ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର (ପିଏମଆରବିପି) ବିଜେତାମାନଙ୍କୁ ପ୍ରଶଂସା କରିଛନ୍ତି । ଭାରତ ସରକାର ନବାଚାର, ସମାଜସେବା, ଶିକ୍ଷା, କ୍ରୀଡା, କଳା ଓ ସଂସ୍କୃତି ଏବଂ ସାହସିକତା ଭଳି ଛଅଟି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଥାନ୍ତି । ଚଳିତ ବର୍ଷ ବାଲ ଶକ୍ତି ପୁରସ୍କାରର ବିଭିନ୍ନ ବର୍ଗ ଅନ୍ତର୍ଗତ ସାରା ଦେଶରୁ ୧୧ ଛାତ୍ରଛାତ୍ରୀଙ୍କୁ ପିଏମଆରବିପି- ୨୦୨୩ ପାଇଁ ଚୟନ କରାଯାଇଥିଲା । ଏହି ବିଜେତାମାନଙ୍କ ମଧ୍ୟରେ ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୬ ପୁଅ ଓ ୫ ଝିଅ ସାମିଲ ଅଛନ୍ତି ।

ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;           

“ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାମାନଙ୍କ ସହ ଚମତ୍କାର ବାର୍ତ୍ତାଳାପ ହେଲା ।”

“ଲଢୁଆ ମନୋବଳ ପ୍ରଦର୍ଶନ କରିଥିବା ଆଦିତ୍ୟ ସୁରେଶଙ୍କ ପାଇଁ ଗର୍ବିତ । ଅସ୍ଥିଜନିତ ସମସ୍ୟା ସତ୍ତ୍ୱେ ସେ ହାର ମାନିନଥିଲେ । ଗୀତ ଗାଇବା ଜାରି ରଖି ଏବେ ସେ ଜଣେ ପ୍ରତିଭାବାନ ଗାୟକ । ୫୦୦ରୁ ଅଧିକ କାର୍ଯ୍ୟକ୍ରମ ସେ ପ୍ରଦର୍ଶନ କରିସାରିଲେଣି ।”     

“ଏମ. ଗୌରବୀ ରେଡ୍ଡି ଜଣେ ସଫଳ ନୃତ୍ୟଶିଳ୍ପୀ । ସେ ବହୁ କାର୍ଯ୍ୟକ୍ରମରେ ପରିବେଷଣ କରୁଛନ୍ତି ଓ ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ଋଚି ରହିଛି । ତାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ମିଳିଥିବାରୁ ବେଶ ଆନନ୍ଦିତ ।”

“ମୋ ଯୁବ ବନ୍ଧୁ ସମ୍ଭବ ମିଶ୍ର ଖୁବ ସୃଜନଶୀଳ ଯୁବକ । ସେ ଅନେକ ପ୍ରବନ୍ଧ ଲେଖିଛନ୍ତି ଓ ସମ୍ମାନଜନକ ଫେଲୋସିପ ପାଇଛନ୍ତି । ତାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ମିଳିଥିବାରୁ ଶୁଭେଚ୍ଛା ଜଣାଉଛି ।” 

“ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତା ଶ୍ରେୟା ଭଟ୍ଟାଚାର୍ଯ୍ୟ ଜଣେ ତବଲା କଳାକାର, ଦୀର୍ଘ ଅବଧି ପର୍ଯ୍ୟନ୍ତ ତବଲା ବଜାଇ ସେ ରେକର୍ଡ କରିଛନ୍ତି । ସେ କଲଚରାଲ ଅଲମ୍ପିଆଡ ଅଫ ପରଫର୍ମିଂ ଆର୍ଟ୍ସ ଭଳି ମଂଚରେ ସମ୍ମାନିତ ହୋଇ ସାରିଛନ୍ତି । ତାଙ୍କ ସହ ଭଲ ବାର୍ତ୍ତାଳାପ ହେଲା ।” 

“ନଦୀକୁ ଡେଇଁ ଜଣେ ମହିଳାଙ୍କୁ ବୁଡିବାରୁ ବଞ୍ଚାଇଥିବା ରୋହନ ରାମଚନ୍ଦ୍ର ବହିରଙ୍କ ପାଇଁ ମୁଁ ଗର୍ବିତ । ସେ ଅତ୍ୟନ୍ତ ସାହସିକତା ଓ ଭୟହୀନତା ପ୍ରଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଉଛି । ଭବିଷ୍ୟତ ପାଇଁ ତାଙ୍କୁ ମୋର ଶୁଭକାମନା ।”

