମନ୍ତ୍ରୀ ମାଝୀ ଲଡକି ବହିନ ଯୋଜନାର ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.