“Hackathon is a learning opportunity for me too and I eagerly look forward to it”
“India of 21st century is moving forward with the mantra of ‘Jai Jawan, Jai Kisan, Jai Vigyan and Jai Anusandhan’”
“Today we are at a turning point in time, where every effort of ours will strengthen the foundation of the India of the next thousand years”
“The world is confident that in India it will find low-cost, quality, sustainable and scalable solutions to global challenges”
“Understand the uniqueness of the current time as many factors have come together”
“Our Chandrayaan mission has increased the expectations of the world manifold”
“Through Smart India Hackathon, the youth power of the country is extracting the Amrit of solutions for developed India”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ମାର୍ଟ ଇଣ୍ଡିଆ ହକାଥନ-୨୦୨୩ର ଭବ୍ୟ ସମାରୋହରେ ଯୋଗଦେଇ ଏଥିରେ ଅଂଶଗ୍ରହଣକାରୀଙ୍କ ସହିତ ଆଭାସୀ ମାଧ୍ୟମରେ କଥାବାର୍ତ୍ତା କରି ସେମାନଙ୍କୁ (୧୯-୧୨-୨୦୨୩) ଦିନ ସମ୍ବୋଧିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ମହୀଶୂରୁସ୍ଥିତ ଜାତୀୟ ଯାନ୍ତ୍ରିକ ପ୍ରତିଷ୍ଠାନର ଶ୍ରୀ ସୈକେତ ଦାସ ଓ ପ୍ରତୀକ ଶାହାଙ୍କ ସହ ବାର୍ତ୍ତାଳାପ କରିଥିଲେ । ସେମାନେ ପରିବହନ ରଣନୀତିକ ବ୍ୟବସ୍ଥା ବିଷୟ ଉପରେ କାର୍ଯ୍ୟ କରୁଛନ୍ତି । ସେମାନେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ରେଳବାଇ ପ୍ରଗତି ଉପରେ ଏକ ଆଇଓଟି ପଦ୍ଧତି ତିଆରି କରୁଛନ୍ତି । ପ୍ରଧାନମନ୍ତ୍ରୀ ସେମାନଙ୍କୁ କହିଥିଲେ ଯେ ହକାଥନ ମଧ୍ୟ ତାଙ୍କ ନିମନ୍ତେ ଶିଖିବାର ସୁଯୋଗ ଓ ସେ ଏହାକୁ ଉତ୍ସୁକତାର ସହ ଅନାଇ ବସିବା ସହ ଏହାର ଅଂଶଗ୍ରହଣକାରୀ ମାନଙ୍କ ସହ କଥାବାର୍ତ୍ତା କରିବା ପାଇଁ ବ୍ୟଗ୍ର । ଅଂଶଗ୍ରହଣକାରୀ ମାନଙ୍କ ମୁହଁର ସକାରାତ୍ମକତା ଓ ଦୁର୍ବଳତା ଦେଖି ପ୍ରଧାନମନ୍ତ୍ରୀ ସେମାନଙ୍କ ଉତ୍ସାହ, ଇଚ୍ଛାଶକ୍ତି ଓ ଦେଶ ଗଠନ ପାଇଁ ଆଶା ଆକାଂକ୍ଷା ଭାରତୀୟ ଯୁବାଶକ୍ତିର ପରିଚୟ ପାଲଟିଛି ବୋଲି କହିଥିଲେ । ଦଳରେ ବଂଲାଦେଶର ଅଂଶଗ୍ରହଣକାରୀ ମଧ୍ୟ ଅଛନ୍ତି । ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ସେମାନେ ରେଳବାଇ ୱାଗନରେ କୋଇଲାର ସ୍ୱଳ୍ପ ଓ ଅଧିକ ବୋଝେଇ ସମସ୍ୟାର ଅନୁଧ୍ୟାନ କରୁଛନ୍ତି । ଯେଉଁଥିପାଇଁ କ୍ଷତି ସହ ଜରିମାନା ମଧ୍ୟ ପଡୁଛି । ସେମାନେ ସେଥିପାଇଁ ଆଇଓଟି ଓ କୃତ୍ରିମ ମେଧାଯୁକ୍ତ ବୈଷୟିକ ଜ୍ଞାନର ଉପଯୋଗ କରୁଛନ୍ତି । ଏହି ଦଳରେ ବାଂଲାଦେଶ ଓ ଭାରତରୁ ତିନିଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ଅବସ୍ଥାନ୍ତର ପର୍ଯ୍ୟାୟ ଦେଇ ଗତି କରୁଥିବା ଭାରତୀୟ ରେଳବାଇ ସେମାନଙ୍କ ଉଦ୍ୟମ ଯୋଗୁ ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ରଣନୀତି ହିଁ ମୁଖ୍ୟ ଓ ଅନେକ ବାଂଲାଦେଶୀ ବିଦ୍ୟାର୍ଥୀ ଭବିଷ୍ୟତରେ ଭାରତ ଆସି ଏହି କାର୍ଯ୍ୟରେ ସାମିଲ ହେଲେ ଏଭଳି ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଅନେକ ସୁଯୋଗ ଆଣିଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ସୁଶ୍ରୀ ହର୍ଷିତା ତିୱାରୀ ଏସ ଓ ଜେଠୱା ଜୟ ପି ଗୁଜରାଟ ବୈଷୟିକ ବିଶ୍ୱବିଦ୍ୟାଳୟ, ଅହମ୍ମଦାବାଦ ପକ୍ଷରୁ ଇସ୍ରୋର ଚନ୍ଦ୍ରଯାନ ଉପରେ ଥିବା ପ୍ରକଳ୍ପକୁ ନେଇ କାର୍ଯ୍ୟ କରୁଛନ୍ତି । ସେମାନେ ଇସ୍ରୋ ଚନ୍ଦ୍ରଯାନ ମଧ୍ୟମ ନିର୍ଦ୍ଧାରିତ ଚିତ୍ରଗୁଡ଼ିକୁ ଅତିବୃହତ ଛବିରେ ରୂପାନ୍ତରିତ କରିବା ନେଇ କୃତ୍ରିମ ବୁଦ୍ଧିମତା ବଳରେ ଏହାର ପୂର୍ଣ୍ଣାଙ୍ଗ ମାନଚିତ୍ର ତିଆରି କରିବେ । ଫଳରେ ଭବିଷ୍ୟତର ଅଭିଯାନ କାଳରେ ଏହି ପ୍ରକଳ୍ପ ଯୋଗୁ ଚନ୍ଦ୍ରରେ ନିରାପଦ ଅବତରଣ ଓ ଯାତ୍ରାଗତ ସୁବିଧା ହୋଇପାରିବ । ଚନ୍ଦ୍ରଯାନ-୩ର ସଫଳତା ପରେ ବିଦେଶୀ ରାଷ୍ଟ୍ରଗୁଡ଼ିକର ଭାରତ ପ୍ରତି ମନୋଭାବରେ ପରିବର୍ତ୍ତନ ହେବା ସହ ଆଶାର ଆଲୋକ ସୃଷ୍ଟି ହୋଇଛି । ବର୍ତ୍ତମାନ ହେଉଛି ମହାକାଶ କ୍ଷେତ୍ରରେ ଭାରତୀୟ ଯୁବାଗୋଷ୍ଠୀର ଅବଦାନ ପାଇଁ ପ୍ରକୃଷ୍ଟ ସମୟ । କାରଣ ମହାକାଶ କ୍ଷେତ୍ର ମଧ୍ୟ ଆମ ଦେଶରେ ବର୍ତ୍ତମାନ ଘରୋଇ କ୍ଷେତ୍ର ନିମନ୍ତେ ମଧ୍ୟ ଖୋଲାଯାଇଛି । ଇସ୍ରୋ ମଧ୍ୟ ନୂତନ ଷ୍ଟାର୍ଟଅପ ପାଇଁ ସୁବିଧାମାନ ସୃଷ୍ଟି କରୁଥିବାରୁ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ସ୍ଥିତ ଆଇଏନ-ସ୍ପେସ୍ ମୁଖ୍ୟାଳୟ ସହିତ ସମ୍ପର୍କ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିଲେ ।

ଓଡ଼ିଶାର ସମ୍ବଲପୁରସ୍ଥିତ ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଅଙ୍କିତ କୁମାର ଓ ସୟଦ୍ ସିଦ୍ଦିକୀ ହୁସେନ ଶିଶୁମାନଙ୍କ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ମୁକ୍ତ ନୋବନ୍ମେଷ ଉପରେ କାର୍ଯ୍ୟ କରୁଛନ୍ତି । ସେମାନେ ବାହାର କରୁଥିବା ରେଟିଂ ଦ୍ୱାରା ପିତାମାତା ଓ ମେଡିକାଲ ବୃତ୍ତିଧାରୀମାନେ ଆଗରୁ ସତର୍କ କରାଇପାରିବେ । ପ୍ରଧାନମନ୍ତ୍ରୀଙ୍କ ଜିଜ୍ଞାସା ଯୋଗୁ ଦଳର ଜଣେ ମହିଳା ସଦସ୍ୟ ପ୍ରଧାନମନ୍ତ୍ରୀଙ୍କୁ ପ୍ରକଳ୍ପ ସମ୍ପର୍କରେ ଜଣାଇଥିଲେ । ଏଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କାର୍ଯ୍ୟ କରୁଥିବାରୁ ଦଳକୁ ଅଭିନନ୍ଦନ ଜଶାଇ ପ୍ରଧାନମନ୍ତ୍ରୀ ଯୁବା ଜନସଂଖ୍ୟା ଉପରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର କଥା କହିବା ସହ ଏ ଦିଗରେ ଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକାର ଅବତାରଣା କରିଥିଲେ । ସେ ସେମାନଙ୍କୁ ମାଇଁ ଇଣ୍ଡିଆ ପୋର୍ଟାଲ ସମ୍ପର୍କରେ ମଧ୍ୟ କହିଥିଲେ । ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରକଳ୍ପର ନିର୍ଯାସକୁ ଅନୁଷ୍ଠାନରେ ପ୍ରୟୋଗ କରି ସମସ୍ୟା ସମାଧାନର ପନ୍ଥା ବାହାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । “ବିକଶିତ ଭାରତ ପାଇଁ ମାନସିକ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ” ବୋଲି କହିବା ସହ ସେମାନଙ୍କୁ ମାଇଁ ଇଣ୍ଡିଆ ସମ୍ପର୍କରେ ମଧ୍ୟ କହିଥିଲେ ।

ଆସାମ ଗୌହାଟୀର ରୟାଲ ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ସୁଶ୍ରୀ ରେଶମା ମାସ୍ତୁଥା କୃତ୍ରିମ ମେଧା ମାଧ୍ୟମ ଭାଷିନୀ ଦେଇ ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତା ବିନିମୟ କରିଥିଲେ । ଭାଷିନୀ ଆପ୍ ମାଧ୍ୟମ ପ୍ରକୃତ ଅନୁବାଦ ଯାହା କାର୍ଯ୍ୟକ୍ରମ କାଳରେ ହିଁ ହୋଇଥାଏ । ଦକ୍ଷିଣ ଭାରତ ସୁଶ୍ରୀ ରେଶମା ଓ ତାଙ୍କ ଦଳ ପ୍ରକୃତପକ୍ଷେ ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରତିନିଧି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତାଙ୍କ ଦଳ କୃତ୍ରିମ ମେଧା ପରିପାଟୀ ଜଳଶକ୍ତି ପ୍ଲାଣ୍ଟ ୱେବ ପ୍ରୟୋଗ ଦ୍ୱାରା କରିଛନ୍ତି । ଫଳତଃ ଦେଶ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳ ନ ହୋଇ ଦେଶକୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିପାରିବ । କୃତ୍ରିମ ମେଧାକୁ ଶକ୍ତିକ୍ଷେତ୍ର ସହ ସଂଯୋଗ କରିବା ଉଭୟ ବିକଶିତ ଭାରତ ନିମନ୍ତେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶକ୍ତି ଉତ୍ପାଦନ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଶକ୍ତି ଉତ୍ପାଦନ ଓ ସରବରାହ କ୍ଷେତ୍ରରେ କୃତ୍ରିମ ମେଧାର ପ୍ରୟୋଗ ଓ ଶକ୍ତି ଖର୍ଚ୍ଚର ନିରୀକ୍ଷଣ ସାମର୍ଥ୍ୟ ବିକାଶ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ଗତ ଦିନରେ ଦେଶର ସବୁ ଗ୍ରାମକୁ ବିଜୁଳି ଯୋଗାଣ ନେଇ ସରକାରଙ୍କ ସଫଳତା ଉପରେ ଆଲୋକପାତ କରି ସରକାର କୃଷି କ୍ଷେତ୍ରରେ ଛୋଟକାଟିଆ ସୌର ଶକ୍ତି ପ୍ଲାଣ୍ଟ ଓ ଛାତ ଉପରେ ସହରରେ ସୌରଶକ୍ତି ପ୍ଲାଣ୍ଟ ସ୍ଥାପନ ଦିଗରେ କୃତ୍ରିମ ମେଧାର ଉପଯୋଗ ନିମନ୍ତେ ପ୍ରସ୍ତାବ ସେବା ସହ ଉତ୍ତର ପୂର୍ବାଞ୍ଚଳ ବୁଲିବା ପାଇଁ ମଧ୍ୟ ସେମାନଙ୍କୁ ଅନୁରୋଧ କରିଥିଲେ ।

 

ଉତ୍ତର ପ୍ରଦେଶର ନୋଏଡ଼ାସ୍ଥିତ ଯାନ୍ତ୍ରିକ ଓ ବୈଷୟିକ ପ୍ରତିଷ୍ଠାନର ଶ୍ରୀ ଋଷଭ ଏସ. ବିଶ୍ୱାମିତ୍ର ଏନଟିଆରଓ ପକ୍ଷରୁ ବ୍ଲକଚେନ ଓ ସାଇବର ସୁରକ୍ଷା କାର୍ଯ୍ୟ କରୁଛନ୍ତି । ଆର୍ଥିକ ଗୁପ୍ତ ତଥ୍ୟ ତସ୍କରୀ କରୁଥିବା ବ୍ୟକ୍ତିଙ୍କ କବଳରୁ ସୁରକ୍ଷା କୃତ୍ରିମ ମେଧା ଜରିଆରେ ସମାଧାନ ପନ୍ଥା ନିର୍ଦ୍ଧାରଣ ପାଇଁ ସେ କାର୍ଯ୍ୟ କରୁଛନ୍ତି । ନୂତନ ବୈଷୟିକଜ୍ଞାନ ଉଦଭବ କାଳରେ ସାଇବର ଅପରାଧ ପ୍ରତି ସତର୍କ ରହିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରିଥିଲେ । ଯେକୌଣସି କମ୍ପୁ୍ୟଟର ଫଟୋ ଓ ଭିଡିଓ ନେଇ ସତର୍କ ରହିବାକୁ ସେ ପରାମର୍ଶ ଦେଇଥିଲେ ।

ସମବେତ ଅଂଶଗ୍ରହଣକାରୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଦେଶର ସମସ୍ୟା ସମାଧାନ କ୍ଷେତ୍ରରେ ଯୁବାଗୋଷ୍ଠୀର ଉତ୍ସର୍ଗୀକୃତ ମନୋଭାବ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ପୂର୍ବ ହକାଥନର ସଫଳତାକୁ ସେ ଦୋହରାଇଲେ । ପୂର୍ବ ହକାଥନରେ ଷ୍ଟାର୍ଟଅପ ଓ ସମାଧାନ ଯାହା ବାହାରିଥିଲା ତାହା ଉଭୟ ସରକାର ଓ ସମାଜକୁ ସାହାଯ୍ୟ କରୁଛି ବୋଲି କହିଥିଲେ ।

ଏକବିଂଶ ଶତାବ୍ଦୀର ମନ୍ତ୍ର ଜୟ ଯବାନ, ଜୟ କିଶାନ, ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନର ସ୍ମୃତିଚାରଣ କରି ଶ୍ରୀ ମୋଦୀ ପ୍ରତ୍ୟେକ ଭାରତୀୟ ଜଡ଼ତାର ସ୍ଥିତାବସ୍ଥାକୁ ଦୋହଲାଇ ଦେଇଛନ୍ତି ବୋଲି କହିଥିଲେ । ଭାରତର ବୈଶ୍ୱିକ ଅର୍ଥ ବ୍ୟବସ୍ଥା ତୃତୀୟ ସ୍ଥାନକୁ ଉନ୍ନୀତ ହେବା ନେଇ ଶ୍ରୀ ମୋଦୀ ଭାରତର ୟୁପିଆଇ, ବୈଶ୍ୱିକ ମହାମାରୀ କାଳରେ ଟୀକାର ସଫଳତା ବିଷୟରେ ପ୍ରକାଶ କରିଥିଲେ ।

ଯୁବ ନବୋନେଷ୍ମକାରୀ ଓ ଡୋମେନ ବିଶାରଦମାନଙ୍କୁ ଉଦବୋଧନ ଦେଇ ଶ୍ରୀ ମୋଦୀ କହିଥିଲେ ଯେ ବର୍ତ୍ତମାନର ଗୁରୁତ୍ୱ ଏଇଥିପାଇଁ ରହିଛି ଯେ ଏହା ଆଗାମୀ ହଜାରେ ବର୍ଷର ଗତିକୁ ସ୍ଥିର କରିବ । ପ୍ରଧାନମନ୍ତ୍ରୀ ସେମାନଙ୍କୁ ବର୍ତ୍ତମାନ ସମୟର ଅନନ୍ୟତାକୁ ବୁଝିବାକୁ ପରାମର୍ଶ ଦେଇଥିଲେ । ଯେତେବେଳେ ଅନେକ ବିଷୟ ଏକାଠି ହୁଏ ଯେପରିକି ଭାରତ ବିଶ୍ୱରେ ଏକ ତରୁଣ ଦେଶ, ଏହାର ମେଧାଶକ୍ତି, ସ୍ଥିର ଓ ମଜଭୁତ ସରକାର, ପ୍ରାଚୁର୍ଯ୍ୟପୂର୍ଣ୍ଣ ଅର୍ଥନୀତି ଓ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ ଉପରେ ଗୁରୁତ୍ୱ ଏହାର କାରଣ ବୋଲି କହିଥିଲେ ।

“ବୈଷୟିକ ଜ୍ଞାନ ଆଜି ଆମ ଜୀବନର ବିରାଟ ଅଂଶ ପାଲଟିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଯେତେବେଳେ କେହି ନୂତନ ଜ୍ଞାନ ଉପଯୋଗ କରିବ ସେତେବେଳେ ଏହାର ନବୋନ୍ମେଷ ଘଟିବ ଓ ଏ ଦିଗରେ ଯୁବ ନବୋନ୍ମେଷକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଅମୃତ କାଳରେ ଆଗାମୀ ୨୫ ବର୍ଷ ଯୁବ ନବୋନ୍ମେଷକାରୀଙ୍କର ହେବ । ଏଥିପାଇଁ ସମସ୍ତଙ୍କ ଲକ୍ଷ୍ୟ ଆତ୍ମନିର୍ଭର ଭାରତ ଓ କାହା ଉପରେ ନିର୍ଭର ନ କରି ଓ ଆମଦାନୀ ନ କରିବାର ଲକ୍ଷ୍ୟ ହେବା ଦରକାର ।

 

ପ୍ରତିରକ୍ଷା କ୍ଷେତ୍ରର ଉଦାହରଣ ଦେଇ ସେ କହିଥିଲେ ଯେ ଭାରତ ବାଧ୍ୟ ହୋଇ କେତେକ ପ୍ରତିରକ୍ଷା ପ୍ରଯୁକ୍ତି ଆମଦାନୀ କରୁଛି । ପ୍ରତିରକ୍ଷା କ୍ଷେତ୍ର ସହ ସେମି କଣ୍ଡକ୍ଟର ଓ ଚିପ୍ ପ୍ରଯୁକ୍ତିରେ ମଧ୍ୟ ଆତ୍ମନିର୍ଭରଶୀଳତାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ କ୍ୱାଣ୍ଟମ ପ୍ରଯୁକ୍ତି ଓ ଉଦଯାନ ଶକ୍ତି କ୍ଷେତ୍ରରେ ଭାରତର ଉଚ୍ଚାକାଂକ୍ଷା ଉପରେ କହିଥିଲେ । ଏକବିଂଶ ଶତାବ୍ଦୀ ନିମନ୍ତେ ଏକ ଆଧୁନିକ ସକାରାତ୍ମକ ବାତାବରଣ ସୃଷ୍ଟି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ଓ ଏହାର ସଫଳତା ଯୁବାଗୋଷ୍ଠୀ ଉପରେ ନିର୍ଭର କରୁଛି ବୋଲି ଶ୍ରୀ ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଯୁବ ନବୋନ୍ମେଷକାରୀ ମାନଙ୍କୁ କହିଥିଲେ ଯେ “ବିଶ୍ୱର ବିଶ୍ୱାସ ରହିଛି ଯେ ସେମାନେ ବୈଶ୍ୱିକ ଆହ୍ୱାନର ସମାଧାନ ନିମନ୍ତେ ଭାରତର ସ୍ୱଳ୍ପମୂଲ୍ୟ, ଗୁଣାତ୍ମକ, ସ୍ଥାୟୀ ଓ ନିରନ୍ତର ସମାଧାନର ସୂତ୍ର ପାଇପାରିବେ” । ଆମର ଚନ୍ଦ୍ରଯାନ ଅଭିଯାନ ବିଶ୍ୱର ବିଶ୍ୱାସକୁ ବହୁଗୁଣିତ କରିଛି । ସେ ଦୃଷ୍ଟିରୁ ସେମାନେ ନବୋନ୍ମେଷ ପ୍ରତି ଯତ୍ନବାନ ହେବା ଆବଶ୍ୟକ । ସ୍ମାର୍ଟ ଇଣ୍ଡିଆ ହକାଥନର ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସ୍ମାର୍ଟ ଇଣ୍ଡିଆ ହକାଥନର ଲକ୍ଷ୍ୟ ହେଉଛି ଦେଶର ସମସ୍ୟାର ସମାଧାନ ଓ ସମାଧାନ ଜରିଆରେ ଦେଶର ଯୁବାଶକ୍ତି ଏକ ବିକଶିତ ଭାରତ ନିମନ୍ତେ ସମାଧାନର ଅମୃତ ଆହରଣ କରୁଛନ୍ତି ।” ଦେଶର ଯୁବାଶକ୍ତି ଉପରେ ଆସ୍ଥା ପ୍ରକଟ କରି ପ୍ରଧାନମନ୍ତ୍ରୀ ବିକଶିତ ଭାରତର ସଂକଳ୍ପକୁ ମନରେ ରଖି ସମସ୍ୟାର ସମାଧାନ ନିମନ୍ତେ କହିଥିଲେ । “ଆପଣମାନେ ଯାହା କରିବେ, ତାହା ସର୍ବଶ୍ରେଷ୍ଠ ହେଉ । ଆପଣମାନେ ଏପରି କାର୍ଯ୍ୟ କରିବେ ଯାହା ଫଳରେ ବିଶ୍ୱ ଆପଣମାନଙ୍କୁ ଅନୁସରଣ କରିବ” କହି ଶ୍ରୀ ମୋଦୀ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଭାସୀ ମାଧ୍ୟମରେ ଏଥିରେ ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି-

ପ୍ରଧାନମନ୍ତ୍ରୀଙ୍କ ଯୁବ ନେତୃତ୍ୱ ଦୂରଦୃଷ୍ଟି ଜନିତ ବିକାଶକୁ ଆଖି ଆଗରେ ରଖି ସ୍ମାର୍ଟ ଇଣ୍ଡିଆ ହକାଥନ (ଏସଆଇଏଚ) ଏକ ଦେଶବ୍ୟାପୀ ପଦକ୍ଷେପ ନିଆଯାଇଛି । ଏଥିରେ ଛାତ୍ରଛାତ୍ରୀମାନେ ସରକାର, ଶିଳ୍ପାନୁଷ୍ଠାନ ଓ ଅନ୍ୟାନ୍ୟ ସଂଗଠନଗୁଡ଼ିକର ସମସ୍ୟାର ସମାଧାନ ସୂତ୍ର ବାହାର କରିବା ପାଇଁ ଏକ ମଞ୍ଚ ପାଇଥାନ୍ତି । ୨୦୧୭ ମସିହାରେ ଆରମ୍ଭ ହୋଇଥିବା ସ୍ମାର୍ଟ ଇଣ୍ଡିଆ ହକାଥନ ଯୁବ ନବୋନ୍ମେଷକାରୀଙ୍କ ମଧ୍ୟରେ ପ୍ରବଳ ଲୋକପ୍ରିୟତା ହାସଲ କରିଛି। ଶେଷ ପାଞ୍ଚଟି ସଂସ୍କରଣରେ ନବୋନ୍ମେଷ ଜନିତ ସମାଧାନ ବିଭିନ୍ନ ଡୋମେନ ଜରିଆରେ ହୋଇ ପ୍ରତିଷ୍ଠିତ ଷ୍ଟାର୍ଟଅପ୍ ରୂପ ନେଇଛି ।

ଚଳିତବର୍ଷ ଭବ୍ୟ ଏସଆଇଏଚ ସମାରୋହ ଡିସେମ୍ବର ୧୯ରୁ ୨୩ ମଧ୍ୟରେ ଅନୁଷ୍ଠିତ ହେଉଛି । ଏସଆଇଏଚ-୨୦୨୩ରେ ୪୪,୦୦୦ ଦଳ ଠାରୁ ୫୦ ହଜାର ବିଷୟ ଗ୍ରହଣ କରାଯାଇଥିଲା ଯାହା ଏହା ପ୍ରଥମ ସଂସ୍କରଣ ତୁଳନାରେ ସାତଗୁଣ ଅଧିକ । ୧୨ ହଜାର ଅଂଶଗ୍ରହଣକାରୀ ଓ ୨୫୦୦ ପୃଷ୍ଠପୋଷକ ଏଥିରେ ଯୋଗ ଦେଇଥିବା ବେଳେ ୪୮ଟି ନୋଡାଲ କେନ୍ଦ୍ରରେ ଦେଶବ୍ୟାପୀ ଏହା ଆୟୋଜିତ ହେଉଛି । ୧୨୮୨ଟି ଦଳକୁ ଏଥର ବଛାଯାଇଥିବା ବେଳେ ମହାକାଶ ପ୍ରଯୁକ୍ତି, ସ୍ମାର୍ଟ ଶିକ୍ଷା, ବିପର୍ଯ୍ୟୟ ପରିଚାଳନା, ରୋବୋଟିକ୍ସ ଓ ଡ୍ରୋନ୍, ଐତିହ୍ୟ ଓ ସଂସ୍କୃତି ଇତ୍ୟାଦି ବିଷୟ ଏଥିରେ ରଖିଛି ।

୧୭୬ ସଫ୍ଟୱେର ଓ ୫୫ ହାର୍ଡୱେର ସମେତ ଅଂଶଗ୍ରହଣକାରୀ ଦଳମାନେ ୨୩୧ ସମସ୍ୟାର ସମାଧାନ କରିବେ । ଏହା ସେମାନଙ୍କୁ ୫୧ଟି ବିଭାଗ ଓ ୨୫ଟି ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି । ସ୍ମାର୍ଟ ଇଣ୍ଡିଆ ହକାଥନ-୨୦୨୩ର ପୁରସ୍କାର ରାଶି ଦୁଇ କୋଟିରୁ ଅଧିକ ଥିବାବେଳେ, ପ୍ରତ୍ୟେକ ବିଜେତା ଏକ ଲକ୍ଷ ଟଙ୍କା ଗୋଟିଏ ସମସ୍ୟାର ସମାଧାନ ନିମନ୍ତେ ପାଇବେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"