“ଅସାଧାରଣ ପ୍ରତିଭାସମ୍ପନ୍ନ ଆଦିତ୍ୟ ପ୍ରତାପ ସିଂହ ଚୌହ୍ୱାନଙ୍କୁ ନବାଚାର କ୍ଷେତ୍ରରେ ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱଚ୍ଛ ଜଳ ସୁନିଶ୍ଚିତ କରିବାକୁ ଶସ୍ତା ପ୍ରଯୁକ୍ତି ବିକଶିତ ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି ।”

“ଯୁବପୀଢିଙ୍କ ମଧ୍ୟରେ ନବାଚାରର ସମାରୋହ ! ଋଷି ଶିବ ପ୍ରସନ୍ନା ଆପ୍ ବିକଶିତ କରିବା ପାଇଁ ଆଗ୍ରହୀ । ସେ ବିଜ୍ଞାନରେ ଋଚି ରଖିବା ସହ ଏହାକୁ ଯୁବପୀଢିଙ୍କ ମଧ୍ୟରେ ଲୋକପ୍ରିୟ କରୁଛନ୍ତି । ଏହି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କୁ ଭେଟି ଆନନ୍ଦିତ ହେଲି ।” 

“ଅନୁଷ୍କା ଜଲିଙ୍କ ଭଳି ଯୁବପୀଢି ଉଲ୍ଲେଖନୀୟ କରୁଣା ଓ ନବାଚାର ପ୍ରଦର୍ଶନ କରିଛନ୍ତି । ସେ ହଇରାଣ ହରକତ ବିରୋଧରେ ସଚେତନତା ସୃଷ୍ଟି ପାଇଁ ଏକ ଆପ୍ ଓ ଅନ୍ୟ ଅନଲାଇନ କାର୍ଯ୍ୟକ୍ରମ ବିକଶିତ କରିବାରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ସେ ଏବେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତା ହୋଇଥିବାରୁ ଆନନ୍ଦିତ ।”   

“ଆମେ ବିଭିନ୍ନ କ୍ରୀଡାକୁ ଲୋକପ୍ରିୟ କରିବା ସହ ଫିଟନେସକୁ ଗୁରୁତ୍ୱ ପ୍ରଦାନ ପାଇଁ ପ୍ରତିଶ୍ରୁତିବଦ୍ଧ । ହନାୟା ନିସାର ଜଣେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତା ଯିଏ ବିଭିନ୍ନ ମାର୍ଶଲ ଆର୍ଟ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି । ସେ ଅନେକ ପୁରସ୍କାର ଜିତିଛନ୍ତି । ତାଙ୍କ ସଫଳତା ପାଇଁ ଗର୍ବିତ ।”   

“ଶୌର୍ଯ୍ୟଜିତ ରଞ୍ଜିତକୁମାର ଖୈରେ ୨୦୨୨ ଜାତୀୟ କ୍ରୀଡାରେ ସଫଳତା ପାଇଁ ବହୁ ପ୍ରଶଂସିତ । ମାଲଖମ୍ବ ପ୍ରତିଯୋଗିତାରେ ସେ ପ୍ରତିଭାର ଗନ୍ତାଘର ପାଲଟିଥାନ୍ତି । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ପାଇଁ ଶୁଭେଚ୍ଛା କାମନା କରୁଛି ।” 

“କୁମାରୀ କୋଲାଗାଟଲା ଆଲାନା ମୀନାକ୍ଷୀଙ୍କୁ ଭେଟନ୍ତୁ । ସେ ଜଣେ ବିଶିଷ୍ଟ ଚେସ ଖେଳାଳି ଓ ଏବେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତା । ଚେସରେ ତାଙ୍କ ସଫଳତାର ଝଲକ ବିଶ୍ୱ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ଦେଖିବାକୁ ମିଳିଛି । ତାଙ୍କ ସଫଳତା ନିଶ୍ଚିତ ଭାବେ ଚେସ ଖେଳାଳିମାନଙ୍କ ଆଗାମୀ ପୀଢିକୁ ପ୍ରେରିତ କରିବ ।” 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
PM Modi calls upon people to celebrate National Handloom Day by showcasing India's rich handloom heritage
August 06, 2026

The Prime Minister, Shri Narendra Modi, has called upon citizens to celebrate National Handloom Day on 7th August by promoting India's rich and diverse handloom traditions.

“Share your videos with your favourite handloom products, including GRWM videos on social media”, Shri Modi said.

Shri Modi posted on X;

Tomorrow, 7th August is National Handloom Day. Let’s make India’s handloom diversity popular.

Share your videos with your favourite handloom products, including GRWM videos on social media.

Don’t forget to use #NationalHandloomDay.