କୋଭିଡ-19 ଟୀକା ବିକାଶ ଓ ଉତ୍ପାଦନ ଦିଗରେ କାର୍ଯ୍ୟ କରୁଥିବା ତିନୋଟି ଦଳ ସହିତ ଆଜି ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିଛନ୍ତି । ଏହି ଦଳଗୁଡ଼ିକ ହେଲେ ପୁଣେସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଲିମିଟେଡ, ହାଇଦ୍ରାବାଦର ବାୟୋଲୋଜିକାଲ ଇ ଲିମିଟେଡ ଏବଂ ଡ. ରେଡ୍ଡୀଜ୍ ଲାବୋରୋଟୋରିଜ୍ ।

 

କୋଭିଡ-19ର ମୁକାବିଲା କରିବା ଲାଗି ପ୍ରତିଷେଧ ଟୀକା ବିକାଶ ସକାଶେ କାର୍ଯ୍ୟ କରିବା ନିମନ୍ତେ ଏହି କମ୍ପାନୀଗୁଡ଼ିକର ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଟୀକା ବିକାଶ ପାଇଁ ବିଭିନ୍ନ ମଂଚରେ ରହିଥିବା ସମ୍ଭାବନା ବିଷୟରେ ମଧ୍ୟ ଆଲୋଚନା କ । ଫଳପ୍ରଦତା ଆଦି ସମେତ ଟୀକା ଓ ତତସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗରେ ସାଧାରଣ ଜନତାଙ୍କୁ ସହଜ ଭାଷାରେ ସୂଚନା ଦେବା ଲାଗି ଅତିରିକ୍ତ ପ୍ରୟାସ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ । ଟୀକା ବିତରଣ ସହିତ ଜଡ଼ିତ ଲଜିଷ୍ଟିକ୍ସ, ପରିବହନ, କୋଲ୍ଡ ଚେନ ଆଦି ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରାଯାଇଥିଲା ।

ଯେଉଁସବୁ ଟୀକା ବିଷୟରେ ଆଲୋଚନା କରାଯାଇଥିଲା ସେସବୁ ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ରହିଛି ଏବଂ ବିସ୍ତୃତ ତଥ୍ୟ ଓ ପରିଣାମ ଆସନ୍ତାବର୍ଷ ପ୍ରାରମ୍ଭ ପରଠାରୁ ଆସିବା ନେଇ ଆଶା କରାଯାଉଛି ।

ଟୀକା ଉତ୍ପାଦନକାରୀଙ୍କ ସହିତ ଯୋଗାଯୋଗ ସ୍ଥାପନ କରି ସେମାନଙ୍କ ସମସ୍ତ ସମସ୍ୟା ସମାଧାନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ, ଯାହାଫଳରେ ଏସବୁ କମ୍ପାନୀଗୁଡ଼ିକର ପ୍ରୟାସ ଫଳପ୍ରଦ ହୋଇପାରିବ ଏବଂ ଦେଶ ତଥା ସମଗ୍ର ବିଶ୍ୱର ଆବଶ୍ୟକତା ପୂରଣ ହୋଇପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy navigated well external uncertainties: RBI Bulletin

Media Coverage

Indian economy navigated well external uncertainties: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 23, 2026
July 23, 2026

Digital Rails, PLI Jobs & Swift Justice: How PM Modi’s Governance is Rewiring India’s Future