ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜଳ ଜୀବନ ମିଶନ ଅନ୍ତର୍ଗତ ୧୧ କୋଟି ଘରକୁ ପାଇପ ପାଣି ସଂଯୋଗ ସଫଳତାକୁ ପ୍ରଶଂସା କରିଛନ୍ତି । ଏହି ଉପକ୍ରମ ଦ୍ୱାରା ଲାଭାନ୍ୱିତ ସମସ୍ତ ହିତାଧିକାରୀ ତଥା ମିଶନକୁ ସଫଳ କରିବା ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କୁ ଶ୍ରୀ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବଡ ସଫଳତା, ଭାରତବାସୀଙ୍କୁ ‘ହର ଘର ଜଲ’ ସୁନିଶ୍ଚିତ କରିବା ପାଇଁ ତୃଣମୂଳ ସ୍ତରରେ ହୋଇଥିବା କାମର ସଂକେତ । ଏହି ଉପକ୍ରମ ଦ୍ୱାରା ଲାଭାନ୍ୱିତ ସମସ୍ତ ହିତାଧିକାରୀ ଓ ଏହି ମିଶନକୁ ସଫଳ କରିବା ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟରତ ସମସ୍ତଙ୍କୁ ଶୁଭେଚ୍ଛା ।”
A great feat, indicative of the ground covered to ensure ‘Har Ghar Jal’ to the people of India. Congratulations to all those who have benefitted from this initiative and compliments to those working on the ground to make this Mission a success. https://t.co/c7ACoXNot6
— Narendra Modi (@narendramodi) January 25, 2023


