ରାଜସ୍ଥାନର ଡାଉସାଠାରେ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା’କୁ ‘ଗୋଦ୍ ଭରାଇ’ ଉତ୍ସବ ଭାବେ ପାଳନ କରିବା ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
ରାଜସ୍ଥାନର ଡାଉସା ସାଂସଦ ଶ୍ରୀମତୀ ଯଶକୌର ମୀନା ଏକାଧିକ ଟୁଇଟ କରି ସୂଚନା ଦେଇଥିଲେ ଯେ, ରାଜସ୍ଥାନର ଡାଉସାଠାରେ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା’କୁ ‘ଗୋଦ୍ ଭରାଇ’ ଉତ୍ସବ ଭାବେ ପାଳନ କରନ୍ତି । ଏଥିରେ ସମସ୍ତ ଗର୍ଭବତୀ ମହିଳା ଏକାଠି ହୁଅନ୍ତି ଏବଂ ସେମାନଙ୍କ ପିଲା ପାଇଁ ‘ପୋଷଣ କିଟ୍’ ଦିଆଯାଇଥାଏ ।
ସେ ଆହୁରି ସୂଚନା ଦେଇଛନ୍ତି ଯେ, ଏହି ଯୋଜନାରେ କେବଳ ରାଜସ୍ଥାନରେ ୨୦୨୨-୨୩ରେ ପ୍ରାୟ ୩.୫ ଲକ୍ଷ ମହିଳା ଉପକୃତ ହୋଇଛନ୍ତି ।
ଡାଉସା ସାଂସଦଙ୍କ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ଡାଉସାର ଏହି ଅଭିନବ ପଦକ୍ଷେପ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା’କୁ ନୂଆ ଶକ୍ତି ଯୋଗାଇବ । ଏଥିରେ ମା’ଙ୍କ ସହ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ମଧ୍ୟ ସୁନିଶ୍ଚିତ ହେଉଛି’ ।
दौसा की यह अनूठी पहल प्रधानमंत्री मातृ वंदना योजना को नई ऊर्जा देने वाली है। इससे माताओं के साथ-साथ शिशुओं की स्वास्थ्य सुरक्षा भी सुनिश्चित हो रही है। https://t.co/A6uxbh7o60
— Narendra Modi (@narendramodi) June 12, 2023


