ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ “ଦୀପାବଳୀ ମିଳନ” ଅବସରରେ ପିଏମଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ସେ ସମସ୍ତଙ୍କୁ ଦୀପାବଳୀର ଶୁଭେଚ୍ଛା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ମହାମାରୀ ବିରୋଧରେ ଦେଶର ଲଢେଇ ବିଷୟରେ ଆଲୋଚନା କରିଥିଲେ । ଏକ ଅଦୃଶ୍ୟ ଶତ୍ରୁ ସହିତ ଲଢିବାରେ ଦେଶ କିପରି ଏକଜୁଟ ଏବଂ ଭାଇଚାରା ପ୍ରଦର୍ଶନ କରିଛି ତାହା ସେ ଦର୍ଶାଇଛନ୍ତି । ମହାମାରୀର ଫଳ ସ୍ୱରୂପ ସମାଜ ତଥା ଶାସନରେ ଆସିଥିବା ସକରାତ୍ମକ ପରିବର୍ତ୍ତନ ବିଷୟରେ ସେ ମଧ୍ୟ ଆଲୋଚନା କରି କହିଛନ୍ତି ଯେ ଏହି ପରିବର୍ତ୍ତନଗୁଡିକ ସମାଜକୁ ଅଧିକ ସୁଦୃଢ କରିପାରିଛି ।

ଲୋକ, ପ୍ରକ୍ରିୟା ଏବଂ ଅନୁଷ୍ଠାନ ମଧ୍ୟରେ ଅନ୍ତର୍ନିହିତ ସମ୍ଭାବନାକୁ ହୃଦୟଙ୍ଗମ କରିବା ପାଇଁ କେତେ କଷ୍ଟଦାୟକ ସମୟ ପ୍ରଧାନମନ୍ତ୍ରୀ ତାହା ଦର୍ଶାଇଛନ୍ତି । ସେ ଏହି ଆବେଗରୁ ପ୍ରେରଣା ପାଇବାକୁ ପିଏମ୍‍ଓ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ ।

୨୦୪୭ ଏବଂ ତା'ଠାରୁ ଅଧିକ ସମୟ ପାଇଁ ଦେଶ ସକାଶେ ଏକ ଦୃଢ ଭିତ୍ତିପ୍ରସ୍ତର ପକାଇବା ଦିଗରେ ଏହି ଦଶନ୍ଧିର ମହତ୍ୱକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପିଏମ୍‍ଓ ରେ ଆମ ସମସ୍ତେ ମିଳିତ ଭାବରେ ଆମର ପୂର୍ଣ୍ଣ ସାମର୍ଥ୍ୟ ସହିତ କାର୍ଯ୍ୟ କରିବା ଏବଂ ଦେଶକୁ ଅଧିକ ସଫଳତା ହାସଲ କରିବାରେ ସାହାଯ୍ୟ କରିବା ଆବଶ୍ୟକ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi