ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶିକ୍ଷା ମନ୍ତ୍ରଣାଳୟଙ୍କ ଉପକ୍ରମ ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମରେ ରେକର୍ଡ ସଂଖ୍ୟାରେ ଲୋକଙ୍କ ଅଂଶଗ୍ରହଣକୁ ପ୍ରଶଂସା କରିଛନ୍ତି । 

ଭାରତର ଜି୨୦ ଅଧ୍ୟକ୍ଷତାର କେନ୍ଦ୍ର ବିନ୍ଦୁ ଭାବେ, ଶିକ୍ଷା ମନ୍ତ୍ରଣାଳୟ ସ୍ୱତନ୍ତ୍ର ଭାବେ ମିଶ୍ରିତ ଶିକ୍ଷା ବ୍ୟବସ୍ଥା ସନ୍ଦର୍ଭରେ “ପ୍ରାଥମିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସୁନିଶ୍ଚିତ କରିବା (ଏଫଏଲଏନ)” ବିଷୟବସ୍ତୁକୁ ପ୍ରୋତ୍ସାହିତ ଏବଂ ସମର୍ଥନ କରିବା ଉଦ୍ଦେଶ୍ୟରେ ଗତିବିଧି ଓ କାର୍ଯ୍ୟକ୍ରମ ଶୃଙ୍ଖଳା ଆୟୋଜନ କରୁଛନ୍ତି ।

ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଗୋଷ୍ଠୀ ସଦସ୍ୟଙ୍କ ସମେତ ୧.୫ କୋଟିରୁ ଅଧିକ ବ୍ୟକ୍ତି ଉତ୍ସାହପୂର୍ବକ ଏହି ଉପକ୍ରମରେ ଭାଗ ନେଇଛନ୍ତି । 

ଶିକ୍ଷା ମନ୍ତ୍ରଣାଳୟଙ୍କ ଏକ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଏହି ରେକର୍ଡ ଭାଗିଦାରୀରେ ରୋମାଞ୍ଚିତ । ଏହା ସମାବେଶୀ ଓ ଚିରସ୍ଥାୟୀ ଭବିଷ୍ୟତ ପ୍ରତି ଆମ ମିଳିତ ଦୃଷ୍ଟିକୋଣକୁ ସୁଦୃଢ କରୁଛି । ଏଥିରେ ଭାଗ ନେଇ ଭାରତର ଜି୨୦ ଅଧ୍ୟକ୍ଷତାକୁ ମଜବୁତ କରିଥିବା ବ୍ୟକ୍ତିମାନଙ୍କୁ ଧନ୍ୟବାଦ ।”  

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi