ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଆଟ ହୋମ କାର୍ଯ୍ୟକ୍ରମରେ 1730ଜଣ ଆଦିବାସୀ ଅତିଥି, ଏନସିସି କ୍ୟାଡେଟ, ଏନଏସଏସ ସ୍ୱେଚ୍ଛାସେବୀ ଏବଂ ପ୍ରଜ୍ଞାପନ କଳାକାରଙ୍କ ସହ ଭାବବିନିମୟ କରିଛନ୍ତି । ଏମାନେ ଜାତୀୟ ରାଜଧାନୀଠାରେ 71ତମ ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶନ କରିବେ ।

ଉତ୍ସାହୀ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ସାଧାରଣତନ୍ତ୍ର ଦିବସ ପରେଡରେ ଏକ କ୍ଷୁଦ୍ର ଭାରତକୁ ପ୍ରଦର୍ଶିତ କରିବେ । ପରେଡ ପ୍ରଦର୍ଶନ ସମୟରେ ସାରା ବିଶ୍ୱ ଭାରତର ବିଶେଷତ୍ୱ ଦେଖିବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ କେବଳ ଏକ ଭୌଗଳିକ ଓ ଜନସାଂଖିକ ଅସ୍ଥିତ୍ୱ ନୁହେଁ । ଭାରତ ଏକ ଜୀବନଧାରା ।

ଏକ ଭାରତ, ଶ୍ରେଷ୍ଠ ଭାରତ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ କେବଳ 130 କୋଟି ଲୋକଙ୍କ ବାସସ୍ଥଳୀ ନୁହେଁ ବରଂ ଗୌରବଶାଳୀ ପରମ୍ପରା ଥିବା ଏକ ରାଷ୍ଟ୍ର, ଏହା ସମସ୍ତେ ମନେ ରଖିବା ଆବଶ୍ୟକ ।

ସେ କହିଥିଲେ ଯେ ଭାରତ ଏକ ଜୀବନଧାରା, ଏକ ବିଚାର, ବିବିଧ ଦର୍ଶନର ଏକ ସଂଗମ ଏବଂ ଏକ ସମୃଦ୍ଧ ଜାଗତିକ ତଥା ସାର୍ବଜନୀନ ପରିଦୃଶ୍ୟ ପାଇଁ ଏକ ରୂପକ । ସେ କହିଥିଲେ, “ଭାରତର ଅର୍ଥ ଏକ ଜାଗତିକ ପରିବାର, ସମସ୍ତ ଧର୍ମ ପାଇଁ ସମଭାବ, ସତ୍ୟର ବିଜୟ, ଗୋଟିଏ ସତ୍ୟକୁ ବିଭିନ୍ନ ମାର୍ଗରେ ବୁଝୁଥିବା ଏକ ବିଚାର, ପ୍ରତ୍ୟେକଙ୍କ କଲ୍ୟାଣରେ ବିଶ୍ୱାସ, ସୁବର୍ଣ୍ଣ ଠାରୁ ମାତୃଭୂମିକୁ ମୂଲ୍ୟବାନ ମନେ କରୁଥିବା ଏକ ବିଶ୍ୱାସ, ଏକରୂପତା ନୁହେଁ ଏକତାରେ ବିଶ୍ୱାସ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଶକ୍ତି ହେଉଛି ଏହାର ଭୌଗଳିକ ଏବଂ ସାମାଜିକ ବିବିଧତା । ସେ ଭାରତକୁ ଏକ ଫୁଲ ମାଳ ସହ ତୁଳନା କରିଥିଲେ ଯେଉଁଥିରେ ବିଭିନ୍ନ ରଙ୍ଗର ଫୁଲ ଭାରତୀୟତାର ଗୋଟିଏ ସୂତାରେ ଗୁନ୍ଥି ହୋଇଛନ୍ତି । ସେ କହିଥିଲେ, ଭାରତ ଏକରୂପତାରେ ନୁହେଁ ଏକତାରେ ବିଶ୍ୱାସ କରିଥାଏ । ଶ୍ରୀ ମୋଦୀ କହିଥିଲେ ଯେ ଏହି ଏକତାର ବନ୍ଧନକୁ ସୁଦୃଢ଼ କରିବା ଏବଂ ସୁରକ୍ଷିତ ରଖିବା ଲାଗି ଆମେ ନିରନ୍ତର ପ୍ରୟାସ ଓ କଠିନ ଶ୍ରମ କରିବା ଆବଶ୍ୟକ । ସେ କହିଥିଲେ ଯେ, ନୂତନ ଭାରତ ପ୍ରଗତି କରିବା ସହିତ କେହି ଜଣେ ଏବଂ କୌଣସି ଗୋଟିଏ ଅଂଚଳ ଯେପରି ପଛରେ ପଡ଼ିନଯାଏ ସେଥିପ୍ରତି ଆମେ ନଜର ରଖିବା ଉଚିତ । ମୌଳିକ କର୍ତ୍ତବ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ମୌଳିକ କର୍ତ୍ତବ୍ୟ ପ୍ରତି ଗୁରୁତ୍ୱ ଦେବାର ସମୟ ଏବେ ଆସିଯାଇଛି । ଯଦି ଆମେ ଆମର କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରିବା ତା’ହେଲେ ଆମର ଅଧିକାର ପାଇଁ ଆମକୁ ଆଉ ସଂଘର୍ଷ କରିବାର ଆବଶ୍ୟକତା ରହିବ ନାହିଁ ।

ଆଦିବାସୀ ଅତିଥି, ଏନସିସି କ୍ୟାଡେଟ, ଏନଏସଏସ ସ୍ୱେଚ୍ଛାସେବୀ ଓ ପ୍ରଜ୍ଞାପନ କଳାକାରଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଉପଭୋଗ କରିଥିଲେ ।

 

 

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India accelerates ‘semiconductor drive’ with Rs 1.64 lakh crore investment plan

Media Coverage

India accelerates ‘semiconductor drive’ with Rs 1.64 lakh crore investment plan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari